ETV Bharat / state

'ଉତ୍କର୍ଷ ଓଡ଼ିଶା'ରେ ୫ ଲକ୍ଷ କୋଟିଠୁ ଢେର ଅଧିକ ପୁଞ୍ଜିନିବେଶ ସମ୍ଭାବନା: ମୁଖ୍ୟମନ୍ତ୍ରୀ - UTKARSH ODISHA 2025

ଉତ୍କର୍ଷ ଓଡ଼ିଶା କନକ୍ଲେଭ ୨୦୨୫ରେ 'ଇଟିଭି ଭାରତ'କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏକ୍ସକ୍ଲୁସିଭ ସାକ୍ଷାତକାର । ' ଆମ ଲକ୍ଷ୍ୟଠୁ ଅଧିକ ୩ ରୁ ୪ ଗୁଣା ପୁଞ୍ଜିନିବେଶ ହେବ ।'

Utkarsh Odisha 2025
Utkarsh Odisha 2025 (ETV Bharat Odisha)
author img

By ETV Bharat Odisha Team

Published : Jan 28, 2025, 2:34 PM IST

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ । ଉତ୍କର୍ଷ ଓଡ଼ିଶା କନକ୍ଲେଭର ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜିଠାରୁ ଦୁଇ ଦିନ ଧରି ଚାଲିବ ଏହି ଶିଳ୍ପ ମହାକୁମ୍ଭ । କନକ୍ଲେଭକୁ ସମ୍ବୋଧିତ କରି ରେକର୍ଡ ପୁଞ୍ଜିନିବେଶର ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଦୁଇ ଦିନ ଉତ୍କର୍ଷ ଓଡ଼ିଶା-

ଭୁବନେଶ୍ୱର ଜନତା ମଇଦାନରେ ଜାନୁଆରୀ 28 ଓ 29 ଦୁଇଦିନ ଧରି ଚାଲିବ ଉତ୍କର୍ଷ ଓଡିଶା: ମେକ ଇନ ଓଡିଶା କନକ୍ଲେଭ-2025 । ସୁଦୃଢ ଅର୍ଥନୈତିକ ଓ ଶିଳ୍ପ ଭିତ୍ତିଭୂମି ପ୍ରସ୍ତୁତ କରିବାରେ କାର୍ଯ୍ୟକ୍ରମ ମାଇଲଖୁଣ୍ଟ ସାବ୍ୟସ୍ତ କରିବାକୁ ଯୋଜନା କରିଛନ୍ତି ଓଡିଶା ସରକାର । ଦେଶର ଶ୍ରେଷ୍ଠ ୫ଟି ଅର୍ଥନୀତି ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ପାଇବାର ଲକ୍ଷ୍ୟ ନେଇ ଆୟୋଜନ ହେଉଛି କାର୍ଯ୍ୟକ୍ରମ । ଶ୍ରମିକ, କୃଷକଙ୍କ ପରି ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିପୁଳ ସୁଯୋଗ ସୃଷ୍ଟି କରିବା ସହ କାର୍ଯ୍ୟକ୍ରମ ସବୁ ଦୃଷ୍ଟିକୋଣରୁ ଐତିହାସିକ କରିବା ଲାଗି ପଡିଛନ୍ତି ସରକାର ।

ଇଟିଭି ଭାରତକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସାକ୍ଷାତକାର:

'ଇଟିଭି ଭାରତ'କୁ ଏକ୍ସକ୍ଲୁସିଭସ୍ ସାକ୍ଷାତକାର ଦେଇ କହିଛନ୍ତି, "ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡିଶା କନକ୍ଲେଭକୁ ଆମେ ସମସ୍ତେ ଅପେକ୍ଷା କରିଥିଲେ । ଆଜି ସେହି ଦିନ ଆସି ସାରିଛି । ଆଜି ଜାନୁଆରୀ 28 ତାରିଖ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥା ସମୟରେ ଆସି ଆଜି ଓଡିଶାବାସୀଙ୍କୁ ଏବଂ ଯେଉଁମାନେ ପୁଞ୍ଜିନିବେଶ କରିବେ ସେମାନଙ୍କୁ ସମ୍ବୋଧନ କରିଛନ୍ତି । ବହୁତ ବହୁତ ଉତ୍ସାହିତ କରିଛନ୍ତି । ଏଠାରେ ପୁଞ୍ଜିନିବେଶକାରୀଙ୍କୁ ପୁଞ୍ଜିନିବେଶ କରିବା ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ । ଆମ ସରକାର ଉତ୍ସର୍ଗୀକୃତ ଭାବେ ସମସ୍ତ ସେକ୍ସନ ତଥା ବିଭାଗରେ ପୁଞ୍ଜିନିବେଶ ପାଇଁ ପୁଞ୍ଜିନିବେଶକାରୀ ସହଯୋଗ କରିବେ । "

Utkarsh Odisha 2025 (ETV Bharat Odisha)

ଲକ୍ଷ୍ୟଠାରୁ ଅଧିକ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି "ପୁନଃ ବ୍ୟବହାର ଯୋଗ୍ୟଠାରୁ (ରିନିଓ୍ବାଲ) ଆରମ୍ଭ କରି, ଷ୍ଟିଲ୍, ଟେକ୍ସଟାଇଲ୍, ପୋର୍ଟ ବେସଡ୍ ଇଣ୍ଡଷ୍ଟ୍ରି, ପେଟ୍ରୋ କେମିକାଲ, ଫୁଡ୍ ପ୍ରସେସିଂ, କେମିକାଲ ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ପ୍ରୋତ୍ସାହନ ଦିଆଯିବ ବୋଲି ମୋଦି ଗ୍ୟାରେଣ୍ଟି ଦେଇଛନ୍ତି । ନିଶ୍ଚିତ ଭାବରେ ଯେଉଁ ପୁଞ୍ଜିନିବେଶ ପାଇଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ, 5 ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ପାଇଁ ତାଠାରୁ ଅଧିକ 3 ଓ 4 ଗୁଣା ଅଧିକ ପୁଞ୍ଜିନିବେଶ ହେବା ପାଇଁ ଯାଉଛି । ଓଡିଶାକୁ ଅର୍ଥନୈତିକ କ୍ଷେତ୍ରରେ ସମୃଦ୍ଧ ଏବଂ ଶିଳ୍ପର ହବ୍ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆଗାମୀ ଦିନରେ ବିକଶିତ ଭାରତ ହେବା ପାଇଁ ଓଡିଶା ଗ୍ରୋଥ୍ ଇଞ୍ଜିନର କାମ କରିବ । ସେ ଦିନ ଆଜି ଆସି ଯାଇଛି । ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡିଶା କନକ୍ଲେଭ ଏକ ବୃହତ ପ୍ଲାଟଫର୍ମ । ଏହା ନିଶ୍ଚିତ ଭାବେ ସଫଳତା ଅର୍ଜନ କରିବ ।"

ଓଡ଼ିଶା ଆଉଟଷ୍ଟାଣ୍ଡିଂ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଜାନୁଆରୀ ୨୦୨୫ ପ୍ରାରମ୍ଭରେ ଓଡ଼ିଶାକୁ ମୋର ଦ୍ୱିତୀୟ ଗସ୍ତ । କିଛି ଦିନ ପୂର୍ବେ ପ୍ରବାସୀ ଭାରତୀୟ ଦିବସର ଆୟୋଜନରେ ସାମିଲ ହୋଇଥିଲି । ଆଜି ଏଠାରେ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ସାମିଲ ହୋଇଛି । ଓଡ଼ିଶାରେ ଏହା ଏବେ ସୁଦ୍ଧା ସବୁଠୁ ବଡ ବିଜନେସ ସମିଟ୍ । ପୂର୍ବ ଅପେକ୍ଷା ୫ରୁ ୬ ଗୁଣ ଉଦ୍ୟୋଗପତି ଏଥିରେ ଅଂଶଗ୍ରହଣ କରୁଛନ୍ତି । ଦେଶର ବିକାଶର ଅଭିବୃଦ୍ଧିର ଇଞ୍ଜିନରେ ଓଡ଼ିଶାର ଏଥିରେ ଏକ ବଡ ଭୂମିକା ରହିଛି । ଇତିହାସ ସାକ୍ଷୀ ରହିଛି ଯେବେ ବୈଶ୍ୱିକ ଅଭିବୃଦ୍ଧିରେ ଭାରତର ସାମିଲ ହୋଇଥିଲା ସେଥିରେ ପୂର୍ବ ଭାରତର ମୁଖ୍ୟ ଭୂମିକା ଥିଲା । ପୂର୍ବ ଭାରତରେ ଦେଶର ବଡ ବଡ ଇଣ୍ଟଷ୍ଟ୍ରିଆଲ ହବ ଥିଲା । ଓଡ଼ିଶାର, ସାଉଥ ଇଷ୍ଟ ଏସିଆରେ ହୋଇଥିବା ବାଣିଜ୍ୟର ପ୍ରମୁଖ ଭାଗ ଥିଲା । ଓଡ଼ିଶାର ପ୍ରତିବର୍ଷ ବାଲିଯାତ୍ରା ପାଳନ କରାଯାଉଛି । ଇନଭେଷ୍ଟର୍ସଙ୍କୁ ଆହ୍ୱାନ କରୁଛୁ ଓଡ଼ିଶାରେ ଇନଭେଷ୍ଟ କରିବାକୁ ଏହା ସମୟ ସଠିକ ସମୟ । ଓଡିଶାର ବିକାଶ ସମୟରେ ଆପଣଙ୍କ ନିବେଶ ଆପଣଙ୍କୁ ସଫଳତାର ନୂଆ ସ୍ତରରେ ପହଞ୍ଚାଇବ । ଏହା ମୋଦିଙ୍କ ଗ୍ୟାରେଣ୍ଟି । ଓଡ଼ିଶା ଆଉଟଷ୍ଟାଣ୍ଡିଂ । ଓଡ଼ିଶା ନୂଆ ଭାରତର ଅପ୍ଟିମାଇଜିମ ଓ ଅରିଜିନାଲିଟି ଅଟେ ।"

ଏହା ବି ପଢନ୍ତୁ- ଉତ୍କର୍ଷ ଓଡ଼ିଶା କନକ୍ଲେଭ ଉଦଘାଟିତ, ଓଡ଼ିଶାକୁ ଆଉଟଷ୍ଟାଣ୍ଡିଂ କହିଲେ ପ୍ରଧାନମନ୍ତ୍ରୀ ମୋଦି - UTKARSH ODISHA 2025

ଉତ୍କର୍ଷ ଓଡିଶା କନକ୍ଲେଭରେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ ଫଟୋରେ ଖବର - UTKARSH ODISHA CONCLAVE 2025

ଉତ୍କର୍ଷ ଓଡ଼ିଶା କନକ୍ଲେଭ ବିଷୟରେ...

ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରୁ ଓଡି଼ଶାରେ ପାଖାପାଖି 5 ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ନେଇ ଆଶା ରହିଛି । ଫଳରେ ଦେଶର ଶ୍ରେଷ୍ଠ 5ଟି ଅର୍ଥନୀତି ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ପାଇବାର ଲକ୍ଷ୍ୟ ନେଇ ଆୟୋଜନ ହୋଇଛି ଏହି କାର୍ଯ୍ୟକ୍ରମ । ଗତ 4 ମାସ ହେବ ବିଭିନ୍ନ ସ୍ଥାନରେ ନିବେଶକ ସମ୍ମିଳନୀ ଓ ରୋଡ଼ ସୋ କରିଛନ୍ତି ସରକାର । ଦିଲ୍ଲୀ, ମୁମ୍ବାଇ ଓ ପରେ ସିଙ୍ଗାପୁରରେ ପ୍ରମୋସନାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଚଳିତ ଇନଭେଷ୍ଟର୍ସ ମିଟ୍‌ରେ 5 ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିବାର ଆଶା ରଖିଛନ୍ତି ସରକାର । ଯାହା ଫଳରେ ରାଜ୍ୟରେ 3.5 ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା ମଧ୍ୟ ସୃଷ୍ଟି ହୋଇପାରିବ । ଏହି କାର୍ଯ୍ୟକ୍ରମରେ 100ରୁ ଅଧିକ ନିବେଶକ ଚୁକ୍ତି ସ୍ବାକ୍ଷର କରିବାର ସମ୍ଭାବନା ରହିଛି ।

ଭୁବନେଶ୍ବରରେ ମୁତୟନ ହୋଇଛନ୍ତି 60 ପ୍ଲାଟୁନ ପୋଲିସ ଫୋର୍ସ । ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ପରେ ସେଠାରୁ ସିଧା ଜନତା ମଇଦାନକୁ ଆସିଥିଲେ ପ୍ରଧାନମନ୍ତ୍ରୀ । ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟୀ, ମନ୍ତ୍ରିମଣ୍ଡଳ ସମେତ ବହୁ ବିଶିଷ୍ଟ ଶିଳ୍ପପତି ଉପସ୍ଥିତ ଅଛନ୍ତି । ସମସ୍ତଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । 'ଜୟ ଜଗନ୍ନାଥ' କହି ସେ ନିଜର ଅଭିଭାଷଣ ଆରମ୍ଭ କରିଛନ୍ତି ।

ଉତ୍କର୍ଷ ଓଡ଼ିଶା: ଆସୁଛନ୍ତି ପ୍ରଧାନମନ୍ତ୍ରୀ, ରାଜଧାନୀରେ ଏକାଠି ହେବେ 7 ହଜାରରୁ ଊର୍ଦ୍ଧ୍ବ ଶିଳ୍ପପତି - UTKARSHA ODISHA 2025

ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରୁ 5 ଲକ୍ଷ କୋଟିର ପୁଞ୍ଜି ନିବେଶ ଆଶା: ଶିଳ୍ପ ମନ୍ତ୍ରୀ - UTKARSH ODISHA 2025

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.