ଭୁବନେଶ୍ବର: ଆଉ ଏକ ଉଲ୍ଲେଖନୀୟ ସଫଳାତା ହାସଲ କରିଛି ପୂର୍ବତଟ ରେଳପଥ (East Coast Railway) । ବାଂଲାଦେଶ ଇସ୍ପାତ ରି-ରୋଲିଂ ମିଲ୍ସ ଲିମିଟେଡ୍ (Bangladesh steel Re-Rolling Millls Limited) ପାଇଁ ଏକ ନୂତନ ରପ୍ତାନି ମାର୍ଗ ଆରମ୍ଭ କରିଛି ପୂର୍ବତଟ ରେଳପଥ । ପ୍ରଥମ ଥର ପାଇଁ ଏହି ମାର୍ଗରେ ନେପାଳକୁ ସଫ୍ଟ ବିଲେଟ୍ (Soft Billet) ରପ୍ତାନି କରାଯାଇଛି ।
- ନୂତନ ରପ୍ତାନି ମାର୍ଗ:
ପୂର୍ବତଟ ରେଳପଥ ପକ୍ଷରୁ ପ୍ରଥମ ଥର ପାଇଁ କେନ୍ଦୁଝର ଜିଲ୍ଲାର ନୟାଗଡ଼ରୁ ନେପାଳକୁ ସଫ୍ଟ ବିଲେଟ୍ ରପ୍ତାନି କରି ଏକ ନୂତନ ବାଣିଜ୍ୟିକ ମାର୍ଗ ସୃଷ୍ଟି କରିଛି । ଯାହାଦ୍ୱାରା BSRM ଷ୍ଟିଲ୍ ରି-ରୋଲିଂ ମିଲ୍ସ ପାଇଁ ଏହି ନୂତନ ରପ୍ତାନି ମାର୍ଗ ସଫଳତାର ସହ ଆରମ୍ଭ ହୋଇଛି । ଆଜି ପ୍ରଥମ ରେକ୍ କେନ୍ଦୁଝର ଜିଲ୍ଲାର ନୟାଗଡ଼ରୁ ସଫ୍ଟ ବିଲେଟ୍ ବୋଝେଇ ଯାହା ଏହି ଗୁରୁତ୍ୱପୂର୍ଣ୍ଣ ପରିବହନ ସଂଯୋଗର ଆରମ୍ଭକୁ ସଙ୍କେତ ଦେଇ ପ୍ରତି ମାସରେ ୩ଟି ରେକ୍ ରପ୍ତାନି କରିବାର ଲକ୍ଷ ରଖିଛି ବୋଲି କହିଛି ପୂର୍ବତଟ ରେଳପଥ ।
ଏହା ମଧ୍ୟ ପଢ଼ନ୍ତୁ...ମହାକୁମ୍ଭ ମେଳା ପାଇଁ ଗଡିବ ସ୍ବତନ୍ତ୍ର ଟ୍ରେନ, ଏମିତି ବ୍ୟବସ୍ଥା କରିଛି ରେଳବାଇ ଏହା ମଧ୍ୟ ପଢ଼ନ୍ତୁ...କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାର ଲୋକାର୍ପଣ, ଏୟାରପୋର୍ଟର ଅନୁଭୂତି ପାଇବେ ଯାତ୍ରୀ |
ଏହି ବିକାଶମୂଳକ ପଦକ୍ଷେପ ପୂର୍ବତଟ ରେଳପଥ ବ୍ୟବସାୟ ବିକାଶ ୟୁନିଟ (BDU)ର ଏକ ଅଂଶ । ଯାହା ନେପାଳ ଭଳି ପଡ଼ୋଶୀ ଦେଶଗୁଡ଼ିକ ସହ ଆଞ୍ଚଳିକ ବାଣିଜ୍ୟକୁ ବୃଦ୍ଧି କରିବା ଏବଂ ପଣ୍ୟ ପରିବହନ ପାଇଁ ସଂଯୋଗୀକରଣ କରିପାରିଛି । ବିଶେଷକରି ଇସ୍ପାତ ଉତ୍ପାଦ ପାଇଁ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଢାଞ୍ଚା ତିଆରି କରାଯାଇଛି । ଏହି ନୂତନ ଉଦ୍ୟମରେ ରେଳପଥର ରଣନୈତିକ ଭୂମିକା/ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିବା ଏବଂ ଏହି ଅଞ୍ଚଳରୁ ବର୍ଦ୍ଧିତ ରପ୍ତାନି ଚାହିଦା ପୂରଣ କରିବାରେ ରେଳପଥ ଦ୍ୱାରା ପରିବହନର ଗୁରୁତ୍ୱକୁ ଦୃଷ୍ଟି ଦିଆଯାଉଛି । ଏହି ରପ୍ତାନି ଉଦ୍ୟମକୁ ସରଳ କରିବାରେ ରେଳବାଇର ଭୂମିକା ଶିଳ୍ପ ବିକାଶକୁ ସମର୍ଥନ କରିବା ଏବଂ ସୀମାପାର ସାମଗ୍ରୀର ପରିବହନକୁ ବୃଦ୍ଧି କରିବା ପ୍ରତି ଏହାର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି ବୋଲି କହିଛି ପୂର୍ବତଟ ରେଳପଥ ।
ଇଟିଭି ଭାରତ, ଭୁବନେଶ୍ବର