ଓଡିଶା

odisha

ETV Bharat / politics

ବିଜେଡି ଛାଡିବେ କି ଅମର ? ଶ୍ୱାସରୁଦ୍ଧ ହୋଇଥିଲେ ଦଳ ଛାଡନ୍ତୁ କହିଲେ ଲେନିନ, ବିଜେପି କହିଲା...

ଅମର ଶତପଥୀ କହିଲେ ଗ୍ରହଣ କରିନାହିଁ ବିଜେଡି ସଦସ୍ୟତା । ବଢିଲା ଦଳ ଛାଡିବା ଚର୍ଚ୍ଚା । ଲେନିନ ମହାନ୍ତି କହିଲେ ଦଳ ଛାଡିପାରନ୍ତି । ବିଜେପି କହିଲା ଅମର ଅମେରୁଦଣ୍ଡୀ ପ୍ରାଣୀ ।

By ETV Bharat Odisha Team

Published : 6 hours ago

Bjp on Amar satpathy
Bjp on Amar satpathy (ETV Bharat Odisha)

ଭୁବନେଶ୍ୱର:ସାଧାରଣ ନିର୍ବାଚନ ପରେ ବିଜେଡିରେ ସବୁ କିଛି ଠିକଠାକ ଚାଲିନଥିବା ଆଶଙ୍କା ସୃଷ୍ଟି ହେଉଛି । ବିଜେଡି ନେତା ଦଳ, ଦଳର ସଭାପତି ଓ ଦଳର ନେତାଙ୍କ ଗୋହି ଖୋଳିବାରେ ଲାଗିଛନ୍ତି । ଫଳରେ ଦଳରେ ଅସନ୍ତୋଷ ବିସ୍ଫୋରଣ ରୂପ ନେବାରେ ଲାଗିଛି । ନିର୍ବାଚନ ପରେ ଦୁଇ ଜଣ ସଦସ୍ୟ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଏହି କ୍ରମରେ ପୂର୍ବତନ ମନ୍ତ୍ରୀ, 6 ଥରର ବିଧାୟକ ଅମର ଶତପଥୀ ଓ ବିଜେଡି ଭିତରେ ସବୁକିଛି ଭଲ ଥିଲା ପରିଲାଗୁନାହିଁ । ନିର୍ଦ୍ଦିଷ୍ଟ କିଛି କାରଣ ଲାଗି ଦଳରେ ସେ ଅଣନିଶ୍ୱାସୀ ଥିବା ସହ ସଦସ୍ୟତା ରିନ୍ୟୁ କରିନଥିବା କହିଛନ୍ତି । ଫଳରେ ସେ ବିଜେଡି ଛାଡିବା ଲାଗି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯଦି ଅଣନିଶ୍ଵାସୀ ଲାଗୁଛି ତେବେ ଅମର ଦଳ ଛାଡ଼ି ପଳାନ୍ତୁ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଆହ୍ୱାନ ଦେଇଛନ୍ତି ।

ବିଜେଡିର ସଭ୍ୟ ନାହିଁ କିମ୍ବା ରିନ୍ୟୁ କରିନାହିଁ-

ବରିଷ୍ଠ ବିଜେଡି ନେତା ଅମର ଶତପଥୀ କହିଛନ୍ତି, "ରାଜନୈତିକ ତଥା ଦଳୀୟ କାର୍ଯ୍ୟକ୍ରମରୁ ମୁଁ ନିଜକୁ ନିବୃତ୍ତ ରଖିଛି । ମୁଁ କାହା ସମ୍ପର୍କରେ ଅଛି ନା ନାହିଁ, ସେଥିପାଇଁ ମୋତେ କାହା ସାର୍ଟିଫିକେଟ ଦରକାର ନାହିଁ । ମୋ ସମର୍ଥକ ଯାହା ନିଷ୍ପତ୍ତି ନେବେ । ବାସ୍ତବରେ ମୁଁ ଅଣନିଶ୍ଵାସୀ ହୋଇଛି । କାରଣ ଯେଉଁ ଉଦ୍ଧେଶ୍ୟରେ ଦଳ ଗଠନ ହୋଇଥିଲା, ତା'ର ମୌଳିକ ପରାହତ ହେଉଛି । ଦଳରେ ସବୁ କିଛି ଠିକ ଚାଲିଛି ବୋଲି କିଛି ଲୋକ ଭାବୁଛନ୍ତି । ମୁଁ ଦଳର ସଭ୍ୟ ସଂଗ୍ରହ ଅଭିଯାନରୁ ନିଜକୁ ଦୂରେଇ ରଖିଛି । ମୁଁ ବିଜୁ ଜନତାର ଆଉ ସଭ୍ୟ ନାହିଁ । ଦଳର ସଭ୍ୟ ପଦ ମୁଁ ରିନ୍ୟୁ କରିନାହିଁ । ନୂଆ ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ ହୋଇନାହିଁ । ଆଗାମୀ ଦିନରେ କଣ କରିବି, ମୁଁ କେଉଁଠିକୁ ଯିବି ବା ନଯିବି ସେ ପରାମର୍ଶ ମୋର ଆବଶ୍ୟକ ନାହିଁ ।"

bjd reaction on Amar satpathy (ETV Bharat Odisha)

ନେତାଙ୍କ ଅପରିପକ୍ଵତା ଉପରେ ଦୟା ଆସୁଛି-

ସେ ଆହୁରି ମଧ୍ୟ କହିଛନ୍ତି, "ଯାହା ବକ୍ତବ୍ୟ ରଖିଥିଲି, ସେଥିପାଇଁ ମୋତେ ଅନେକ ଅଭିନନ୍ଦନ ଜଣାଇଛନ୍ତି । ବିଜେଡି ଗଠନ ବେଳେ ସଂଘର୍ଷର କାହାଣୀ ନଦେଖିଛନ୍ତି, ସେମାନେ ବିଜେଡି ସଂପର୍କରେ କହୁଛନ୍ତି । ବିଜେଡ଼ି ମୋତେ ପରିଚୟ ଦେଇଛି ବା ନଦେଇଛି ତାହା ନୂଆ ନୂଆ ବିଜେଡି ଆସିଥିବା ଲୋକ ଜାଣିନାହାନ୍ତି । ମୁଁ ସେମାନଙ୍କ ବାବଦରେ କିଛି କହିବାକୁ ଚାହୁଁନାହିଁ । ତାଙ୍କର ଅପରିପକ୍ଵତା ଉପରେ ମୋର ଦୟା ଆସୁଛି । ଦଳ ଗଠନଠୁ ଆରମ୍ଭ କରି ସମସ୍ତ କାର୍ଯ୍ୟକ୍ରମରେ ମୁଁ ଅଛି । ବିଧାନସଭା ଭିତରେ ହେଉ ବା ବାହାରେ ସରକାରଙ୍କୁ ମୁଁ ଡିଫେଣ୍ଡ କରୁଥିଲି । ବିଜେଡି ମୋତେ ପରିଚୟ ଦେଇଛି ନା ବିଜେଡି ମୋ କାର୍ଯ୍ୟକ୍ରମରେ ଲୋକଙ୍କ ସମର୍ଥନ ପାଇଛି ସେକଥା ରାଜ୍ୟବାସୀ କହିବେ ।"

Bjp on Amar satpathy (ETV Bharat Odisha)

ନିର୍ବାଚନରେ ଅନ୍ୟ ଦଳରୁ ପ୍ରାର୍ଥୀ ହେବାକୁ ଥିଲା ପ୍ରସ୍ତାବ-

ସେ ଏହା ମଧ୍ୟ କହିଛନ୍ତି, "ନିର୍ଦ୍ଦିଷ୍ଟ କିଛି ନୀତିଗତ କଥାରେ ମୋର ପ୍ରଭେଦ ରହିଲା । ତେଣୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଛି । ପରବର୍ତ୍ତୀ ମୁହୂର୍ତ୍ତରେ କଣ ରାଜନୈତିକ ସ୍ଥିତି ରାଜ୍ୟରେ ହେବ, ସେ ସମ୍ପର୍କରର ବିଚାର କରିବି । ମୋ ପୁତୁରା କେହି ବିଜେପିକୁ ଯାଇନାହାନ୍ତି । ବିଜେପି କେବଳ ନୁହେଁ ବିଭିନ୍ନ ରାଜନୈତିକ ଦଳ ମୋ ସହିତ ଯୋଗାଯୋଗରେ ଅଛନ୍ତି । ସେଥିରେ ଭିନ୍ନତା ନାହିଁ । ଗତ ସାଧାରଣ ନିର୍ବାଚନରେ ଟିକେଟ ନମିଳିବା ପରେ ମୁଁ ଅନ୍ୟ ଦଳକୁ ଯାଇପାରିଥାଆନ୍ତି । ଅନ୍ୟ ଦଳରୁ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ମଧ୍ୟ ଥିଲା । କିନ୍ତୁ ମୁଁ ଦଳ ପରିବର୍ତ୍ତନ କରିବାନାହିଁ ବୋଲି ସ୍ପଷ୍ଟ କରିଥିଲି । କିନ୍ତୁ ରାଜନୈତିକ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲି ।"

ବିଜୟର ଶ୍ରେୟ ନେଉଥିବା ନବୀନ ନିଅନ୍ତୁ ପରାଜୟର ଦାୟିତ୍ୱ-

ସେ ଏହା ମଧ୍ୟ କହିଛନ୍ତି, "ଆମେ ନବୀନ ପଟ୍ଟନାୟକଙ୍କୁ ନେତା ବାଛିଥିଲୁ । ନବୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଓଡିଶାବାସୀ ନବୀନଙ୍କୁ ନେତା ବାଛିଥିଲେ । ମୋର ମତ ସ୍ପଷ୍ଟ । ଲୋକଙ୍କ ସମର୍ଥନ ନବୀନ ନେଉଥିଲେ । ବିଜୟ ସହ ସମସ୍ତ ସଫଳତାର ଶ୍ରେୟ ସେ ନେଉଥିଲେ । ସେହିଭଳି ପରାଜୟର ଦାଇତ୍ୱ ନେଇ ଦଳକୁ ସୁଧାରୀଲେ ତାଙ୍କର ଭଲ ହେବ । ଦିନ ଥିଲା ଦଳରେ ଟିକେଟ ମୁଁ ବାଣ୍ଟୁଥିଲି । ମୁଁ 6 ଥର ଲୋକଙ୍କ ସମର୍ଥନ ପାଇଛି । ଏଥର ମଧ୍ୟ ସମର୍ଥନ ଥିଲା ।

ଏହା ବି ପଢନ୍ତୁ- ଏକାମ୍ରରୁ ବିଜେଡିର ପ୍ରଥମ ସଦସ୍ୟ ହେଲେ ନବୀନ: ମିସଡ୍‌ କଲକୁ ନେଇ କଲେ କଟାକ୍ଷ, ଜବାବ ଦେଲା ବିଜେପି

ଅଣନିଶ୍ଵାସୀ ଲାଗୁଥିଲେ ଦଳ ଛାଡ଼ନ୍ତୁ ଅମର-

"ବରିଷ୍ଠ ନେତା ଅମର ଶତପଥୀଙ୍କୁ ଯଦି ବିଜେଡିରେ ଅଣନିଶ୍ଵାସୀ ଲାଗୁଛି ତାହାଲେ ସେ ଦଳ ଛାଡ଼ି ପଳାନ୍ତୁ । ନିଜ ପୁତୁରାକୁ ସେ ବିଜେପିକୁ ପଠାଇଛନ୍ତି । ସେ ଯଦି ଏବେ ତାଙ୍କ ପୁତୁରାଙ୍କ ପଦାଙ୍କ ଅନୁସରଣ କରି ବିଜେପି ଚାଲିଯିବେ ଭଲ ହେବ । ଦଳ ତାଙ୍କୁ 6 ଥର ବିଧାୟକ ହେବାକୁ ସୁଯୋଗ ଦେଇଛି । ବିଭିନ୍ନ ପଦବୀରେ ରହି କାର୍ଯ୍ୟ କରିବାକୁ ଦାଇତ୍ୱ ଦେଇଛି । ମନ୍ତ୍ରୀ ବି ହୋଇଛନ୍ତି । ନିଜ ଅଞ୍ଚଳରେ ଜଣେ ଯୁବ ପ୍ରତିଭା ସେ ବାହାର କରିପାରିନାହାନ୍ତି । ଯେଉଁ ମାନେ ନିନ୍ଦୁକ ଅଛନ୍ତି ସେମାନେ ଦଳ ଛାଡି ଚାଲିଗଲେ ବିଜେଡ଼ିର ଟଙ୍କା କର ବି କ୍ଷତି ହେବନାହିଁ । କାରଣ ଏମାନେ ବିଜେଡି ପାଇଁ ବୋଝ ଥିଲେ, ବିଜେପିକୁ ଗଲେ ବି ବୋଝ ହେବେ," ବୋଲି କହିଛନ୍ତି ଲେନିନ ମହାନ୍ତି ।

ନିନ୍ଦୁକ ଦଳରୁ ଗଲେ କିଛି କ୍ଷତି ହେବନାହିଁ-

ଯେଉଁମାନେ ବିଜେଡି ଛାଡି ଯାଇଛନ୍ତି ସେମାନଙ୍କର ଆଗରୁ ବିଜେପି ସହିତ ସମ୍ପର୍କ ଥିଲା । ବିଜେପି ଗଲେ ତାଙ୍କୁ କଣ ପ୍ରଧାନମନ୍ତ୍ରୀ କରିଦିଆଯିବ କି ? ବିଜେଡି ଛାଡି ଯାଇଥିବା ନେତାଙ୍କୁ ବିଜେପି କଣ ଦାଇତ୍ୱ ଦେଇଛି, ସେମାନେ କୁହନ୍ତୁ । ବିଜେଡି ତାଙ୍କୁ ପରିଚୟ ସ୍ଥିତି ଓ ମାନ୍ୟତା ଦେଇଛି । ବିଜେପି ଯାଇ ଯଦି ଖୁସିରେ ରହିବେ ତାହାଲେ ଦଳ ଛାଡି ଯାଆନ୍ତୁ । ଅମର ବାବୁ ବିଜେଡ଼ିର ଖୁଣ କାଢୁଛନ୍ତି । କାଇଁ କେବେ ତ ମୋହନ ସରକାରର ଦୋଷ ତ୍ରୁଟି ଉପରେ ପଦୁଟିଏ କହିନାହାନ୍ତି ? ତାଙ୍କ କଥା ବାର୍ତ୍ତାରୁ ଲାଗୁଛି ପୁତୁରାକୁ ବିଜେପି ଛାଡିଛନ୍ତି, ତାପରେ ସେ ଯିବାକୁ ଯୋଜନା କରିଛନ୍ତି । ଦଳରେ ବହୁ ଯୁବ ପ୍ରତିଭା ଅଛନ୍ତି । ଏସବୁ ନିନ୍ଦୁକ ଗଲେ ଦଳରେ କିଛି କ୍ଷତି ହେବନାହିଁ ଲେନିନ ମହାନ୍ତି କହିଛନ୍ତି ।

ଏହା ବି ପଢନ୍ତୁ- ନିଜ ଦଳର ପୋଲ୍‌ ଖୋଲିଲେ ବିଜେଡି ବିଧାୟକ ସୌଭିକ !

ଏହା ବି ପଢନ୍ତୁ- ଉତ୍କଳ ବିଶ୍ବବିଦ୍ୟାଳୟରେ ନାମ ଲେଖାରେ ଜାଲିଆତି ! ରାଜଭବନ ଘେରିଲା ଛାତ୍ର କଂଗ୍ରେସ

ବିଜେପି କହିଲା ଅମର ହେଉଛନ୍ତି ଅମେରୁଦଣ୍ଡୀ ପ୍ରାଣୀ-

ବଡ଼ଚଣାର ପୂର୍ବତନ ବିଧାୟକ ଅମର ଶତପଥୀଙ୍କୁ ନେଇ ରାଜନୀତି ଜୋର୍ ଧରିଛି । ସେ ଆଜି (ସୋମବାର) କହିଛନ୍ତି, ଦଳର ସଦସ୍ୟତା ନବୀକରଣ କରିନଥିବାରୁ ଟେକ୍ନିକାଲ ଭାବେ ବିଜେଡିରେ ନଥିବା କହିଛନ୍ତି ଅମର। ଅମରଙ୍କ ଏଭଳି ବୟାନ ପରେ ତାଙ୍କର ବିଜେପି ଯିବା ଚର୍ଚ୍ଚାକୁ ନେଇ ଜୋର୍ ଧରିଛି। ସେ ସିଧାସଳଖ ନିଶାନା କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କୁ । ଶ୍ୱାସରୁଦ୍ଧ ହୋଇଥିଲେ ଦଳ ଛାଡ଼ି ଚାଲିଯିବାକୁ ଅମର ଶତପଥୀଙ୍କୁ ପରାମର୍ଶ ଦେଇଛନ୍ତି ଲେନିନ।

ବିଜେଡି ଛାଡ଼ିବା ନେଇ ଅମର ଶତପଥୀଙ୍କ ମନ୍ତବ୍ୟ ପରେ ଆଗକୁ ବିଜେପି ଯିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ପ୍ରତିକ୍ରିୟା ରଖିଛି ବିଜେପି। ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, "ରାଜ୍ୟର ଶୀର୍ଷ ନେତୃତ୍ୱ ସ୍ଥିର କରିବେ ଅମରଙ୍କୁ ଗ୍ରହଣ କରିବେ କି ନାହିଁ । ବିଜେଡ଼ିର ଅବସ୍ଥା କଣ ତାହା ପ୍ରତିଦିନ ଦେଖିବାକୁ ମିଳୁଛି । ବୁଡିଗଲା ଡ଼ଙ୍ଗାର ନାଁ ତଳକୁ ତଳକୁ ଯାଉଛି, ତାଙ୍କର ସେହି ଅବସ୍ଥା ହେଉଛି । ସେ ଦଳରେ ଗଣତନ୍ତ୍ର ନାହିଁ । ବିଜେଡ଼ିରୁ ପ୍ରତିଷ୍ଠାତା ସଦସ୍ୟ ଯାଇ ସାରିଲେଣି । ସେଠି କ୍ଷମତା ବଳରେ ଏତେ ଲୋକଙ୍କୁ ଏକଜୁଟ କରି ରଖାଯାଇଥିଲା । ସେ ଦଳରେ ତିଷ୍ଠିବା ମୁସ୍କିଲ ହୋଇ ପଡିଛି ।"


ସେପଟେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, "ଅମର ହେଉଛନ୍ତି ଅମେରୁଦଣ୍ଡୀ ପ୍ରାଣୀ । ପୂର୍ବରୁ ତାଙ୍କୁ ବିଦା କରା ଯାଇନାହିଁ ତାଙ୍କୁ ଚିନା ବାଦାମ କେସରେ ଦଳରୁ ତତ୍କାଳୀନ ବିଜେଡ଼ି ସଭାପତି ବିଦା କରିଥିଲେ । ଏବେ ବି ଟିକେଟ ଦିଆଗଲା ନାହିଁ, ସେଥିପାଇଁ ସେ ମୁହଁ ଖୋଲୁଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ । ଅତୀତରେ ସେ ମଧ୍ୟ ଟେଣ୍ଟ ବନ୍ଧାରେ ସାମିଲ ଥିଲେ । ସେ ଏବେ କାହାକୁ କହୁଛନ୍ତି । ବିଜେପି ଦଳ ଏକ ମହା ସମୁଦ୍ର । କିଏ ଆସିବ କିଏ ଯିବ ମନା ନାହିଁ କିନ୍ତୁ ଯେଉଁ ନେତାଙ୍କ ଭାବମୂର୍ତ୍ତି ଠିକ ଥିବ ଗ୍ରହଣ କରିବାରେ କୌଣସି ଆପତ୍ତି ନାହିଁ।"

ABOUT THE AUTHOR

...view details