ଜନଶୁଣାଣି କାର୍ଯ୍ୟକ୍ରମକୁ ତୀବ୍ର ବିରୋଧ, ଉଡିଲା ଚେୟାର - PEOPLE OPPOSED PUBLIC HEARING

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 21, 2024, 4:36 PM IST

ଯାଜପୁର: ଜନଶୁଣାଣି କାର୍ଯ୍ୟକ୍ରମକୁ ତୀବ୍ର ବିରୋଧ । ଉଡିଲା, ଭାଙ୍ଗିଲା ଚେୟାର । ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଟାଟାଷ୍ଟିଲ କର୍ତ୍ତୃପକ୍ଷଙ୍କ ଦ୍ଵାରା ପରିଚାଳିତ ନୀଳାଚଳ ଇସ୍ପାତ କାରଖାନାର ସମ୍ପ୍ରସାରଣ ପାଇଁ ପରିବେଶ ମଞ୍ଜୁରୀ ନିମନ୍ତେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ତାତିଲେ ସ୍ଥାନୀୟ ଲୋକେ । କଳିଙ୍ଗନଗରର ପଙ୍କପାଳ ବଙ୍ଗଳା ନିକଟରେ ଆୟୋଜିତ ଏହି ଶିବିରକୁ କିଛି ଲୋକ ସମର୍ଥନ ଜଣାଇଥିବା ବେଳେ କିଛି ଲୋକେ ଏହାର ଘୋର ବିରୋଧ କରିଥିଲେ । ବିସ୍ଥାପନ ବିରୋଧୀ ଓ ଜମିହରାଙ୍କ ପକ୍ଷରୁ ଏହି ଜନଶୁଣାଣି ଶିବିରକୁ ତୀବ୍ର ବିରୋଧ କରାଯାଇଥିଲା । 

ମଞ୍ଚ ସମ୍ମୁଖରେ ବସିଥିବା କିଛି ଲୋକ ଚେୟାର ଫିଙ୍ଗାଫିଙ୍ଗି କରିଥିଲେ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଏହାକୁ ନିୟନ୍ତ୍ରଣ କରିଥିଲେ ।  ଶିବିରକୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ପରିଚାଳନା କରିଥିଲେ। ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଆଞ୍ଚଳିକ ଅଧିକାରୀ ମଦନ ମୋହନ ସାହୁ ମଞ୍ଚରେ ଉପସ୍ଥିତ ରହିଥିଲେ । ବାର୍ଷିକ 0.981 ମାଟ୍ରିକ ଟନ ଇସ୍ପାତ ଉତ୍ପାଦନକ୍ଷମ ଥିବା ନୀଳାଚଳ ଇସ୍ପାତ କାରଖାନାକୁ ଏବେ ବାର୍ଷିକ 9.5 ମାଟ୍ରିକ ଟନ ଇସ୍ପାତ ଉତ୍ପାଦନକ୍ଷମ କରିବାକୁ ଏହି ଜନଶୁଣାଣି କରାଯାଇଥିଲା । 

ଏହାମଧ୍ୟ ଦେଖନ୍ତୁ...

ହୋ ହାଲ୍ଲା ଭିତରେ ସରିଲା କୋଇଲା ଖଣି ପାଇଁ ଜନଶୁଣାଣି, ସପକ୍ଷ ଓ ବିପକ୍ଷବାଦୀ ରଖିଲେ ମତ - Coal Mine Projects Public Hearing

କୋଇଲା ଖଣି ବିରୋଧରେ ପ୍ରଜାମେଳି ! ଜନଶୁଣାଣି କରାଇ ନ ଦେବାକୁ ଶପଥ - Protest Against Coal Mine Projects

ସିଜିମାଳି ଖଣି ଖନନ, ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଦାବିପତ୍ର ପ୍ରଦାନ

ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ପ୍ରତ୍ୟେକ୍ଷ ଭାବେ ଦୁଃଖ ଜଣାଇ ଖୁସି ଲୋକେ - CM Mohan Majhi Public Grievance

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.