ETV Bharat / politics

କିଏ ରାଜ୍ୟ BJPର ପରବର୍ତ୍ତୀ ସଭାପତି: ନୂଆ ଚେହେରା ନା ମନମୋହନ ରିପିଟ୍ - BJP MEETING

ଦିଲ୍ଲୀରେ ରାଜ୍ୟ ବିଜେପି ଟିମ୍ । କି’ଏ ଧରିବେ ରାଜ୍ୟ ବିଜେପିର ମଙ୍ଗ ? ସାଙ୍ଗଠନିକ ନିର୍ବାଚନ ନେଇ ମାନସ ମନ୍ଥନ ।

Odisha BJPs next chief
Odisha BJPs next chief (ETV Bharat Odisha)
author img

By ETV Bharat Odisha Team

Published : Jan 14, 2025, 10:23 PM IST

ଭୁବନେଶ୍ବର: ଦିଲ୍ଲୀରେ ରାଜ୍ୟ ବିଜେପି ଟିମ୍ । ଆଗକୁ ରାଜ୍ୟ ବିଜେପିର ପୁନର୍ଗଠନ ହେବାକୁ ଥିବାବେଳେ ଚାଲିଛି ମାନସ ମନ୍ଥନ । 15 ତାରିଖ ସୁଦ୍ଧା ରାଜ୍ୟରେ 37ଟି ସାଙ୍ଗଠନିକ ଜିଲ୍ଲାର ନିର୍ବାଚନ ଶେଷ ହେବା ପରେ ରାଜ୍ୟ ବିଜେପି ସଭାପତି ଚୟନ କରାଯିବ । ତେବେ ରାଜ୍ୟରେ କ୍ଷମତାରେ ଥିବା ଦଳର କିଏ ହେବ ପରବର୍ତ୍ତୀ ରାଜ୍ୟ ମୁଖିଆ । ନା,ଦଳ ମନମୋହନଙ୍କୁ ରିପିଟ କରିବ ପଦ୍ମ କ୍ୟାମ୍ପ, ସେନେଇ ଚର୍ଚ୍ଚା ଜାରି ରହିଛି ।

  • ଦିଲ୍ଲୀରେ ମାନସ ମନ୍ଥନ:-

ଆଜି ଦିଲ୍ଲୀରେ ରାଜ୍ୟ ବିଜେପିର ବଡ଼ ବୈଠକ ବସିଥିଲା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର , ସହ-ପ୍ରଭାରୀ ଲତା ଉସେଣ୍ଡି, ସଂଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କ ସମେତ କୋର କମିଟିର ସଦସ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । 15 ତାରିଖ ସୁଦ୍ଧା ରାଜ୍ୟରେ ସମସ୍ତ 37ଟି ସାଙ୍ଗଠନିକ ଜିଲ୍ଲାର ନିର୍ବାଚନ ଶେଷ ହେବାକୁ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ ରାଜ୍ୟ ସଭାପତି ଚୟନ କାର୍ଯ୍ୟକ୍ରମ । ଏହା ପୂର୍ବରୁ ରାଜ୍ୟ ନେତାଙ୍କ ଦିଲ୍ଲୀରେ ଡେରାକୁ ନେଇ ରାଜ୍ୟ ସଭାପତି ସମ୍ପର୍କରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।

Odisha BJPs next chief (ETV Bharat Odisha)
  • ରିପିଟ୍ ହେବେ କି ମନମୋହନ ?

ଚଳିତମାସ 25 ସୁଦ୍ଧା ରାଜ୍ୟ ସଭାପତି ନାମ ଘୋଷଣା କରିବ ଦଳ । ଏହାପରେ ରାଷ୍ଟ୍ରୀୟ ସଭାପତି ବଛାଯିବେ । ବର୍ତ୍ତମାନ ରାଜ୍ୟ ସଭାପତି ମନମୋହନ ସାମଲ ରହିଥିବା ବେଳେ ଦଳ ତାଙ୍କୁ ରିପିଟ୍‌ କରିବ, ନା ନୂଆ ସଭାପତି ହେବେ ତା ଉପରେ ନଜର ରହିଛି । ଚଳିତ ନିର୍ବାଚନରେ ବିଜେପିକୁ ମିଳିଥିବା ସଫଳତା ପରେ ମନମୋହନ ସାମଲ ପୁଣିଥରେ ସଭାପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗତକାଲି ଦିଲ୍ଲୀରେ କୋର କମିଟି ବୈଠକରେ ସଂଗଠନ ନିର୍ବାଚନ ନେଇ ହୋଇଛି ଆଲୋଚନା । ଯେଉଁଥିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ-ପ୍ରଭାରୀ ଲତା ଉସେଣ୍ଡି, ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ଆଦି ନେତା ଉପସ୍ଥିତ ଥିଲେ । ରାଜ୍ୟରେ ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା ସହ ନୂଆ ମଙ୍ଗୁଆଳ କି’ଏ ହେବ ତାକୁ ନେଇ ଆଲୋଚନା ହୋଇଛି ।

ଏହା ବି ପଢନ୍ତୁ...

ବିଜେପିର ସାଙ୍ଗଠନିକ କର୍ମଶାଳା, ଦଳର ସଙ୍ଗଠନ ମଜବୁତ ଦିଗରେ ଆଲୋଚନା

ଶଙ୍ଖ ଭବନ: ଦଳୀୟ କାର୍ଯ୍ୟାଳୟ ନା ହୋଟେଲ ପଚାରିଲା BJP, ଖାଇକି ଯାଆନ୍ତୁ BJDର ଜବାବ

  • ଫୋକସରେ ଯୁବବର୍ଗ:

15 ତାରିଖ ସୁଦ୍ଧା ବିଜେପି ଜିଲ୍ଲା ସଭାପତିଙ୍କ 50 ପ୍ରତିଶତ ନାଁ ଫାଇନାଲ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହାପୂର୍ବରୁ ମଣ୍ଡଳ ଓ ବୁଥ ସଭାପତି ନିର୍ବାଚନ ଶେଷ ହୋଇଛି । ନିୟମ ଅନୁସାରେ, 50 ପ୍ରତିଶତ ଜିଲ୍ଲା ସଭାପତି ନାଁ ଚୂଡାନ୍ତ ପରେ ରାଜ୍ୟ ସଭାପତି ବଛାଯିବ । ସେପଟେ ଦଳୀୟ ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି,"ବିଜେପିର ସଂଗଠନ ରଣନୀତି ହେଲା ତୃଣମୂଳ ଦାୟିତ୍ବ ଏବେ ଯୁବ ବର୍ଗଙ୍କ ହାତରେ । ଏଥର ଯୁବବର୍ଗଙ୍କୁ ପ୍ରାଧାନ୍ୟ ଦିଆଯାଇଛି ।’’

  • ବିଭିନ୍ନ ସ୍ତରର ନେତୃତ୍ବ ପାଇଁ ବୟସ ଧାର୍ଯ୍ୟ କରିଛି ଦଳ

ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, 35ରୁ 45 ବର୍ଷର ନେତା ମଣ୍ଡଳ ସଭାପତି ହେବେ । 1,052 ମଣ୍ଡଳ ପାଇଁ 1,052 ଯୁବ ନେତା ସଂଗଠନ ପାଇଁ କାମ କରିବେ । ମଣ୍ଡଳ ସଭାପତି ଭାବରେ 35 ରୁ 45 ବର୍ଗରେ ନେତା ଚୟନ ହେବାକୁ ଥିବାବେଳେ ଜିଲ୍ଲା ସଭାପତି ନେତୃତ୍ୱ ନେବାକୁ 45 ରୁ 60 ବର୍ଷ ବୟସ ଧାର୍ଯ୍ୟ ହୋଇଛି । ଚଳିତଥର ନୂଆ ରଣନୀତି ଆପଣାଇଛି ଦଳ । ମଣ୍ଡଳ ପାଇଁ ଦଳ ଅଭିଜ୍ଞ ବଦଳରେ ଯୁବନେତାଙ୍କୁ ଚୟନ କରିଛି । ଏନେଇ ବୟସ ସୀମା 35 ରୁ 45 ରଖିଥିବା ବେ ଳେ ଜିଲ୍ଲା ସଭାପତି ପାଇଁ ପୁରୁଖା ତଥା ଅଭିଜ୍ଞ ନେତାମାନଙ୍କୁ 45ରୁ 60 ବର୍ଷ ବୟସର ନେତାଙ୍କ ପାଇଁ ନିର୍ଦ୍ଧାରଣ କରାଯାଇଛି । ଯାହାଦ୍ୱାରା ଅଭିଜ୍ଞ ଓ ପୁରୁଖା ନେତାଙ୍କ ସମିଶ୍ରଣ ଏବେ ଜିଲ୍ଲା ସ୍ତରରେ ଦଳ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.