ଶେଷ ହେବାକୁ ବସିଛି ବର୍ଷ 2024 । ପୁଣି ନୂତନ ଉତ୍ସାହ, ଉଦ୍ଦୀପନା ଓ ଆଶା ଆକାଂକ୍ଷା ନେଇ ଏକ ନବ ବର୍ଷ ନୂତନ କ୍ୟାଲେଣ୍ଡର ସହ ଆରମ୍ଭ ହେବାକୁ ଯାଉଛି । ବିଦାୟୀ 24ରେ ଅନେକ ସେଲିବ୍ରିଟିଙ୍କୁ ମିଳିଛି ଗୁଡ୍ ନ୍ୟୁଜ । ଦୀପିକା ପାଦୁକୋନଙ୍କ ଠାରୁ ନେଇ ୟାମୀ ଗୌତମଙ୍କ ପର୍ଯ୍ୟନ୍ତ ବହୁ ଲୋକପ୍ରିୟ ଫିଲ୍ମଷ୍ଟାରଙ୍କ ଘରେ କୁନି ଅତିଥିର ପାଦ ପଡିଛି । ଯେଉଁଥିପାଇଁ ଏ ବର୍ଷ କିଛି ଛୁଆଙ୍କର ନାମ ବେଶ୍ ଟ୍ରେଣ୍ଡରେ ରହିଥିଲା । ଏହାକୁ କେତେକ ସେଲିବ୍ରିଟି ନିଜ ସନ୍ତାନର ନାମ ରଖିଥିଲେ । କିଛି ନାମ ଏଥିପାଇଁ ମଧ୍ୟ ଚର୍ଚ୍ଚାକୁ ଆସିଥିଲା କି ତା'ର ଅର୍ଥ ବହୁତ୍ ଖାସ୍ ଥିଲା । ଆଜି ଆମେ ଆପଣଙ୍କୁ ସେଭଳି କେତେକ ଫିଲ୍ମ ଅଭିନେତା, କ୍ରିକେଟରଙ୍କ ସନ୍ତାନ ନାମ ଜଣାଇବୁ ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରିଥିଲେ ।
ସାଧାରଣତଃ ଅନେକ ଭାରତୀୟ ବାପାମାଆ ବଡ଼ ବଡ଼ ସେଲିବ୍ରିଟି କିମ୍ବା ସେମାନଙ୍କ ସନ୍ତାନର ନାଁ ଅନୁସାରେ ନିଜ ସନ୍ତାନର ନାମ ରଖିବାକୁ ପସନ୍ଦ କରନ୍ତି । ନାମକରଣ କଥା ଆସିଲେ ପ୍ରଥମେ ଇଣ୍ଟନନେଟ୍ ଖୋଲି କେଉଁ ସେଲିବ୍ରିଟି ନିଜ ପିଲାର ନାଁ କଣ ରଖିଛି ତାହା ଖୋଜନ୍ତି । ଚାଲନ୍ତୁ ଜାଣିବା ଏ ବର୍ଷ କେଉଁ ସେଲିବ୍ରିଟଙ୍କ ସନ୍ତାନ ନାଁ ଟ୍ରେଣ୍ଡ ରହିଥିଲା ଏବଂ ଏହାର ଅର୍ଥ କ'ଣ...
ଦୁଆ:
ବି-ଟାଉନର ରୋମାଣ୍ଟିକ ଯୋଡି ଦୀପିକା ପାଦୁକୋନ ଓ ରଣବୀର ସିଂ ଚଳିତ ବର୍ଷ ନିଜର ପ୍ରଥମ ସନ୍ତାନ ଜନ୍ମ ଦେଇଛନ୍ତି । ଦୀପିକା ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ତେବେ ପ୍ରେଗନ୍ସି ପରଠୁ ଦୀପିକା ବେଶ୍ ଚର୍ଚ୍ଚାରେ ରହିଥିଲେ । ଡେଲିଭରି ପରେ ସେ ନିଜ ଝିଅର ନାମକରଣ ରଖିବା ମାତ୍ରେ ଏହା ଟ୍ରେଣ୍ଡ କରିବାରେ ଲାଗିଥିଲା । ରଣବୀର-ଦୀପିକା ନିଜ ଝିଅର ନାଁ ଦୁଆ ରହିଖନ୍ତି, ଯାହାକି ଦୀପିକା, ତାଙ୍କର ମାଆ ଉଜ୍ଜ୍ବଳା ଓ ଭଉଣୀ ଅନୀଶାଙ୍କ ନାଁର ପ୍ରଥମ ଅକ୍ଷରକୁ ଯୋଡି ହୋଇଛି । ଦୁଆ ଶବ୍ଦରେ ଅର୍ଥ ପ୍ରାର୍ଥନା ବା ଆଶୀର୍ବାଦ ଅଟେ ।
ଅକାୟ:
ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଚଳିତ ବର୍ଷ ନିଜର ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିଛନ୍ତି । ଏହି ଷ୍ଟାର ଦମ୍ପତିଙ୍କ ଘରେ ପୁତ୍ର ସନ୍ତାନ ଜନ୍ମ ହୋଇଛି । ପୂର୍ବରୁ ଦୁହିଁଙ୍କର ଗୋଟିଏ ଝିଅ ଥିଲା । ତେବେ ବିରାଟ ଓ ଅନୁଷ୍କା ନିଜ ପୁଅର ନାଁ ଅକାୟ ରଖିଛନ୍ତି । ଅକାୟର ଅର୍ଥ ଈଶ୍ବରଙ୍କ ନିରାକାର ରୂପ । ଏହି ନାଁ ଭଗବାନ ଶିବଙ୍କ ସହ ଜଡିତ ଥିବା ମଧ୍ୟ କୁହାଯାଏ ।
ଜୁନୈରା ଇଦା ଫଜଲ:
2024 ଜୁଲାଇରେ ଅଭିନେତା ଅଲୀ ଫଜର ଓ ରିଚା ଚଡ୍ଡାଙ୍କ ଝିଅର ଜନ୍ମ ହୋଇଥିଲା । ସେମାନେ ନିଜ ଝିଅ ନାଁ ଜୁନୈରା ଇଦା ଫଜଲ ରଖିଛନ୍ତି । ଜୁନୈରା ଏକ ଆରବୀ ଶବ୍ଦ ଏବଂ ଏହାର ଅର୍ଥ ମାର୍ଗଦର୍ଶନ କରୁଥିବା ଆଲୋକ ଅଟେ । ସେହିପରି ଇଦା ଅର୍ଥ ସ୍ବର୍ଗ ।