ETV Bharat / entertainment

ଧରାପଡିଲା ସୈଫଙ୍କ ଆକ୍ରମଣକାରୀ ! ଛତିଶଗଡ ଅଭିମୁଖେ ମୁମ୍ବାଇ ପୋଲିସ - SAIF ALI KHAN STABBING

ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଜଣେ ଜଣେ ସନ୍ଦିଗ୍ଧକୁ ଛତିଶଗଡ ଦୁର୍ଗରୁ ଅଟକ ରଖିଲା ରେଲଓ୍ବେ ପୋଲିସ । ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ଯାତ୍ରା କରୁଥିଲା ସନ୍ଦିଗ୍ଧ।

ଧରାପଡିଲା ସୈଫଙ୍କ ଆକ୍ରମଣକାରୀ ! ଛତିଶଗଡ ଅଭିମୁଖେ ମୁମ୍ବାଇ ପୋଲିସ
ଧରାପଡିଲା ସୈଫଙ୍କ ଆକ୍ରମଣକାରୀ ! ଛତିଶଗଡ ଅଭିମୁଖେ ମୁମ୍ବାଇ ପୋଲିସ (ETV Bharat Odisha)
author img

By ETV Bharat Odisha Team

Published : Jan 18, 2025, 11:01 PM IST

ରାୟପୁର: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ମାମଲାରେ ଜଣେ ସନ୍ଦିଗ୍ଧ ଅଟକ । ଛତିଶଗଡ଼ ଦୁର୍ଗରୁ ସନ୍ଦିଗ୍ଧ ଧରାପଡ଼ିଛି । ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ଧରିଲା RPF । ଅଟକ ସନ୍ଦିଗ୍ଧର ନାମ ଆକାଶ କୈଳାସ କନ୍ନୋଜିଆ । ଏନେଇ ମୁମ୍ବାଇ ପୋଲିସକୁ ସୂଚନା ଦିଆଯାଇଛି । ମୁମ୍ବାଇ-ହାୱଡା ଜ୍ଞାନେଶ୍ୱରୀ ଏକ୍ସପ୍ରେସ ଟ୍ରେନର ଜେନେରାଲ ବଗିରେ ଯାତ୍ରା କରୁଥିଲା ସନ୍ଦିଗ୍ଧ । ଆଜି ଅପରାହ୍ନ ୨ଟା ସମୟରେ ଟ୍ରେନ ଦୁର୍ଗରେ ପହଞ୍ଚିବା ପରେ ରେଲଓ୍ବେ ପୋଲିସ ତାକୁ ଅଟକ ରଖିଥିଲା ।

ମୁମ୍ବାଇ ପୋଲିସ ଆରପିଏଫକୁ ଦେଇଥିଲା ସୂଚନା:

ଆରପିଏଫ ସୂତ୍ରରୁ ଜଣାପଡିଛି ଯେ, ମୁମ୍ବାଇ ପୋଲିସ ସନ୍ଦିଗ୍ଧ ବ୍ୟକ୍ତି ବିଷୟରେ ସୂଚନା ପାଇବା ପରେ ତାର ଫଟୋ, ଟ୍ରେନ ନମ୍ବର ଏବଂ ତାର ଲୋକେସନ ସମେତ ନିର୍ଦ୍ଦିଷ୍ଟ ବିବରଣୀ ପ୍ରଦାନ କରିଥିଲା । ଅଟକ ଥିବା ବ୍ୟକ୍ତି ଜଣକ ଟ୍ରେନରେ ଆସୁଥିବା ସୂଚନା ପାଇବା ପରେ ଆରପିଏଫ ଅଧିକାରୀମାନେ ପ୍ଲାଟଫର୍ମ ନମ୍ବର 2 କୁ ସିଲ୍ କରିଦେଇଥିଲେ । ଅଟକ ବ୍ୟକ୍ତି ବର୍ତ୍ତମାନ ଆରପିଏଫ ହେପାଜତରେ ଅଛି ଏବଂ ତାକୁ ପଚରାଉଚରା କରାଯାଉଛି । ତେବେ ଅଟକ ବ୍ୟକ୍ତି ଜଣଙ୍କ ପ୍ରକୃତରେ ସୈଫ ଅଲି ଖାନଙ୍କୁ ଆକ୍ରମଣ କରିଛି କି ନାହିଁ ତାହା ଅସ୍ପଷ୍ଟ ରହିଛି ।

ପୂର୍ବରୁ ମଧ୍ୟ ଜଣଙ୍କୁ ଅଟକ ରଖାଯାଇଥିଲା:

ସୈଫ ଅଲ୍ଲୀ ଖାନଙ୍କୁ ଛୁରା ମାଡ ପରେ ପୋଲିସ ତାଙ୍କ ଘରର ଏକ ସିସିଟିଭି ଫୁଟେଜ ପାଇଥିଲା । ଯେଉଁଥିରେ ସନ୍ଦିଗ୍ଧର ଫଟୋ ଦେଖିବାକୁ ମିଳିଥିଲା । ସିସିଟିଭିରେ ଅଭିଯୁକ୍ତଙ୍କ ଫଟୋ ଦେଖିବା ପରେ ଖୋଜା ଆରମ୍ଭ ହୋଇଥିଲା । ଏହାପରେ ପୋଲିସ ଶୁକ୍ରବାର ସକାଳେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଥିଲା । ତାଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ଆଣିଥିଲା । କିନ୍ତୁ ସେହି ବ୍ୟକ୍ତି ଜଣକ ସୈଫଙ୍କ ମାମଲାରେ ସମ୍ପୃକ୍ତ ନଥିବା ପୋଲିସ ସ୍ପଷ୍ଟ କରିଥିଲା । ଆଜି ଅଟକ ହୋଇଥିବା ବ୍ୟକ୍ତି ଜଣଙ୍କ ପ୍ରକୃତ ଅଭିଯୁକ୍ତ ହୋଇଥାଇପାରେ ବୋଲି ସନ୍ଦେହ ବଢିବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ-ସୈଫ ଅଲି ଖାନଙ୍କୁ ଛୁରାମାଡ଼ ଘଟଣାରେ ପୋଲିସର ଖୁଲାସା, 'ସନ୍ଦିଗ୍ଧ ବ୍ୟକ୍ତି...' - MUMBAI POLICE ON SAIF ALI KHAN CASE

ଏହା ମଧ୍ୟ ପଢନ୍ତୁ: 1 କୋଟି ପାଇଁ ସୈଫଙ୍କୁ ଛୁରାମାଡ଼ ! ସିସିଟିଭିରେ କଏଦ ସନ୍ଦିଗ୍ଧର ଫଟୋ

ଜାନୁଆରୀ 16 ତାରିଖରେ ସୈଫ ଅଲି ଖାନଙ୍କୁ ତାଙ୍କ ଘର ଭିତରେ ଛୁରାମାଡ ହୋଇଥିଲା । ଏହାପରେ ତାଙ୍କୁ ମୁମ୍ୱାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୈଫଙ୍କ ମେରୁଦଣ୍ଡରେ ଛୁରୀ ପଶିଯିବାରୁ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା । ମେରୁଦଣ୍ଡ ପାଖରୁ ୨.୫ ଇଞ୍ଚ ଲମ୍ବା ବ୍ଲେଡ୍ ବାହାର କରାଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ହେଉଛନ୍ତି ଏବଂ ଅବସ୍ଥା ସ୍ଥିର ରହିଥିବା ସୂଚନା ରହିଛି ।

ଅଟକ ଥିବା ସନ୍ଦିଗ୍ଧ ବ୍ୟକ୍ତି ଏହି ମାମଲାରେ ଜଡ଼ିତ ନୁହଁନ୍ତି । ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ପାଇଁ ବାନ୍ଦ୍ରା ପୋଲିସ ଷ୍ଟେସନକୁ ଅଣାଯାଇଥିବା ଖବର ଆସିଥିଲା । ଯିଏ ସୈଫ ଅଲି ଖାନଙ୍କ ମାମଲା ସହ ଜଡିତ ବୋଲି କୁହାଯାଉଥିଲା । କିନ୍ତୁ ପୋଲିସ ଏବେ ଏହି ଖବରକୁ ଖାରଜ କରିଛି ଯେ ସେହି ବ୍ୟକ୍ତି ସୈଫ ଅଲି ଖାନଙ୍କ ଆକ୍ରମଣ ମାମଲା ସହ ଜଡିତ ନୁହଁନ୍ତି । ଏଥିସହ ମୁମ୍ବାଇ ପୋଲିସ ସ୍ପଷ୍ଟ କରିଛି ଯେ ଅଭିନେତା ସୈଫ ଅଲି ଖାନଙ୍କ ମାମଲା ସହ ଜଡିତ କୌଣସି ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଅଟକ ରଖାଯାଇନାହିଁ । ସନ୍ଦିଗ୍ଧକୁ ଆଣିବାକୁ ଛତିଶଗଡ଼ ଅଭିମୁଖେ ବାହାରିଛି ମୁମ୍ବାଇ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.