ETV Bharat / opinion

ଦିଲ୍ଲୀର ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ଲାଣ୍ଟ: ସବୁଜ ସମାଧାନ ପ୍ରତି ସତର୍କଘଣ୍ଟି - DELHI AIR POLLUTION

ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ନିୟନ୍ତ୍ରଣକୁ ଆସୁନି ଦିଲ୍ଲୀ ବାୟୁ ପ୍ରଦୂଷଣ । ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ଲାଣ୍ଟର ଭୂମିକା କେତେ ଦାୟୀ, ପଢନ୍ତୁ ସି.ପି ରାଜେନ୍ଦ୍ରନଙ୍କ ଆଲେଖ୍ୟ...

ଦିଲ୍ଲୀରେ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ଲାଣ୍ଟ: ସବୁଜ ସମାଧାନ ପ୍ରତି ସତର୍କଘଣ୍ଟି
ଦିଲ୍ଲୀରେ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ଲାଣ୍ଟ: ସବୁଜ ସମାଧାନ ପ୍ରତି ସତର୍କଘଣ୍ଟି (ETV Bharat Odisha)
author img

By C P Rajendran

Published : Dec 3, 2024, 7:13 PM IST

ହାଇଦ୍ରାବାଦ: ଏବେବି ରାଜଧାନୀ ଦିଲ୍ଲୀ ଅତି ଖରାପ ବାୟୁ ଗୁଣବତ୍ତା ସହ ଦେଶର ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ରହିଛି । ଯେପରି ଗତ କିଛି ବର୍ଷ ହେବ ଶୀତ ଋତୁ ଆରମ୍ଭରୁ ସ୍ଥିତି ଦେଖାଯାଉଥିଲା, ଏଥର ଏକାଧିକ ପ୍ରତିରୋଧୀ ପନ୍ଥା ଗ୍ରହଣ ସତ୍ତ୍ବେ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣକୁ ଆସିପାରିନି । ଏହି ବର୍ଷ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ପ୍ରାୟତଃ ଅତି ଚିନ୍ତାଜନକ ସ୍ଥିତିରେ ରହିଛି । ଯାହା ରାଜଧାନୀ ଦିଲ୍ଲୀକୁ ଏକ ବିଷାକ୍ତ ଗ୍ୟାସ ଚାମ୍ବରରେ ପରିଣତ କରିଛି ।

  • ଅନୁସନ୍ଧାନ କରୁଛନ୍ତି ଏକାଧିକ ସଂସ୍ଥା:-

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ସମେତ ଅନେକ ଗବେଷଣାଭିତ୍ତିକ ଶୀର୍ଷ ଅନୁଷ୍ଠାନ ଏହି ପ୍ରସଙ୍ଗରେ ଗବେଷଣା ଜାରି ରଖିଛନ୍ତି । ଶୀତଦିନେ ରାଜଧାନୀରେ ବାୟୁ ପ୍ରଦୂଷଣର କାରଣ ଓ ଏହାର ପ୍ରତିରୋଧ ପାଇଁ ପ୍ରଭାବୀ ପନ୍ଥା ଆବିଷ୍କାର କରିବା ପାଇଁ ପ୍ରୟାସ ଜାରି ରହିଛି । ମୁଖ୍ୟତଃ ମାନବୀୟ କାର୍ଯ୍ୟକଳାପ ଦ୍ୱାରା ସୃଷ୍ଟି ହେଉଥିବା ବିଷାକ୍ତ ଗ୍ୟାସ ଫଳରେ ଦିଲ୍ଲୀରେ ଏପରି ସ୍ଥିତି ଦେଖିବାକୁ ମିଳେ ବୋଲି ମୌଳିକ ଅନୁସନ୍ଧାନରେ ସ୍ପଷ୍ଟ ହୋଇଛି । କୋଇଲା, ପେଟ୍ରୋଲ, ଡିଜେଲ, ଗ୍ୟାସ୍, କୋଇଲାଭିତ୍ତିକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ସୃଷ୍ଟି ହେଉଥିବା ବିଷାକ୍ତ ଗ୍ୟାସ ଏବେ ଦିଲ୍ଲୀ ବାୟୁମଣ୍ଡଳକୁ ବିଶେଷ ଭାବେ ପ୍ରଦୂଷିତ କରିଛି । ଏହା ବ୍ୟତୀତ ଯାନବାହାନରୁ ଗ୍ୟାସ ବା ଧୂଆଁ ନିର୍ଗମନ, ବୃହତ ନିର୍ମାଣ କାର୍ଯ୍ୟ, ଅଗ୍ନି ନିର୍ବାପକ ଓ ଫସଲ ଅମଳ ପରେ କ୍ଷେତରେ ଲଗାଯାଉଥିବା ନିଆଁ ଓ ସେଥିରୁ ସୃଷ୍ଟି ହେଉଥିବା ଧୂଆଁ ମଧ୍ୟ ପ୍ରଦୂଷଣର ପ୍ରମୁଖ କାରଣ ।

ଦିଲ୍ଲୀରେ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ଲାଣ୍ଟ: ସବୁଜ ସମାଧାନ ପ୍ରତି ସତର୍କଘଣ୍ଟି
ଦିଲ୍ଲୀରେ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ଲାଣ୍ଟ: ସବୁଜ ସମାଧାନ ପ୍ରତି ସତର୍କଘଣ୍ଟି (ETV Bharat Odisha)
  • ଦିଲ୍ଲୀ ବାୟୁରେ ଏକାଧିକ ମାରାତ୍ମକ କଣିକା;-

ସଲଫର ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍ ଏବଂ ନାଇଟ୍ରୋଜେନ-ଡାଇଅକ୍ସାଇଡ ଭଳି ବିଷାକ୍ତ ଗ୍ୟାସ ବ୍ୟତୀତ ଧୂଳି କଣିକା, ଫ୍ଲାଏ ଆଶ (ପ୍ଲାଣ୍ଟରେ ଦହନ ପରେ ସୃଷ୍ଟି ହେଉଥିବା ଉଡନ୍ତା ପାଉଁଶ) ପରି ମାରାତ୍ମକ କଣିକା ପ୍ରମୁଖ ପ୍ରଦୂଷକ ଉପାଦନ ଭାବେ ଚିହ୍ନଟ ହୋଇଛି । ଏହି କଣିକାର ଆକାର ମାଇକ୍ରୋସ୍କୋପିକ ହୋଇଥାଏ, ଯାହା ଅତିକ୍ଷୁଦ୍ରତର । ଫଳରେ ଏହା ଶାସକ୍ରିୟାରେ ଫୁସଫୁସରେ ପ୍ରବେଶ କରି ସଂକ୍ରମଣ କରେ ଓ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ ।

ପୂର୍ବ ବର୍ଷଗୁଡିକ ପରି ଗତ କିଛି ମାସ ମଧ୍ୟରେ ଦିଲ୍ଲୀର ବାୟୁ ପ୍ରଦୂଷଣ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଗମ୍ଭୀର ତଥା ଚିନ୍ତାଜନକ ପ୍ରସଙ୍ଗରେ ବୁଦ୍ଧିଜୀବୀମାନେ ମୁଖ୍ୟତଃ ତିନୋଟି ସମାଧାନମୂଳକ ପରାମର୍ଶ ଦେଇଛନ୍ତି । ସେଗୁଡିକ ହେଲା ପଡୋଶୀ ରାଜ୍ୟରେ ଫସଲ ଅମଳ ପରେ ନିଆଁ ଲଗାଇବା ରୋକିବା, ପରିବହନ କ୍ଷେତ୍ରରେ ପ୍ରମୁଖ ପରିବର୍ତ୍ତନ ଆଣି ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଓ ବୈଦ୍ୟୁତିକ ଯାନଗୁଡିକ ବ୍ୟବହାର ବୃଦ୍ଧି କରିବା ।

  • ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ଲାଣ୍ଟର ଭୂମିକା:-

ତେବେ ଏହାରି ମଧ୍ୟରେ ଚର୍ଚ୍ଚାକୁ ଆସିଛି ଦିଲ୍ଲୀରେ ଥିବା ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ଲାଣ୍ଟ । ଦିଲ୍ଲୀର ପ୍ରଦୂଷଣ ମଧ୍ୟରେ ଏହି ପ୍ଲାଣ୍ଟ ବ୍ୟବସ୍ଥା ବର୍ତ୍ତମାନ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଦିଲ୍ଲୀ ପରି ଜନସଂଖ୍ୟାବହୁଳ ସହରରେ ବର୍ଜ୍ୟବସ୍ତୁ ପରିଚାଳନାର ଏକ ପ୍ରଭାରୀ ସମାଧାନ ଭାବରେ ଏହି ପ୍ଲାଣ୍ଟ-ସିଷ୍ଟମ କାର୍ଯ୍ୟକାରୀ ହୋଇଥିଲା । ଏଥିରେ ବର୍ଜ୍ୟବସ୍ତୁକୁ ଜଳାଯାଇ ବାଷ୍ପ ଉତ୍ପାଦନ କରାଯାଏ, ଏହି ବାଷ୍ପ ସାହାଯ୍ୟରେ ଟରବାଇନ୍‌ ଘୂରାଇ ବିଜୁଳି ଉତ୍ପାଦନ କରାଯାଏ । ଗୋଟିଏ ପଟେ ଦିଲ୍ଲୀ ପରି ସହରର ବର୍ଜ୍ୟବସ୍ତୁର ସଫଳ ପରିଚାଳନା ସହ ବିଜୁଳି ମଧ୍ୟ ଉତ୍ପାଦନ କରାଯାଇପାରୁଥିବାରୁ ଏହି ପ୍ଲାଣ୍ଟ ବ୍ୟବସ୍ଥା ପୂର୍ବରୁ ପ୍ରଶଂସିତ ମଧ୍ୟ ହୋଇଛି । ହେଲେ ଏବେ ଏହାକୁ ନେଇ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି ।

  • ମଣିଷ ପାଇଁ ଘାତକ ଫ୍ଲାଏ-ଆଶ (ଉଡାନ୍ତ ପାଉଁଶ)

ଏହି ପ୍ଲାଣ୍ଟଗୁଡିକ ବିଦ୍ୟୁତ୍ ଉତ୍ପାଦନ କରନ୍ତି, କିନ୍ତୁ ସେମାନେ ଦୁଇ ପ୍ରକାରର ପାଉଁଶ ମଧ୍ୟ ଉତ୍ପାଦନ କରନ୍ତି । ବଟମ୍‌ ଆଶ ଏବଂ ଫ୍ଲାଏ ଆଶ । ଜାଳିବା ପରେ ଯାହା ରହିଥାଏ ତାହା ହେଉଛି ବଟମ ଆଶ । ଯାହା ମୂଳ ବର୍ଜ୍ୟବସ୍ତୁର ପ୍ରାୟ 20-30% ପରିମାଣର ହୋଇଥାଏ । ଏହା ଅପେକ୍ଷା ଅଧିକ ହାନୀକାରକ ହେଉଛି ଫ୍ଲାଏ-ଆଶ ବା ଉଡନ୍ତା ପାଉଁଶ । ଏହା ପୂରା ପରିବେଶକୁ ଦୂଷିତ କରିବା ସହ ବହୁଳମାତ୍ରାରେ ହୃଦରୋଗରେ ସଂକ୍ରମିତ କରେ ।

ଏହା ମଧ୍ୟ ପଢନ୍ତୁ:- ପ୍ରଦୂଷଣମୁକ୍ତ ପରିବେଶରେ ବଞ୍ଚିବା ଜଣେ ନାଗରିକର ମୌଳିକ ଅଧିକାର: ସୁପ୍ରିମକୋର୍ଟ

ଏହା ମଧ୍ୟ ପଢନ୍ତୁ :- ଦୀପାବଳି ପରେ ବିଗିଡ଼ିଗଲା ବାୟୁମଣ୍ଡଳ ସ୍ଥିତି, ବାଣ ଯୋଗୁଁ ରାଜଧାନୀରେ କୃତ୍ରିମ କୁହୁଡ଼ି

ଏହା ମଧ୍ୟ ପଢ଼ନ୍ତୁ...ଫୁଟିଲା ବାଣ, ବଢିଲା ପ୍ରଦୂଷଣ: ଭୁବନେଶ୍ୱରରେ ବର୍ଷା ଦେଲା ଆଶ୍ୱସ୍ତି

  • ବିଦେଶୀ ସଂସ୍ଥାର ରିପୋର୍ଟ ବଢାଇଛି ଚିନ୍ତା:-

ଗଣମାଧ୍ୟମ ସଂସ୍ଥା ‘ନ୍ୟୁୟର୍କ ଟାଇମ୍ସ’ ଚଳିତବର୍ଷ (2024) ନଭେମ୍ବର 9 ତାରିଖରେ ଏକ ଆଶ୍ଚର୍ଯ୍ୟଜନକ ଅନୁସନ୍ଧାନ ରିପୋର୍ଟ ପ୍ରକାଶ କରିଥିଲା । ପ୍ଲାଣ୍ଟ ଆଖପାଖରୁ ଉଡ଼ୁଥିବା ପାଉଁଶ (ଫ୍ଲାଏଆଶ)ରେ ‘କ୍ୟାଡମିୟମ’ର ମାତ୍ର ବେଶ ଅଧିକ ବୋଲି ଜଣାପଡିଥିଲା । ପରିବେଶ ସୁରକ୍ଷା ସଂସ୍ଥା (ଇପିଏ) ଅନୁମତିଯୋଗ୍ୟ ସୀମାଠାରୁ ଏହି ବିଷାକ୍ତ କଣିକାର ପରିମାଣ ଚାରି ଗୁଣ ଅଧିକ ଜଣାପଡିଥିଲା । ଅନ୍ୟ ଏକ ବିଷାକ୍ତ କଣିକା ‘ଡାଇଅକ୍ସିନ’ର ପରିମାଣ ମଧ୍ୟ ଅନ୍ତର୍ଜାତୀୟ ସ୍ତରର ଅନୁମତିଯୋଗ୍ୟ ସୀମାଠାରୁ ପ୍ରାୟ ଦଶଗୁଣ ଅଧିକ ବୋଲି ଜଣାପଡିବା ପରେ ଚିନ୍ତା ବଢିଥିଲା । ଏହି କଣିକାମାନ ‘ଅତିବିଷାକ୍ତ ବର୍ଗ’ରେ ଆସନ୍ତି । ଏହା ମାନବ ଶୀରର ପ୍ରତି ମାରାତ୍ମକ ଉପାଦାନ ଶ୍ରେଣୀରେ ରହିଛନ୍ତି ।

ଦିଲ୍ଲୀର ଏହି 4ଟି ବର୍ଜ୍ୟବସ୍ତୁ ପ୍ଲାଣ୍ଟ ଆବର୍ଜନା ପରିଚାଳନାରେ ଲାଇଫ-ଲାଇନ ସାଜିଥିବା ବେଳେ ବାୟୁ ପ୍ରଦୂଷଣର ମଧ୍ୟ ଏକ ପ୍ରଛନ୍ନ ପ୍ରମୁଖ କାରଣ ଭାବେ ସାମ୍ନାକୁ ଆସିଛି । ଏଥିପାଇଁ କୌଣସି ନିୟାମକ ନିର୍ଦ୍ଦେଶାବଳୀ ମଧ୍ୟ ନାହିଁ । ଏବେ ଦିଲ୍ଲୀବାସୀ ବାୟୁ ବଦଳରେ ବିଷାକ୍ତ ଗ୍ୟାସ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି । ଏହି ପ୍ରଣାଳୀ ‘ସବୁଜ ସମାଧାନ’ ମିଶନ ପ୍ରତି ମଧ୍ୟ ସତର୍କଘଣ୍ଟି ସାଜିଛି ।

ସମ୍ପାଦକୀୟ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.