ETV Bharat / sports

ସିନିୟର ମହିଳା ଟି20 ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ; ମାଧୁରୀ ମେହଟା କ୍ୟାପ୍ଟେନ - Senior Womens T20 Trophy

author img

By ETV Bharat Sports Team

Published : 2 hours ago

Senior Women's T20 Trophy : ବିସିସିଆଇ ଘରୋଇ ଋତୁ ସିନିୟର ମହିଳା ଟି20 ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ । ମାଧୁରୀ ମେହଟାଙ୍କ କାନ୍ଧରେ ନେତୃତ୍ବ ଭାର । ପଢ଼ନ୍ତୁ ଖବର

OCA Announces Odisha Team
OCA Announces Odisha Team (ETV Bharat Odisha)

କଟକ : ଘୋଷଣା ହେଲା ଓସିଏ ସିନିୟର ମହିଳା ଦଳ । ବରୋଦାରେ ଖେଳାଯିବାକୁ ଥିବା ବିସିସିଆଇ ଘରୋଇ ମହିଳା ଟି20 ପ୍ରତିଯୋଗିତା ପାଇଁ ଘୋଷଣା ହେଲା 16 ଜଣିଆ ଓଡ଼ିଶା ମହିଳା ଦଳ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ମହିଳା ଚୟନ କମିଟି ଅଧ୍ଯକ୍ଷା ରଶ୍ମିତା ମହାନ୍ତି । ମାଧୁରୀ ମେହେଟାଙ୍କ କାନ୍ଧରେ ଅଧିନାୟକତ୍ବ ଭାର ରହିଥିବାବେଳେ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଦଳର ଉପ-ଅଧିନାୟିକା ଦାୟିତ୍ବ ମିଳିଛି । ୱିକେଟ କିପର ଭାବେ ପ୍ରଜ୍ଞା ପରାମିତା ମହାନ୍ତି ଓ ରଶ୍ମିତା ଚିନାରାଙ୍କ ଭଳି ଖେଳାଳିଙ୍କୁ ଦଳରେ ଚୟନ କରାଯାଇଛି ।

17ରୁ ଅଭିଯାନ ଆରମ୍ଭ କରିବ ଓଡ଼ିଶା :-

ଟିମ ଉପରେ ନଜର ପକାଇଲେ, ଅଧିନାୟିକା ମାଧୁରୀ ମେହେଟା, କାଜଲ ଜେନା, ସୁଶ୍ରୀ ଦିବ୍ୟଦର୍ଶିନୀ, ସଙ୍ଗୀତା ଖଡ଼ିଆ, ତନ୍ମୟୀ ବେହେରାଙ୍କ ଭଳି ଅଭିଜ୍ଞ ବ୍ୟାଟର ରହିଥିବାବେଳେ ବୋଲିଂ ବିଭାଗରେ ତରନ୍ନା ପ୍ରଧାନ ଓ ଶୁଭ୍ରା ନିର୍ଝରିଣୀଙ୍କ ଭଳି ଦକ୍ଷ ବୋଲର ଟିମରେ ରହିଛନ୍ତି । ଏହି ପ୍ରତିଯୋଗିତାରେ ଓଡିଶା ମୋଟ 7ଟି ମ୍ୟାଚ୍‌ ଖେଳିବ । ଆସନ୍ତା 17 ତାରିଖରେ ଗୁଜରାଟ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ ଓଡିଶା । ଟିମ ଘୋଷଣା ପୂର୍ବରୁ ଅନେକ ଅଭ୍ୟାସ ଓ କ୍ୟାମ୍ପ ମାଧ୍ୟମରେ ଚୟନ ହୋଇଛି ଏହି ମଜଭୁତ ଟିମ । ଏହି ପ୍ରତିଯୋଗିତାରେ ଓଡିଶା ନିଶ୍ଚୟ ଭଲ କରିବ ଓ ବିଜେତା ହେବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଂଘ (ଓସିଏ) ।

'ପ୍ରଥମ 3ଟି ମ୍ୟାଚ୍‌ ପାଇଁ ଏହି ଟିମ୍‌ ରହିବ' :-

ଟିମ୍‌ ଘୋଷଣା ସମୟରେ ପ୍ରେସମିଟରେ ଓସିଏ ମହିଳା ଚୟନ କମିଟି ଅଧ୍ୟକ୍ଷା ରଶ୍ମିତା ମହାନ୍ତି କହିଛନ୍ତି, "16 ଜଣିଆ ଟିମ୍‌ରେ 4 ଜଣ ପେସ ବୋଲର, 4 ଜଣ ଅଫ୍‌ ସ୍ପିନର ଓ ଜଣେ ଲେଗ୍‌ ସ୍ପିନରଙ୍କୁ ଚୟନ କରିଛୁ । ଦଳରେ ସ୍ଥାନ ପାଇଥିବା ଭବାନୀ ଧଡ଼ା ପ୍ରଥମ ଥର ପାଇଁ ବରିଷ୍ଠ ଦଳରେ ଟି20 ଖେଳିବେ । ବରୋଦାରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ 7ଟି ମ୍ୟାଚ୍‌ ଖେଳିବ ଓଡ଼ିଶା । ଏହା ମଧ୍ୟରୁ ପ୍ରଥମ ମ୍ୟାଚ୍‌ ଗୁଜରାଟ ବିପକ୍ଷରେ 17 ତାରିଖରେ ଖେଳିବ ଟିମ୍‌ ଓଡ଼ିଶା । ଏହାପରେ ଜାମ୍ମୁ-କାଶ୍ମୀର, ତାମିଲନାଡ଼ୁ, ମିଜୋରାମ, ଗୋଆ, ମୁମ୍ବାଇ ଓ ଆନ୍ଧ୍ର ପ୍ରଦେଶ ସହ ଟିମ୍‌ ଓଡ଼ିଶା ଖେଳିବ । ଏଥିରୁ ପ୍ରଥମ 3ଟି ମ୍ୟାଚ୍‌ ପାଇଁ ଏହି ଟିମ୍‌ ରହିବ ।"

ସିନିୟର ମହିଳା ଟି20 ଟ୍ରଫି ପାଇଁ ଓଡ଼ିଶା ଦଳ :-

ମାଧୁରୀ ମେହେଟା (ଅଧିନାୟିକା), ତନ୍ମୟୀ ବେହେରା, ସଙ୍ଗୀତା ଖଡ଼ିଆ, କାଜଲ ଜେନା, ସୁଶ୍ରୀ ଦିବ୍ୟଦର୍ଶିନୀ (ଉପ-ଅଧିନାୟିକା), ସରିତା ମେହେର, ଶିଳ୍ପା ସ୍ବାଇଁ, ପ୍ରଜ୍ଞା ପରାମିତା ମହାନ୍ତି (ୱିକେଟ କିପର), ରଶ୍ମିତା ଚିନାରା (ୱିକେଟ କିପର), ଡି. ଜାନକୀ ରେଡ୍ଡି, ରସାନାରା ପରୱିନ, ଭବାନୀ ଧଡ଼ା, ରାମେଶ୍ବରୀ ନଏକ, ରୀମାଲକ୍ଷ୍ମୀ ଏକ୍କା, ଶୁଭ୍ର ନିର୍ଝରିଣୀ ସ୍ବାଇଁ, ତାରନ୍ନା ପ୍ରଧାନ

ଏହା ମଧ୍ୟ ପଢ଼ନ୍ତୁ...ରୋମାଞ୍ଚକର ମ୍ୟାଚ୍‌ ଜିତିଲା କୋଣାର୍କ ସୂର୍ଯ୍ୟାସ ଓଡ଼ିଶା; ବିଜୟରୁ ଅଭିଯାନ ଆରମ୍ଭ - Legends league Cricket

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.