ଆଲେଖ୍ୟ:- ମେଜର ଜେନେରାଲ ହର୍ଷ କାକର
ହାଇଦ୍ରାବାଦ:ଇଟାଲୀରେବହୁଚର୍ଚ୍ଚିତ ଜି-7 ଶିଖର ସମ୍ମିଳନୀ ସମାପ୍ତ ହୋଇଛି । 1975 ମସିହାରେ ପ୍ରତିଷ୍ଠିତ ଏହି ଅନ୍ତର୍ଜାତୀୟ ସଂଗଠନ ନିଜକୁ ଏକ ଅର୍ଥନୈତିକ ଗଣତାନ୍ତ୍ରିକ ରାଷ୍ଟ୍ରର ଏକ ଅନୌପଚାରିକ ଗୋଷ୍ଠୀ ବୋଲି ଦାବି କରେ । ଏହାର ସଦସ୍ୟମାନେ ହେଉଛନ୍ତି ଆମେରିକା, କାନାଡା, ବ୍ରିଟେନ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ ଏବଂ ଜାପାନ । ଏହା ପୂର୍ବରୁ ଏହି ଶିଖର ସଂଗଠନର ନାମ ଥିଲା ଜି-8 । ଋଷ ମଧ୍ୟ ଏହାର ସଦସ୍ୟ ରାଷ୍ଟ୍ର ଥିଲା । 2014ରେ ମସ୍କୋ କ୍ରିମିଆକୁ ଅକ୍ତିଆର କରିବା ପରେ ଏହି ଶିଖର ସଂଗଠନରୁ ସଦସ୍ୟତା ହରାଇଥିଲା ଋଷ ।
ବୈଶ୍ବିକ ଆର୍ଥିକ ସ୍ଥିତ, ଅନ୍ତର୍ଜାତୀୟ ସୁରକ୍ଷା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଏହି ସଂଗଠନ ପ୍ରତିବର୍ଷ ବୈଠକ କରନ୍ତି । ଜି7ର କୌଣସି ଆନୁଷ୍ଠାନିକ ଚୁକ୍ତିନାମା ନାହିଁ ଏବଂ କୌଣସି ସ୍ଥାୟୀ ସଚିବାଳୟ କିମ୍ବା କାର୍ଯ୍ୟାଳୟ ମଧ୍ୟ ନାହିଁ । ବାର୍ଷିକ ବୈଠକ ଆୟୋଜନ ପାଇଁ ଆୟୋଜକ ଦେଶ ଉତ୍ତରଦାୟିତ୍ବ ଗ୍ରରଣ କରିଥାନ୍ତି । ଚଳିତବର୍ଷ ଇଟାଲୀ ଆୟୋଜକ ହୋଇଥିବା ବେଳେ ଆସନ୍ତା ବର୍ଷ କାନାଡା ଆୟୋଜକ ରାଷ୍ଟ୍ର ଭାବେ ଦାୟିତ୍ବ ନିର୍ବାହ କରିବ । ୟୁରୋପୀୟ ୟୁନିଅନ୍ (EU) ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ଏହି ଶିଖର ସଂଗଠନର ନିମନ୍ତ୍ରିତ ସଦସ୍ୟ ଭାବେ ରହିଛନ୍ତି । ଭାରତ ମଧ୍ୟ ଏହାର ସଦସ୍ୟ ରାଷ୍ଟ୍ର ନହେଲେ ମଧ୍ୟ ସକ୍ରିୟ ଭୂମିକାରେ । 2019 ପରଠାରୁ ଭାରତ ନିମନ୍ତ୍ରିତ ରାଷ୍ଟ୍ର ଭାବେ ସମସ୍ତ ବାର୍ଷୀକ ସମ୍ମିଳନୀରେ ଅଂଶଗ୍ରହଣ କରିଆସିଛି ।
ଏହି ବର୍ଷ ନିମନ୍ତ୍ରିତ ସଦସ୍ୟମାନଙ୍କ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି ରହିଥିଲେ । ଅର୍ଥାତ ରୁଷ- ୟୁକ୍ରେନ ବିବାଦ ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ଏହି ଗୋଷ୍ଠୀର ସଦସ୍ୟମାନେ ୟୁକ୍ରେନ ପାଇଁ 50 ବିଲିୟନ ଆମେରିକୀୟ ଡଲାର ସଂଗ୍ରହ ପାଇଁ ଜବତ ହୋଇଥିବା ଋଷର ସମ୍ପତ୍ତିକୁ ବ୍ୟବହାର କରିବେ ବୋଲି ଘୋଷଣା କରିଥିଲେ । ଆଲୋଚନା ହୋଇଥିବା ଅନ୍ୟ ବିଷୟଗୁଡିକ ଆଫ୍ରିକାରେ ବିନିଯୋଗ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହିତ ବେଆଇନ ସ୍ଥାନାନ୍ତରଣକୁ ରୋକିବା ପାଇଁ ବିକଳ୍ପ ପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଶ୍ବିକ ମଞ୍ଚ ମଧ୍ୟ ଉପସ୍ଥିତ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପାଇଁ ଏକ ଅବସର ପ୍ରଦାନ କରିଥିଲା ।