ହାଇଦ୍ରାବାଦ: ଚାଇନିଜ୍ ସର୍ଟ ଭିଡିଓ ଆପ୍ ଟିକଟକ୍ (TikTok)କୁ କିଣିବା ଦୌଡ଼ରେ ଆମେରିକାର ଟେକ୍ କମ୍ପାନୀ ମାଇକ୍ରୋସଫ୍ଟର ନାଁ ଏବେ ସାମ୍ନାକୁ ଆସିଛି । ଏ ନେଇ ଖୋଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁଲାସା କରିଛନ୍ତି । ମାଇକ୍ରୋସଫ୍ଟ ଟିକଟକ୍କୁ କିଣିବା ଲାଗି କଥାବାର୍ତ୍ତା କରୁଥିବା ସେ କହିଛନ୍ତି । ଟିକଟକ୍ ମାଲିକାନା ଚାଇନିଜ କମ୍ପାନୀ ByteDance ପାଖରେ ଅଛି ।
- କଣ କହିଲେ ଟ୍ରମ୍ପ ?
ଯେତେବେଳେ ସୋମବାର ସନ୍ଧ୍ୟାରେ ଗଣମାଧ୍ୟମ ସଂସ୍ଥା ଟ୍ରମ୍ପକୁ ପ୍ରଶ୍ନ କରିଥିଲେ ଯେ ମାଇକ୍ରୋସଫ୍ଟ ଟିକଟକ୍ କିଣିବାକୁ ବୋଲି ଲଗାଇବାକୁ ପ୍ରସ୍ତୁତ କରୁଛି କି ? ଏହାପରେ ଟ୍ରମ୍ପ ଏହାର ସକରାତ୍ମକ ଜବାବ ଦେଇଥିଲେ । ଟ୍ରମ୍ପ କହିଥିଲେ ଯେ ଅନେକ କମ୍ପାନୀ ଏଥିଲାଗି ଇଚ୍ଛା ପ୍ରକାଶ କରିଛନ୍ତି । ByteDance ଟିକଟକ୍କୁ ବିକ୍ରି କରିବା ଲାଗି 2020ରେ ମାଇକ୍ରୋସଫ୍ଟ ସହିତ ଯୋଗାଯୋଗ କରିଥିଲା । କିନ୍ତୁ ସେତେବେଳେ ଏହି ଡିଲ୍ ହୋଇପାରିନଥିଲା । ଏହାପରେ ଚାଇନିଜ କମ୍ପାନୀ Oracle ନିକଟକୁ ଏହି ପ୍ରସ୍ତାବ ନେଇ ଯାଇଥିଲା, କିନ୍ତୁ ସେଠାରେ ମଧ୍ୟ ସଫଳତା ମିଳିନଥିଲା । ଏବେ ଯଦି ଏହାକୁ ବିକ୍ରି କରାଯାଏ ତେବେ ଟିକଟକ୍ର ମାଲିକାନା କମ୍ପାନୀ ByteDance ନିକଟରେ କମ ଅଂଶୀଦାର ରହିବ । ସେପଟେ ଆମେରିକା କମ୍ପାନୀ ନିକଟରେ ଅଧାରୁ ଅଧିକ ଅଂଶୀଦାର ରହିବ ।
- କାହିଁକି ବିକ୍ରି ହେଉଛି TikTok ?
କହି ରଖୁଛୁ କି, ଟିକଟକ୍ର ମାଲିକାନା କମ୍ପାନୀ ବାଇଟଡାନ୍ସ ଉପରେ ଅଭିଯୋଗ ଥିଲା ଯେ ଏହା ୟୁଜରଙ୍କ ତଥ୍ୟକୁ ଚୀନ ସରକାରଙ୍କୁ ପ୍ରଦାନ କରୁଛି । ଏହାକୁ ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ପୂର୍ବ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହାକୁ ବ୍ୟାନ୍ କରିଥିଲେ । ଆମେରିକା ସୁପ୍ରିମକୋର୍ଟ ମଧ୍ୟ ଏହା ଉପରେ ମୋହର ଲଗାଇଥିଲେ । ଫଳରେ 2025 ଜାନୁଆରୀ 19 ତାରିଖରୁ ଟିକଟକ୍ ଆମେରିକାରେ ବ୍ୟାନ୍ ହୋଇଥାନ୍ତା । କିନ୍ତୁ ଏବେ ଟ୍ରମ୍ପ ଟିକଟକ୍କୁ 75ଦିନ ଅତିରିକ୍ତ ସମୟ ଦେଇଛନ୍ତି । ଆମେରିକାରେ ଏପ୍ରିଲ 4 ପରେ ଟିକଟକ୍ ଏହି ସର୍ତ୍ତ ଅନୁସାରେ ଅପରେଟ୍ କରିବ ଯଦି ଏହାର 50% ଅଂଶୀଦାର ଆମେରିକା ନିକଟରେ ରହିବ ।
- ଅନ୍ୟ କମ୍ପାନୀ ବି ସାମିଲ
ଟ୍ରମ୍ପ ସୋମବାର କହିଛନ୍ତି ମାଇକ୍ରୋସଫ୍ଟ ସେହି କମ୍ପାନୀ ମଧ୍ୟରେ ସାମିଲ, ଯେଉଁମାନେ ଟିକଟକ୍ କିଣିବାକୁ ଚାହୁଁଛନ୍ତି । ଏହି ଦୌଡ଼ରେ ଅନ୍ୟ କମ୍ପାନୀ ବି ସାମିଲ, କିନ୍ତୁ ସେହି କମ୍ପାନୀଗୁଡି଼କର ନାଁର ଖୁଲାସା ହୋଇନାହିଁ । ଟ୍ରମ୍ପ କହିଛନ୍ତି, "ମୋତେ ନିଲାମ ପସନ୍ଦ, କାରଣ ଏହି ପ୍ରକ୍ରିୟାରେ ସବୁଠୁ ଭଲ ସଉଦା ହୋଇଥାଏ ।" କିନ୍ତୁ ଟ୍ରମ୍ପଙ୍କ ଏହି ଟିପ୍ପଣୀ ପରେ ମାଇକ୍ରୋସଫ୍ଟ ଓ ଟିକଟକ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଟ୍ରମ୍ପ ଚାହୁଁଛନ୍ତି ଟିକଟକ୍ର ମାଲିକାନା ଆମେରିକା ନିକଟରେ 50 ପ୍ରତିଶତ ରହୁ । ତେବେ ଏହି ଅଂଶୀଦାର ସରକାରୀ ନିୟନ୍ତ୍ରଣ କିମ୍ବା କୌଣସି ଆମେରିକୀୟ କମ୍ପାନୀ ୟୁନିଟ ନିକଟରେ ରହିବ ସେ ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି ।
- ପୂର୍ବରୁ ବି ଉଦ୍ୟମ କରିଛି ମାଇକ୍ରୋସଫ୍ଟ
ଟିକଟକ୍ର ସମ୍ଭାବିତ କ୍ରେତାଙ୍ ମଧ୍ୟରେ ଅନେକ ବଡ଼ ନାଁ ସାମିଲ, ଯେଉଁଥିରେ ଏଲନ ମସ୍କ ଓ Oracleର ଲାରି ଏଲିସନ (Larry Ellison) ମଧ୍ୟ ଅଛନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି କମ୍ପାନୀ Perplexity AI ମଧ୍ୟ ବାଇଟଡାନ୍ସକୁ ନିଜ ସହିତ ଏକୀକରଣ ଲାଗି ପ୍ରସ୍ତାବ ରଖିଥିଲା । ଅନ୍ୟ ନିବେଶକମାନଙ୍କ ମଧ୍ୟରେ କୋଟିପତି ଫ୍ରାଙ୍କ ମ୍ୟାକକୋର୍ଟ ଓ ଟ୍ରମ୍ପଙ୍କ ପୂର୍ବତନ ଅର୍ଥମନ୍ତ୍ରୀ ଷ୍ଟିଭେନ ନୁଚିନ ମଧ୍ୟ ସାମିଲ । ଟ୍ରମ୍ପଙ୍କ ପୂର୍ବ କାର୍ଯ୍ୟକାଳ ସମୟରେ ମାଇକ୍ରୋସଫ୍ଟ ଓ ୱାଲମାର୍ଟ ମଧ୍ୟ TikTokକୁ କିଣିବାକୁ ଉଦ୍ୟମ କରିଥିଲେ ।