ETV Bharat / politics

Membership Drive: ସବୁ ୱାର୍ଡ ଓ ମେୟର ସିଟ୍ ଦଖଲ ଲକ୍ଷ୍ୟରେ ବିଜେପି, ୧ କୋଟି ସଦସ୍ୟ ସାମିଲ ଅଭିଯାନ - Muncipal Election Preparations

author img

By ETV Bharat Odisha Team

Published : Sep 8, 2024, 7:20 PM IST

BJP Membership Drive: ଆଗକୁ ଅଛି ପୌରନିର୍ବାଚନ । ଏହାରି ଭିତରେ ଭୁବନେଶ୍ଵରରେ ବଳ ବଢ଼ାଇବାକୁ ବିଜେପି କରୁଛି ବଡ଼ ପ୍ଲାନ । ଓଡ଼ିଶାରେ 1 କୋଟି ସଦସ୍ୟ ଓ 1 ଲକ୍ଷ ସକ୍ରିୟ ସଦସ୍ୟ ପାଇଁ ଟାର୍ଗେଟ ରଖିଛି ଦଳ । ଅଧିକ ପଢନ୍ତୁ

BJP Membership Drive
BJP Membership Drive (ETV Bharat Odisha)

ଭୁବନେଶ୍ବର: ଦୁଇ ବର୍ଷ ପରେ ହେବ ମହାନଗର ନିର୍ବାଚନ । ଅଧିକାଂଶ ୱାର୍ଡ ଏବଂ ମେୟର ସିଟ୍ ଦଖଲ ପାଇଁ ଲକ୍ଷ୍ୟ ରଖିଛି ବିଜେପି । ଭୁବନେଶ୍ଵରରେ 2 ଲକ୍ଷରୁ ଅଧିକ ସଦସ୍ୟ ଯୋଡିବା ପାଇଁ ଦଳ ଟାର୍ଗେଟ ରଖିଛି । ଏନେଇ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ କର୍ମଶାଳାରେ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ । ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି ।

2 ଲକ୍ଷରୁ ଅଧିକ ସଦସ୍ୟ ଯୋଡିବା ଲକ୍ଷ୍ୟ:
ଆଗକୁ ଅଛି ପୌରନିର୍ବାଚନ । ଏହି ପରିପ୍ରେକ୍ଷୀରେ ବିଜେପି ସରକାର କରିବା ପରେ ଏବେ ପଞ୍ଚାୟତ ଏବଂ ପୌରନିର୍ବାଚନ ଉପରେ ନଜର । ଆଜି ବୈଠକ ପରେ ସାଂସଦ ଅପରାଜିତା କହିଛନ୍ତି, "ଦୁଇ ବର୍ଷ ପରେ ହେବାକୁ ଥିବା ମହାନଗର ନିର୍ବାଚନରେ ଅଧିକାଂଶ ୱାର୍ଡ ଏବଂ ମେୟର ସିଟ୍ ଦଖଲ ପାଇଁ ଲକ୍ଷ୍ୟ ରଖିଛି ଦଳ । ଭୁବନେଶ୍ଵରରେ 2 ଲକ୍ଷରୁ ଅଧିକ ସଦସ୍ୟ ଯୋଡିବା ପାଇଁ ଦଳ ଟାର୍ଗେଟ କରିଛି ।" ବିଜେପି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପକ୍ଷରୁ ସଦସ୍ୟତା ଅଭିଯାନ କର୍ମଶାଳାରେ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ ।

କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର:
କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ଭୁବନେଶ୍ୱରରେ 12 ମଣ୍ଡଳ, 67 ୱାର୍ଡ ଓ 676ଟି ବୁଥ । ତେଣୁ ପ୍ରତି ବୁଥରେ ସବୁ ଘରକୁ ଯାଇ ଅଧିକରୁ ଅଧିକ ଲୋକଙ୍କୁ ଦଳରେ ସଦସ୍ୟତା ଯୋଡ଼ିବେ ନେତା ଓ କର୍ମକର୍ତ୍ତା । ସବୁ ବର୍ଗର ଲୋକଙ୍କୁ ବିଜେପିରେ ସାମିଲ କରିବା ପାଇଁ ଗୁରୁତ୍ଵ ଦିଆଯାଇଛି । ଏକାମ୍ର, ଉତ୍ତର ଏବଂ ମଧ୍ୟ, ପ୍ରତି ନିର୍ବାଚନ ମଣ୍ଡଳୀରୁ 70 ହଜାର ଲେଖାଏଁ ନୂଆ ସଦସ୍ୟ ଯୋଡାଯିବ । ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଆୟୋଜିତ କର୍ମଶାଳାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ନେତା ଜଗନ୍ନାଥ ପ୍ରଧାନ ଏବଂ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ । ଏହାସହ କର୍ମଶାଳାରେ ଭୁବନେଶ୍ଵର ସାଂଗଠନିକ ଜିଲ୍ଲାର ସବୁ ମଣ୍ଡଳ ସଭାପତିଙ୍କଠାରୁ ଆରମ୍ଭ କରି ବୁଥ ସ୍ତରର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...BJP Membership Drive: ବିଜେପିର ପ୍ରଥମ ସଦସ୍ୟ ହେଲେ ମୁଖ୍ୟମନ୍ତ୍ରୀ ମୋହନ, ‘୧ କୋଟି ସଦସ୍ୟ ସଂଗ୍ରହ ପାଇଁ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଉଛି, ୫ବର୍ଷରେ ନୂଆ ଓଡ଼ିଶା ଗଢିବା’ - Sadasyata Abhiyaan 2024

ଏହା ବି ପଢନ୍ତୁ- Split BJD into pieces politics: ଯେମିତି କର୍ମ, ସେମିତି ଫଳ; ବିଜେଡ଼ିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି କି ଶାସକ ଦଳ ? ବିଜେପି କହିଲା ଆମେ ନୁହେଁ ଲୋକେ ଭାଙ୍ଗିବେ ଶଙ୍ଖ ଦଳ - Ruling BJP trying to split BJD

ଏହା ବି ପଢନ୍ତୁ- ଏକାମ୍ର ପ୍ରକଳ୍ପ ଓ ଲିଙ୍ଗରାଜ ଆଇନକୁ ନେଇ ବାବୁ-ଅଶୋକ ମୁହାଁମୁହିଁ: ଅଭିଯୋଗ ଆଣିଲେ ବିଧାୟକ, କାଉଣ୍ଟର କଲେ ପୂର୍ବତନ ମନ୍ତ୍ରୀ - Politics On Ekamra Project

ଏହା ବି ପଢନ୍ତୁ...କୋର କମିଟି ବୈଠକରେ ବିଜେପିର ରଣନୀତି, 1 କୋଟି ସଦସ୍ୟଙ୍କୁ ଦଳରେ ଯୋଡିବା ଲକ୍ଷ୍ୟ - BJP Core Committee Meeting

'ସବୁ ବୁଥ ଯିବ ବିଜେପି'
ସେପଟେ ବିଧାୟକ ବାବୁ ସିଂ କହିଛନ୍ତି, "ଭୁବନେଶ୍ଵରରେ ସବୁ ବୁଥ ଯିବ ଜିଲ୍ଲା ବିଜେପି । ବିଶେଷ କରି ବସ୍ତି ଅଞ୍ଚଳ, ଦୋକାନୀମାନେ, ବରିଷ୍ଠ ନାଗରିକମାନଙ୍କୁ ସଦସ୍ୟତା ଅଭିଯାନରେ ଯୋଡାଯିବ । ପାଖାପାଖି 2 ଲକ୍ଷରୁ ଊର୍ଦ୍ଧ୍ବ ନୂଆ ଲୋକଙ୍କୁ ଯୋଡା ହେବ । ଓଡ଼ିଶାରେ 1 କୋଟି ସଦସ୍ୟ ପାଇଁ ଲକ୍ଷ୍ୟ ରଖିଛି ବିଜେପି । ଦଳର ବିଚାରଧାରାକୁ ଭଲ ପାଉଥିବା ଏବଂ ବିଜେପିକୁ ସମର୍ଥନ କରୁଥିବା ଲୋକଙ୍କୁ ସଦସ୍ୟ କରାଯିବ । ଏଥିପାଇଁ ଲୋକଙ୍କ ପାଖକୁ ଯାଇ ଲୋକ ସମ୍ପର୍କ କରିବେ କର୍ମକର୍ତ୍ତା । ଏଥର 1 ଲକ୍ଷ ସକ୍ରିୟ ସଦସ୍ୟ ପାଇଁ ଟାର୍ଗେଟ ରଖିଛି ଦଳ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.