ଓଡିଶା

odisha

ETV Bharat / politics

ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତିକୁ ମିଛ ଇସ୍ତାହାର କହିଲା ବିଜେପି - BJP Criticized BJD Manifesto - BJP CRITICIZED BJD MANIFESTO

BJP Press Meet: ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତିକୁ ମିଛ ଇସ୍ତାହାର ବୋଲି କହିଛି ବିଜେପି । କେବଳ ନିର୍ବାଚନୀ ଥୋପ ଲଗାଇ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ବୋଲି କହିଛନ୍ତି ସମୀର ମହାନ୍ତି । ଅଧିକ ପଢ଼ନ୍ତୁ

BJP Press Meet
BJP Press Meet (ETV Bharat Odisha)

By ETV Bharat Odisha Team

Published : May 16, 2024, 7:14 AM IST

BJP Press Meet (ETV Bharat Odisha)

ଭୁବନେଶ୍ବର: ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତିକୁ ମିଛ ଇସ୍ତାହାର ବୋଲି କହିଛି ବିଜେପି । ରାଜ୍ୟରେ ସାଧାରଣ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଜ ନିଜର ଇସ୍ତାହାର ପ୍ରକାଶ କରିଛନ୍ତି । ଏଥିରେ ରାଜ୍ୟବାସୀଙ୍କୁ ବିଜୁଳି ବିଲ ମୁକ୍ତ କରିବାକୁ ପ୍ରମୁଖ ଦଳଗୁଡ଼ିକ ନିଜ ନିଜର ଇସ୍ତାହାରରେ ଦର୍ଶାଇଛନ୍ତି । ହେଲେ ବିଜେଡି ଏହାର ଇସ୍ତାହାରରେ ଦର୍ଶାଇଥିବା ମାଗଣା ବିଜୁଳି ପ୍ରତିଶ୍ରୁତିକୁ ମିଛ ଇସ୍ତାହାର ବୋଲି କହି କଟାକ୍ଷ କରିଛନ୍ତି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସମୀର ମହାନ୍ତି ବିଜେଡି ଏହାର ଇସ୍ତାହାରରେ ଦେଇଥିବା ମାଗଣା ବିଜୁଳି ଇସ୍ତାହାରକୁ ସମାଲୋଚନା କରି କହିଛନ୍ତି, "ମାଗଣା ବିଜୁଳି ପ୍ରତିଶ୍ରୁତି ମାଧ୍ୟମରେ ଲୋକଙ୍କୁ ଭ୍ରମିତ କରି ବୋକା ବନେଇବା ପାଇଁ ଚେଷ୍ଟା କରୁଛି ବିଜେଡି । ତେଣୁ ପ୍ରଥମେ କେତେ ବିଜୁଳି ଦେବେ ଓ କେତେ ଉପଭୋକ୍ତା ଉପକୃତ ହେବେ ବିଜେଡି ସ୍ପଷ୍ଟ କରୁ । କାରଣ ଶାସନ କାଳର ୨୪ ବର୍ଷ ପରେ ବିଜେଡି ନିଜର ଇସ୍ତାହାରରେ ମାଗଣା ବିଜୁଳି ଦେବା କଥା କହିଛି । ସଭା ସମିତି ସହ ବିଜ୍ଞାପନରେ ବି ମାଗଣା ବିଜୁଳି ନେଇ ବଡ଼ ବଡ଼ ପ୍ରଚାର କରୁଛି ବିଜେଡି ।" ଏହାକୁ କେବଳ ନିର୍ବାଚନୀ ଥୋପ ଲଗାଇ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ବୋଲି କହିଛନ୍ତି ସମୀର ମହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଓଡିଶା ସରକାରଙ୍କ ଇନ୍‌ଷ୍ଟାଗ୍ରାମକୁ ପ୍ରଚାରରେ ବ୍ୟବହାର କରୁଛି ବିଜେଡି, ସିଇଓଙ୍କ ଦ୍ବାରସ୍ଥ ହେଲା ବିଜେପି - BJP meet CEO

ସମୀର ଆହୁରି କହିଛନ୍ତି, "ରାଜ୍ୟରେ ୧ କୋଟି ପରିବାର ବିଦ୍ୟୁତ୍ ଉପଭୋକ୍ତା ଅଛନ୍ତି । ଯଦି ମାଗଣା ବିଜୁଳି ଦେବେ ତେବେ କେତେ ପରିବାରଙ୍କୁ ଦେବେ ସ୍ପଷ୍ଟ କରନ୍ତୁ । ୫୦ ୟୁନିଟ ଭିତରେ କେତେ, ୫୦ ୟୁନିଟ ଉପରେ କେତେ, ୧୦୦ ୟୁନିଟ ଉପରେ କେତେ ଉପଭୋକ୍ତା ବିଜୁଳି ବ୍ୟବହାର କରୁଛନ୍ତି ସ୍ପଷ୍ଟ କରୁ ବିଜେଡି । ୧୦ ଲକ୍ଷରୁ ୧୫ ଲକ୍ଷ ଲୋକ ୫୦ ୟୁନିଟ ଭିତରେ ବିଜୁଳି ବ୍ୟବହାର କରୁଛନ୍ତି ବୋଲି ସୂଚନା ଅଛି । ହେଲେ ଏଥିରେ ସ୍ପଷ୍ଟତା ଆସିବା ଦରକାର । ଖରାଦିନେ ବିଦ୍ୟୁତ ଚାହିଦା ବଢିବ । ସେହି ସମୟରେ କେତେ ବିଜୁଳି ମାଗଣା ଦେବ ବିଜେଡି ତାହା ମଧ୍ୟ ସ୍ପଷ୍ଟ କରୁ । ଜାତୀୟ ହାର ଠାରୁ ୟୁନିଟ ପିଛା ଅଧିକ ୯୦ ପଇସା ଦେଉଛନ୍ତି ଓଡ଼ିଶାର ଖାଉଟି । ୨୪ ବର୍ଷ ଭିତରେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ସବସିଡି କି ମାଗଣା ବିଜୁଳି ଦେଇନାହିଁ । ଓଡ଼ିଶାରେ କୋଇଲା ଖଣି ଅଛି । କିନ୍ତୁ ଏନଟିପିସିରୁ ତାମିଲନାଡୁକୁ ୨ ଟଙ୍କା ୫୩ ପଇସାରେ ବିଜୁଳି ଦେଉଛନ୍ତି ବିଜେଡି ସରକାର । କିନ୍ତୁ ଓଡ଼ିଶାବାସୀ ୨ ଟଙ୍କା ୮୨ ପଇସାରେ ବିଜୁଳି ପାଉଛନ୍ତି । କୋଇଲା ଆମର, କାରଖାନା ବି ଆମର । କିନ୍ତୁ ଆମେ ଅଧିକ ପଇସା ବିଜୁଳି ପାଇଁ ଦେଉଛନ୍ତି । ରାଜ୍ୟର ରାଜସ୍ବ ୫୦ ହାଜର ଟଙ୍କା କ୍ଷତି ସହୁଛି । ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଟଙ୍କାଟିଏ ବି ଫେରସ୍ତ କଲେ ନାହିଁ ରାଜ୍ୟ ସରକାର ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details