ETV Bharat / bharat

ଭାଙ୍ଗିଲା ୬୫ ଫୁଟ ଉଚ୍ଚ ଷ୍ଟେଜ, ଧାର୍ମିକ ସମାରୋହରେ ବଡ଼ ଅଘଟଣ - STAGE COLLAPSED IN UP

ଉତ୍ତରପ୍ରଦେଶ ବାଗପଥରେ ଧାର୍ମିକ ସମାରୋହ ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଲା ଅସ୍ଥାୟୀ ମଞ୍ଚ ।

Stage collapsed in Uttar Pradesh
Stage collapsed in Uttar Pradesh (ETV Bharat)
author img

By ETV Bharat Odisha Team

Published : Jan 28, 2025, 4:25 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାଗପଥରେ ବଡ ଧରଣର ଅଘଟଣ । ଧାର୍ମିକ ସମାରୋହ ଚାଲିଥିବା ବେଳେ ଭୁଶୁଡ଼ିଲା କାଠରେ ତିଆରି ଅସ୍ଥାୟୀ ଷ୍ଟେଜ । ଏଥିରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଧାର୍ମିକ ସମାରୋହରେ ଅଘଟଣ:

ଆଜି (ମଙ୍ଗଳବାର) ସକାଳ ୮ଟାରେ ବାଗପଥ ଜିଲ୍ଲା ଅନ୍ତର୍ଗତ ଶ୍ରୀ ଦିଗାମ୍ବର ଜୈନ ଡିଗ୍ରୀ କଲେଜ ପଡିଆରେ ଭଗବାନ ଆଦିନାଥଙ୍କ ଲଡ୍ଡୁ ମହୋତ୍ସବ କାର୍ଯ୍ୟକ୍ରମ ପାଇଁ ଏକ ବିଶାଳ କାଠ ଷ୍ଟେଜ ନିର୍ମାଣ କରାଯାଇଥିଲା । ୬୫ ଫୁଟ ଉଚ୍ଚର ଏହି ଷ୍ଟେଜ ଉପରେ ଭଗବାନଙ୍କ ମୂର୍ତ୍ତି ରଖାଯାଇଥିଲା । କାର୍ଯ୍ୟକ୍ରମ ସମୟରେ ଲୋକମାନେ ଷ୍ଟେଜକୁ ଲାଗିଥିବା ଏକ କାଠର ସିଡି ବାଟ ଦେଇ ଭଗବାନଙ୍କୁ ପ୍ରସାଦ ଚଢାଇବାକୁ ଉପରକୁ ଯାଉଥିଲେ ।

ଅସ୍ଥାୟୀ ଷ୍ଟେଜ ଭୁଶୁଡ଼ିଲା:

ଏମିତି ଘଟିଥିଲା ଅଘଟଣ । ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିବାବେଳେ, ଏହି ସମୟରେ ସିଡ଼ି ଭାଙ୍ଗି ପଡ଼ିଥିଲା । ଯାହା ଫଳରେ ଶ୍ରଦ୍ଧାଳୁମାନେ ତଳେ ପଡ଼ି ଯାଇଥିଲେ । ଏହି ଅଘଟଣରେ ଏବେ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଅଘଟଣର ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପୋଲିସ ଭିଡକୁ ନିୟନ୍ତ୍ରଣ କରିବା ସହ ଆହତମାନଙ୍କୁ ହସ୍ପିଟାଲ ନେଇଥିଲା ।

ଅଘଟଣ ସମୟରେ ଉପସ୍ଥିତ ଥିଲେ ୫୦୦ରୁ ଅଧିକ ଶ୍ରଦ୍ଧାଳୁ:

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, "ଏହି ମହୋତ୍ସବ ଦୀର୍ଘ ୨୫ ବର୍ଷ ହେଲା ଏଠାରେ ହୋଇଆସୁଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଏହି ଅଘଟଣ ସମୟରେ ସେଠାରେ ୫୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ ।"

ଏହାମଧ୍ୟ ପଢନ୍ତୁ...

ପୁଷ୍ପକରୁ ଡେଇଁଲେ, ମାଡ଼ିଗଲା କର୍ଣ୍ଣାଟକ ଏକ୍ସପ୍ରେସ, ୧୩କୁ ବଢ଼ିଲା ମୃତ୍ୟୁସଂଖ୍ୟା

ଘାଟିରେ ଓଲଟିଲା ଟ୍ରକ, ୧୦ ପରିବା ଓ ଫଳ ବେପାରୀ ମୃତ

ତେଲେଙ୍ଗାନାରେ ଓଡ଼ିଶା ବସ ଦୁର୍ଘଟଣା, ଡ୍ରାଇଭର ସମେତ ୫ ଓଡ଼ିଆ ମୃତ

ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ:

ଅନ୍ୟପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଶୋକ ସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଆହତମାନଙ୍କୁ ଉଚିତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.