ETV Bharat / politics

ରାଜନୀତିର ରୋଚକ ଚିତ୍ର, ଗୋଟିଏ ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତି-ନାତୁଣୀ - Brother and Sister Fight

author img

By ETV Bharat Odisha Team

Published : Sep 10, 2024, 8:02 AM IST

Haryana Assembly Election: ଅକ୍ଟୋବର ୫ରେ ହରିୟାଣା ବିଧାନସଭା ନିର୍ବାଚନ । ଆଉ ଏହାରି ଭିତରେ ଦେଖିବାକୁ ମିଳିଛି ରୋଚକ ଚିତ୍ର । ଗୋଟିଏ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ଭାଇ ଭଉଣୀ । ସେ ବି କେଉଁ ସାଧାରଣ ପରିବାରରୁ ନୁହେଁ, ସେମାନେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତି ଓ ନାତୁଣୀ । ତେବେ ଗୋଟିଏ ପରିବାରରୁ ପ୍ରାର୍ଥୀ ହୋଇଥିବା ଏହି ଭାଇ ଭଉଣୀଙ୍କ ବିଷୟରେ ଆସନ୍ତୁ ଜାଣିବା ।

Haryana Assembly Election
Haryana Assembly Election (ETV Bharat)

ଚଣ୍ଡିଗଡ଼: ପାଖେଇ ଆସିଲାଣି ହରିୟାଣା ନିର୍ବାଚନ । ଅକ୍ଟୋବର ୫ ତାରିଖରେ ପଡ଼ିବ ଭୋଟ । ନିର୍ବାଚନ ପୂର୍ବରୁ କସରତ ଆରମ୍ଭ କରିଦେଇଛନ୍ତି ରାଜନୈତିକ ଦଳ । ବିଜେପି ଏଥର ହରିୟାଣା ସିଟ୍ ହାତେଇବା ଲକ୍ଷ୍ୟରେ ଥିବାବେଳେ କଂଗ୍ରେସ ମଧ୍ୟ ପଛରେ ନାହିଁ । ଏହାରି ଭିତରେ ହରିୟାଣା ରାଜନୀତିରେ ରୋଚକ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି । ଗୋଟିଏ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ଭାଇ ଭଉଣୀ । ଗୋଟିଏ ପରିବାରରୁ ପ୍ରାର୍ଥୀ ହୋଇଥିବା ଭାଇ ଭଉଣୀ କିଏ? ଆସନ୍ତୁ ଜାଣିବା ।

ଭାଇ ବନାମ ଭଉଣୀ:

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ସବୁଠୁ ବଡ଼ କଥା ହେଉଛି କେତେକ ସିଟରେ ଦେଖିବାକୁ ମିଳିବ ରୋଚକ ଲଢେଇ । ଏହି ଲିଷ୍ଟରେ ସାମିଲ ରହିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲଙ୍କ ଗଡ଼ 'ତୋଶାମ'। ଏହି ଆସନରେ ପ୍ରାର୍ଥୀ ହୋଇଛନ୍ତି ଭାଇ ଭଉଣୀ । ତୋଶାମ ଦେଖିବ ଭାଇ ବନାମ ଭଉଣୀ ଫାଇଟ୍ ।

Bansilal Chodhury
Bansilal Chodhury (X)

ବଂଶୀଲାଲଙ୍କ ରାଜନୈତିକ କ୍ୟାରିୟର:

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲ ଚୌଧୁରୀ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । ସେ ପୂର୍ବରୁ ରକ୍ଷାମନ୍ତ୍ରୀ ଦାୟିତ୍ବ ନିର୍ବାହ କରିଥିଲେ । ୧୯୯୬ ମସିହାରେ ହରିୟାଣା ବିକାଶ ପାର୍ଟିର ସ୍ଥାପନା କରିଥିଲେ ବଂଶୀଲାଲ । ହେଲେ ୨୦୦୪ରେ କଂଗ୍ରେସକୁ ପୁଣି ଫେରିଥିଲେ, ଆଉ ୨୦୦୫ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକଟରୁ ଲଢି ଜିତିଥିଲେ ।

Anirudh Choudhury
Anirudh Choudhury (X)

ବଂଶୀଲାଲଙ୍କ ନାତି-ନାତୁଣୀଙ୍କ ଟକ୍କର:

ପ୍ରଶାସକରୁ ନେତା ହୋଇଛନ୍ତି ବଂଶୀଲାଲଙ୍କ ନାତି ଅନିରୁଦ୍ଧ ଚୌଧୁରୀ । ଚଳିତ ନିର୍ବାଚନରେ ତୋଶାମ ବିଧାନସଭା ଆସନ ପାଇଁ କଂଗ୍ରେସ ଟିକଟରୁ ସେ ମୈଦାନକୁ ଓହ୍ଲାଇଛନ୍ତି । ସେହିପରି ନାତୁଣୀ ଶ୍ରୁତି ଚୌଧୁରୀଙ୍କୁ ଟିକଟ ଦେଇଛି ଭାଜପା । ଶ୍ରୁତି ହେଉଛନ୍ତି ବଂଶୀଲାଲଙ୍କ ସାନପୁଅ ଦିବଙ୍ଗତ ସୁରେନ୍ଦ୍ର ସିଂଙ୍କ ଝିଅ ଓ ଅନିରୁଦ୍ଧ ହେଉଛନ୍ତି ରଣବୀର ସିଂ ମହେନ୍ଦ୍ରଙ୍କ ପୁଅ । ଉଭୟ ଗୋଟିଏ ଆସନ ପାଇଁ ଭିନ୍ନ ଦଳରୁ ପ୍ରାର୍ଥୀ ହୋଇଛନ୍ତି ।

Haryana Assembly Election
Shruti Choudhury (Shruti Choudhury)

୨୬ ବର୍ଷ ପରେ ବଂଶୀଲାଲଙ୍କ ପରିବାର ମଧ୍ୟରେ ଟକ୍କର:

ଏହି ଘଟଣା ବଂଶୀଲାଲଙ୍କ ପରିବାର ପାଇଁ ନୂଆ ନୁହେଁ । ଏହା ପୂର୍ବରୁ ୧୯୯୮ରେ ଅନୁଷ୍ଠିତ ନିର୍ବାଚନରେ ବଂଶୀଲାଲଙ୍କ ଦୁଇ ପୁଅ ସୁରେନ୍ଦ୍ର ସିଂ ଏବଂ ରଣବୀର ମହେନ୍ଦ୍ର ମଧ୍ୟ ପରସ୍ପର ବିପକ୍ଷରେ ନିର୍ବାଚନୀ ମଦାନକୁ ଓହ୍ଲାଇଥିଲେ।

ଏହା ମଧ୍ୟ ପଢନ୍ତୁ: କଂଗ୍ରେସରେ ଯୋଗଦେଲେ ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ; ଲଢ଼ିବେ ହରିୟାଣା ବିଧାନସଭା ନିର୍ବାଚନ ! -

ଏହା ମଧ୍ୟ ପଢନ୍ତୁ: ମିଶିଲାନି କି ମନ ? ମେଣ୍ଟକୁ ନା, ହରିୟାଣାରେ ଏକା ଲଢିବ ଆପ୍‌ - Haryana Assembly Election

ଏହା ବି ପଢନ୍ତୁ...Membership Drive: ସବୁ ୱାର୍ଡ ଓ ମେୟର ସିଟ୍ ଦଖଲ ଲକ୍ଷ୍ୟରେ ବିଜେପି, ୧ କୋଟି ସଦସ୍ୟ ସାମିଲ ଅଭିଯାନ - Muncipal Election Preparations

ଏହା ବି ପଢନ୍ତୁ...Sujeet Kumar joins BJP: ମମତାଙ୍କ ପରେ ସୁଜିତ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର, ବହିଷ୍କାର କଲେ ନବୀନ - BJD MP Sujeet Kumar resignation

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.