ଓଡିଶା

odisha

ETV Bharat / politics

ଲୋକସଭା ନିର୍ବାଚନ, କୌଣସି ମୁହୂର୍ତ୍ତରେ ପ୍ରାର୍ଥୀ ଘୋଷଣା କରିପାରେ BJP - ଲୋକସଭା ନିର୍ବାଚନ

BJP CEC Meeting: ଶେଷ ହେଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଦୁଇ ଦିନ ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି । ଅଧିକ ପଢନ୍ତୁ

BJP CEC Meeting
BJP CEC Meeting

By ETV Bharat Odisha Team

Published : Mar 1, 2024, 8:07 AM IST

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏବେଠୁ ସରଗରମ ରାଜନୈତିକ ମଇଦାନ । କୌଣସି ମୁହୂର୍ତ୍ତରେ ବି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ଗୈରିକ ଦଳ । କାହାକୁ ମିଳିବ ଟିକେଟ ଓ କାହାର କଟିବ ତା ଉପରେ ସମସ୍ତଙ୍କ ନଜର । ଏହାରି ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ଗୁରୁବାର ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ବସିଥିଲା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ପ୍ରାୟ 17 ଟି ରାଜ୍ୟରେ ଲୋକସଭା ଆସନ ଉପରେ ବୈଠକରେ ଆଲୋଚନା ହୋଇଥିଲା । 155ରୁ ଅଧିକ ଆସନ ପାଇଁ ଦଳ ଆଜି କିମ୍ବା ଆସନ୍ତାକାଲି ପ୍ରାର୍ଥୀ ଘୋଷଣା କରିବା ନେଇ ବୈଠକରେ ଆଲୋଚନା ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବିଜେପି ସିଇସି ବୈଠକ ଶେଷ ହୋଇଛି । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ, ବିଭିନ୍ନ ରାଜ୍ୟର ଦଳୀୟ ସଭାପତି, ପ୍ରଭାରୀ , ସହ ପ୍ରଭାରୀ ଏବଂ ନିର୍ବାଚନ ସହ ପ୍ରଭାରୀ ବୈଠକରେ ସାମିଲ ହୋଇଥିଲେ । ସେହିପରି ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଆସାମ, ଉତ୍ତରାଖଣ୍ଡ ଏବଂ ଗୋଆର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ବିଜେପି ନେତା ପ୍ରହ୍ଲାଦ ପଟେଲ ଏବଂ ବିଜେପିର ରାଜ୍ୟ ସଭାପତି ଭି.ଡି ଶର୍ମା ମଧ୍ୟ ଉପସ୍ଥିତ ଥିଲେ । ମଧ୍ୟପ୍ରଦେଶର ସମସ୍ତ 29 ଟି ଆସନ ପାଇଁ କାହାକୁ ଦଳ ପ୍ରାର୍ଥୀ କରିବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-100 ପ୍ରାର୍ଥୀଙ୍କ ମଧ୍ୟରେ ଓଡ଼ିଶାରୁ 2 କିମ୍ବା 3: ବିଜୟପାଲ ସିଂ ତୋମାର

ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବାକୁ ରାଜ୍ୟ ମଧ୍ୟରୁ ତେଲେଙ୍ଗାନାରୁ 4ରୁ 5 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ଦଳ । ବର୍ତ୍ତମାନର ତିନିଜଣ ସାଂସଦ ଜି କିଶାନ ରେଡ୍ଡୀ, ବନ୍ଦି ସଞ୍ଜୟ କୁମାର ଏବଂ ଅରବିନ୍ଦ ଧର୍ମପୁରୀଙ୍କୁ ନିର୍ବାଚନ ଲଢିବା ନେଇ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରାର୍ଥୀ ସମ୍ପର୍କରେ ଆଲୋଚନା କରିଥିଲେ । ତେଲେଙ୍ଗାନା , ଉତ୍ତରପ୍ରଦେଶ ବ୍ୟତିତ ଛତିଶଗଡ, ରାଜସ୍ଥାନ, କେରଳ, ଗୁଜୁରାଟ, ଝାଡଖଣ୍ଡ ଏବଂ ଉତ୍ତରାଖଣ୍ଡର ବିଜେପି ନେତାଙ୍କ ସହ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ହୋଇଥିଲା । ଆସାମର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବିଜେପି । କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଦିବ୍ରୁଗଡରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି କୁହାଯାଉଛି । ଜମ୍ମୁ ଆସନ ପାଇଁ ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇଥିବାବେଳେ ପରବର୍ତ୍ତୀ ବୈ ଠକରେ କାଶ୍ମୀର ସିଟ ଉପରେ ବିଚାର ବିମର୍ଶ ହେବ।

ABOUT THE AUTHOR

...view details