ଓଡିଶା

odisha

ଶଙ୍ଖ ଭବନରେ ବସିଲା ବିଜେଡିର ପ୍ରଥମ ଇସ୍ତାହାର କମିଟି ବୈଠକ - BJD Manifesto Committee Meeting

By ETV Bharat Odisha Team

Published : Apr 13, 2024, 7:54 PM IST

BJD Manifesto Committee Meeting: ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜୁ ଜନତା ଦଳର ଇସ୍ତାହାର କମିଟି ବୈଠକ । ଆସନ୍ତା ନିର୍ବାଚନ ପାଇଁ ଦଳ ପକ୍ଷରୁ ଏହି କମିଟି ଇସ୍ତାହାର ପ୍ରସ୍ତୁତ କରିବ । ଅଧିକ ପଢନ୍ତୁ

BJD Meeting
BJD Meeting

BJD Meeting

ଭୁବନେଶ୍ବର:ଶଙ୍ଖ ଭବନରେ ଆଜି ଅନୁଷ୍ଠିତ ହୋଇଛି ବିଜୁ ଜନତା ଦଳର ଇସ୍ତାହାର କମିଟି ବୈଠକ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କମିଟିର ଏହା ପ୍ରଥମ ବୈଠକ । ଅସୁସ୍ଥତା କାରଣରୁ କମିଟିର ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁ ପ୍ରଥମ ବୈଠକରେ ଅନୁପସ୍ଥିତ ଥିଲେ । କମିଟିର ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁ ଅସୁସ୍ଥ ଥିବାରୁ ଉପାଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକ ଆଜି ମଧ୍ୟାହ୍ନରେ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି । ଚନ୍ଦ୍ରଶେଖର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କମିଟିର ପ୍ରଥମ ବୈଠକରେ ଅନ୍ୟ ଉପାଧ୍ୟକ୍ଷ ଆଳି ବିଧାୟକ ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ସୁଦାମ ମାରାଣ୍ଡି, ବରିଷ୍ଠ ନେତା ମଙ୍ଗଳା କିଷାନ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମନାଭ ବେହେରା ଓ ବରିଷ୍ଠ ନେତ୍ରୀ କସ୍ତୁରୀ ମହାପାତ୍ର ଉପସ୍ଥିତ ଥିଲେ । କମିଟିର ସହ ଆବାହକ ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

BJD Meeting

ସେହିପରି କମିଟି ସଦସ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା, ଚିନ୍ମୟ ସାହୁ, କଟକ ମେୟର ସୁବାସ ସିଂ, ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସାଂସଦ ରମେଶ ଚନ୍ଦ୍ର ମାଝୀ, ରବି ନାରାୟଣ ନନ୍ଦ, ଅମରେଶ ପତ୍ରି, ତନ୍ମୟ ସ୍ୱାଇଁ, ଜ୍ୟୋସ୍ନାରାଣୀ ପରିଡା, ସଞ୍ଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ନିର୍ବାଚନ ପାଇଁ ଦଳ ପକ୍ଷରୁ ଏହି କମିଟି ଇସ୍ତାହାର ପ୍ରସ୍ତୁତ କରିବ । ବିଭିନ୍ନ ବର୍ଗର ଲୋକ, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି କମିଟି ଦଳର ଇସ୍ତାହାର ପ୍ରସ୍ତୁତ କରାଯିବ । ସେହିପରି ଦଳ ଯୁବ ବର୍ଗ ଓ ଛାତ୍ରଛାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଇସ୍ତାହାର ପ୍ରସ୍ତୁତ କରୁଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହା ପ୍ରକାଶ ପାଇବ।

BJD Meeting

ଏହା ବି ପଢନ୍ତୁ...ବିଜେଡିର ୩୮ ଜଣିଆ ଇସ୍ତାହାର କମିଟି; ଚନ୍ଦ୍ରଶେଖର ଅଧ୍ୟକ୍ଷ - BJD Manifesto Committee

ନିକଟରେ ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଥିଲେ ବିଜେଡି ସଭାପତି । ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବାବେଳେ ୭ ଜଣ ଉପାଧ୍ୟକ୍ଷ ରହିଛନ୍ତି । ଅମର ପଟ୍ଟନାୟକଙ୍କୁ ଆବାହକ ଭାବେ ଦାୟିତ୍ଵ ଦିଆଯାଇଛି । କମିଟିରେ ୨୬ ଜଣ ସଦସ୍ୟ ରହିଛନ୍ତି । ସେହିପରି କମିଟିରେ ୩ ଜଣ ଏକ୍ସପର୍ଟଙ୍କୁ ଦଳ ସ୍ଥାନ ଦେଇଛି । ସରକାରକୁ ଆସିଲେ ବିଜେଡି ଲୋକଙ୍କ ପାଇଁ କ'ଣ କରିବ ସେନେଇ ପ୍ରସ୍ତୁତ ହେବ ଇସ୍ତାହାର । ଏହି କମିଟିର ପରାମର୍ଶ ଆଧାରରେ ଇସ୍ତାହାର ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି ।

BJD Meeting


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details