ETV Bharat / politics

ନବୀନ ଆଉଟ୍, ମୋହନ ଇନ୍: ୨୪ ବର୍ଷର ପ୍ରତୀକ୍ଷା, ୨୪ରେ ପୂରଣ - YEARENDER ODISHA POLITICS

ଓଡ଼ିଶାରେ ସତ୍ତା ପରିବର୍ତ୍ତନର ବର୍ଷ ୨୦୨୪ । ବିଜେଡିର ୨୪ ବର୍ଷର ସରକାରରେ ବ୍ରେକ୍ ଲଗାଇଲା ବିଜେପି । ନବୀନ ପଟ୍ଟନାୟକଙ୍କ ସ୍ଥାନ ନେଲେ ମୋହନ ମାଝୀ ।

ODISHA POLITICS
ODISHA POLITICS (ETV Bharat Odisha)
author img

By ETV Bharat Odisha Team

Published : Dec 21, 2024, 4:29 PM IST

ଭୁବନେଶ୍ବର: 2024 ବର୍ଷରେ ଓଡି଼ଶା ରାଜନୀତିରେ ଘଟିଛି ବଡ଼ ବଡ଼ ଘଟଣା । ଯାହା 24 ବର୍ଷରେ ହୋଇନଥିଲା, ତାହା 2024 ବର୍ଷରେ ହୋଇଛି । ଓଡି଼ଶାରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ହୋଇଛି । 2024 ନିର୍ବାଚନର ବର୍ଷ ହୋଇଥିବାରୁ ଦଳ ବଦଳ ପ୍ରକ୍ରିୟା ଚର୍ଚ୍ଚାରେ ରହିଥିଲା । ବହୁ ରାଜନେତା 2024 ବର୍ଷରେ ସବୁଦିନ ପାଇଁ ବିଦାୟ ମଧ୍ୟ ନେଇଛନ୍ତି । ଓଡ଼ିଶାରେ ପରିବର୍ତ୍ତନର ବର୍ଷ ୨୦୨୪ରେ ଆଉ କଣ ସବୁ ବଡ଼ ରାଜନୈତିକ ଘଟଣା ଘଟି ଯାଇଛି, ଆସନ୍ତୁ ଜାଣିବା ।

ବଦଳିଲା 24 ବର୍ଷର ସ୍ଥିର ସରକାର:
2024 ବର୍ଷ ରାଜନୈତିକ ଦୃଷ୍ଟିକୋଣରୁ ଥିଲା ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ରାଜ୍ୟରେ ଚଳିତ ବର୍ଷ ହୋଇଥିଲା କ୍ଷମତା ପରିବର୍ତ୍ତନ । ସମସ୍ତ ପୂର୍ବାନୁମାନ ଓ ଆକଳନ ଭୁଲ ପ୍ରମାଣିତ ହୋଇଥିଲା । ଅପ୍ରତ୍ୟାଶିତ ଭାବେ ତାସ ପତ୍ତା ପରି ଭୁଶୁଡ଼ି ପଡିଥିଲା ବିଜେଡି ସରକାର । 24 ବର୍ଷର ବିଜେଡି ସରକାର ହୋଇଥିଲା ଲାଇନଚ୍ୟୁତ । କ୍ଷମତା ଗାଦିରୁ ଓହ୍ଲାଇଛି ବିଜୁ ଜନତା ଦଳ(BJD) । ଓଡ଼ିଆ ଅସ୍ମିତା ବନାମ 5-t ରୂପାନ୍ତରକରଣ ଲଢେଇରେ ବାଜି ମରିଥିଲା ବିଜେପିର ଅସ୍ମିତା କାର୍ଡ । ବିଜେପିର ଅସ୍ମିତା କାର୍ଡର ଜବାବ ବିଜେଡି ପାଖରେ ନଥିଲା । ଫଳରେ କ୍ଷମତା ରାଜନୀତିରେ ପଛରେ ପଡିଯାଇଥିଲା ବିଜେଡି । ଶାସନ ଗାଦି ଅକ୍ତିଆର କରିଥିଲା ବିଜେପି (BJP) ।

Odisha Politics In 2024
Odisha Politics In 2024 (ETV Bharat Odisha)
ଓଡ଼ିଶାରେ ଫୁଟିଲା ପଦ୍ମ :2024ରେ ବିଜେଡିର ବିକଳ୍ପ ଭାବେ ସରକାରକୁ ଆସିଛି ବିଜେପି । ଓଡିଶାରେ ବିଜେଡି ବଦଳରେ ବିଜେପିକୁ ଗ୍ରହଣ କରିଛନ୍ତି ଜନ ସାଧାରଣ । ସବୁ ଆକଳନକୁ ଭୁଲ ପ୍ରମାଣିତ କରି ସରକାର ଗଠନ କରିଛି ବିଜେପି । 78 ଆସନ ସହ ସରକାର ଗଠନ କରିଛି ବିଜେପି । ରହିଛି 3 ସ୍ୱାଧୀନ ବିଧାୟକଙ୍କ ନିସର୍ତ୍ତ ସମର୍ଥନ । 2024ରେ ପ୍ରଥମ ଥର ଲାଗି ଏକକ ଶାସନ କ୍ଷମତାକୁ ଆସିଛି ବିଜେପି । ପୂର୍ବରୁ ଦୁଇ ଥର ମେଣ୍ଟ ସରକାରରେ ସାମିଲ ହୋଇଥିଲା ଏହି ଜାତୀୟ ଦଳ । 2000ରୁ 2004 ଓ 2004ରୁ 2009 ପର୍ଯ୍ୟନ୍ତ ବିଜେଡି ସହ ମେଣ୍ଟ ସରକାରରେ ସାମିଲ ଥିଲା ବିଜେପି । ଏଥର ରାଜ୍ୟରେ ପ୍ରଥମ ଥର ଏକକ ସରକାର ଗଠନ କରିଛି ବିଜେପି ।

ବିରୋଧୀ ଦଳ ସାଜିଲା ବିଜେଡି:
ନବୀନଙ୍କ ନେତୃତ୍ୱରେ ବିଜେଡି ନିର୍ବାଚନ ହାରିଲା । ନିର୍ବାଚନରେ ପରାଜୟ ପରେ ବିରୋଧୀ ଦଳ ଆସନରେ ବସିଲା ବିଜେଡି । ନବୀନ ବିରୋଧୀ ଦଳ ନେତା ନହୋଇ ଦଳରେ ଆଉ କାହାକୁ ଦାୟିତ୍ୱ ଦେବେ ବୋଲି ଚର୍ଚ୍ଚା ହେଲା । କିନ୍ତୁ ନବୀନ ଓଡି଼ଶା ନଛାଡି ସକ୍ରିୟ ରାଜନୀତିରେ ରହିଲେ । ବିରୋଧୀ ଦଳର ନେତା ଭାବେ ନବୀନ କାର୍ଯ୍ୟ ଆରମ୍ଭ କରିଥିଲେ । ସକ୍ରିୟ ଭାବେ ନହେଲେ ମଧ୍ୟ ଶାଣିତ ଭାବେ ବିରୋଧୀ ଦଳର ନେତା ଭାବେ ନବୀନ ବିଧାନସଭାରେ କାର୍ଯ୍ୟ କରୁଛନ୍ତି ।

ବିଧାନସଭାରେ ଦ୍ବିତୀୟ ମହିଳା ବାଚସ୍ପତି :
ପୂର୍ବତନ ମନ୍ତ୍ରୀ ତଥା ବିଜେପିର ରଣପୁର ବିଧାୟିକା ସୁରମା ପାଢ଼ୀ ସପ୍ତଦଶ ବିଧାନସଭାର ବାଚସ୍ପତି ହୋଇଛନ୍ତି । ଅନ୍ୟ କୌଣସି ସଦସ୍ୟ ନାମାଙ୍କନ ଦାଖଲ କରି ନଥିବାରୁ ସେ ନିର୍ବାଚିତ ହୋଇଥିଲେ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୁରମାଙ୍କୁ ବିଧାନସଭାର ବାଚସ୍ପତି ଭାବେ ଘୋଷଣା କରିଥିଲେ । ଓଡ଼ିଶା ବିଧାନସଭାର ଦ୍ଵିତୀୟ ମହିଳା ବାଚସ୍ପତି ଭାବେ ସୁରମା ପାଢ଼ୀ କାର୍ଯ୍ୟ କରୁଛନ୍ତି । ପ୍ରଥମ ମହିଳା ଭାବେ ପ୍ରମିଳା ମଲ୍ଲିକ ଏହା ପୂର୍ବରୁ ବାଚସ୍ପତି ହୋଇଥିଲେ ।

ଚରମରେ ଦଳବଦଳ, ଫାଇଦାରେ ବିଜେପି:
ସାଧାରଣ ନିର୍ବାଚନ ପୂର୍ବରୁ ଦଳବଦଳ ରାଜନୀତି ପୂର୍ବର ସବୁ ରେକର୍ଡ ଭାଙ୍ଗିଥିଲା । 2024ରେ ରେକର୍ଡ ସଂଖ୍ୟାରେ ଦଳବଦଳ ହୋଇଛି । ଦଳବଦଳରେ ବିଜେପି ଅଧିକ ଫାଇଦାରେ ଥିବା ଦେଖିବାକୁ ମିଳିଲା । ବିଜେଡି ଛାଡ଼ି ଅଧିକାଂଶ ନେତା ଓ ନେତ୍ରୀ ବିଜେପିରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଟିକେଟ ପାଇବା ସହ ନିର୍ବାଚନ ରାଜନୀତିରେ ମଧ୍ୟ ସଫଳ ହୋଇଥିଲେ । କିନ୍ତୁ ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ଅନେକ ନେତା ପରାଜୟର ସମ୍ମୁଖୀନ ହୋଇଛନ୍ତି । ବିଜେଡିରୁ ବିଦା ହୋଇଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ବି ବିଜେପିରେ ମିଶି ନିର୍ବାଚନ ଲଢି ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଜିଲ୍ଲାରେ ଥିବା ଦୁଇ ଲୋକସଭା ଆସନ ବିଜେପି ଖାତାକୁ ଯାଇଥିଲା । ସେହିପରି ସାନଖେମୁଣ୍ଡି ଓ ହିଞ୍ଜିଳିକୁ ଛାଡି ଦେଲେ ବାକି ସମସ୍ତ ଆସନ ବିଜେପି ଖାତାକୁ ଯାଇଛି । ନିମାପଡ଼ାରୁ ପୂର୍ବତନ ମନ୍ତ୍ରୀ ସମୀର ଦାସ, ବଡ଼ଚଣାରୁ ଅମର ପ୍ରସାଦ ଶତପଥୀ, ଜଗତସିଂହପୁରରୁ ଅମରେନ୍ଦ୍ର ଦାସଙ୍କ ଟିକେଟ କରିଦେଲେ ବିଜେଡି । ସମୀରଙ୍କ ସମର୍ଥକ ବିଦ୍ରୋହ କରିଥିଲେ । ପରେ ସମୀର ଦାସ ଦଳ ଛାଡି ବିଜେପିରେ ମିଶିଲେ । ଅମରେନ୍ଦ୍ର ମଧ୍ୟ ବିଜେଡି ଛାଡି ବିଜେପିରେ ସାମିଲ ହେଲେ । ଅମର ବିଜେଡିରେ ରହିଲେ, କିନ୍ତୁ ସୁପ୍ତପ୍ରାୟ । ପୁରୀ, ଯାଜପୁର ଓ ଜଗତସିଂହପୁରରେ ଏହି ହେଭିୱେଟଙ୍କ ପ୍ରଭାବ ଜୋରଦାର ଅନୁଭୂତ ହେଲା । ୩ ଜିଲ୍ଲାରେ ଅଧିକାଂଶ ସିଟ୍ ବିଜେଡି ହାତରୁ ଗଲା । ସିଧାସଳଖ ଫାଇଦା ବିଜେପିକୁ ମିଳିଲା ।

ଏହା ବି ପଢନ୍ତୁ....2024ରେ ମୋଦିଙ୍କ ହ୍ୟାଟ୍ରିକ୍, ଅସ୍ଥିତ୍ବକୁ ଫେରିଲେ ରାହୁଲ, ଓଡ଼ିଶା ସମେତ ବଦଳିଲା ବିଭିନ୍ନ ରାଜ୍ୟର କ୍ଷମତା ସମୀକରଣ

ଏହା ବି ପଢନ୍ତୁ....2024 ଆମେରିକାରେ ସତ୍ତା ପରିବର୍ତ୍ତନର ବର୍ଷ, ଟ୍ରମ୍ପ ଶାସନ ଭାରତ ପାଇଁ ଆହ୍ବାନ ନା ସୁଯୋଗ

ପ୍ରଦୀପ, ଭୃଗୁ, ଲେଖାଶ୍ରୀ, ସୁକାନ୍ତଙ୍କୁ ମିଳିଲାନି ଦଳ ବଦଳ ଫାଇଦା :

Naveen Patnaik
Naveen Patnaik (ETV Bharat Odisha)
ପ୍ରଦୀପ ମାଝୀ ୨୦୧୯ ନିର୍ବାଚନରେ କଂଗ୍ରେସରୁ ସାଂସଦ ଭାବେ ଲଢ଼ିଥିଲେ । ତେବେ ବିଜେଡି ପ୍ରାର୍ଥୀ ରମେଶ ମାଝୀଙ୍କଠାରୁ ପ୍ରଦୀପ ହାରି ଯାଇଥିଲେ । ଏହାପରେ ପ୍ରଦୀପ ହାତ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । ଆଉ ଗତ ୨୦୨୪ ସାଧାରଣ ନିର୍ବାଚନରେ ସେ ବିଜେଡିରୁ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ ବି ଜିତିପାରି ନାହାନ୍ତି । ସେହିପରି ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ ଭୃଗୁ ବକ୍ସିପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର । ଉଭୟ ନିର୍ବାଚନ ମଇଦାନରେ ପରାଜିତ ହୋଇଛନ୍ତି । ସେହିପରି ବିଜେଡିରେ ଦ୍ଵିତୀୟ ଇଂନିସ ଖେଳିଥିବା ସୁକାନ୍ତ ନାୟକ ମଧ୍ୟ ବିଫଳ ହୋଇଛନ୍ତି ।
BJD
BJD (ETV Bharat Odisha)

ଭାଙ୍ଗିଲା ଗଡ଼, ହାରିଲେ ମାଆ-ପୁଅ :
ଚଳିତ ବର୍ଷ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଅନେକ ରୋଚକ ଚିତ୍ର ଦେଖିବାକୁ ମିଳିଥିଲା । ପାରମ୍ପରିକ ଆସନ ଛାଡି ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢ଼ିଥିଲେ ତତ୍କାଳୀନ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଯାଜପୁର ବିଧାନସଭା ବଦଳରେ ସମ୍ବଲପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦୀତା କରିଥିଲେ ପ୍ରଣବ । ଦୀର୍ଘ ବର୍ଷ ପରେ ଓଡି଼ଶାରୁ ନିର୍ବାଚନ ଲଢୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ସେହିପରି ପ୍ରଣବଙ୍କ ମା' ସନ୍ଧ୍ୟାରାଣୀ ଦାସଙ୍କୁ ଦଳ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇ କୋରେଇ ବିଧାନସଭା ଆସନରୁ ଟିକେଟ ଦେଇଥିଲା । କୋରେଇ ପରିବାରର ପାରମ୍ପରିକ ଆସନ ହୋଇଥିଲେ ମଧ୍ୟ ସଂଧ୍ୟାରଣୀଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ବିଜେଡି ଛାଡି ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢୁଥିବା ଅଭିନେତା ଆକାଶ ଦାସନାୟକ ସନ୍ଧ୍ୟାରାଣୀଙ୍କୁ ପରାସ୍ତ କରିଥିଲେ ।

Pranab With His Mother
Pranab With His Mother (ETV Bharat Odisha)

ଦଳ ବଦଳ: ଜିତିଲେ ଜୁନିୟର ବିଜୟ , ହାରିଲେ ଜୁନିୟର ନଳିନୀ -
ଓଡି଼ଶା ରାଜନୀତିରେ ବିଜୟ ମହାପାତ୍ର ଓ ନଳିନୀ ମହାନ୍ତି, ଦୁଇଟି ଜଣାଶୁଣା ନାଁ । ବିଜୁ ପଟ୍ଟନାୟକଙ୍କର ଏକାନ୍ତ ସହଯୋଗୀ । ବିଜୁଙ୍କ ଅବର୍ତ୍ତମାନରେ ଗଠନ ହୋଇଥିବା ବିଜେଡିର ଉଭୟ ଥିଲେ ବିନ୍ଧାଣି । ଉଭୟଙ୍କୁ ବିଜେଡି ଦଳରୁ ଦୂରେଇ ଦେଇଥିଲା । ନଳିନୀଙ୍କ ଦେହାନ୍ତ ହୋଇଥିଲେ ମଧ୍ୟ ବିଜୟ ରାଜନୈତିକ ଭବିଷ୍ୟତ ସନ୍ଧାନରେ ବିଫଳ ହୋଇଥିଲେ । କିନ୍ତୁ ବିଜେଡିକୁ ଫେରିନଥିଲେ । କିନ୍ତୁ ଚଳିତ ବର୍ଷ ବାପା ନହେଲେ ବି ପୁଅମାନେ ବିଜେଡିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ନଳିନୀଙ୍କ ପୁଅ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ସେହିପରି ବିଜୟଙ୍କ ପୁଅ ଅରିନ୍ଦମ ମହାପାତ୍ର ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ । ଉଭୟ ବିଜେଡିରୁ ନିର୍ବାଚନ ରାଜନୀତିରେ ଭାଗ୍ୟ ପରୀକ୍ଷା କରିଥିଲେ । ଅରିନ୍ଦମ ପାଟକୁରା ବିଧାନସଭା କ୍ଷେତ୍ରରୁ ବିଜୟ ହୋଇଥିଲେ । କିନ୍ତୁ ଅଂଶୁମାନଙ୍କୁ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ।

BJD
BJD (ETV Bharat Odisha)

ଓଲିଉଡରୁ ରାଜନୀତି: ସିଦ୍ଧାନ୍ତ-ଆକାଶ ପାସ୍ , ଅରିନ୍ଦମ-ବର୍ଷା ଫେଲ୍ -
ବିଜେଡିରେ କମିଲା ସିନେ ତାରକାଙ୍କ ଚମକ । ନିର୍ବାଚନ ପୂର୍ବରୁ ଜଣକ ପରେ ଜଣେ ଓଲିଉଡ କଳାକାର ବିଜେଡି ଛାଡିଥିଲେ । ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ଓଲିଉଡ ମେଗାଷ୍ଟାର ଅନୁଭବ ମହାନ୍ତି ଓ ଆକାଶ ଦାସନାୟକ । ସେହିପରି ବିଜେଡିରେ ସାମିଲ ହୋଇଥିଲେ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଓ ଜିନା ସାମଲ । ସିଦ୍ଧାର୍ଥ ଦିଗପହଣ୍ଡି ଓ ଆକାଶ କୋରେଇ ଆସନରୁ ନିର୍ବାଚନ ଲଢ଼ି ବିଜୟ ହୋଇ ବିଧାନସଭା ଆସିଛନ୍ତି । ଅରିନ୍ଦମ ସାଲେପୁର ଓ ବର୍ଷା ବଡ଼ଚଣାରୁ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି ।

Naveen And Barsha
Naveen And Barsha (ETV Bharat Odisha)

ରାଜ୍ୟସଭାକୁ ଗଲେ ଲକି ଓ ଋଷି, ଦଳ ଛାଡିଲେ ମମତା ଓ ସୁଜିତ :
ଚଳିତବର୍ଷ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ । ସେହିପରି ବିଜେଡି ସମର୍ଥନରେ ପୁନର୍ବାର ରାଜ୍ୟସଭା ଯାଇଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସାଧାରଣ ନିର୍ବାଚନ ପରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ମମତା ମହନ୍ତ ଓ ସୁଜିତ କୁମାର ମଧ୍ୟ ରାଜ୍ୟସଭାର ସଦସ୍ୟ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.