ମେଷ: ଆଜି ଆପଣ ନିଜ ଭିତରେ ମଜି ରହିବେ । ଆପଣ ଖର୍ଚ୍ଚ କମାଇବାକୁ ଚେଷ୍ଟା କରନ୍ତୁ । ଅନ୍ୟମାନଙ୍କୁ ସାହଯ୍ୟ ସହଯୋଗ କରିବେ । ଛୋଟ ଯାତ୍ରା କରିପାରନ୍ତି । ସତର୍କତାର ସହ କାମ କଲେ ଆୟ ବୃଦ୍ଧି ହେବ ।
ବୃଷ: ଆଜି ଆପଣ ଭାବନା ରାଇଜରେ ବୁଲି ଅଜବ ଅଜବ କଥା ଭାବିବେ । ଆପଣ କାର୍ଯ୍ୟସ୍ଥଳରେ ଆପଣଙ୍କ ଅଭିନବତା, କଠିନ ପରିଶ୍ରମରେ ପରିପୂର୍ଣ୍ଣ କରି ଦେବେ । ଏହାସହ ଆପଣ ଯଦି ମିଷ୍ଟଭାଷୀ ହୁଅନ୍ତି ତେବେ ବହୁତ ଲୋକଙ୍କୁ ଆପଣଙ୍କ ଯାଦୁରେ ମୁଗ୍ଧ କରିପାରିବେ । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି ।
ମିଥୁନ: ଆଜି ବିଶେଷ ଭାବରେ ମହିଳାମାନଙ୍କ ସହିତ କାରବାର କଲାବେଳେ ଆପଣଙ୍କ ଭାବ ପ୍ରବଣତା ଆପଣଙ୍କୁ ଅତ୍ୟଧିକ ଭାବରେ ପ୍ରଭାବିତ କରିବାକୁ ଦିଅନ୍ତୁ ନାହିଁ । ଆପଣ ମାୟାଜାଲରେ ଫସି ପାରନ୍ତି । କାରଣ ମହିଳା ଜଣକ ଆପଣଙ୍କୁ ଭାବନାତ୍ମକ ଭାବରେ ଶୋଷଣ କରିପାରନ୍ତି । କେବଳ ଗୋଟିଏ ଜିନିଷ ଆଜି ଆପଣଙ୍କ ପାଇଁ ମହିଳାଠାରୁ ଅଧିକ ବିପଦସଙ୍କୁଳ ତାହା ହେଉଛି ଜଳାଶୟ, ସେଥିରୁ ଦୂରରେ ରହନ୍ତୁ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।
କର୍କଟ: ଆଜି ଆପଣ ନିଜ ଜୀବନସାଥୀଙ୍କ ସହ କିଣାକିଣି କରିବା ପାଇଁ ବାହାରକୁ ଯାଇପାରନ୍ତି, ଅବଶ୍ୟ ସେଥିରେ ଆପଣଙ୍କ ଖର୍ଚ୍ଚ ଅଧିକ ହେବ । ଯଦିଓ ଆପଣ ଯେତେ ଖର୍ଚ୍ଚ ହେଉଛି ସେ ବିଷୟରେ ଚିନ୍ତା କରିବେ ନାହିଁ କିନ୍ତୁ ସନ୍ଧ୍ୟା ବେଳେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଏକ ଫେରସ୍ତ ଉପହାର ଦେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ସିଂହ: ଆପଣ କଠିନ ପରିଶ୍ରମ ପରେ ମଧ୍ୟ ଆବଶ୍ୟକତା ଅନୁସାରେ ଫଳ ନ ପାଇପାରନ୍ତି । ଆପଣ ପୁଣି ଥରେ ନୂଆ କରି ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ଦୂର୍ବଳତା ଓ ତ୍ରୁଟିଗୁଡିକୁ ଧ୍ୟାନ ରଖିବା ଆବଶ୍ୟକ । ଆପଣଙ୍କ ବ୍ୟବସାୟିକ ସମ୍ପର୍କଗୁଡିକ ଦୃଢ ରହିବା ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ କିଛି ଅତ୍ୟାବଶ୍ୟକ ପଦକ୍ଷେପ ନେବାକୁ ପଡିବ । ଆର୍ଥିକ ଅବସ୍ଥା ଭଲ ହେବ ।
କନ୍ୟା: ଆଜି ଦିନଟି ଶୁଭ ଫଳଦାୟକ ଅଟେ । ମାନସିକ ତଥା ଶାରିରୀକ ସୁସ୍ଥତା ବଜାୟ ରହିବ । ଆର୍ଥିକ ସ୍ଥିତି ସୁଦୃ଼ଢ ହେବ । ନିଜର ବନ୍ଧୁ ଓ ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବେ । ଯେକୌଣସି ଯାତ୍ରା ପାଇଁ ଦିନଟି ଶୁଭ ଅଟେ ।
ତୁଳା: କ୍ଷମତାରେ ଥିବା କେହି ଜଣେ ଆପଣଙ୍କୁ ମଜାରେ ହଇରାଣ କରିପାରନ୍ତି । କିନ୍ତୁ ଆପଣଙ୍କ ଭାଗ୍ୟ ଟାଣ ଥିବାରୁ ଆପଣଙ୍କ ନିଜ ଭାବନା ଛଡା କେହି ଆପଣଙ୍କୁ ଅସୁବିଧାରେ ପକେଇପାରିବେ ନାହିଁ । ଆପଣ ସହଜରେ ଏହି ସବୁ ସମସ୍ୟାରୁ ବାହାରିଯିବେ । ଆୟରେ ଅଭିବୃଦ୍ଧି ଘଟିବ । ବିବାହ ସମସ୍ୟା ଦୂର ହେବ ।
ବିଛା: ଆଜି ଦିନ ଆପଣଙ୍କ ପାଇଁ ଶୁଭ ଅଟେ । ଆପଣ ବନ୍ଧୁମାନଙ୍କ ସହିତ ମିଶିବେ ଏବଂ ତାଙ୍କ ଉପରେ ବହୁତ ଖର୍ଚ୍ଚ କରିବେ । ଅବଶ୍ୟ, ବର୍ତ୍ତମାନଠାରୁ ଯେ କୌଣସି ସମୟରେ ଆପଣଙ୍କ ଦରମା କିମ୍ବା ଆୟରେ ବୃଦ୍ଧି ଆଶା କରିପାରନ୍ତି । ଆଜି ଭଲ ଦିନ ଭଳି ଜଣାପଡୁଛି । ଆପଣଙ୍କ ବରିଷ୍ଠମାନେ ଏବଂ ଆପଣଙ୍କ ଜୀବନସାଥୀ ଆପଣଙ୍କ କାର୍ଯ୍ୟରେ ଖୁସି ରହିବେ ।
ଧନୁ: ଆଜି ଦିନରେ ଅନ୍ୟମାନଙ୍କୁ ସାହାଯ୍ୟ ପ୍ରଦାନ କରି ପାଖ ପଡୋଶୀଙ୍କ ପ୍ରଶଂସା ଭାଜନ ହେବେ । ଉପରିସ୍ଥ ହାକିମଙ୍କୁ ପ୍ରଭାବି କରି ଆପଣଙ୍କର ପଦୋନ୍ନତି ହେବାର ସମ୍ଭାବନା ଅଛି । ବ୍ୟବସାୟ ସଂକ୍ରାନ୍ତରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ନିଜର ପିତାଙ୍କ ଠାରୁ କିଛି ସୁଖବର ପାଇପାରନ୍ତି ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଶୁଭଙ୍କର ମନେ ହେବ ।
ମକର: ଅନ୍ୟ ଦିନ ଭଳି ଏହା ମଧ୍ୟ ଏକ ସାଧାରଣ ଦିନ । ଅବଶ୍ୟ, ବୁଦ୍ଧି ଏବଂ କୌଶଳ ଆବଶ୍ୟକ କରୁଥିବା କାର୍ଯ୍ୟ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଲିଖନ ଏବଂ ସାହିତ୍ୟରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କ ପାଇଁ ଆଜି ହେଉଛି ଭଲ ଦିନ । ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ଆପଣଙ୍କୁ ହେବାକୁ ପଡିପାରେ । ଯାହାକି ସରକାରୀ ସମ୍ପର୍କିତ ବିଷୟରୁ ସୃଷ୍ଟି ହେବ ।
କୁମ୍ଭ: ଆପଣଙ୍କ ଅନ୍ତଃ ଧ୍ଵନିକୁ ଶୁଣନ୍ତୁ ଓ ଆପଣଙ୍କ ମନ ଯାହା କହୁଛି ତାହା କରନ୍ତୁ, ଯାହା ଦ୍ଵାରା ଆପଣଙ୍କ ପଥରେ ଆପଣଙ୍କୁ ଅନ୍ୟ କେହି ବାଟ ଦେଖାଇବାର ଆବଶ୍ୟକତା ରହିବ ନାହିଁ । କାର୍ଯ୍ୟସ୍ଥଳରେ ଆପଣଙ୍କ ସବୁ ଭଲରେ ଯିବ କାରଣ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଓ ନିଷ୍ପତ୍ତିର ସମର୍ଥନ କରିବେ । ଆୟକୁ ଦେଖି ବ୍ୟୟ କରନ୍ତୁ ।
ମୀନ: ଲେଖକ, ମଞ୍ଚ କଳାକାର କିମ୍ୱା ନୃତ୍ୟଶିଳ୍ପୀ ହୁଅନ୍ତୁ, ଆପଣ ନିଜର ସୃଜନଶୀଳ ପ୍ରତିଭା ଯୋଗୁଁ ପ୍ରିୟଜନଙ୍କର ଶ୍ରଦ୍ଧାଭାଜନ ହୋଇପାରିବେ । ବ୍ୟବସାୟୀମାନେ ଯଦି ନିଜ ବ୍ୟବସାୟରେ ଭାଗୀଦାର ହେବାକୁ ଜଣେ କର୍ମଠ ବ୍ୟକ୍ତି ଖୋଜୁଥାନ୍ତି ତାହେଲେ କାର୍ଯ୍ୟଟି ଶୀଘ୍ର କରନ୍ତୁ । ବନ୍ଧୁଙ୍କ ସହ ବୁଲାବୁଲିର ମଜ୍ଜା ନେଇପାରନ୍ତି । ଚଳଚ୍ଚିତ୍ର ଦେଖି ସମୟ କାଟିପାରନ୍ତି କିମ୍ୱା କୌଣସି ରାତ୍ରଭୋଜି ସ୍ଥାନରେ ସମୟ ବିତାଇ ପାରନ୍ତି ।