ବୌଦ୍ଧରେ ଡାକ୍ତରଖାନାର ସ୍ଥିତି ପରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ - HEALTH MINISTER VISITS HOSPITAL

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 5, 2025, 1:14 PM IST

ବୌଦ୍ଧ: ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା । ବିଭିନ୍ନ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହୋଇଛି । ସଦର ମହକୁମାଠାରେ ଦୀର୍ଘ ବର୍ଷ ହେଲା ନିର୍ମାଣ ଚାଲିଥିବା ତିନି ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କେବେ କାର୍ଯ୍ୟକ୍ଷମ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶନିବାର ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଜିଲ୍ଲା ଗସ୍ତରେ ଆସି ଏହାର ସମୀକ୍ଷା କରିଛନ୍ତି । ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ମନ୍ତ୍ରୀ ।
 

ଏହା ବି ପଢନ୍ତୁ...Blinkit ଆରମ୍ଭ କଲା ଆମ୍ବୁଲାନ୍ସ ସେବା; ମାତ୍ର 10ମିନିଟରେ ଘରେ ପହଞ୍ଚିବ ଟିମ୍‌

ଏହା ବି ପଢନ୍ତୁ...୩୦ ଜିଲ୍ଲାରେ ମେଡିକାଲ କଲେଜ, ୫୦୦୦ ଡାକ୍ତର ନିଯୁକ୍ତି: ମନ୍ତ୍ରୀ

ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଡାକ୍ତର ଓ ଷ୍ଟାଫ ନର୍ସଙ୍କ ରୋଗୀଙ୍କ ପ୍ରତି ଅଶାଳୀନ ବ୍ୟବହାର ନେଇ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିବାବେଳେ ଅନେକ ଡାକ୍ତର ନିଜ କ୍ଲିନିକ ଚଳାଇବାରେ ବ୍ୟସ୍ତ ଥିବା ମଧ୍ୟ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଅଭାବକୁ ସ୍ବୀକାର କରିବା ସହିତ ଆଗାମୀ ଅଳ୍ପ ଦିନ ମଧ୍ୟରେ 3500 ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ରାଜ୍ୟରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ଦେଇଛନ୍ତି । ସେପଟେ "ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ନୂତନ କୋଠା ପାଇଁ ଆବଶ୍ୟକ ଅନୁମତି ମିଳିନଥିବାରୁ ଡାକ୍ତରଖାନା କାର୍ଯ୍ୟକ୍ଷମ ହୋଇପାରୁନାହିଁ" ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.