ETV Bharat / technology

ଏବେ SMSରେ ଭେରିଫାଏ ହେବନି Gmail ଆକାଉଣ୍ଟ; ଲାଗୁ ହେବ QR କୋଡ୍‌ ସିଷ୍ଟମ - NEW GMAIL LOG IN PROCESS

ଗୁଗଲ୍‌ ଜିମେଲ ଆକାଉଣ୍ଟ ଭିରେଫିକେସନ ଲାଗି SMS ସିଷ୍ଟମକୁ ବନ୍ଦ କରି QR Codes ସିଷ୍ଟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ

Gmail
Gmail (Image Credit: Getty Images)
author img

By ETV Bharat Tech Team

Published : Feb 25, 2025, 7:06 PM IST

ହାଇଦ୍ରାବାଦ: ଯଦି ଆପଣ ଆପଣଙ୍କର କୌଣସି ଡିଭାଇସରେ ଗୁଗଲ୍‌ର Gmail ଆକାଉଣ୍ଟକୁ ଲଗ୍ ଇନ୍ କରନ୍ତି, ଏପର୍ଯ୍ୟନ୍ତ ଆପଣଙ୍କୁ SMS ଆଧାରିତ ଦୁଇ-ଫ୍ୟାକ୍ଟର୍ ଯାଞ୍ଚ (2FA) ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ପଡିଥାଏ । କେବଳ ଏହି ପ୍ରକ୍ରିୟା ଦ୍ବାରା ଆପଣ ଅନ୍ୟ କୌଣସି ଡିଭାଇସରେ ଆପଣଙ୍କ Gmail ଆକାଉଣ୍ଟକୁ ଲଗ୍ ଇନ୍ କରିଥାନ୍ତି । କିନ୍ତୁ ଏବେ ଗୁଗଲ୍‌ SMS- ଆଧାରିତ ଦୁଇ-ଫ୍ୟାକ୍ଟର୍ ଭେରିଫିକେସନ ବନ୍ଦ କରିବାକୁ ଏବଂ Gmail ଆକାଉଣ୍ଟରେ ଲଗ୍ ଇନ୍ କରିବାକୁ QR କୋଡ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି ।

ଅର୍ଥାତ ଏବେ ଉପଭୋକ୍ତାମାନଙ୍କୁ ସେମାନଙ୍କର Gmail ଆକାଉଣ୍ଟକୁ ଲଗ୍ ଇନ୍ କରିବାକୁ SMS ମାଧ୍ୟମରେ ଯାଞ୍ଚ କରିବା ଆବଶ୍ୟକ ନାହିଁ । ବ୍ୟବହାରକାରୀ କେବଳ QR କୋଡ୍ ବ୍ୟବହାର କରି ଅନ୍ୟ ଡିଭାଇସରେ ନିଜର ଜିମେଲ୍‌ ଆକାଉଣ୍ଟକୁ ଲଗ୍ ଇନ୍ କରିପାରିବେ ।

ଫୋର୍ବସ୍ ରିପୋର୍ଟ ଅନୁଯାୟୀ, ଗୁଗଲ୍‌ ବିଶ୍ବାସ କରେ ଯେ Gmail ଆକାଉଣ୍ଟରେ ଲଗ୍ ଇନ୍ କରିବା ପାଇଁ SMS ଆଧାରିତ ଯାଞ୍ଚ ବ୍ୟବସ୍ଥା ଆଉ ସୁରକ୍ଷିତ ନୁହେଁ, କାରଣ ସାଇବର ଅପରାଧୀମାନେ ବ୍ୟବହାରକାରୀଙ୍କ SMS ଖୋଜିବା କିମ୍ବା କୌଣସି ପ୍ରକାରେ ସେମାନଙ୍କ ଆକାଉଣ୍ଟ ପ୍ରବେଶ କରିବା ପାଇଁ କିଛି ନୂଆ କୌଶଳ ବ୍ୟବହାର କରୁଛନ୍ତି । ଏଥିଯୋଗୁଁ ଗୁଗଲ୍‌ ଏକ ନୂତନ ଡିଭାଇସରେ Gmail ଆକାଉଣ୍ଟରେ ଲଗ୍ ଇନ୍ କରିବା ପାଇଁ QR କୋଡଗୁଡ଼ିକୁ ଅଧିକ ସୁରକ୍ଷିତ ବିକଳ୍ପ ବୋଲି ବିବେଚନା କରେ କାରଣ ଏହାକୁ ପ୍ରତ୍ୟେକ ଥର ସ୍କାନ୍ କରିବାକୁ ପଡ଼ିବ ।

କେମିତି କରିବେ QR Codeର ବ୍ୟବହାର ?

  • ପ୍ରଥମେ ଆପଣ ନିଜର ଜିମେଲ୍‌ ଆକାଉଣ୍ଟକୁ ଲଗ୍ ଇନ୍ କରିବାକୁ ପାସୱାର୍ଡ ପ୍ରବେଶ କରନ୍ତୁ ।
  • ପାସୱାର୍ଡ ଦେବା ପରେ ଆପଣଙ୍କ ସାମ୍ନାରେ ଏକ QR କୋଡ୍ ଦେଖାଯିବ ।
  • ଆପଣ ସ୍ମାର୍ଟଫୋନର କ୍ୟାମେରା ସହିତ ଏହାକୁ ସ୍କାନ୍ କରନ୍ତୁ ।
  • ଏହା Gmailରେ ଆପଣଙ୍କର ପରିଚୟ ନିଶ୍ଚିତ କରିବ ।
  • ଗୁଗଲ୍‌ ଜାଣିବ ଯେ ଏକ ନୂତନ ଡିଭାଇସରେ ଆପଣଙ୍କର Gmail ଲଗଇନ୍ କେବଳ ଆପଣଙ୍କ ସମ୍ମତି ସହିତ ହେଉଛି ।

ଗୁଗୁଲ୍ କହିଛି ଯେ QR କୋଡ୍ ମାଧ୍ୟମରେ ଜିମେଲ୍‌ ଆକାଉଣ୍ଟକୁ ଲଗ୍ ଇନ୍ କରିବା ଅପେକ୍ଷା SMS ଆଧାରିତ ଦୁଇ-ଫ୍ୟାକ୍ଟର୍ ଯାଞ୍ଚ ପ୍ରକ୍ରିୟା ଅଧିକ ସୁରକ୍ଷିତ । ଏହାଦ୍ବାରା ଠକାମିର ଆଶଙ୍କା ହ୍ରାସ ପାଇବ । ପୂର୍ବାପେକ୍ଷା ଉପଭୋକ୍ତାମାନଙ୍କ ଜିମେଲ୍‌ ଆକାଉଣ୍ଟ ଅଧିକ ସୁରକ୍ଷିତ ରହିବ । ଗୁଗଲ୍‌ ବର୍ତ୍ତମାନ ମଲ୍ଟିପଲ୍ ଫ୍ୟାକ୍ଟର୍ ପ୍ରାମାଣିକିକରଣ (MFA) ପାଇଁ ନୂତନ ପଦ୍ଧତି ଏବଂ ବିକଳ୍ପ ପ୍ରଦାନ କରୁଛି ।

କିପରି ବିପଦ SMS କୋଡ୍‌ ?

SMS କୋଡ୍‌ ଅନେକ ଥର ହ୍ୟାକ୍‌ର କାରଣ ହୋଇପାରେ । ସାଇବର ଅପରାଧୀମାନେ କୌଣସି ଠକେଇ ଉପାୟରେ ଏସଏମଏସ କୋଡ୍‌ ପାଇପାରନ୍ତି । ଏଥିଲାଗି ଗୁଗଲ୍‌ ଉପଭୋକ୍ତାଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । SMS ଭେରିଫିକେସନ ବ୍ୟତୀତ ଗୁଗଲ୍‌ କଲ୍‌ ଅପସନ ମଧ୍ୟ ଦେଇଥାଏ, କିନ୍ତୁ ଏହି ସିଷ୍ଟମ ଆଗୁ ଚାଲୁ ରହିବ କି ନାହିଁ ସେ ସମ୍ପର୍କରେ ଗୁଗଲ୍‌ ସ୍ପଷ୍ଟ କରିନାହିଁ ।

ଏହା ବି ପଢନ୍ତୁ
  1. Gpayରେ ବିଜୁଳି ଓ ଗ୍ୟାସ ବିଲ୍‌ ଦିଅନ୍ତି କି ? ଏବେ ଦେବାକୁ ପଡ଼ିବ ଅତିରିକ୍ତ ଶୁଳ୍କ, କିପରି ବର୍ତ୍ତିବେ ଜାଣନ୍ତୁ
  2. କ୍ବାଲକମ୍‌-ଗୁଗଲ୍‌ ପାର୍ଟନରସିପ୍‌; ଏହି ଫୋନରେ ମିଳିବ 8ବର୍ଷ ପାଇଁ OS ଓ ସିକ୍ୟୁରିଟି ଅପଡେଟ୍‌

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.