ETV Bharat / opinion

Opinion: ଭୂତଳ ଜଳ ପରିବର୍ତ୍ତେ ବାୟୁରୁ ବିଶୁଦ୍ଧ ପାନୀୟ ଜଳ ସଂଗ୍ରହ - PURE WATER FROM AIR

ଜଳସଙ୍କଟ ଦୂର ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ବାୟୁରୁ ବିଶୁଦ୍ଧ ପାନୀୟ ଜଳ ସଂଗ୍ରହ କରୁଛି AWG ମେସିନ । ପଢନ୍ତୁ ଅନୁଭା ଜୈନଙ୍କ ଆଲେଖ୍ୟ ।

Secunderabad railway station Water from Air Kiosk
Secunderabad railway station Water from Air Kiosk (Maithri Aquatech)
author img

By ETV Bharat Odisha Team

Published : Dec 13, 2024, 7:16 PM IST

ହାଇଦ୍ରାବାଦ: ଭାରତର ବିଭିନ୍ନ ସହର ବର୍ତ୍ତମାନ ଜଳସଙ୍କଟ ଦେଇ ଗତି କରୁଛନ୍ତି । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ୱାଟର ସପ୍ଲାଏ ଏବଂ ସ୍ବିରେଜ ବୋର୍ଡ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ସମସ୍ତ ଚିନ୍ତା ଦୂର କରିଛି । ଚଳିତ ବର୍ଷ ବେଙ୍ଗାଲୁରୁ ବହୁ ମାତ୍ରାରେ ଜଳସଙ୍କଟର ସାମ୍ନା କରିଥିଲା। ୨୦୨୪ ମାର୍ଚ୍ଚରେ ମୋଟ୍ ୧୪ ହଜାର ବୋରୱେଲରୁ ୬୯୦୦ଟି ବୋରୱେଲ ଅଚଳ ହୋଇପଡିଥିଲା । ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ପୂର୍ବତନ ଉପନିର୍ଦ୍ଦେଶକ ଟି କ୍ରିଷ୍ଣାଅପ୍ପା କହିଥିଲେ ଯେ,ଦୀର୍ଘ ଦିନ ଧରି ବିଭିନ୍ନ ପ୍ରକାର ସମସ୍ୟା ରହିଛି । ଯେପରିକି ଅନିୟନ୍ତ୍ରିତ ନିର୍ମାଣ, ହ୍ରଦ ନଷ୍ଟ, ଅବ୍ୟବସ୍ଥିତ ଭୂତଳ ଜଳ ପୁନଃଭରଣ ଏବଂ ଦୁର୍ବଳ ଜଳ ସଂରକ୍ଷଣ, ପ୍ରାକୃତିକ ଭୂତଳ ଜଳ ପ୍ରବାହରେ ବାଧା, ପାଣି ବ୍ୟବହାର କରିବାରେ ନାଗରିକଙ୍କ ଅସାବଧାନତା, ଏବଂ ଜଳବାୟୁ ପରିବର୍ତ୍ତନ ଏହି ସଙ୍କଟ ସୃଷ୍ଟି କରିଛି ।

MEGHDOOT Premium with Hot & Cold Dispenser
MEGHDOOT Premium with Hot & Cold Dispenser (Maithri Aquatech)

ବେଙ୍ଗାଲୁରୁ ୱାଟର ସପ୍ଲାଏ ଏବଂ ସ୍ବିରେଜ ବୋର୍ଡ ଉପାଧ୍ୟକ୍ଷ ରାମ ପ୍ରସାଦ ମନୋହର କହିଛନ୍ତି, ୨୦୧୬ରେ ଜନସଂଖ୍ୟା ୮୯ ଲକ୍ଷ ଥିବାବେଳେ ବର୍ତ୍ତମାନ ତାହା ୧ କୋଟି ୪୦ ଲକ୍ଷରେ ପହଞ୍ଚିଛି । ଏବେ ଜଳ ପାଇଁ ଆମକୁ ୧୦ ଲକ୍ଷ ୮୯ ହଜାର କନେକ୍ସନ ଦେବାକୁ ପଡିଛି । ଜନସଂଖ୍ୟା ବୃଦ୍ଧି ଜଳସଙ୍କଟର ପ୍ରମୁଖ କାରଣ । ଏହାସହ ଗ୍ରୀଷ୍ମ ଋତୁରେ ବର୍ଷା ବି କମ୍ ପରିମାଣରେ ହେଉଥିବାକୁ ଜଳ ସମସ୍ୟା ଦେଖାଦେଉଛି । ଭୂତଳ ଜଳ ସୁଖିଯିବାରୁ ୨୦୨୪ରେ ଭୀଷଣ ଜଳ ସଙ୍କଟର ସମ୍ମୁଖୀନ ହୋଇଥିଲା ବେଙ୍ଗାଲୁରୁ । ଏହାରୁ ମୁକାବିଲା ନେଇ ଡକ୍ଟର ମନୋହର କହିଛନ୍ତି, ଉନ୍ନତମାନର ଜ୍ଞାନକୌଶଳ ବ୍ୟବହାର କରି ଆମେ ଜଳ ସଂରକ୍ଷଣ କରୁଛୁ । ଯେହେତୁ ବେଙ୍ଗାଲୁରୁ ହିଲ୍ ଟପରେ ଅବସ୍ଥିତ ସେଥିପାଇଁ ଆମକୁ ସହର ବାହାରେ ଥିବା କାବେରୀ ନଦୀ ନିକଟରୁ ଅର୍ଥାତ୍ ପାଖାପାଖି ୧୨୦ କିମି ଦୂରରୁ ଜଳ ଆଣିବାର ବ୍ୟବସ୍ଥା କରିବାକୁ ପଡୁଛି ।

ମେଘଦୂତ ଟେକ୍ନୋଲୋଜି:

ବେଙ୍ଗାଲୁରୁରେ ବ୍ୟବହାର ହେଉଥିବା ଜଳରୁ କାବେରୀ ନଦୀରୁ ୬୫ ପ୍ରତିଶତ ଜଳ ଆସିଥାଏ । ଅବଶିଷ୍ଟ ୩୫ ପ୍ରତିଶତ ଭୂତଳ ଜଳ ଆସିଥାଏ । ତେବେ ଏଭଳି ପରିଚାଳନା ପାଇଁ ବେଙ୍ଗାଲୁରୁ ବିଶ୍ବସ୍ତରୀୟ ମଡେଲ ପାଲଟିଛି । ଆଉ ଏହାକୁ ସଂଯୁକ୍ତ ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନ ଫ୍ରେମୱାର୍କ ଦ୍ବାରା ସ୍ବୀକୃତି ଦିଆଯାଇଛି । ବାୟୁମଣ୍ଡଳୀୟ ଜଳ ଉତ୍ପାଦନ (Atmospheric Water Generation) ହେଉଛି ଏପରି ଏକ ଟେକ୍ନୋଲୋଜି ଯାହା ଖଣିଜ ପଦାର୍ଥ ମିଶା ଜଳକୁ ପାନୀୟ ଜଳରେ ପରିଣତ କରିଥାଏ । ଏହି Meghdoot (ମେଘଦୂତ) ଟେକ୍ନୋଲୋଜି ସାହାଯ୍ୟରେ ମୁଖ୍ୟତଃ ବାୟୁମଣ୍ଡଳର ଆଦ୍ର ବାୟୁରୁ ପାନୀୟ ଜଳ ପ୍ରସ୍ତୁତ ହୋଇଥାଏ । ମୈତ୍ରୀ ଆକ୍ବାଟେକ୍ ପ୍ରତିଷ୍ଠାତା ଏମ ରାମକ୍ରିଷ୍ଣା କହିଛନ୍ତି ଯେ, ଏହି ମେସିନ ରେଫ୍ରିଜେରେସନ ଟେକନିକ୍ ଦ୍ବାରା ବାୟୁମଣ୍ଡଳରୁ ଆର୍ଦ୍ରତାକୁ ପାନୀୟ ଜଳରେ ପରିଣତ କରିଥାଏ । ଦକ୍ଷିଣ ପୂର୍ବ ଏସିଆ, ମଧ୍ୟ ପୂର୍ବ, ଆଫ୍ରିକା ଆଦିରେ ପ୍ରାୟ ୧୮୦୦ରୁ ଊର୍ଦ୍ଧ୍ବ ଇନଷ୍ଟଲେସନ ହୋଇଥିବାବେଳେ ଏହାର କ୍ଷମତା ରହିଛି ଦୈନିକ ୪୦ରୁ ୫ହଜାର ଲିଟର ପାନୀୟ ଜଳ ଉତ୍ପନ କରିବା । ପ୍ରାୟ ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ପାନୀୟ ଜଳ ଯୋଗାଇବାରେ ସହାୟକ ହେଉଛି AWG ମେସିନ । AWGର ମାର୍କେଟିଂ ଅଫିସର ରାହୁଲ ବୈଦ୍ୟଙ୍କ କହିବା କଥା, ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ପରିମାଣରେ ଜଳ ଉତ୍ପନ କରିପାରେ AWG । ଅପରପକ୍ଷେ, କମ୍ ଆଦ୍ରତା ବିଶିଷ୍ଟ ବାୟୁରୁ ଖରାଦିନେ ଜଳ ଉତ୍ପନ କରିବାରେ ସମସ୍ୟା ଦେଖାଦେଇଥାଏ ।

AWG machine set up at Jawaharlal Nehru Planetarium, Bengaluru
AWG machine set up at Jawaharlal Nehru Planetarium, Bengaluru (Anubha Jain)

ସ୍କୁଲରେ AWG ମେସିନ:

କର୍ଣ୍ଣାଟକର ବିଭିନ୍ନ ସ୍କୁଲ ବିଶେଷ କରି ସରକାରୀ ବିଦ୍ୟାଳୟ ଗୁଡିକରେ ପର୍ଯ୍ୟାପ୍ତ ପାନୀୟ ଜଳ ମିଳେନାହିଁ । ତେଣୁ ରୋଟାରୀ ଜିଲ୍ଲାରେ ୩୧୯୧ ରେ ୧୦୦ଟି AWG ମେସିନ ଲଗାଯାଇଛି । ଯାହାକି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପାନୀୟ ଜଳ ପ୍ରଦାନ କରିବାରେ ସହାୟକ ହେବ । ସେହିପରି PHC ମାନଙ୍କରେ ବି AWG ମେସିନ ଲଗାଯିବାର ବନ୍ଦୋବସ୍ତ କରାଯିବ ବୋଲି ଜଣାପଡିଛି । ରୋଟାରୀ ଜିଲ୍ଲାରେ ୩୧୯୧ ଗଭର୍ଣ୍ଣର (୨୦୨୩-୨୪) ଉଦୟ କୁମାର ଭାସ୍କର ସାକ୍ଷାତକାର ବେଳେ ଡକ୍ଟର ଅନୁଭା ଜୈନଙ୍କୁ କହିଛନ୍ତି ଯେ, AWG ସୁରକ୍ଷିତ ପାନୀୟ ଜଳ ସୁଲଭ ମୂଲ୍ୟରେ ଯୋଗାଉଛି । ଜଣେ ଛାତ୍ର ବା ଛାତ୍ରୀ ପିଛା ମାତ୍ର ୧ ଟଙ୍କା(କାର୍ଯ୍ୟକ୍ଷମ ଖର୍ଚ୍ଚ) ରହିଛି । ଯାହାକି ସୌରଶକ୍ତିରେ ପରିଚାଳିତ ହେବା ଦ୍ବାରା କାର୍ଯ୍ୟକ୍ଷମ ଖର୍ଚ୍ଚ ମଧ୍ୟ ନିଆଯିବ ନାହିଁ । AWG ପରିଚାଳନ କରିବା ଖୁବ ସହଜ । କେବଳ ପ୍ଲଗ ଇନ କରିବା ଦ୍ବାରା ସ୍ବଚ୍ଛ ଓ ମିନେରାଲ ଯୁକ୍ତ ଜଳ ଆପଣ ପାଇପାରିବେ । ଦୌନିକ ୧୫୦ ଲିଟର ଜଳ ମିଳିପାରିବ । AWG ମେସିନର ଦାମ ୪ ଲକ୍ଷ ୪୧ ହଜାର ରହିଛି । 5 ବର୍ଷ ପାଇଁ ମେସିନର ସର୍ଭିସିଂ ସହିତ 18% GST ଅନ୍ତର୍ଭୁକ୍ତ । ମେଘଦୂତ ଦେଉଛି ୧୦୦ % ଜୀବାଣୁ ମୁକ୍ତ ଜଳ ।

AWG machine set up at one of the residences at Whitefield in Bengaluru
AWG machine set up at one of the residences at Whitefield in Bengaluru (Anubha Jain)

ହାଇଦ୍ରାବାଦରେ ୩ ଟି ପ୍ଲାଣ୍ଟ:

ହାଇଦ୍ରାବାଦରେ ମୈତ୍ରୀ ପକ୍ଷରୁ ୩ ଟି ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । AWG ଚଳାଇବା ପାଇଁ ସରକାରଙ୍କଠାରୁ ସବସିଡିଯୁକ୍ତ ବିଦ୍ୟୁତ୍ ଆକାରରେ ସମର୍ଥନ ମିଳିଛି । ଏହି ମେସିନ୍ ଲିଟର ପିଛା ମାତ୍ର ୧.୫ ଟଙ୍କା ମୂଲ୍ୟରେ ପାଣି ଉତ୍ପାଦନ କରିପାରିବ । ଯାହା ସୌରଶକ୍ତି ପରି ନବୀକରଣ ଶକ୍ତି ଦ୍ବାରା ଚାଳିତ ହେଲେ ୧ ଟଙ୍କା ତୁଳନାରେ ବହୁତ କମ୍। ଏହାର ପ୍ରତିଦିନ ୧୦ ଲିଟରରୁ ଆରମ୍ଭ କରି ଲକ୍ଷ ଲକ୍ଷ ଲିଟର କିମ୍ବା ତା'ଠାରୁ ଅଧିକ ପାଣି ଯୋଗାଇବାର କ୍ଷମତା ରହିଛି ।

AWG water kiosk at Tamilnadu Cricket Association in Chennai
AWG water kiosk at Tamilnadu Cricket Association in Chennai (Maithri Aquatech)

ଏହା ବି ପଢନ୍ତୁ...ଦିଲ୍ଲୀର ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ଲାଣ୍ଟ: ସବୁଜ ସମାଧାନ ପ୍ରତି ସତର୍କଘଣ୍ଟି

ଏହା ବି ପଢନ୍ତୁ...ଭାଲୁକାହୁଡିକୁ କିଡନୀ ରୋଗ ଟେନସନ: ଗଲାଣି ୨୦ ଜୀବନ, ତତ୍ପର ପ୍ରଶାସନ

(ଏହା ଲେଖକଙ୍କର ନିଜସ୍ବ ମତ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.