ହାଇଦ୍ରାବାଦ: ଯଦି ଆପଣ ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ YouTubeର କଣ୍ଟେଣ୍ଟେ କ୍ରିଏଟର ତେବେ ଆପଣଙ୍କ ପାଇଁ ବଡ଼ ଖବର ଆସିଛି । ଭାରତରେ ବିଶେଷ ଭାବରେ କ୍ରିଏଟରମାନେ ନିଜ ଭିଡିଓରେ ଅଧିକ ଭ୍ୟୁଜ (Views) ଆଣିବା ଲାଗି କ୍ଲିକବେଟ୍ ଅର୍ଥାତ ଭ୍ରମିତ କଲା ଭଳି ଥମ୍ବନେଲର ବ୍ୟବହାର କରିଥାନ୍ତି । କିନ୍ତୁ ଆଗକୁ ଏପରି କଲେ ଆପଣଙ୍କୁ ମହଙ୍ଗା ପଡ଼ିପାରେ । ଏଭଳି ଭିଡିଓକୁ ୟୁଟ୍ୟୁବ ବିନା ଜଣାଇ ଡିଲିଟ୍ କରିଦେବ ବୋଲି କହିଛି ।
ଗୁଗଲ ମାଲିକାନାରେ ଥିବା ୟୁଟ୍ୟୁବ ଘୋଷଣା କରିଛି ଯେ କ୍ଲିକବେଟ୍ ଥମ୍ବନେଲ ଓ ହେଡଲାଇନ ଥିବା ଭିଡିଓ ଉପରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖୁବଶୀଘ୍ର ଭାରତରେ ଏହି ଅଭିଯାନ ଆରମ୍ଭ କରାଯିବାକୁ ଥିବା ବେଳେ ବିଶେଷ କରି ପ୍ରାଥମିକ ପର୍ଯ୍ୟାୟରେ ସେହି ଭିଡିଓ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ ଯେଉଁ ଭିଡିଓ ଗୁଡ଼ିକ ସଦ୍ୟ ବା ବ୍ରେକିଙ୍ଗ ଖବର ଉପରେ ଆଧାରିତ । କମ୍ପାନୀ କହିଛି ଯେ ଏହି କାର୍ଯ୍ୟାନୁଷ୍ଠାନ ଏଥିପାଇଁ ଗ୍ରହଣ କରାଯାଉଛି ଯାହାଦ୍ବାରା ଦର୍ଶକଙ୍କୁ ଭିଡିଓ କଣ୍ଟେଣ୍ଟକୁ ନେଇ ଭ୍ରମିତ କରାଯାଇପାରିବ ନାହିଁ ।
କ୍ଲିକ୍ବେଟ୍ ଭିଡିଓ ଉପରେ ନଜର
ୟୁଟ୍ୟୁବ ନିଜ ବ୍ଲଗ ପୋଷ୍ଟରେ କହିଛି ଯେ ଭାରତ କ୍ଲିକବେଟ୍ ଥମ୍ବନେଲ ଓ ଟାଇଟଲ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ 'ଅତ୍ୟଧିକ କ୍ଲିକବେଟ୍' ସମସ୍ୟାର ସମାଧାନ କରିବା । ଅତ୍ୟଧିକ କ୍ଲିକବେଟ୍ ସେତେବେଳେ ହୁଏ ଯେତେବେଳେ ଭିଡିଓର ଥମ୍ବନେଲ ଓ କଣ୍ଟେଣ୍ଟ ଅଲଗା ଅଲଗା ରହିଥାଏ । ଉଦାହରଣସ୍ବରୂପ, ଯଦି ଥମ୍ବନେଲ କହୁଛି 'ଆଇଫୋନ ଦାମ ବହୁ କମିଯାଇଛି', କିନ୍ତୁ ବାସ୍ତବରେ ତାହା ହୋଇନଥିବ । କ୍ରିଏଟରମାନେ ଭ୍ୟୁୟର୍ସଙ୍କୁ ଆକୃଷ୍ଟ କରିବା ଲାଗି ଏପରି ଅତିରଞ୍ଜିତ ଥମ୍ବନେଲ ବନାଇଥାନ୍ତି ।
ଏହା ବି ପଢନ୍ତୁ |
ଦର୍ଶକଙ୍କୁ ଭ୍ରମିତ କରିବା ଉପରେ ରୋକ
ଏପରି ଖବର କୌଣସି ଦର୍ଶକ କ୍ଲିକ୍ କରି ଦେଖି ପ୍ରକୃତ ଘଟଣା ଜାଣିବା ପରେ ଠକିବା ଓ ବୋକା ବନିବା ପରି ହୃଦୟଙ୍ଗମ କରିଥାଏ । ଏଭଳି ସମସ୍ୟାର ସମାଧାନ କରିବା ଲାଗି ୟୁଟ୍ୟୁବ ଏପରି ନିୟମ ଆଣିଛି । ଯାହାଦ୍ବାରା ପ୍ଲାଟଫର୍ମର ବିଶ୍ବସନୀୟତା ମଧ୍ୟ ବୃଦ୍ଧି ପାଇବ । ଏବେ କ୍ରିଏଟରମାନେ ସାବଧାନ ହେବା ଉଚିତ ।