ETV Bharat / state

ଓଡ଼ିଶା ବାୟୋଟେକ୍ ପାର୍କ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି - SINGAPORE PRESIDENT

ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍‌ ଭୁବନେଶ୍ୱର ଅନ୍ଧାରୁଆରେ ଥିବା ସାପିଜେନ ବାୟୋଲୋଜିକ୍ସ ଟିକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି ।

ଓଡ଼ିଶା ବାୟୋଟେକ୍ ପାର୍କ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି
ଓଡ଼ିଶା ବାୟୋଟେକ୍ ପାର୍କ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି (ETV Bharat Odisha)
author img

By ETV Bharat Odisha Team

Published : Jan 18, 2025, 11:06 PM IST

ଭୁବନେଶ୍ବର: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍‌ ଭୁବନେଶ୍ୱରରେ ଥିବା ‘ଭାରତ ବାୟୋଟେକ‘ର ଏକ ସହାୟକ କମ୍ପାନୀ ସାପିଜେନ୍ ବାୟୋଲୋଜିକ୍ସର ଟୀକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି । ଭୁବନେଶ୍ୱରର ଅନ୍ଧାରୁଆରେ ଥିବା ଓଡ଼ିଶା ବାୟୋଟେକ୍ ପାର୍କରେ ଅବସ୍ଥିତ, ଟୀକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି । ଏହି ପ୍ଲାଣ୍ଟରେ ଦୈନିକ ପ୍ରାୟ ୨.୪ କୋଟି ବିଭିନ୍ନ ପ୍ରକାରର ଟୀକା ଉତ୍ପାଦନ କ୍ଷମତା ରହିଛି । ବିଶେଷ ଭାବରେ ଏହି ପ୍ଲାଣ୍ଟ ଦେଶର ସର୍ବବୃହତ୍ ଟୀକା ଉତ୍ପାଦନ ପ୍ଲାଣ୍ଟ ଭାବେ ପରିଗଣିତ ହେଉଛି ।

ଓଡ଼ିଶା ବାୟୋଟେକ୍ ପାର୍କରେ ସିଙ୍ଗାପୁର ରାଷ୍ଟ୍ରପତି:

ଭାରତ ବାୟୋଟେକ୍‌ ପାର୍କର ପ୍ରତିଷ୍ଠାତା ଡ.କ୍ରୀଷ୍ଣା ଏଲାଙ୍କ ତତ୍ତ୍ୱାବଧାନରେ ଏହି ପ୍ଲାଣ୍ଟ ୧,୫୦୦ କୋଟି ଟଙ୍କା ପୁଞ୍ଜି ନିବେଶରେ ସ୍ଥାପନ କରାଯାଇଛି । ଏହି ପ୍ଲାଣ୍ଟ କଲେରା, ମାଲେରିଆ ପରି ରୋଗ ପାଇଁ ୧୦ରୁ ଅଧିକ ପ୍ରକାର ଟୀକା ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛି । ଭୁବନେଶ୍ୱରରୁ ପ୍ରସ୍ତୁତ ଏହି ଟୀକାଗୁଡ଼ିକ ବିଶ୍ୱର ବିଭିନ୍ନ ସ୍ଥାନକୁ ରପ୍ତାନି କରାଯିବା ସହ ଏହା ଦ୍ୱାରା ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ଓଡ଼ିଶାର ସୁନାମ ବୃଦ୍ଧି ହୋଇଛି । ଏଠାରୁ ପ୍ରସ୍ତୁତ ଟୀକା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସୁରକ୍ଷା ଯୋଗାଉଛି । ବିଶେଷ ଭାବରେ କୋରୋନା ଓ ମ୍ୟାଲେରିଆ ଟିକା ସମେତ ପ୍ରାୟ ୧୦ ପ୍ରକାର ଟୀକା ଉତ୍ପାଦନ କରିଛି । ଏହି କମ୍ପାନୀର ରୋଟାଭାଇରସ୍, ଡାଇରିଆ, ମ୍ୟାଲେରିଆ, ଜାପାନୀ ଜ୍ବର, ରାବିସ୍ ଆଦି ବିଭିନ୍ନ ପ୍ରକାର ଆଧୁନିକ ଟୀକା ଉତ୍ପାଦନ କରିବା ସଂସ୍ଥା ।

ଓଡ଼ିଶା ବାୟୋଟେକ୍ ପାର୍କ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...କଳାଭୂମିରେ ୪ ଘଣ୍ଟା ବିତାଇଲେ ସିଙ୍ଗାପୁର ରାଷ୍ଟ୍ରପତି, ଓଡ଼ିଶା କଳାକୃତି ଦେଖି ଅଭିଭୂତ

ଏହା ମଧ୍ୟ ପଢ଼ନ୍ତୁ...ରଘୁରାଜପୁର ଓ କୋଣାର୍କ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି: ଦେଖିଲେ ଗୋଟିପୁଅ ନୃତ୍ୟ, କିଣିଲେ ପଟ୍ଟଚିତ୍ର

ଏହି ସଂସ୍ଥା ବିଶ୍ବର ଦ୍ୱିତୀୟ ଓରାଲ କଲରା ଟୀକା, ହିଲଚୋଲ (BBV131) ଉତ୍ପାଦନ କରିବ । ଏହି ପ୍ଲାଣ୍ଟରେ ଉତ୍ପାଦିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଟୀକା ହେବ ବିଶ୍ୱର ପ୍ରଥମ ଲାଇସେନ୍ସପ୍ରାପ୍ତ ମ୍ୟାଲେରିଆ ଟୀକା, RTS,S । GSK ସହିତ ସହଭାଗୀତାରେ ବିକଶିତ, ଏହି ଟୀକା ମୁଖ୍ୟତଃ ଆଫ୍ରିକା ଏବଂ ଏସିଆର ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶମାନଙ୍କୁ ବଣ୍ଟନ କରାଯିବ । ପ୍ଲାଜମୋଡିୟମ୍ ଫାଲସିପାରମ୍ ମ୍ୟାଲେରିଆର ହ୍ରାସ କରିବା ଏହାର ଲକ୍ଷ୍ୟ । ୧୫ ଶହ କୋଟି ଟଙ୍କା ନିବେଶରେ ସ୍ଥାପିତ ଏହି ପ୍ଲାଣ୍ଟ ୧୦ଟି ଭିନ୍ନ ଭିନ୍ନ ଟୀକା ଉତ୍ପାଦନ କରିବା ପାଇଁ ବ୍ୟବସ୍ଥିତ ହୋଇଛି । ତେବେ ସାପିଜେନ୍ ଏବଂ ଭାରତ ବାୟୋଟେକର ପ୍ରତିଷ୍ଠାତା କ୍ରିଷ୍ଣା ଏଲା ଓ ଭାରତ ବାୟୋଟେକର ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ର ଏଲା ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.