ଓଡିଶା

odisha

ETV Bharat / opinion

US Election: ହାରିସ ନା ଟ୍ରମ୍ପ, କିଏ ନୂଆ ରାଷ୍ଟ୍ରପତି ? ଭାରତ ପାଇଁ କାହିଁକି ଉଭୟ ଗୁରୁତ୍ବପୂର୍ଣ୍ଣ - TRUMP VS HARRIS

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କମଲା ହାରିସ- ଡୋନାଲ୍ଡ ଟ୍ରମ୍ପ କଡ଼ା ମୁକାବିଲା । କାହାକୁ ବାଛିବେ ଆମେରିକୀୟ ଭାରତୀୟ ? କେମିତି ରହିବ ୱାସିଂଟନ-ନୂଆଦିଲ୍ଲୀ ସଂପର୍କ ? ରାଜକମଲ ରାଓଙ୍କ ଆଲେଖ୍ୟ

Trump Vs Harris
Trump Vs Harris (ETV Bharat)

By Rajkamal Rao

Published : Nov 3, 2024, 10:08 PM IST

Updated : Nov 4, 2024, 10:24 AM IST

ହାଇଦ୍ରାବାଦ: ବିଶ୍ୱ ଦେଖିବାକୁ ଚାହୁଁଛି ଏକ ଚ୍ୟାଲେଞ୍ଜିଂ ନିର୍ବାଚନୀ ପ୍ରତିଯୋଗିତା । ଯେଉଁଥିପାଇଁ ଆଉ ମାତ୍ର ଦିନ କେଇଟା ବାକି ଅଛି । ନଭେମ୍ବର 5 ରେ, ଆମେରିକା ନାଗରିକମାନେ ମତ ସାବ୍ୟସ୍ତ କରିବେ । ବାଛିବେ ଦେଶର 47 ତମ ରାଷ୍ଟ୍ରପତି । ଯଦି ଡେମୋକ୍ରାଟ୍ ପ୍ରାର୍ଥୀ କମଲା ହାରିସ ଜିତନ୍ତି, ତେବେ ସେ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବା ପ୍ରଥମ ଦକ୍ଷିଣ ଏସୀୟ ଏବଂ କୃଷ୍ଣବର୍ଣ୍ଣ ମହିଳା ହେବେ।

ଯଦି ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଜିତନ୍ତି, ତେବେ 1892 ପରଠାରୁ ଏହା ପ୍ରଥମ ଥର ହେବ ଯେ ଜଣେ ରାଷ୍ଟ୍ରପତି ଥରେ ହାରିବା ପରେ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହେବେ । ଏହି ଉଲ୍ଲେଖନୀୟ ସଫଳତା ପାଇବାରେ ଶେଷ ପ୍ରାର୍ଥୀ ଗ୍ରୋଭର କ୍ଲିଭଲାଣ୍ଡ ଥିଲେ । ଯିଏକି 1884 ରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ । ହେଲେ 1888 ରେ ପରାସ୍ତ ହୋଇଥିବାବେଳେ ପୁଣି ଥରେ 1892 ରେ କ୍ଷମତାକୁ ଫେରିଥିଲେ । କିନ୍ତୁ ଟ୍ରମ୍ପଙ୍କ କ୍ଷେତ୍ରରେ ଏହା ଅଣ-କ୍ରମାଗତ ଭାବେ ହେବ ।

Trump Vs Harris (ETV Bharat)

ବିଜୟ ପାଇଁ ମ୍ୟାଜିକ୍ ନମ୍ବର ହେଉଛି 270 ଇଲେକ୍ଟୋରାଲ କଲେଜ୍ ଭୋଟ । ବିଶେଷ ଭାବରେ, ପ୍ରତ୍ୟେକ ପ୍ରାର୍ଥୀ ସାତୋଟି ପ୍ରମୁଖ ରାଜ୍ୟରେ କିପରି ପ୍ରଦର୍ଶନ କରିବେ ତାହା ଉପରେ ନିର୍ଭର କରେ । ସେଥିମଧ୍ୟରେ ପେନସିଲଭାନିଆ, ୱାଶିଂଟନ, ମିସିଗନ୍, ଜର୍ଜିଆ, ଏରିଜୋନା, ନେଭାଡା ଏବଂ ଉତ୍ତର କାରୋଲିନା ଅନ୍ତର୍ଭୁକ୍ତ। ନଭେମ୍ବର 2 ରୁ ରିଅଲ କ୍ଲିୟର ପଲିଟିକ୍ସ (RCP) ଦ୍ବାରା ପ୍ରଦାନ କରାଯାଇତିବା ରିପୋର୍ଟରେ ଏନେଇ ମତଦାନ ହାର ଦର୍ଶାଯାଇଛି । ଯଦି ନିର୍ବାଚନରେ ଟ୍ରମ୍ପ ଏହି ନେତୃତ୍ବ ବଜାୟ ରଖିପାରନ୍ତି, ତେବେ ସେ 47 ତମ ରାଷ୍ଟ୍ରପତି ହେବେ।

ଅନ୍ୟ ଏକ ଜଟିଳ ସମସ୍ୟା ହେଉଛି ଯୁକ୍ତରାଷ୍ଟ୍ରରେ ଭୋଟ୍ ଦେବାର 3 ଟି ପ୍ରକ୍ରିୟା ଅଛି । ବ୍ୟକ୍ତିଗତ ଭୋଟ୍, ଯାହା ସେପ୍ଟେମ୍ବର 11 ରେ କେତେକ ରାଜ୍ୟରେ ଆରମ୍ଭ ହୋଇଥିଲା । ସେହିପରି ନଭେମ୍ବର 5 ରେ ବ୍ୟକ୍ତିଗତ ଭୋଟ୍ ଏବଂ ପୋଷ୍ଟାଲ ବାଲାଟ ଭୋଟ୍ ଦିଆଯିବ । ଯେଉଁ ବଡ଼ ରାଜ୍ୟରେ କମ୍ ଜନସଂଖ୍ୟା ରହିଥାଏ, ସେଠାରେ ମତଦାନ କମ୍ ହେବାର ସମ୍ଭାବନା ଥାଏ । ଏଣୁ ସେଠାରେ କେବଳ ଡାକ ମାଧ୍ୟମରେ ମତଦାନ ସାବ୍ୟସ୍ତ କରାଯାଏ ।

ଡାକ ମାଧ୍ୟମରେ ଆସିଥିବା ସମସ୍ତ ବାଲାଟ୍ ଗଣନା ନହେବା ପର୍ଯ୍ୟନ୍ତ ନିର୍ବାଚନ ରାତିରେ ବିଜେତାଙ୍କ ନାଁ ଘୋଷଣା ହୋଇପାରିବ ନାହିଁ। ବାସ୍ତବରେ, 2020 ରେ ଟ୍ରମ୍ପ ନିର୍ବାଚନ ରାତିରେ ପେନସିଲଭାନିଆରେ ନେତୃତ୍ବ ନେଉଥିଲେ, କିନ୍ତୁ ଡାକ ଯୋଗେ ଆସିଥିବା ହଜାର ହଜାର ବାଲାଟ ଗଣନା ହେବାର ଚାରି ଦିନ ପରେ ଆସୋସିଏଟେଡ୍ ପ୍ରେସ ବିଡେନଙ୍କ ବିଜୟ ଘୋଷଣା କରିଥିଲା।

ଏହା ବି ପଢନ୍ତୁ...US Elections: ଟ୍ରମ୍ପ ନା ହାରିସ, କାହାକୁ ସମର୍ଥନ କରୁଛନ୍ତି ପ୍ରବାସୀ ଭାରତୀୟ ?

ଗୋଟିଏ ପଟେ ବିଜେତା ଦଳ ବିଜୟ ଉତ୍ସବ ପାଳନ କରିବାବେଳେ ପରାସ୍ତ ଦଳ ଅସନ୍ତୋଷ ବ୍ୟକ୍ତ କରିବାର ଆଶଙ୍କା ଅଧିକ । ତେଣୁ ହିଂସା ଉପୁଜିବା ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ । କିଏ ଜିତୁ , ବା କିଏ ହାରୁ ସର୍ବଶେଷରେ ଲମ୍ବା ସମୟ ଧରି ଚାଲିଥିବା ନିର୍ବାଚନ ଋତୁ ଶେଷ ହେବ ।

ଏହା ମଧ୍ୟ ପଢନ୍ତୁ-ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଏଥର କିଏ, ହାରିସ ନା ଟ୍ରମ୍ପ - US president election

ଏହା ମଧ୍ୟ ପଢନ୍ତୁ-ଆମେରିକା ନିର୍ବାଚନ: ଡେମୋକ୍ରାଟ ପ୍ରେସିଡେଣ୍ଟ ପ୍ରାର୍ଥୀ ହେଲେ କମଲା ହାରିସ୍, ଟ୍ରମ୍ପଙ୍କୁ ଟକ୍କର ଦେବେ ଭାରତୀୟ ବଂଶୋଦ୍ଭବ - US presidential elections

Last Updated : Nov 4, 2024, 10:24 AM IST

ABOUT THE AUTHOR

...view details