ETV Bharat / state

୫ ବର୍ଷ ହେଲା ସରୁନି ପୋଲ କାମ, ନ୍ୟାୟ ପାଇଁ ସରପଞ୍ଚଙ୍କ ଆମରଣ ଅନଶନ - SORADA PANCHAYAT PEOPLE STRIKE

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସୋରଡ଼ା ପଞ୍ଚାୟତ ନିକଟରେ ଅଧାପନ୍ତରିଆ ବେଲପା ପୋଲ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ।

Sorada Panchayat People Strick
Sorada Panchayat People Strick (ETV Bharat Odisha)
author img

By ETV Bharat Odisha Team

Published : Jan 5, 2025, 3:09 PM IST

ନୟାଗଡ଼: ନ୍ୟାୟ ପାଇଁ ସରପଞ୍ଚଙ୍କ ଆମରଣ ଅନଶନ । ସମର୍ଥନ ଜଣାଇ ସମିତି ସଭ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଧାରଣା । ଅଧପନ୍ତରିଆ ବ୍ରିଜ ନିକଟରେ ୪ ଦିନ ହେଲା ଧାରଣା ବସିଛନ୍ତି ସରପଞ୍ଚ । ତେବେ ସରପଞ୍ଚ (ଶୁକ୍ରବାର) ଅସୁସ୍ଥ ହେବାରୁ ଦଶପଲ୍ଲା ମେଡିକାଲର ଡ଼ାକ୍ତରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ । RD ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲେ ବି ଜିଦରେ ଅଟଳ ସରପଞ୍ଚ । ଯଦି ସେମାନଙ୍କ ଦାବି ତୁରନ୍ତ ପୂରଣ ନହୁଏ ତେବେ ସେମାନେ ଚାଲିଚାଲି ବିଧାନସଭା ଯାଇ ପ୍ରତିବାଦ କରିବେ ବୋଲି କହିଛନ୍ତି ।

ସମସ୍ୟା ୨୦ ଗାଁର ଲୋକ:

Sorada Panchayat People Strick (ETV Bharat Odisha)

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସୋରଡ଼ା ପଞ୍ଚାୟତ ନିକଟରେ ଅଧାପନ୍ତରିଆ ବେଲପା ପୋଲ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଟେଣ୍ଡର ହେବାର ୫ ବର୍ଷ ପରେ ମଧ୍ୟ କାର୍ଯ୍ୟ ଶେଷ ହେଉନଥିବାରୁ ସମସ୍ୟା ଭୋଗୁଛନ୍ତି ୨୦ ଗାଁର ହଜାର ହଜାର ଲୋକ । ବିଭାଗୀୟ ଅଧିକାରୀଙ୍କ ଅବହେଳା ଏବଂ ଠିକାଦାର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଧାରଣାକୁ ଓହ୍ଲାଇଛନ୍ତି ସୋରଡ଼ା ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଏବଂ ସ୍ଥାନୀୟ ବାସିନ୍ଦା ।

ଶିକ୍ଷା ଓ ସ୍ବାସ୍ଥ୍ୟ ସୁବିଧାରୁ ବଞ୍ଚିତ ଅଭିଯୋଗ:

Sorada Panchayat People Strick
Sorada Panchayat People Strick (ETV Bharat Odisha)

ଏହି ପୋଲ ଦେଇ ପ୍ରତିଦିନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାତାୟାତ କରିବା ସହ ଅଞ୍ଚଳବାସୀ ଚିକିତ୍ସା ପାଇଁ ଜଗନ୍ନାଥ ପ୍ରସାଦ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥାନ୍ତି । ପୋଲ ନିର୍ମାଣରେ ବିଳମ୍ବ ଯୋଗୁଁ ଲୋକମାନଙ୍କ ଯାତାୟାତରେ ସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧାପନ୍ତରିଆ ଭାବେ ବ୍ରିଜଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ । ସୋରଡ଼ା ଏବଂ ଲୁଣିସରା ଗ୍ରାମର ଛାତ୍ରଛାତ୍ରୀ ଏବଂ ଲୋକମାନେ ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ପର୍ଯ୍ୟନ୍ତୁ ସବୁ ସ୍ଥାନରେ ସ୍ଥାନୀୟ ବାସିନ୍ଦା, ଜନପ୍ରତିନିଧିମାନେ ଅଭିଯୋଗ କରି ଆସୁଛନ୍ତି । ହେଲେ କେହି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

ଅନଶନରେ ପଞ୍ଚାୟତବାସୀ:

ତେବେ ଏହା ପୂର୍ବରୁ ମଧ୍ୟ ସ୍ଥାନୀୟ ବାସିନ୍ଦା ଦୁଇ ଦୁଇଥର ରାସ୍ତାରୋକ କରିଥିଲେ । ସେମାନଙ୍କ ନାମରେ ପୋଲିସ ମାମଲା ରୁଜୁ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବାରମ୍ବାର ଅଭିଯୋଗ କରି ବିଫଳ ହେବା ପରେ ସୋରଡା ସରପଞ୍ଚ ଫକୀର ମୋହନ ସାହୁ ଏବଂ ସମିତି ସଭ୍ୟଙ୍କ ସହ ସ୍ଥାନୀୟ ବାସିନ୍ଦା ପୋଲ ନିକଟରେ ଧାରଣା ଦେଇ ପ୍ରତିବାଦ ଜଣାଇଛନ୍ତି । ଜିଲ୍ଲାପାଳଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ନ ପାଇବା ପର୍ଯ୍ୟନ୍ତ ସେ ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି ।

ସରପଞ୍ଚଙ୍କୁ ସ୍ଥାନୀୟ ଜନସାଧାରଣ ସମର୍ଥନ ଜଣାଇ ତାଙ୍କ ସହିତ ଧାରଣାରେ ବସି ରହିଛନ୍ତି । ସେପଟେ ଧାରଣା ସଂପର୍କରେ ଖବର ପାଇବା ପରେ ପୋଲ ନିକଟରେ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ହିତାଞ୍ଜଳି ପଣ୍ଡା, ନୂଆଗାଁ ଥାନା ଅଧିକାରୀ ଶରତ ଚନ୍ଦ୍ର ସେଠୀ ପହଞ୍ଚି ସରପଞ୍ଚ ସହ ଆଲୋଚନା କରି ବିଫଳ ହୋଇ ଫେରିଛନ୍ତି । ସେପଟେ RD ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବ ।

କଣ୍ଟ୍ରାକ୍ଟରଙ୍କୁ ବଦଳାଇବା ପାଇଁ ଦାବି:

ଏନେଇ ସୋରଡ଼ା ପଞ୍ଚାୟତ ସରପଞ୍ଚ ଫକୀର ମୋହନ ସାହୁ କହିଛନ୍ତି, "ଏହା ଆରଡି ବିଭାଗର ଏକ ବଡ଼କାମ । ସରପଞ୍ଚ ଓ ସମିତି ସଭ୍ୟଙ୍କ ହାତରେ କିଛି ନାହିଁ । ଆମେ ଯେତେବେଳେ ବି ବିଭାଗୀୟ ଅଫିସରେ ଅଭିଯୋଗ କରିଛୁ, ସବୁବେଳେ ପ୍ରତିଶ୍ରୁତି ପାଇଛୁ । ୫ ବର୍ଷ ହେଲା ଆମକୁ ଏଭଳି ପ୍ରତିଶୃତି ଦିଆଚାଲିଛି । କଣ୍ଟ୍ରାକ୍ଟରଙ୍କୁ ବଦଳାଯାଇ ନୂଆ ସାନି ଟେଣ୍ଡର ଡକାଯାଉ । ଜିଲ୍ଲାପାଳ ଆସି ଏକଥା ବୁଝନ୍ତୁ । ଯଦି ତୁରନ୍ତ ରାସ୍ତାକାମ ନ ହୁଏ ତେବେ ଆମେ ଏଭଳି ଧାରଣାରେ ବସିରହିବୁ ।"

ଏହା ମଧ୍ୟ ପଢ଼ନ୍ତୁ...ନିମ୍ନମାନର ରାସ୍ତା କାମ ଅଭିଯୋଗ, ତଦନ୍ତ ଦାବି କଲେ ଗ୍ରାମବାସୀ

ଏହା ମଧ୍ୟ ପଢ଼ନ୍ତୁ...ପୁରୁଣା ରାସ୍ତା ଦେଖାଇ ଫେକ୍ ବିଲ୍, ୮ ଲକ୍ଷ ହଡ଼ପ ଅଭିଯୋଗ ଆଣିଲେ ଗ୍ରାମବାସୀ

ସେପଟେ ନୟାଗଡ଼ RD ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି, ପୋଲ କାମରେ କଣକଣ ସମସ୍ୟା ଥିଲା, ଆମର କେତେ ମେଟେରିଆଲ ଥିଲା, କେବେ କାମ ସାରିବା ପାଇଁ ଆମର ପ୍ଲାନିଂ ଅଛି ସେ ବିଷୟରେ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କଲୁ । ସେମାନେ ଜିଦ ଧରିଛନ୍ତି ଯେ, କାମ ଚାଲୁ ଆମେ ଏଠାରେ ବସି କାମ ଦେଖିବୁ । ଖୁବ ଶୀଘ୍ର କାର୍ଯ୍ୟ ଶେଷ ହୋଇ ଯାତାୟତ ହେବ । ଫଣ୍ଡର କୌଣସି ସମସ୍ୟା ନାହିଁ ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.