ETV Bharat / state

ରାଜ୍ୟରେ ଶୀତକାଳୀନ ବିଦେଶୀ ପକ୍ଷୀ ଗଣନା ଆରମ୍ଭ - BIRD CENSUS

ସାତକୋଶିଆ, ଭିତରକନିକା, ଚିଲିକା ଓ କୁଜଙ୍ଗ ରେଞ୍ଜ ସମେତ ଏକାଧିକ ସ୍ଥାନରେ ଗଣନା ଆରମ୍ଭ । ନିୟୋଜିତ ଅଛନ୍ତି ପ୍ରଶିକ୍ଷିତ ବନ କର୍ମଚାରୀ ଓ ବିଶେଷଜ୍ଞ ।

ରାଜ୍ୟରେ ଶୀତକାଳୀନ ବିଦେଶୀ ପକ୍ଷୀ ଗଣନା ଆରମ୍ଭ
ରାଜ୍ୟରେ ଶୀତକାଳୀନ ବିଦେଶୀ ପକ୍ଷୀ ଗଣନା ଆରମ୍ଭ (ETV Bharat Odisha)
author img

By ETV Bharat Odisha Team

Published : Jan 18, 2025, 10:40 PM IST

ଅନୁଗୋଳ/ଜଗତସିଂହପୁର/ପୁରୀ: ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ପକ୍ଷୀଗଣନା । ସାତକୋଶିଆ ଗଣ୍ଡ, ଭିତରକନିକା ଜାତୀୟ ଉଦ୍ୟାନ, ଏସିଆ ମହାଦେଶର ସର୍ବବୃହତ ପକ୍ଷୀ ବିହାର ଚିଲିକାର ପୁରୀ ଡିଭିଜନରେ ଥିବା ୫ଟି ରେଞ୍ଜ ଓ କୁଜଙ୍ଗ ରେଞ୍ଜ ଅଧୀନରେ ଥିବା ପିପିଏଲ, କଂସାରୀପାଟିଆ, ନୂଆଗାଁ, ବନ୍ଦର ଓ ହାୱାଖାନା ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ଦ୍ୱାରା ପକ୍ଷୀ ଗଣନା ଆରମ୍ଭ ହୋଇଛି ।

  • ସାତକୋଶିଆରେ ପକ୍ଷୀ ଗଣନା:

ଆଜିଠାରୁ ଅନୁଗୋଳ ସାତକୋଶିଆ ଗଣ୍ଡରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏହା ୨ ଦିନ ଧରି ଚାଲିବ । ଏଥିପାଇଁ ନିୟୋଜିତ କର୍ମଚାରୀଙ୍କୁ ପୂର୍ବରୁ ତାଲିମ ଦିଆଯାଇଛି । ଗଣ୍ଡର ଉଭୟ ଉପର ମୁଣ୍ଡ ଓ ତଳ ମୁଣ୍ଡକୁ ଯାଇ ପକ୍ଷୀ ଗଣନା କରିବେ ତାଲିମପ୍ରାପ୍ତ କର୍ମଚାରୀ । କେବଳ ସାତକୋଶିଆ ଗଣ୍ଡରେ ପକ୍ଷୀ ଗଣନା ପାଇଁ ୮ଟି ଟିମ କରାଯାଇଛି । ପ୍ରତ୍ୟେକ ଟିମରେ ଜଣେ ଫରେଷ୍ଟରଙ୍କ ସମେତ ୪ ଜଣ କର୍ମଚାରୀ ରହିଛନ୍ତି । ସେମାନେ ଦୂରବୀକ୍ଷଣ ଯନ୍ତ୍ର ସହାୟତାରେ ପକ୍ଷୀ ସର୍ବେକ୍ଷଣ କରିବା ସହ ଗଣନା କରିବେ ।

ରାଜ୍ୟରେ ଶୀତକାଳୀନ ବିଦେଶୀ ପକ୍ଷୀ ଗଣନା ଆରମ୍ଭ (ETV Bharat Odisha)
  • ପକ୍ଷୀ ଗଣନା ଦେଖିଲେ ସ୍କୁଲ ଛାତ୍ରଛାତ୍ରୀ:

ତେବେ ପକ୍ଷୀ ଗଣନା ପୂର୍ବରୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ସ୍କୁଲ ପିଲାଙ୍କୁ ନେଇ ଗଣ୍ଡରେ ବିଭିନ୍ନ ପକ୍ଷୀ ଦେଖାଇଛନ୍ତି । ପକ୍ଷୀମାନଙ୍କର ପରିବେଶ ପାଇଁ କ'ଣ ଆବଶ୍ୟକତା ରହିଛି ତାହା ଛାତ୍ରଛାତ୍ରୀଙ୍କୁ ବୁଝାଇଛନ୍ତି । ପରିବେଶରେ ରହିଥିବା ପକ୍ଷୀମାନଙ୍କୁ କିଭଳି ସୁରକ୍ଷା ଦିଆଯାଇ ପାରିବ ସେନେଇ ପିଲାମାନଙ୍କୁ ସଚେତନ କରାଯାଇଛି । ଏଥିସହ କିଭଳି ଭାବରେ ପକ୍ଷୀ ଗଣନା କରାଯାଇ ଥାଏ ସେ ସମ୍ପର୍କରେ ମଧ୍ୟ ପିଲାମାନେ ଜ୍ଞାନ ଆହରଣ କରିଛନ୍ତି ।

  • ଜଳବାୟୁ ପରିବର୍ତ୍ତନ ପାଇଁ କମୁଛି ବେଦେଶୀ ପକ୍ଷୀଙ୍କ ସଂଖ୍ୟା:

ସାତକୋଶିଆକୁ ଆଗରୁ ବହୁ ବିଦେଶାଗତ ପକ୍ଷୀ ଆସୁଥିଲେ। ଏବେ କିଛି ବର୍ଷ ହେଲା ଆଶାନୁରୂପକ ପକ୍ଷୀ ଆଉ ଦେଖା ଯାଉ ନାହାନ୍ତି । କେବଳ ସ୍ଥାନୀୟ ଜଳଚର ପକ୍ଷୀ ଦେଖିବାକୁ ମିଳୁଚ୍ଛନ୍ତି । ସାତକୋଶିଆ ଗଣ୍ଡ ଏକ ସୁରକ୍ଷିତ ସ୍ଥାନ । ଏଠାକାର ପରିବେଶ ଅତ୍ୟନ୍ତ ଉପଯୋଗୀ । ଏଠାରେ ପକ୍ଷୀମାନଙ୍କ ପାଇଁ ଖାଦ୍ୟର ଅଭାବ ନଥାଏ । କିନ୍ତୁ ଜଳବାୟୁରେ ପରିବର୍ତ୍ତନ ପକ୍ଷୀଙ୍କ ପାଇଁ ବାଧକ ସାଜିଛି । ଆଗ ଭଳି ଆଉ ଶୀତ ହେଉ ନାହିଁ । ଜାନୁଆରୀ ମାସରୁ ହିଁ ଖରା ଓ ଗରମ ଆରମ୍ଭ ହୋଇ ଯାଉଛି । ଏଥିପାଇଁ ବିଦେଶାଗତ ପକ୍ଷୀ ଆସୁ ନଥିବା ପରିବେଶବିତମାନେ ଅନୁମାନ କରିଛନ୍ତି । ତେଣୁ ସ୍କୁଲ ପିଲାମାନଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ସଚେତନ କରାଯାଛି ।

ରାଜ୍ୟରେ ଶୀତକାଳୀନ ବିଦେଶୀ ପକ୍ଷୀ ଗଣନା ଆରମ୍ଭ
ରାଜ୍ୟରେ ଶୀତକାଳୀନ ବିଦେଶୀ ପକ୍ଷୀ ଗଣନା ଆରମ୍ଭ (ETV Bharat Odisha)
  • କୁଜଙ୍ଗ ବନାଞ୍ଚଳରେ ପକ୍ଷୀ ଗଣନା:

ସେପଟେ ଜଗତସିଂହପୁର କୁଜଙ୍ଗ ବନାଞ୍ଚଳ ଅଧୀନରେ ଥିବା ପିପିଏଲ, କଂସାରୀପାଟିଆ, ନୂଆଗାଁ, ବନ୍ଦର ଓ ହାୱାଖାନା ଅଞ୍ଚଳରେ ୫ଟି ଟିମ ଦ୍ୱାରା ଚାଲିଛି ପକ୍ଷୀ ଗଣନା । ଶୀତଦିନ ଆଗମନ ହେଲେ ଉପକୂଳ ଅଞ୍ଚଳରେ ବିଶେଷକରି ସମୁଦ୍ରକୂଳିଆ ଏହି ୫ଟି ଅଞ୍ଚଳକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । ଏହି ଅଞ୍ଚଳର ଶାନ୍ତ ସରଳ ପରିବେଶ ଓ ଉପଯୁକ୍ତ ଖାଦ୍ୟ ମିଳୁଥିବାରୁ ଏହି ଅଞ୍ଚଳକୁ ବିଦେଶାଗତ ପକ୍ଷୀ ବହୁଳ ଭାବରେ ଆସିଥାନ୍ତି ବୋଲି ପରିବେଶପ୍ରେମୀ ପ୍ରକାଶ କରିଛନ୍ତି । ହଜାର ହଜାର ମାଇଲ ଦୂରରୁ ଆସୁଥିବା ଏହି ବିଦେଶାଗତ ପକ୍ଷୀମାନଙ୍କ ମଧ୍ୟରେ ଡାଟର, ଲେସର ହ୍ଵିସଲିଙ୍ଗ ଡଗ, ନର୍ଦନ ପିଣ୍ଟେଲ, ନର୍ଦନ ଶୋଭଲର, ଲିଟିଲ କର୍ମରାଣ୍ଟ, ପ୍ରେଜେଣ୍ଟେଲ ଯାକନା, ବ୍ରୋଞ୍ଜ ଉଇଙ୍ଗ ଯାକାନା, କମନ କୁଟ, ରେଡ ୱାଟଲଡ଼ ଲାପିଙ୍ଗ, ଏଲୋ ୱାଟଲଡ଼ ଲାପିଙ୍ଗ, କମନ ଗ୍ରୀନ ସାଙ୍କ, ରେଡ ସ୍ୟାଙ୍କ, ସହିତ ବିଭିନ୍ନ ପ୍ରଜାତିର ପକ୍ଷୀ ସହିତ ଲେସର ହୁଇସଲିଙ୍ଗ ବହୁତ ପରିମାଣରେ ଦେଖିବାକୁ ମିଳିଛି ।

  • ଶିକାରୀଙ୍କ ଉପରେ ନଜର:

ଏନେଇ କୁଜଙ୍ଗ ରେଞ୍ଜ ଅଫିସର କାର୍ତ୍ତିକେଶ୍ୱର ଖଣ୍ଡାଇ କହିଛନ୍ତି, "ପାରାଦ୍ୱୀପର କଂସାରି ପାଟିଆ, ନୁଆଗାଁ, ବନ୍ଦର ଆଦି ସ୍ଥାନକୁ ହଜାର ହଜାର ବିଦେଶାଗତ ପକ୍ଷୀ ଆସିଛନ୍ତି । ଫଳରେ ବନ ବିଭାଗ ପକ୍ଷରୁ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷ ଭାବରେ ଶିକାରୀମାନଙ୍କ ଉପରେ ନଜର ରଖାଯାଇଛି । ଆଜିଠାରୁ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । କେତେ ସଂଖ୍ୟକ ବିଦେଶାଗତ ପକ୍ଷୀ ଆସିଛନ୍ତି ତାହା ଗଣନା ପରେ ଜଣାପଡିବ ।"

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ, ସାମିଲ ହେଲେ ଦକ୍ଷ ପକ୍ଷୀ ବିଶେଷଜ୍ଞ

ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ ରାଜ୍ୟରେ ପକ୍ଷୀ ଗଣନା, ୨୧ ଟିମ୍‌ ନିୟୋଜିତ

  • ଚିଲିକା-ପୁରୀ ରେଞ୍ଜରେ ପକ୍ଷୀ ଗଣନା:

ପକ୍ଷୀବିହାର ଚିଲିକାରେ ମଧ୍ୟ ପକ୍ଷୀ ଗଣନା କରାଯାଉଛି । ବନ ବିଭାଗର ପୁରୀ ଡିଭିଜନରେ ଥିବା ୫ଟି ରେଞ୍ଜରେ ମଧ୍ୟ ପକ୍ଷୀ ଗଣନା କରାଯାଇଛି । ପୁରୀ ଡିଭିଜନରେ ୨୫ଟି ଟିମ୍‌ କରାଯାଇ ପକ୍ଷୀ ଗଣନା କାର୍ଯ୍ୟ କରାଯାଉଛି । ଆଜି ଭୋର ୫:୩୦ରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରତ୍ୟେକ ଟିମରେ ୪ରୁ ୫ ଜଣ ଗଣନାକାରୀ ସାମିଲ ଅଛନ୍ତି । ପୁରୀ ସାତପଡ଼ା ରାସ୍ତାର ନୂଆ ଜଗନ୍ନାଥ ସଡ଼କ ଠାରୁ ପଥରପଦା, କାଠୁଆରେଡି ଛକ ଠାରୁ ଖଜୁରିଆ, ଢାବା ଛକ ଠାରୁ ଗୋଲରା କୁସୁବେଣ୍ଟି, ସୁନାମୁହିଁ ଛକ ଠାରୁ ଆରମ୍ଭ କରି ବାହ୍ୟ ଚିଲିକାର ବରକୁଦି, ବାଘଲାଞ୍ଜି, ନହରବାଲି ଅଞ୍ଚଳରେ ଗଣନା କରୁଛନ୍ତି । ଏହି ଗଣନାରେ ବନବିଭାଗ କର୍ମଚାରୀ, ପକ୍ଷୀ ବିଶାରଦ, ସ୍ବେଚ୍ଛାସେବୀମାନେ ସାମିଲ ଅଛନ୍ତି । ବ୍ରହ୍ମଗିରି ରେଞ୍ଜଟି ଚିଲିକା ସଂଲଗ୍ନ ହୋଇଥିବାରୁ ଓ ଚିଲିକାର କିଛି ଅଞ୍ଚଳ ବ୍ରହ୍ମଗିରି ରେଞ୍ଜରେ ରହୁଥିବାରୁ ଏଠାରେ ପୁରୀ ଡିଭିଜନର ସର୍ବାଧିକ ପ୍ରଜାତିର ବିଦେଶାଗତ ପକ୍ଷୀ ଦେଖାଯାଇଥାନ୍ତି । ତେଣୁ ଏହି ରେଞ୍ଜଟି ପକ୍ଷୀ ଗଣନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସ୍ଥିତିକୁ ଦେଖିଲେ ଚଳିତ ବର୍ଷ ଅଧିକ ପକ୍ଷୀ ଆସିଥିବାର ଆଶା କରାଯାଉଥିବା ପୁରୀ ଏସିଏଫ୍ କହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ/ଜଗତସିଂହପୁର/ପୁରୀ:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.