ETV Bharat / opinion

Opinion: 'ମୋଦିଙ୍କୁ ପୁଣି ମହାନ ବନାଇଲା ମହାରାଷ୍ଟ୍ର, ବିଶୃଙ୍ଖଳିତ ବିରୋଧୀ' - PM NARENDRA MODI

ମହାୟୁତି ମହାରାଷ୍ଟ୍ରରେ କ୍ଷମତା ବଜାୟ ରଖିଥିବାବେଳେ ବିରୋଧୀ MVA ୫୦ ଆସନ ମଧ୍ୟରେ ସୀମିତ ରହିଲା । ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ବୀରେନ୍ଦ୍ର କପୁରଙ୍କ ଆଲେଖ୍ୟ ।

Maharashtra Makes Modi Great Again
Maharashtra Makes Modi Great Again ((PTI))
author img

By ETV Bharat Odisha Team

Published : Dec 3, 2024, 5:02 PM IST

ହାଇଦ୍ରାବାଦ: ''ଟଙ୍କା କାମ କରେ, ଏହା ହିଁ ସତ୍ୟ'', ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିକୁ ମିଳିଥିବା ସଫଳତା ଏହାର ଏକ ଉଦାହାରଣ କହି ପାରିବା । କୌଣସି ଏକଜିଟ ପୋଲ ସଂସ୍ଥା ଏପରି ଆକଳନ କରିନଥିଲେ । ମହାବିକାଶ ଅଗାଡ଼ି ମେଣ୍ଟକୁ ଅଧିକ ଭୋଟ ମିଳିବା ସହ ଏକ କଡା ମୁକାବିଲା ହେବା ନେଇ ପୂର୍ବ ଆକଳନ କରାଯାଇଥିଲା । 23 ନଭେମ୍ବରରେ ଇଭିଏମ ଏହି ଆକଳନରେ ପୂର୍ଣ୍ଣଚ୍ଛେଦ ପକାଇଲା । ମହିଳା କୈନ୍ଦ୍ରିକ ଯୋଜନା ତଥା ଲାଡଲି ବହିନ ଯୋଜନା ପୁଣି ଥରେ ଦେବନ୍ଦ୍ର ଫଡନାଭିସ, ଏକନାଥ ସିନ୍ଦେ ଏବଂ ଅଜିତ ପାଓ୍ବାରଙ୍କ ପାଇଁ ଆଶୀର୍ବାଦ ବୋଲି ପ୍ରମାଣିତ ହେଲା । ଏହି ଯୋଜନା ଅଧିନରେ ମହାରାଷ୍ଟ୍ରରେ ଗତ 4 ମାସ ଧରି 18 ରୁ 60 ବର୍ଷ ବୟସ ବର୍ରଗ ମହିଳାଙ୍କୁ ମାସିକ 1500 ଟଙ୍କାର ଆର୍ଥିକ ସହାୟତା ମିଳୁଛି ।

MVAକୁ Mahayuti ଝଟକା:

ବିଧାନସଭା ନିର୍ବାଚନରେ 4.7 କୋଟିରୁ ଅଧିକ ମହିଳା ଭୋଟରଙ୍କ ମଧ୍ୟରୁ ପ୍ରାୟ 66% ମତଦାନ କରିଥିଲେ । ଯାହା ନିକଟରେ ହୋଇଥିବା ଲୋକସଭା ନିର୍ବାଚନ ତୁଳନାରେ 6% ଅଧିକ । ଲୋକସଭା ନିର୍ବାଚନରେ ଏମଭିଏ(MVA), ମହାୟୁତି(Mayayuti) ଅପେକ୍ଷା ଅଧିକ ଆସନ ଜିତିଥିଲା ସତ, କିନ୍ତୁ ବିଧାନସଭା ନିର୍ବାଚନରେ ମହିଳା ଭୋଟର ମହାୟୁତି ଉପରେ ଭରସା କରିଛନ୍ତି । ତେଣୁ, MVA ଲୋ-ଭୋଲଟେଜ୍ ଇଭିଏମ୍ କିମ୍ବା ନିର୍ବାଚନ ଆୟୋଗ କିଛି ସପ୍ତାହ ପର୍ଯ୍ୟନ୍ତ ମତଦାନରେ ବିଳମ୍ବ ପାଇଁ ଦୋଷୀ ଦର୍ଶାଇବା ଆରୋପ ବନ୍ଦ କରିଦେବା ଉଚିତ । ସେମାନେ ଅତ୍ୟନ୍ତ ଖରାପରେ ହାରିବା ପରି ସାମ୍ନାକୁ ଆସନ୍ତି । ବର୍ତ୍ତମାନ ପାଇଁ, ସିନ୍ଦେ ସେନା ଏବଂ ଅଜିତଙ୍କ ଏନସିପି ଏହି ସମସ୍ୟାକୁ ପ୍ରଭାବୀ ଢଙ୍ଗରେ ସମାଧାନ କରିଛନ୍ତି । ମହାରାଷ୍ଟ୍ର ଭୋଟର ମହାଅଗାଡିକୁ ଯେଉଁ ଝଟକା ଦେଇଛନ୍ତି ତା ଉପରେ ଶରଦ ପାୱାର ଏବଂ ଉଦ୍ଧବ ଠାକରେ ଓ ତାଙ୍କ ମାର୍ଦଗର୍ଶକ ସଞ୍ଜୟ ରାଉତଙ୍କୁ ଆତ୍ମ ଚିନ୍ତନ କରିବା ଆବଶ୍ୟକ ।

ସଫଳ ହେଲେ ସିନ୍ଦେ ସରକାର :

ଲୋକସଭା ନିର୍ବାଚନରେ ଭୋଟର ମହୁୟୁତିକୁ ଅପମାନିତ କରିନଥିଲେ, ଅନ୍ୟପଟେ ଯଦି ବିଧାନସଭା ନିର୍ବାଚନ କିଛି କଥାକୁ ସଙ୍କେତ ଦିଏ ତାହା MVAର ସାମୂହିକ ଅପମାନକୁ ସୂଚାଇଥାଏ । ଯାହା ମହାଅଗାଡି ଗଠବନ୍ଧନ ନେତାଙ୍କ ଅହଙ୍କାରକୁ ଭାଙ୍ଗି ଦେଇଛି । ବିଜେପିର 'ବଟୋଗେ ତୋ କଟୋଗେ' ଏବଂ 'ଏକ୍ ହେଁ ତୋ ସେଫ୍ ହେ' ଭଳି ସ୍ଲୋଗାନଗୁଡିକୁ ଦୋଷ ଦେଇ ପାରନ୍ତି । ସିନ୍ଦେ ସରକାର ସୋୟାବିନ ଏବଂ କପା ଚାଷୀଙ୍କ ସମସ୍ୟାକୁ ଅଣଦେଖା କରିନାହାନ୍ତି କିମ୍ବା ମୁମ୍ବାଇର ସହରାଞ୍ଚଳ ଭୋଟରଙ୍କ ଚିନ୍ତାଧାରାକୁ ଅଣଦେଖା କରିନାହାନ୍ତି । ଟୋଲ ଟ୍ୟାକ୍ସ ଏବଂ ମହାନଗରରେ ନୂତନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-60ବର୍ଷ ପରେ ବିରୋଧୀ ଦଳ ନେତା ବିନା ଚାଲିବ ମହାରାଷ୍ଟ୍ର ବିଧାନସଭା; ମୁଖ୍ୟମନ୍ତ୍ରୀ ରେସରେ କିଏ, ସୋମବାର ସୁଦ୍ଧା ନିଷ୍ପତ୍ତି ?

ଏହା ମଧ୍ୟ ପଢନ୍ତୁ-ମଧ୍ୟପ୍ରଦେଶ ପରେ ମହାରାଷ୍ଟ୍ର; କେଉଁ ଯୋଜନା ମହାୟୁତି ପାଇଁ ସାଜିଲା ଗେମ୍ ଚେଞ୍ଜର

ମହାୟୁତି ଏକ ଏପରି ସରକାର ଥିଲା ଯାହା ଉଦ୍ଧବଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରିଛି । ଯିଏକି ବିଜେପିଠାରୁ ପ୍ରତିଶୋଧ ନେବାକୁ ଅଡି ବସିଥିଲା । 2019 ବିଧାନସଭା ନିର୍ବାଚନରେ ବିଜେପି 105 ଟି ଆସନରେ ବିଜୟୀ ହୋଇଥିଲା ଏବଂ ସହଯୋଗୀ ଦଳ ଶିବସେନା 56 ଟି ଜିତିବା ପରେ ଘଟଣା ଦୁର୍ଭାଗ୍ୟଜନକ ଥିଲା । ଏକ ଭୁଲ ନିଷ୍ପତ୍ତି ଯୋଗୁଁ ଉଦ୍ଧବଙ୍କୁ ବିଜେପି-ସେନା ମେଣ୍ଟ ନେତୃତ୍ୱ ଦାବିରେ ଭାଗ ନେବାକୁ ପ୍ରେରିତ କରିଥିଲା, ଯଦିଓ ତାଙ୍କ ଦଳ ଜିତିଥିବା ଆସନ ସଂଖ୍ୟା ବିଜେପିର ପ୍ରାୟ ଅଧା ଥିଲା ।

ଯାହାହେଉ, ଦେବେନ୍ଦ୍ର ଫଡନାଭିସ୍ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିପାରିବେ, କାରଣ ମେଣ୍ଟରେ ଥିବା ଅନ୍ୟ ଦୁଇ ଦଳଠାରୁ ବିଜେପି ଅଧିକ ଆସନରେ ବିଜୟୀ ହୋଇଛି । ଏହା ବାଦ ଯଦି ସେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଡେପୁଟି ଭାବରେ କାର୍ଯ୍ୟ କରିବାରେ କୌଣସି ଅସୁବିଧା ହୋଇନଥିଲା । ତେଣୁ ସିନ୍ଦେ ତାଙ୍କ ସହ ସ୍ଥାନ ବଦଳାଇବାର କୌଣସି କାରଣ ଦେଖି ନାହାନ୍ତି। ଏହା ନା କେବଳ ଲୋକପ୍ରିୟ ଜନାଦେଶକୁ ସମ୍ମାନ ଦେବ ବରଂ ଉଦ୍ଦେଶ୍ୟମୂଳକ ଶାସନକୁ ମଧ୍ୟ ସୁନିଶ୍ଚିତ କରିବ ।

ବିରୋଧୀମାନେ ନକରାତ୍ମକ ରାଜନୀତିଠାରୁ ଦୂରେଇବା ଉଚିତ । ଗୁଜୁରାଟ ଏବଂ ମହାରାଷ୍ଟ୍ରବାସୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବା କିମ୍ବା ବିଜେପିକୁ ଖରାପ ଭାଷାରେ ଚିତ୍ରଣ କରି ମୁସଲମାନମାନଙ୍କ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ପରିବର୍ତ୍ତେ ବିରୋଧୀ ସହଯୋଗ କରିବା ଆବଶ୍ୟକ । ଉଦ୍ଧବ ଠାକରେ ତାଙ୍କ ହିନ୍ଦୁତ୍ୱ ସହଯୋଗୀ ବିଜେପିଠାରୁ ଦୂରେଇ ରହିବା ଏବଂ ଶିବସେନାଙ୍କ ପୁରୁଣା ଶତ୍ରୁମାନଙ୍କ ସହ ମିଶିବା ମୂର୍ଖତାର ପରିଚୟ ସଦୃଶ । ସମୟ ସହିତ ସେମାନେ ନିର୍ବାଚନର ମୁଖ୍ୟ ବାର୍ତ୍ତା ଗ୍ରହଣ କରିବାକୁ ସମର୍ଥ ହେବା ଉଚିତ୍ । ଯାହା ହେଉଛି ବିଜେପି-ସେନା ଏକତ୍ର ବହୁତ ଭଲ ଯୋଡ଼ି ।

ଅଜିତ ପାୱାର ଆନୁଷ୍ଠାନିକ ଭାବେ କହିଛନ୍ତି ଯେ, ସେ ସବୁ ଅବସର ପାଇଁ ପ୍ରସ୍ତୁତ ଅଛନ୍ତି । ସେ ମଧ୍ୟ ନିଜର ଶକ୍ତି ବ୍ୟବହାର କରି ନିଜ ବଡ ପରିବାର ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଆବଶ୍ୟକ । ଯାହା ଦ୍ବାରା ପ୍ରତିଦ୍ୱନ୍ଦ୍ୱୀ ଏନସିପି ମଧ୍ୟରେ ଏକତା ବୃଦ୍ଧି ହେବ। ସର୍ବେକ୍ଷଣରେ ସବୁଠୁ ବଡ ହାରିଥିବା ବ୍ୟକ୍ତିଙ୍କ ପାଇଁ କେବଳ ଏତିକି କୁହାଯାଇ ପାରେ ରାହୁଲ ଗାନ୍ଧୀ ତାଙ୍କ ପରିବାରର ଉତ୍ତରାଧିକାରୀ ଆଗକୁ ବଢାଇବା ପାଇଁ ଏକ ସ୍ୱଚ୍ଛ ବ୍ଲୁ ପ୍ରିଣ୍ଟ ସହିତ ଜଣେ ବିଶ୍ୱସ୍ତ ନେତା ଭାବରେ ପରିପକ୍ୱ ହେବାରେ ସମ୍ପୂର୍ଣ୍ଣ ଅସମର୍ଥ ।

ବାସ୍ତବରେ, ଝଡଖଣ୍ଡରେ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ ପାଇଁ କଂଗ୍ରେସ ଦଳ ଏହାର ବରିଷ୍ଠ ସହଯୋଗୀ ଜେଏମ୍ଏମକୁ ସମ୍ପୂର୍ଣ୍ଣ ଶ୍ରେୟ ଦେବା ଉଚିତ । ବିଜେପି ଅନୁପ୍ରବେଶକାରୀ କାର୍ଡ ଖେଳିଥିଲା, କିନ୍ତୁ ଆଦିବାସୀ ଭୋଟରଙ୍କ ଉପରେ ଜେଏମଏମ ଆଭିମୁଖ୍ୟକୁ ବଦଳାଇପାରିଲା ନାହିଁ । ତଥାପି, ବିଜେପି ସଶକ୍ତ ବିରୋଧି ଦଳ ଭାବେ ଉଭା ହୋଇଛି । ପୁଣି ୟୁପି, ବିହାର, ପଶ୍ଚିମବଙ୍ଗ, ପଞ୍ଜାବ ପରି ରାଜ୍ୟରେ ଉପ-ନିର୍ବାଚନରେ ରାଜ୍ୟରେ ଶାସକ ଦଳ ସପକ୍ଷରେ ଯାଇଛି ।

ଏହି ସମୟରେ ବିଧାନସଭା ନିର୍ବାଚନରୁ ଏବଂ ବିଶେଷ କରି ମହାରାଷ୍ଟ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଆସୁଛି ଯେ, ମୋଦି ବ୍ରାଣ୍ଡର ଚମକ ଅଧିକ । ବର୍ତ୍ତମାନ, ରାଜନୈତିକ କ୍ଷେତ୍ରରେ ତାଙ୍କୁ ମୁହାଁମୁହିଁ ଚ୍ୟାଲେଞ୍ଜ ଦେବାକୁ କେହି ସମକକ୍ଷ ନୁହନ୍ତି । ଇଣ୍ଡିଆ ମେଣ୍ଟ ମଧ୍ୟ ତାଙ୍କ ଉପରେ କୌଣସି ଫରକ ପକାଇ ପାରିଲା ନାହିଁ ।

ସଂପାଦକୀୟ....

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.