ETV Bharat / bharat

ଏଏଲଏଚ ଧ୍ରୁବ ହେଲିକପ୍ଟର କ୍ରାସ୍, 3 ମୃତ - ALH DHRUV CRASHED

ଗୁଜୁରାଟ ପୋରବନ୍ଦରରେ ଇଣ୍ଡିଆନ କୋଷ୍ଟଗାର୍ଡର ଏଏଲଏଚ ଧ୍ରୁବ ଦୁର୍ଘଟଣାଗ୍ରସ୍ତ । ଇଣ୍ଡିଆନ କୋଷ୍ଟଗାର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Jan 5, 2025, 1:53 PM IST

Updated : Jan 5, 2025, 2:21 PM IST

ଗାନ୍ଧୀନଗର: ଇଣ୍ଡିଆନ କୋଷ୍ଟଗାର୍ଡର ହେଲିକପ୍ଟର କ୍ରାସ୍ । ଗୁଜୁରାଟ ପୋରବନ୍ଦରରେ ଏଏଲଏଚ ଧ୍ରୁବ ଦୁର୍ଘଟଣାଗ୍ରସ୍ତ ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନିୟମିତ ଟ୍ରେନିଂ ସମୟରେ ଏଏଲଏଚ ଧ୍ରୁବ ଦୁର୍ଘଟଣାର ଶିକାର ହୋଇଥିଲା । ଏନେଇ ଇଣ୍ଡିଆନ କୋଷ୍ଟଗାର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତିନି ମୃତକଙ୍କ ମଧ୍ୟରେ ଦୁଇ ଜଣ ପାଇଲଟ ଓ ଅନ୍ୟ ଜଣେ କର୍ମଚାରୀ ରହିଛନ୍ତି । ସେମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ-ଧ୍ରୁବ ହେଲିକପ୍ଟର ଉଡାଣ ଉପରେ ଲାଗିଲା ରୋକ୍‌, ମୁମ୍ବାଇରେ ଦୁର୍ଘଟଣାଗ୍ରସ୍ତ ପରେ ନିଷ୍ପତ୍ତି - ଦୁର୍ଘଟଣାର ଶିକାର ହେଲା ଏଏଲଏଚ ଧ୍ରୁବ ହେଲିକପ୍ଚର

ଆଜି ମଧ୍ୟାହ୍ନରେ ହେଲିକପ୍ଟର ଏଏଲଏଚ ଧ୍ରୁବ ଗୁଜୁରାଟର ପୋରବନ୍ଦର ବିମାନବନ୍ଦରରେ ଅବତରଣ କରୁଥିଲା । ଏହି ସମୟରେ ଇଣ୍ଡିଆନ କୋଷ୍ଟଗାର୍ଡ ର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସମୟରେ ହେଲିକପ୍ଟରରେ ୨ ଜଣ ପାଇଲଟଙ୍କୁ ମିଶାଇ ୩ ଜଣ କ୍ରୁ ସଦସ୍ୟ ଥିଲେ । ଦୁର୍ଘଟଣାପରେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା ଆଇସିଜି ପକ୍ଷରୁ କୁହାଯାଇଛି । ଯାନ୍ତ୍ରୀଙ୍କ ତ୍ରୁଟି ଯୋଗୁଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ । ଦିନ 12.10 ରେ ଏହି ଘଟଣା ଘଟିଛି ବୋଲି ପୋରବନ୍ଦର ପୋଲିସ ଅଧୀକ୍ଷକ ଭାଗୀରଥସିନ୍ ଜାଡେଜା ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଅବତରଣବେଳେ ଜଳିଗଲା ବିମାନ, ମୃତ୍ୟୁ ସଂଖ୍ୟା 100 ପାର୍ - PLANE CRASH

ଏଏଲଏଚ ଧ୍ରୁବ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ବିକଶିତ ମଲ୍ଟି-ରୋଲ୍, ଟ୍ୱିନ୍-ଇଞ୍ଜିନ ୟୁଟିଲିଟି ହେଲିକପ୍ଟର । ଯାହା ଉଭୟ ସାମରିକ ଏବଂ ବେସାମରିକ କ୍ଷେତ୍ରରେ ଆବଶ୍ୟକତା ପୂରଣ ପାଇଁ ଏହାକୁ ଡିଜାଇନ୍ କରାଯାଇଥିଲା । ଧ୍ରୁବ 2002 ମସିହାରୁ ସେବା କରିଆସୁଛି । ୨୦୨୩ ମସିହାରେ ମୁମ୍ବାଇ ତଟ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା ଧ୍ରୁବ । ଏଥିରେ 3ଜଣ କ୍ରୁ ମେମ୍ବର ଥିବା ବେଳେ ବେଳେ କେହି ଆହତ ହୋଇନଥିଲେ । ଭାରତୀୟ ତଟରକ୍ଷୀ ବାହିନୀ ସହିତ ଆର୍ମି, ନୌସେନା ଏବଂ ଏୟାରଫୋର୍ସ ଦ୍ବାରା ଏହା ପରିଚାଳିତ ହୋଇଥାଏ । ଭାରତୀୟ ପ୍ରତିରକ୍ଷା ବାହିନୀ ଏଏଲଏଚ ଧ୍ରୁବ ହେଲିକପ୍ଟରକୁ ସାମଗ୍ରୀ ପରିବହନ ସମେତ ଅନ୍ୟ କାମ ପାଇଁ ମଧ୍ୟ ବ୍ୟବହାର କରିଥାଏ ।

Last Updated : Jan 5, 2025, 2:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.