ସମ୍ବଲପୁର:ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ସେହିଭଳି ଭାବେ ଜୋରସୋରରେ ଚାଲିଛି l ପ୍ରଚଣ୍ଡ ଖରା ତାତିକୁ ଖାତିର୍ ନକରି ଘର ଘର ବୁଲିବା ସହ ମାଳ ମାଳ ସଭା, ରାଲି କରୁଛନ୍ତି ପ୍ରାର୍ଥୀ । ଚଳିତ ନିର୍ବାଚନରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ସମ୍ବଲପୁରରେ ପ୍ରଚାରକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଯେମିତି ଏକ ପ୍ରତିଦ୍ବନ୍ଦିତା ଚାଲିଛି l ସମ୍ବଲପୁର ଲୋକସଭା ସିଟରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ହୋଇଥିବା ବେଳେ, ବିଜେଡିରୁ ଲଢୁଛନ୍ତି ପ୍ରଣବ ପ୍ରକାଶ ଦାସ l ଏହି ଆସନ ଦୁଇ ହେଭିୱେଟଙ୍କ ପାଇଁ ସମ୍ମାନର ବିଷୟ ହୋଇଥିବାରୁ ଉଭୟ ଝାଳବୁହା ପ୍ରଚାରରେ ଲାଗି ପଡିଛନ୍ତି ।
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଜୁଯୁମୁରା ଓ ଧମାଠାରେ ବିଜେଡି ପ୍ରଚାର ଆରମ୍ଭ କରିଛନ୍ତି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ରେଢ଼ାଖୋଲ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ l ଗୁରୁବାର ଦୁଇଟି ଯାକ ସ୍ଥାନରେ ବିଜେଡି କର୍ମୀ ସମ୍ମିଳନୀ କରିଛି । ଏହି ଅବସରରେ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ପ୍ରାର୍ଥୀ l ଜୁଯୁମୁରାର ଭୀମଖୋଜରେ ଅନୁଷ୍ଠିତ ସମ୍ମଳନୀରେ ପ୍ରଣବ ପ୍ରକାଶ ଓ ପ୍ରସନ୍ନ ଆଚାର୍ଯ୍ଯଙ୍କ ସହ ସମ୍ବଲପୁର ବିଧାନସଭା ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ଯୋଗ ଦେଇ ପ୍ରଚାର କରିବା ସହ ଲୋକଙ୍କୁ ଭୋଟ ଭିକ୍ଷା କରିିଛନ୍ତି l କାର୍ଯ୍ଯକ୍ରମରେ ହଜାର ହଜାର ଜନସାଧାରଣ ଏକାଠି ହୋଇଥିଲେ l