ETV Bharat / state

ପୋଲିସ ମିତ୍ରଙ୍କ ଗଡିଲା ମୁଣ୍ଡ, ବିଜେଡିର କାଛୁ ଉପାଖ୍ୟାନ ଉତ୍ତର ଦେଲା ବିଜେପି - BHUBANESWAR MURDER CASE

ପୋଲିସ ମିତ୍ରଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିବା ଘଟଣାରେ ବିଜେପି ବିଜେଡି ମଧ୍ୟରେ ଦୋଷ ଲଦାଲଦି ପର୍ବ ଆରମ୍ଭ ହୋଇଯାଇଛି । ଆଜି ସକାଳୁ ମଞ୍ଚେଶ୍ବର ଥାନା ରସୁଲଗଡ ଛକରେ ଘଟିଥିଲା ହତ୍ୟାକାଣ୍ଡ।

ବିଜେଡିର କାଛୁ ଉପାଖ୍ୟାନ
ବିଜେଡିର କାଛୁ ଉପାଖ୍ୟାନ (ETV Bharat Odisha)
author img

By ETV Bharat Odisha Team

Published : 16 hours ago

Updated : 16 hours ago

ଭୁବନେଶ୍ବର: ସ୍ପଷ୍ଟ ଦିବାଲୋକରେ ପୋଲିସ ମିତ୍ରଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିବା ଘଟଣା ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ନୟାଗଡର ଶରଣକୂଳରୁ ଗିରଫ କରିଛି ପୋଲିସ । ଘଟଣାରେ ଜଣେ ମହିଳା ଅଭିଯୁକ୍ତ ଥିବା ପୋଲିସ ସୂଚନା ଦେଇଛି । ଏମାନେ କାହିଁକି ପୋଲିସ ମିତ୍ରଙ୍କୁ ହତ୍ୟା କଲେ ଅନୁସନ୍ଧାନ କରୁଛି ପୋଲିସ । ପ୍ରବାସୀ ଭାରତୀୟ ଦିବସ ପାଇଁ ଚଳଚଞ୍ଚଳ ରାଜଧାନୀରେ ଆଜି ସକାଳୁ ଏହି ହତ୍ୟାକାଣ୍ଡର ଅପରାଧୀଙ୍କୁ ଧରିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିଲା । ହିଷ୍ଟ୍ରି ସିଟର୍‌ଙ୍କ ରେକର୍ଡ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ରାଜଧାନୀର ବିଭିନ୍ନ ବସ୍ତିରେ ଚଢାଉ କରିଥିଲା ପୋଲିସ । ଡ୍ରଗ୍ସ କାରବାର ନା ରାଜନୈତିକ ଆକ୍ରୋଶ ଏସବୁ ଦିଗକୁ ତଦନ୍ତ ପରିସରକୁ ଆଣିଛି କମିଶନରେଟ ପୋଲିସ । ତେବେ ପ୍ରାଥମିକ ତଦନ୍ତରୁ ଏହି ହତ୍ୟାକାଣ୍ଡ ଧଳାଜହର କାରବାରକୁ ନେଇ ହୋଇଥିବା ଜଣାପଡିଛି ।

ବିଜେପି-ବିଜେଡି ଦୋଷ ଲଦାଲଦି

ରାଜଧାନୀ ହତ୍ୟାକାଣ୍ଡ ଘଟଣା ପରେ ବିଜେପି ବିଜେଡି ମଧ୍ୟରେ ଦୋଷ ଲଦାଲଦି ପର୍ବ ଆରମ୍ଭ ହୋଇଯାଇଛି । ବିଜେଡି ଅଭିଯୋଗ କରିଛି ଯେ ଆଇନଶୃଙ୍ଖଳା ନେଇ ସରକାର ଫେଲ । ପ୍ରବାସୀ ଭାରତୀୟ ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ । ଭୁବନେଶ୍ୱରରେ ବିଗିଡିଛି ଆଇନ ଶୃଙ୍ଖଳା ସ୍ଥିତି। ସ୍ପଷ୍ଟ ଦିବାଲୋକରେ ପୋଲିସ ମିତ୍ରଙ୍କର ଗଣ୍ଡିରୁ ମୁଣ୍ଡକୁ ଅଲଗା କରି କରାଯାଉଛି ବିଭତ୍ସ ହତ୍ୟାକାଣ୍ଡ । ଏଭଳି ସ୍ଥିତିରେ ଅସୁରକ୍ଷିତ ପାଲଟିଛି ରାଜ୍ୟ ରାଜଧାନୀ ବୋଲି ଅଭିଯୋଗ କରିଛି ବିଜେଡି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ମତ ରଖିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଓ ମିଡ଼ିଆ ସଂଯୋଜକ ଲେଲିନ ମହାନ୍ତି । ସେପଟେ ବିଜେଡିର ଜବାବ ଦେଇଛି ବିଜେପି । ଦଳ କହିଛି 24 ବର୍ଷରେ ଦୋଷୀ ଧରା ପଡୁନଥିଲେ ହେଲେ 6 ମାସର ବିଜେପି ସରକାରରେ ଖସି ଯାଇପାରିନାହାନ୍ତି ଗୋଟିଏ ବି ଦୋଷୀ ।

ବିଜେଡିର କାଛୁ ଉପାଖ୍ୟାନ ଉତ୍ତର ଦେଲା ବିଜେପି (ETV Bharat Odisha)

ଶାନ୍ତିପ୍ରିୟ ଓଡିଶା ପାଇଁ ଶୁଭ ସଙ୍କେତ ନୁହେଁ

ଆଇନଶୃଙ୍ଖଳା ନେଇ ବିଜେପି ସରକାରକୁ କଡା ସମାଲୋଚନା କଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, ‘‘ଆଜିର ଘଟଣା ଶାନ୍ତିପ୍ରିୟ ରାଜ୍ୟ ଓଡିଶା ପାଇଁ ପରିଚୟର ଶୁଭ ସୂଚନା ନୁହେଁ । ଆଗରୁ ଏପରି କେବେ ହେଉନଥିଲା ଯାହା ଏବେ ହେଉଛି। ଯେତେବେଳେ ପ୍ରବାସୀ ମାନଙ୍କୁ ଆମେ ସ୍ୱାଗତ କରୁଛୁ ସେହି ସମୟରେ ଏପରି ଘଟଣା ଘଟୁଛି । ଆସୁଆସୁ ପ୍ରବାସୀ ଭାରତୀୟଙ୍କୁ ଶାନ୍ତିପ୍ରିୟ ରାଜ୍ୟର ପ୍ରତିଫଳନ ଆଜି ଭୁବନେଶ୍ବରରେ ଦେଖିବାକୁ ମିଳିଛି । କାଛୁ କୁଣ୍ଡିଆ ରାଜଧାନୀରେ ସ୍ନୋ ପାଉଡର ଲଗାଇ ନୂଆ ସାର୍ଟ ପିନ୍ଧାଇ ଦେଇଛନ୍ତି ମୋହନ ସରକାର । ଆଇନ କାନୁନ ଓଡିଶାରେ ନାହିଁ । ତାଙ୍କ ଦଳର ବରିଷ୍ଠ ନେତା ନିଜେ କହୁଛନ୍ତି ତାଙ୍କର ଜଣେ ନେତାଙ୍କ ସୁପାରୀ କିଲିଂ ହେଉଛି । ଆଜିର ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ।’

ସେ ଆହୁରି କହିଛନ୍ତି, ‘ଏଇଟା ଗୋଟିଏ ଭୁଲ ସିଗ୍ନାଲ ଦେଉଛି ଯାହା ଦ୍ବାରା ଓଡିଶାର ଚିତ୍ର ଖରାପ ହେବ । ଆଇନ କାନୁନ ସରକାର ଟିକେ ସଜାଗ ହୋଇ ରକ୍ଷା କରନ୍ତୁ । ଏପରି ଘଟଣା ଆଗରୁ ହେଉ ନଥିଲା । କହି ଦେଉଥାଏ ପରକୁ ବୁଦ୍ଧି ନ ଦିଶଇ ଘରକୁ । ଭୁବନେଶ୍ୱର ଭିତରେ ଯଦି ଏପରି ଘଟଣା ହେଉଛି ରାଜ୍ୟର ଅବସ୍ଥା କଣ ? ପ୍ରବାସୀ ଭାରତୀୟ ପାଇଁ ରାଜଧାନୀକୁ ସ୍ନୋ ପାଉଡର ଲଗାଇ, ଲିପ୍ସଟିକ ଲଗାଇ ନୂଆ ସାର୍ଟ ପିନ୍ଧେଇ ଦେଲ ହେଲେ ସେ ହଲର ହଲର ହେଉଥିବା କାଛୁ କୁଣ୍ଡିଆ ହେଲା ଭଳିଆ ତା ଦେହ ହେଉଥିବ । ଏହାଠୁ ବଡ ଆଇନ ଶୃଙ୍ଖଳା ପରିସ୍ଥିତି ରାଜ୍ୟ ପାଇଁ ଆଉ କଣ ହୋଇପାରେ ।’

ସେତେବେଳେ ଦୋଷୀ ଧରା ପଡୁନଥିଲେ ଏବେ ସଜା ପାଉଛନ୍ତି

ସେପଟେ ବିଜେଡିକୁ ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ‘‘ପୋଲିସ ତଦନ୍ତ ଚଳାଇଛି । ପୋଲିସର ତତ୍ପରତା ଯୋଗୁଁ ଖୁବ ଶୀଘ୍ର ଧରାପଡିବେ ଦୋଷୀ । ଏଥିରେ କୌଣସି ହେଳା କରାଯିବନି । ସେତେବେଳେ ଦୋଷୀ ଧରାପଡୁନଥିଲେ ଏବେ ଦୋଷୀଙ୍କୁ ସଜା ମିଳୁଛି । 6 ମାସର ପୋଲିସ ଇତିହାସ କହୁଛି ଅପରାଧ କରି ଅପରାଧୀ ଖସି ପାରି ନାହାନ୍ତି। ଆଜିର ଘଟଣାକୁ ନେଇ ତଦନ୍ତ ହେବ ବହୁତ ଶୀଘ୍ର ଦୋଷୀଙ୍କୁ ଦଣ୍ଡ ମିଳିବ । 6 ମାସ ସରକାର ଭିତରେ କିଛି ଅପରାଧ ଘଟିଛି । ଏହାକୁ ନେଇ ବିରୋଧୀ ବିଧାନସଭା ଭିତରେ ଓ ବାହାରେ ପ୍ରଶ୍ନ ଉଠାଇଥିଲେ । ଗତ 24 ବର୍ଷ ସରକାର ଆଉ ଏଇ ସରକାର ମଧ୍ୟରେ ଗୋଟିଏ ପାର୍ଥକ୍ୟ ।’

ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, ‘ପୁରୁଣା ସରକାରରେ ଅପରାଧୀ ଅପରାଧ ଘଟାଇ ପଳାଉଥିଲେ ହେଲେ ତାଙ୍କୁ ଖୋଜି ପାରୁନଥିଲେ ସରକାର। ସେଇ ପୋଲିସ ଅଛନ୍ତି ସେଇ ବିଭାଗ ଅଛି ହେଲେ ଆମ ସରକାରରେ ଅପରାଧି ଖସି ଯାଇ ପାରୁନାହାନ୍ତି । କୌଣସି ଅପରାଧ ଏମିତି ଆମ ସରକାରରେ ଘଟିନି ଯେଉଁଠି ଦୋଷୀ ଖସି ଯାଉଛନ୍ତି । ଆଜିର ହତ୍ୟା ଘଟଣାରେ ତଦନ୍ତ କରି ଶୀଘ୍ର ଦୋଷୀଙ୍କୁ ଧରାଯିବ ଓ ଦଣ୍ଡ ବିଧାନ କରାଯିବ ଏଥିରେ କୌଣସି ପ୍ରକାର ଅବହେଳା କରାଯିବ ନାହିଁ ।’

ବିଜେଡି ବିଧାୟକ ଗୌତମ ବୁଦ୍ଧ କହିଛନ୍ତି,‘ଭୁବନେଶ୍ୱରରେ ବର୍ତ୍ତମାନ ଆନ୍ତର୍ଜାତୀୟ ପ୍ରବାସୀ ଭାରତୀୟ ସମ୍ମିଳନୀ ହେଉଛି । ୭୦୦୦ରୁ ଊର୍ଦ୍ଧ୍ବ ଲୋକ ଆସିଛନ୍ତି । ଆଇନ ଶୃଙ୍ଖଳା ଠିକ ରଖିବାକୁ ୮୦ ପ୍ଲାଟୁନ ପୋଲିସ ୭ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଆସିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଆସୁଛନ୍ତି । ହେଲେ ଯେଉଁଠି ଏତେ ବିଶାଳ ସମ୍ମିଳନୀ ହେଉଛି ସେଠୁ ୩ କିଲୋମିଟର ଦୂରରେ ଜଣେ ସଫେଇ କର୍ମଚାରୀ ତଥା ପୋଲିସ ମିତ୍ରଙ୍କୁ ହତ୍ୟା କରାଯାଇଛି । ପୋଲିସ ମିତ୍ର ଯିଏ ବ୍ରାଉନ ସୁଗାର ବେପାରକୁ ବିରୋଧ କରୁଥିଲେ । ସେଭଳି ଜଣେ ବ୍ୟକ୍ତିଙ୍କୁ ଆଜି ମାରି ଦିଆଯାଇଛି । ସହଦେଵ ନାୟକଙ୍କ ହତ୍ୟାକୁ ନେଇ ନୂଆ ସରକାରରେ ଆଇନ ଶୃଙ୍ଖଳା ଭୁଶୁଡିଛି ବୋଲି କହିଛି ବିଜେଡି । ସେହିପରି ରାଜଭବନରେ ତତ୍କାଳୀନ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ପ୍ରସଙ୍ଗ ଉଠାଇ ବିଜେଡି କହିଛି ରାଜ୍ୟରେ ବିଜେଲି ସରକାର ପରେ ଆଉ ଅପରାଧୀଙ୍କ ଭୟ ନାହିଁ। ’

ଅନ୍ୟପଟେ ବିଜେଡି ମିଡ଼ିଆ ସଂଯୋଜକ ଲେଲିନ ମହାନ୍ତି କହିଛନ୍ତି, ‘ବିଗତ ଦିନରେ ଚାଷୀ ଆତ୍ମହତ୍ୟା, ହତ୍ୟା, ଲୁଟ ଭଳି କଥା ରାଜ୍ୟରେ ବଢିଚାଲିଛି । ପୋଲିସ ଥାନା ପାଖରେ ମୁଣ୍ଡ ଗଣ୍ଡି ଅଲଗା ହେଲା । ଆଗରୁ ଏମିତି କେବେ ହେଉ ନଥିଲା, ଏଭଳି ସ୍ଥିତିରେ ବି ପୋଲିସ କେମିତି କହୁଛି ସବୁ ଘଟଣାରେ ନିଘା ଅଛି ? ଚୁପ ହୋଇ ବସିଛନ୍ତି । ପୋଲିସ ମିତ୍ରଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି । ସାଧାରଣ ଲୋକଙ୍କୁ କି ସୁରକ୍ଷା ଦେବେ? ଏନେଇ ଗୃହ ବିଭାଗର ଦାୟତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ।’

ଏହା ମଧ୍ୟ ପଢନ୍ତୁ:

ପୋଲିସ ଇନଫରମରଙ୍କୁ ବୀଭତ୍ସ ହତ୍ୟା, ରାଜଧାନୀ ରାଜରାସ୍ତାରୁ ମିଳିଲା ରକ୍ତାକ୍ତ ମୃତଦେହ

ରସୁଲଗଡ ପୋଲିସ ମିତ୍ର ହତ୍ୟାକାଣ୍ଡ, ମହିଳାଙ୍କ ସମେତ ୩ ଅଭିଯୁକ୍ତ ଗିରଫ

ରସୁଲଗଡରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ

ଆଜି ସକାଳୁ ମଞ୍ଚେଶ୍ବର ଥାନା ରସୁଲଗଡ ଛକରେ ଘଟିଥିଲା ହତ୍ୟାକାଣ୍ଡ । ନିଜ ବାଇକରେ ଯାଉଥିବା ଜଣେ ପୋଲିସ ଇନଫର୍ମର ସହଦେବ ନାୟକଙ୍କୁ ବିଭତ୍ସ ହତ୍ୟା କରିଥିଲେ ଦୁର୍ବୃତ୍ତ । ରାସ୍ତା ଉପରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିବାବେଳେ ଏନ୍ଏଚ ଉପରୁ ରକ୍ତାକ୍ତ ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ। ଏହି ସମୟରେ ହତ୍ୟାକାଣ୍ଡ ସମୟର ଏକ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା । ଘଟଣାସ୍ଥଳରୁ ଜଣେ ବ୍ୟକ୍ତି ଓ ଜଣେ ମହିଳା କିଛି ମାରଣାସ୍ତ୍ର ଏକ ଧଳାବ୍ୟାଗରେ ଗୋଟାଇ ନେଇ ଯାଉଥିବା ଦେଖିବାକୁ ମିଳିଥିଲା । ଭିଡିଓରୁ ଅଭିଯୁକ୍ତ ଆସିଥିବା ବାଇକର ନମ୍ବର ପ୍ଲେଟ ଦେଖି ଯାଞ୍ଚ କରିଥିଲା ପୋଲିସ । ଯେଉଁଥିରୁ ରକ୍ତପାତର ଖିଅ ଖୋଜି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 16 hours ago
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.