ଓଡିଶା

odisha

ଅଳ୍ପ ବୟସରେ ମଧୁମେହ ହେଲେ ସାବଧାନ, ହୋଇପାରେ ଆଲଜାଇମର - Diabetes And Alzheimer Disease

By ETV Bharat Odisha Team

Published : Mar 29, 2024, 12:00 AM IST

Diabetes And Alzheimer Disease: ଯଦି ଅଳ୍ପ ବୟସରେ ମଧୁମେହ ରୋଗର ଚିହ୍ନଟ ହେଉଛନ୍ତି, ତାହେଲେ ହୋଇଯାଆନ୍ତୁ ସାବାଧନ ! ଠିକ ସମୟରେ ଚିକିତ୍ସା ନକଲେ ହୋଇପାରେ ଡିମେନ୍ସିଆ । ପଢନ୍ତୁ ତୁଫିକ ରସିଦଙ୍କ ଆଲୋଖ୍ୟ

Diabetes And Alzheimer Disease
Diabetes And Alzheimer Disease

ତୁଫିକ ରସିଦ

ବରିଷ୍ଠ ସାମ୍ବାଦିକ

ହାଇଦ୍ରାବାଦ:ମଧୁମେହ ଏକ ଗମ୍ଭୀର ରୋଗ ଅଟେ । ଏହା ଶରୀରରେ ମସ୍ତିଷ୍କ ସମେତ ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିବାର ସମ୍ଭାବନା ରହିଥାଏ । ତେବେ ଅନୁସନ୍ଧାନକାରୀମାନେ ଦାବି କରୁଛନ୍ତି ଯେ, ମଧୁମେହ କାରଣରୁ ଡିମେନ୍ସିଆ ହେବାର ସମ୍ଭାବନା ଅଧିକ ରହିଥାଏ । ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ଦାବି କରାଯାଇଛି । ତେବେ ଅନୁସନ୍ଧାନକାରୀମାନେ ଦାବି କରି କହିଛନ୍ତି ଯେ, ଟାଇପ-2 ଡାଇବେଟିସ ଏବଂ ଆଲଜାଇମର ରୋଗ ମଧ୍ୟରେ ଗଭୀର ସଂଯୋଗ ରହିଛି । ଯଦି ଜଣେ ବ୍ୟକ୍ତିକୁ ଅଳ୍ପ ବୟସରେ ମଧୁମେହ ହୁଏ ତାହେଲେ ଆଲଜାଇମର ହେବାର ସମ୍ଭାବନା ଅଧିକ ରହିଥାଏ ।

ତେବେ ଏନେଇ ଏକ ଅନୁସନ୍ଧାନ କରାଯାଇଥିବା ବେଳେ 81 ପ୍ରତିଶତ ଆଲଜାଇମର ରୋଗୀଙ୍କ ନିକଟରେ ଟାଇପ-2 ଡାଇବେଟିସର ଲକ୍ଷଣ ଦେଖାଯାଇଥିଲା । ତେବେ ଟେକ୍ସାସ ଏଆଣ୍ଡଏମ୍ ୟୁନିଭରସିଟିର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ମଧୁମେହ ଏବଂ ଆଲଜାଇମର ରୋଗ ମଧ୍ୟରେ ଲିଙ୍କର କାରଣ ହେଉଛି ଏକ ପ୍ରେକାର ପ୍ରୋଟିନ । ଯାହାକି ମନୁଷ୍ଯ ଶରୀରର ଅନ୍ତନଳୀରେ ରହିଥାଏ । ଆମେରିକାନ ସୋସାଇଟି ଫର ବାୟୋକେମୋଷ୍ଟ୍ରି ଏବଂ ମଲିକୁଲାରରେ ଏହା ପ୍ରକାଶିତ ହୋଇଛି । ଅନୁସନ୍ଧାନକାରୀମାନେ ନିଜ ଅନୁସନ୍ଧାନ ସମୟରେ ମୂଷାର ବ୍ୟବହାର କରିଥିଲେ ।

ବୈଜ୍ଞାନିକମାନେ ଦାବି କରି କହିଛନ୍ତି, ଉଚ୍ଚ ପ୍ରୋଟିନ ଯୁକ୍ତ ଖାଦ୍ୟ JAK-3 ପ୍ରୋଟିନକୁ ଦମନ କରିଥାଏ । ଯେଉଁ ମୂଷାମାନଙ୍କ ଠାରେ ଏହି ପ୍ରୋଟିନର ଅଭାବର ରହିଥିଲା ପରୀକ୍ଷଣ ସମୟରେ ସେମାନଙ୍କ ଠାରେ ପ୍ରଦାହ ଦେଖାଯାଇଥିଲା । ପ୍ରଥମେ ପ୍ରଦାହ ଅନ୍ତନଳୀରୁ ଆରମ୍ଭ ହୋଇ ପରେ ଯକୃତକୁ ଯାଇଥାଏ । ପରେ ଏବହା ଯକୃତରୁ ମସ୍ତିଷ୍କ ଆଡକୁ ଗତି କରିଥାଏ । ଏହି କାରଣରୁ ଆଲଜାଇମର ଲକ୍ଷଣ ବିକଶିତ ହୋଇଥାଏ ।

ତେବେ ଅନୁସନ୍ଧାନକାରୀମାନଙ୍କ କହିବା ଅନୁସାର, ନିୟନ୍ତ୍ରିତ ମଧୁମେହ ଭଲ ଏବଂ ସୁସ୍ଥ ଅଟେ । ଜୀବନଶୈଲୀରେ ପରିବର୍ତ୍ତନ କରି ବିପଦକୁ ହ୍ରାସ କରାଯାଇପାରେ । ରକ୍ତରେ ଅଧିକ ମାତ୍ରାରେ ଶର୍କରା ରହିବା କାରଣରୁ ମଧୁମେହ ହୋଇଥାଏ । ମଧୁମେହ ବିଶେଷଜ୍ଞ ତଥା ଫୋର୍ଟିସ୍ ସିଡିଓସିର ଚେୟାରମ୍ୟାନ୍ ଡାକ୍ତର ଅନୁପ ମିଶ୍ରାଙ୍କ କହିବା ଅନୁସାରେ, " ଅଙ୍ଗ ଅକାମୀ ହେବା ମଧୁମେହର ଲକ୍ଷଣ ଅଟେ । କାରଣ ମଧୁମେହ ଶରୀରର ସମସ୍ତ ପ୍ରକାର ଅଙ୍ଗକୁ ପ୍ରଭାବିତ କରିଥାଏ । ବିଶେଷ କରି ବ୍ରେନକୁ ପ୍ରଭାବିତ କରିଥାଏ । ଯଦି ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିକ କରାଯାଏ ନାହିଁ, ତାହେଲେ ଏହା ଶରୀରର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ । ମଧୁମେହ ପ୍ରଥମେ ଛୋଟ ରକ୍ତବାହୀକୁ ଅବରୋଧ କରିଥାଏ । ଏହି କାରଣରୁ ମସ୍ତିଷ୍କ ପର୍ଯ୍ୟନ୍ତ ରକ୍ତ ପହଞ୍ଚିବାରେ ଅସୁବିଧା ହୋଇଥାଏ । ଯେତେବେଳେ ଏହି ପ୍ରକ୍ରିୟା ଦୀର୍ଘ ସମୟ ଧରି ଘଟେ, ଏହା ମସ୍ତିଷ୍କର କିଛି ଅଂଶକୁ ପ୍ରଭାବିତ କରିଥାଏ ।"

ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେତେ କମ୍ ବୟସରେ ମଧୁମେହ ହୁଏ, ଡିମେନ୍ସିଆ ହେବାର ଆଶଙ୍କା ସେତେ ଅଧିକ ରହିଥାଏ । ତେଣୁ ଯେତେବେଳେ ରକ୍ତରେ ଶର୍କରା ସ୍ତର ଅଧିକ ଥାଏ, ଏହା ମସ୍ତିଷ୍କର ସ୍ନାୟୁ ଏବଂ ରକ୍ତବାହୀକୁ ଦୁର୍ବଳ କରିଥାଏ । ଏହା ଦ୍ବାରା ସ୍ମୃତିଶକ୍ତି କମିବା ସହିତ ମନୋବଳ ପରିବର୍ତ୍ତନ ହୋଇଥାଏ । ଏହାସହ ଓଜନ ମଧ୍ୟ ବୃଦ୍ଧି ହେବା ସହିତ ହରମୋନରେ ପରିବର୍ତ୍ତନ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: World Alzheimer Day: ସଚେତନତା ଦୂର କରିବ ଆଲଜାଇମର, ଜାଣନ୍ତୁ ଦିବସ ପଛର ଇତିହାସ

ଟାଇପ-2 ଡାଇବେଟିସକୁ କିଭଳି ରୋକିବେ:

  • ମେଡିସିନ୍ ଏବଂ ଇନସୁଲିନ୍ ଥେରାପି ନେବା ଆବଶ୍ୟକ ।
  • ଖାଦ୍ୟ ଏବଂ ବ୍ୟାୟାମ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ । କିଛି ଦିନ ବ୍ୟବଧାନରେ ରକ୍ତ ଶର୍କରା ଯାଞ୍ଚ କରିବା ଆବଶ୍ୟକ ।
  • ଜୀବନଶୈଳୀରେ ପରିବର୍ତ୍ତନ ଜରୁରୀ । ବଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

କେଉଁ ଖାଦ୍ୟ ଉପଯୋଗୀ:

  • ଆପଲ: ଏଥିରେ କମ୍ ପରିମାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ କମ ରହିଥାଏ । ଏହା ବ୍ୟତୀତ ଭିଟାମିନ୍ ମଧ୍ୟ ଅଧିକ ପରିମାଣରେ ଥାଏ । ବିଶେଷ କଥା ହେଉଛି ଏଥିରେ ଚର୍ବି ନଥାଏ ।
  • ଆଲମଣ୍ଡ: ଶରୀରରେ ରହିଥିବା ଇନସୁଲିନକୁ ପ୍ରଭାବଶାଳୀ ଉପଯୋଗ କରିବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ ମାଗ୍ନେସିୟମ ଅଧିକ ମାତ୍ରାରେ ରହିଥାଏ ।
  • ଚିଆ ସିଡ୍ସ: ପ୍ରୋଟିନ୍ ଏବଂ କ୍ୟାଲସିୟରେ ଭରପୁର ଚିଆ ସିଡ୍ସ ଶରୀରର ଓଜନକୁ ସଠିକ ରଖିବାରେ ସାହାଯ୍ୟ କରେ ।
  • ହଳଦୀ:କରକ୍ୟୁମିନ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ତେଣୁ ଏହା ଶରୀର ପାଇଁ ଉପଯୋଗୀ ବୋଲି ବିବେଚନା କରାଯାଇଥାଏ।
  • ଅନ୍ୟ ଉପକାରୀ ଖାଦ୍ୟ ମଧ୍ୟରେ ବିନ୍ସ, କାମୋମାଇଲ ଚା, ଓଟମିଲ, ବ୍ଲୁବେରୀ, ମାଂସ ଏବଂ ଅଣ୍ଡା ଖାଆନ୍ତୁ ।
  • ସୁସ୍ଥ ଚର୍ବି ଯେପରିକି ନଡିଆ ତେଲ, ଅଲିଭ୍ ତେଲ ଏବଂ ସୋରିଷ ତେଲ ବ୍ୟବହାର କରନ୍ତୁ ।
  • କାର୍ବୋହାଇଡ୍ରେନ କମ୍ ଖାଆନ୍ତୁ ।

ABOUT THE AUTHOR

...view details