ହାଇଦ୍ରାବାଦ: ସ୍ବଦେଶୀ କାର ନିର୍ମାତା କମ୍ପାନୀ ଟାଟା ମୋଟର୍ସ ଭାରତରେ Nexon iCNGର ଡାର୍କ ଏଡିସନକୁ ଲଞ୍ଚ କରିଛି । କମ୍ପାନୀ ଏହି କାରର ତିନୋଟି ଭାରିଏଣ୍ଟର ବଜାର ପ୍ରବେଶ କରାଇଥିବା ବେଳେ ଏହାର ଏକ୍ସ ଶୋ'ରୁମ ମୂଲ୍ୟ 12.70 ଲକ୍ଷରୁ ଆରମ୍ଭ ହୋଇ 14.70 ଲକ୍ଷ ରହିଛି । କାରର ଦୃଶ୍ୟମାନକୁ ବୃଦ୍ଧି କରିବା ଲାଗି କମ୍ପାନୀ ଏହି ଏଡିସନକୁ ଲଞ୍ଚ କରିଛି । ଏହି କମ୍ପାକ୍ଟ ଏସୟୁଭି କାରଟି ସମ୍ପୂର୍ଣ୍ଣ କଳା ରଙ୍ଗରେ ଆସିଛି ।
ଭିତର ଓ ବାହାର ଡିଜାଇନ କିପରି ?
ଟାଟା ନେକ୍ସନ ସିଏନଜି ଡାର୍କ ଏଡିସନର ଏକ୍ସଟିରିଅର ବା ବାହାର ଡିଜାଇନ ଷ୍ଟାଣ୍ଡାର୍ଡ ମଡେଲ ପରି ରହିଛି । ଏହି ସବକମ୍ପାକ୍ଟ ଏସୟୁଭିଟିରେ କାର୍ବନ ବ୍ଲାକ୍ ରଙ୍ଗର ମେଟାଲିକ୍ ପାର୍ଟ ଓ ଆଲଏ ହ୍ବିଲ ଦିଆଯାଇଛି । ଏହାର ଭିତର ପାର୍ଶ୍ବ ସମ୍ପର୍କରେ କହିଲେ କାର କ୍ୟାବିନ ସମାନ ରହିଥିବା ବେଳେ ଏହା ମଧ୍ୟ ବ୍ଲାକ୍ ସେଡ୍ର ରହିଛି ।
ଭାରିଏଣ୍ଟ, ଫିଚର ଓ ଦାମ
ଟାଟା ନେକ୍ସନ ଡାର୍କ ଏଡିସନ Creative + S, Creative + PS ଓ Fearless + PS ଭାରିଏଣ୍ଟ ସହିତ ଉପଲବ୍ଧ । Creative + S ଓ Creative + PS ଭାରିଏଣ୍ଟ ଷ୍ଟାଣ୍ଡାର୍ଡ ଭର୍ସନଠାରୁ 40ହଜାର ଟଙ୍କା ଅଧିକ ମହଙ୍ଗା ରହିଛି । ସେପଟେ ଷ୍ଟାଣ୍ଡାର୍ଡ ଭର୍ସନଠାରୁ Fearless + PSର ଦାମ 20,000ଟଙ୍କା ଅଧିକ ରହିଛି । ଫିଚର କଥା କହିଲେ ଏଥିରେ 10.2 ଇଞ୍ଚ ଇନଫୋଟେନମେଣ୍ଟ ସିଷ୍ଟମ, ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଫ୍ରଣ୍ଟ ଭେଣ୍ଟିଲେଟେଡ୍ ସିଟ୍, ୱେୟାରଲେସ୍ ଚାର୍ଜିଂ, ଏୟାର ପ୍ୟୁରିଫାୟାର, ୱେୟାରଲେସ୍ ଆଣ୍ଡ୍ରଏଡ୍ ଅଟୋ, ଆପଲ୍ କାରପ୍ଲେ, 360-ଡିଗ୍ରୀ କ୍ୟାମେରା, ପେନାରୋମିକ୍ ସନରୁଫ୍, 8 ସ୍ପିକର JBL ଅଡିଓ ସିଷ୍ଟମ ଓ ବାଇ-ଏଲଇଡି ହେଡଲ୍ୟାମ୍ପ ରହିଛି ।
କାହାର ଦାମ କେତେ ?
- Creative + Sର ଦାମ Rs 12,69,990 ରହିଛି ।
- Creative + PS ଭାରିଏଣ୍ଟର ଦାମ Rs 13,69,990 ରହିଛି ।
- ସେହିପରି Fearless + PS ଭାରିଏଣ୍ଟର ଦାମ Rs 13,69,990 ରହିଛି ।
ପାୱାରଟ୍ରେନ କିପରି ?
କମ୍ପାନୀ ଏହି କାରରେ ମେକାନିକାଲି କୌଣସି ପରିବର୍ତ୍ତନ କରିନାହିଁ । ଏଥିରେ 1.2 ଲିଟର ତିନୋଟି ସିଲିଣ୍ଡର, ଟର୍ବୋଚାର୍ଜଡ୍ ଇଞ୍ଜିନର ବ୍ୟବହାର କରାଯାଇଛି, ଯାହାକି କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସରେ ଚାଲିଲେ 99bhp ପାୱାର ଓ 170Nmରୁ ଅଧିକ ଟର୍କ ଉତ୍ପନ୍ନ କରିଥାଏ । Tata Tiago ଓ Tigor ଭଳି ଅନ୍ୟ Tata CNG ମଡେଲର ବିକଳ୍ପ ଭାବରେ AMT ଗିଅରବକ୍ସ ମିଳୁଥିବା ବେଳେ Nexon iCNGରେ କେବଳ 6-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ମିଳିଥାଏ ।