ETV Bharat / lifestyle

କ୍ରିମ ଭଳି କାମ କରେ ଚାଉଳ ପାଣି: ଏମିତି ଲଗାନ୍ତୁ ମୁହଁରେ - RICE WATER BENEFITS

ଚାଉଳ ଧୋଇବା ପରେ ପାଣି ଫିଙ୍ଗି ଦେଉଛନ୍ତି କି ? ଏହାକୁ ମୁହଁରେ ଲଗାଇଲେ ଦାଗ ବ୍ରଣ ଦୂର ହେବା ସହ ଆହୁରି ଅନେକ ଫାଇଦା ମିଳେ ।

କ୍ରିମ ଭଳି କାମ କରିଥାଏ ଚାଉଳ ପାଣି
କ୍ରିମ ଭଳି କାମ କରିଥାଏ ଚାଉଳ ପାଣି (ETV Bharat)
author img

By ETV Bharat Lifestyle Team

Published : Jan 5, 2025, 1:56 PM IST

ସାଧାରଣତଃ ଚାଉଳ ଧୋଇବା ପରେ ପାଣିକୁ ସମସ୍ତେ ଫିଙ୍ଗି ଦେଇଥାନ୍ତି । ହେଲେ ଏହି ସାମାନ୍ୟ ଲାଗୁଥିବା ପାଣିର ଚମତ୍କାର ଫାଇଦା ଅନେକ ଲୋକ ଜାଣିନଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରାଚୀନ କାଳରୁ ଚାଉଳ ପାଣି ନ୍ୟାଚୁରାଲ ସ୍କିନକେୟାର ଟ୍ରିଟମେଣ୍ଟ ଭାବେ ବ୍ୟବହୃତ ହୋଇଆସୁଛି । ଚାଉଳ ଧୁଆ ପାଣି ଚେହେରାରେ ଦାଗ, ବ୍ରଣ କମାଇବା, ରଙ୍ଗ ଉଜ୍ଜ୍ବଳ କରିବା, ମୁଲାୟମ ଓ ଚମକଦାର କରିବା ସହ ତ୍ବଚାକୁ ସୁସ୍ଥ ରଖିବା ଭଳି ଅନେକ ଲାଭ ପ୍ରଦାନ କରିଥାଏ । କାରଣ ଏହି ପାଣିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ, ମିନେରାଲ ଆଦି ଅନେକ ପୋଷକ ତତ୍ତ୍ବ ଭରପୂର ଯାହା ତ୍ବଚା ସହ ଜଡିତ ବିଭିନ୍ନ ସମସ୍ୟାର ସମାଧାନ କରିପାରେ ।

ଚାଉଳ ଧୁଆ ପାଣିରେ ପୋଷକ ତତ୍ତ୍ବ:

ଭିଟାମିନ ବି: ଏହି ଭିଟାମିନ ତ୍ବଚାକୁ ସୁସ୍ଥ ରଖେ । ସେଲ୍ ଡ୍ୟାମେଜ ରୋକିଥାଏ ।

ଆଣ୍ଟିଅକ୍ସିଡାଣ୍ଟ: ଆଣ୍ଟିଅକ୍ସିଡାଣ୍ଟ ଫ୍ରି ରାଡିକାଲ୍ସ ସହ ଲଢିଥାଏ ଓ ବୟସ ବଢିବାର ଲକ୍ଷଣକୁ କମ୍ କରିପାରେ । ଫ୍ରି ରାଡିକାଲ୍ସ ତ୍ବଚାକୁ କ୍ଷତି ପହଞ୍ଚାଇଥାଏ ।

ଏମିନୋ ଏସିଡ: ଏମିନୋ ଏସିଡ ତ୍ବଚା ସୁସ୍ଥ ରଖେ ଓ କୋଲେଜନ ଉତ୍ପାଦନ ବୃଦ୍ଧି କରିଥାଏ । ଏଥିସହ ବୟସ ବଢିବା ଯୋଗୁଁ ତ୍ବଚାରେ ଦେଖାଯାଉଥିବା ରିଙ୍କଲ୍ସ କମ୍ କରିଥାଏ ।

ମିନେରାଲ: ଚାଉଳ ପାଣିରେ ଜିଙ୍କ, ମ୍ୟାଗ୍ନେସିୟମ ଓ ପୋଟାସିୟମ ଭଳି ମିନେରାଲ ମିଳେ ଯାହା ତ୍ବଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ତ୍ବଚାରେ ଚାଉଳ ପାଣି ଲଗାଇବାର ଫାଇଦା:

ତ୍ବଚାରେ ଚମକ ଆଣେ: ଚାଉଳ ପାଣିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ବଚାରେ ଚମକ ଆଣିଥାଏ । କଳା ଦାଗ, ଚିହ୍ନ ଦୂର କରିବାରେ ସାହାଯ୍ୟ କରେ ।

ଚର୍ମକୁଞ୍ଚନ ଦୂର କରେ: ଏହି ପାଣିରେ ଥିବା ଏମିନୋ ଏସିଡ ତ୍ବଚାରେ ଚର୍ମକୁଞ୍ଚନ ବା ରିଙ୍କଲ୍ସ କମ୍ କରିବାରେ ସହାୟକ ହୁଏ ।

ତ୍ବଚାକୁ ପୋଷଣ ଯୋଗାଏ: ଚାଉଳ ଧୁଆ ପାଣି ତ୍ବଚାକୁ ଜରୁରୀ ପୋଷଣ ଯୋଗାଇଥାଏ ଏବଂ ହାଇଡ୍ରେଟ ରଖିଥାଏ ।

ପିଗମେଣ୍ଟସନ କମ୍ କରେ: ଚାଉଳ ପାଣିରୁ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ପିଗ୍‌ମେଣ୍ଟସନ କମ୍ କରିବା ଓ ତ୍ବଚାର ରଙ୍ଗ ଉଜ୍ଜ୍ବଳ କରିଥାଏ ।

ବ୍ରଣ ସମସ୍ୟା କମାଏ: ଚାଉଳ ପାଣି ମୁହଁରେ ବ୍ରଣ ସୃଷ୍ଟିକାରୀ ବ୍ୟାକ୍ଟେରିଆକ ମାରି ବ୍ରଣ ସମସ୍ୟା କରିପାରେ ।

ସୂର୍ଯ୍ୟକିରଣରୁ ତ୍ବଚାକୁ ରକ୍ଷା କରେ: ସୂର୍ଯ୍ୟଙ୍କ ହାନିକାରକ କିରଣରୁ ତ୍ବଚାକୁ ରକ୍ଷା କରିବାରେ ଚାଉଳ ପାଣି ସାହାଯ୍ୟ କରେ ।

ପାଣିରେ ଅଧ ଘଣ୍ଟା ଯାଏ ଚାଉଳ ଭିଜାଇ ରଖନ୍ତୁ । ଏହାପରେ ପାଣିକୁ ଅଲଗା କରି ନିଜ ଆଙ୍ଗୁଠି କିମ୍ବା କଟନ ସାହାଯ୍ୟରେ ମୁହଁରେ ଲଗାଇ ସାମାନ୍ୟ ମସାଜ କରନ୍ତୁ । ଚାଉଳ ପାଣି ବ୍ୟବହାର କରିବାର ସହଜ ଉପାୟ । ଏହି ପାଣିରେ ଥିବା କ୍ଲିନଜିଙ୍ଗ ତତ୍ତ୍ବ ତ୍ବଚାରୁ ମଇଲା, ତେଲ, ମେକଅପ୍ ସଫା କରିବାରେ ସାହାଯ୍ୟ କରେ । ଚାଉଳ ପାଣିକୁ ଆଇସି କ୍ୟୁବ କରି ମଧ୍ୟ ମୁହଁରେ ହାଲକା ମସାଜ କରିପାରିବେ

Source: https://pubmed.ncbi.nlm.nih.gov/35587098/

(Disclaimer- ଏହି ରିପୋର୍ଟରେ ସମସ୍ତ ସ୍ବାସ୍ଥ୍ୟ ଓ ଜୀବନଶୈଳୀ ସମ୍ବନ୍ଧୀୟ ସୂଚନା ଓ ପରାମର୍ଶ କେବଳ ଆପଣଙ୍କ ଜାଣିବା ପାଇଁ । ଏହି ସୂଚନା ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସା ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଆଧାରିତ । ଏହି ବିଧି ପ୍ରୟୋଗ କରିବା ପୂର୍ବରୁ ଆପଣ କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.