ଓଡିଶା

odisha

By ETV Bharat Odisha Team

Published : Feb 3, 2024, 10:24 PM IST

ETV Bharat / politics

ପୁରୀ ଗସ୍ତରେ ଆସିବେ ପାଣ୍ଡିଆନ, ନୂଆ-ଓ ଉତ୍ସବ ଓ ଦଳୀୟ ସଭାରେ ଦେବେ ଗୁରୁମନ୍ତ୍ର

5T Chairman VK Pandian in Puri : ପୁରୀ ଜିଲାରେ ସଙ୍ଗଠନ କୁ ମଜଭୁତ କରିବା ପାଇଁ ପୁରୀ ଗସ୍ତରେ ଆସିବେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ଆସନ୍ତାକାଲି ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ଠାରେ 'ନୂଆ-ଓ' ଉତ୍ସବ ଓ ଭୂଦାନରେ ଦଳୀୟ କର୍ମୀଙ୍କ ସଭାରେ କରିବେ ଯୋଗଦାନ । ଅଧିକ ପଢନ୍ତୁ

ପୁରୀ ଗସ୍ତରେ ଆସିବେ ଭି କେ ପାଣ୍ଡିଆନ , ନୂଆ-ଓ ଉତ୍ସବ ଓ ଦଳୀୟ ସଭାରେ ଦେବେ ଗୁରୁମନ୍ତ୍ର
ପୁରୀ ଗସ୍ତରେ ଆସିବେ ଭି କେ ପାଣ୍ଡିଆନ , ନୂଆ-ଓ ଉତ୍ସବ ଓ ଦଳୀୟ ସଭାରେ ଦେବେ ଗୁରୁମନ୍ତ୍ର

ପୁରୀ ଗସ୍ତରେ ଆସିବେ ଭି କେ ପାଣ୍ଡିଆନ , ନୂଆ-ଓ ଉତ୍ସବ ଓ ଦଳୀୟ ସଭାରେ ଦେବେ ଗୁରୁମନ୍ତ୍ର

ପୁରୀ : ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥି ପାଇଁ ବିଜେଡି ନିଜର ଦଳୀୟ ସଙ୍ଗଠନକୁ ଆହୁରି ସୁଦୃଢ କରିବା ପାଇଁ ଅଣ୍ଟା ଭିଡିଛି । ତେଣୁ ପୁରୀ ଜିଲାରେ ସଙ୍ଗଠନ କୁ ମଜଭୁତ କରିବା, ନେତା ଓ କର୍ମୀ ଙ୍କୁ ଚଳଚଞ୍ଚଳ କରାଇବା ପାଇଁ ପୁରୀ ଗସ୍ତ ରେ ଆସୁଛନ୍ତି ବିଜେଡି ନେତା ତଥା 5 ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ଆସନ୍ତାକାଲି ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ଠାରେ 'ନୂଆ-ଓ' ଉତ୍ସବ ତଥା 'ଯୁବ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେବେ । 5ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର କ୍ୟାରିୟର ପାଇଁ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ଟିପ୍ସ ପ୍ରଦାନ କରିବେ । ଜୀବନର ସଫଳତା ପାଇଁ କଠିନ ପରିଶ୍ରମ ଛଡ଼ା କୌଣସି ବିକଳ୍ପ ନଥିବା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବେ ପାଣ୍ଡିଆନ ।

ଏଥିସହ ଯୁଗ ସହ ତାଳ ଦେଇ ଟେକ୍ନୋଲୋଜି ବ୍ୟବହାର କରି କ୍ୟାରିଅର କୁ କିଭଳି ଆଗକୁ ନେଇ ହେବ ସେନେଇ ପରାମର୍ଶ ଦେବେ ପାଣ୍ଡିଆନ । ତେବେ ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଭଳି ଏକ ଅଭିନବ କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀଙ୍କର ଲୁକ୍କାୟିତ ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ରିଲ୍ସ, ଭିଡିଓ ଓ ଫଟୋଗ୍ରାଫିରେ ଓଡ଼ିଶାର ରୂପାନ୍ତରଣକୁ ସ୍ଥାନ ଦେବା ନେଇ ଏହି କାର୍ଯ୍ୟକ୍ରମରେ ବ୍ୟବସ୍ଥା ରହିଛି ‌। ସେହିପରି କୁଇଜ୍ ପ୍ରତିଯୋଗିତାରେ ସଫଳ ହୋଇଥିବା ପିଲାଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ ....ପୁରୀରେ ବିଜେଡି ମଧ୍ୟରେ ଛକାପଞ୍ଝା, ମହିଳା ସମାବେଶ କରି ଶକ୍ତି ପ୍ରଦର୍ଶନ କଲେ ଶୁଭାଶିଷ

ତେବେ ଆସନ୍ତାକାଲି ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ସେହିପରି ପୁରୀ ଭୂଦାନ ଠାରେ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀର ଦଳର ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହେବ । ଯେଉଁଥିରେ ଆଗାମୀ ନିର୍ବାଚନରେ ଦଳ କିଭଳି ଲଢେଇ କରିବ, କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖରେ ନେତା ପହଞ୍ଚିବେ ସେନେଇ ଗୁରୁମନ୍ତ୍ର ପ୍ରଦାନ କରିବେ ଭି କେ ପାଣ୍ଡିଆନ । ଲୋକ ମାନଙ୍କ ପାଖରେ ରାଜ୍ୟ ସରକାର ଙ୍କ ଯୋଜନା ପହଞ୍ଚାଇବା ପାଇଁ ଏବଂ ନବୀନ ଓଡିଶା ଗଢିବା ନିମନ୍ତେ ସଂକଳ୍ପ ନେବା ପାଇଁ କର୍ମୀମାନଙ୍କୁ ଆହ୍ବାନ ହେବେ ପାଣ୍ଡିଆନ । ତେବେ ଆସନ୍ତାକାଲିର ଏହି କାର୍ଯ୍ୟକ୍ରମକୁ ନେଇ ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details