ETV Bharat / lifestyle

ପିଲାର ନାମ 'S'ରୁ ରଖିବାକୁ ଚାହୁଁଛନ୍ତି ? ଜାଣନ୍ତୁ କିଛି ଷ୍ଟାଇଲିସ୍ ନାଁ ଓ ଏହାର ଅର୍ଥ - BABY NAME START WITH S

'S' ଅକ୍ଷରରୁ ନିଜ ପୁଅ/ଝିଅର ନାମକରଣ କରିବାକୁ ଚାହୁଁଛନ୍ତି କି ? ଏକ ଷ୍ଟାଇଲିସ୍ ଓ ଅର୍ଥପୂର୍ଣ୍ଣ ନାମ ଖୋଜୁଛନ୍ତି ? ତାହେଲେ ପଢନ୍ତୁ ଏହି ଖବର

'S' ଅକ୍ଷରରୁ ଆରମ୍ଭ ହେଉଥିବା ନାମ ଓ ଏହାର ଅର୍ଥ
'S' ଅକ୍ଷରରୁ ଆରମ୍ଭ ହେଉଥିବା ନାମ ଓ ଏହାର ଅର୍ଥ (ETV Bharat)
author img

By ETV Bharat Lifestyle Team

Published : 3 hours ago

ଆମର 'ନାମ' ହେଉଛି ଆମ ପରିଚୟ । ଆଜିର ସମୟରେ ଅଧିକାଂଶ ବାପାମାଆ ନିଜ ପିଲାର ଷ୍ଟାଇଲିସ୍ ଓ ଅର୍ଥପୂର୍ଣ୍ଣ ନାମ ରଖିବାକୁ ଚାହୁଁଛନ୍ତି । କିନ୍ତୁ କେତେକ ଲୋକ ନିଜ ପିଲାଙ୍କ ନାଁ ତ ଦେଉଛନ୍ତି ହେଲେ ଏହାର ଅର୍ଥ ଜାଣିନାହାନ୍ତି । ଯଦି ଆପଣ ନିଜ ପୁଅ କିମ୍ବା ଝିଅର ନାମକରଣ 'ସ' ବା 'S' ଅକ୍ଷରରୁ କରିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ଆଜି ଆମେ 'ସ' (S)ରୁ ଆରମ୍ଭ ହେଉଥିବା କେତେକ ଆଧୁନିକ ନାମ ଓ ଏହାର ଅର୍ଥ ଜଣାଇବୁ ଯାହା ହିନ୍ଦୁ ଧର୍ମରେ ଅତ୍ୟନ୍ତ ଶୁଭ ମନେକରାଯାଏ । ଏହାସହିତ ଷ୍ଟାଇଲିସ୍ ମଧ୍ୟ ଅଟେ ।

'S'ରୁ ଆରମ୍ଭ ହେଉଥିବା ଝିଅଙ୍କ ନାମ:

ସୌମ୍ୟା- ସୌମ୍ୟା ନାମ ସଂସ୍କୃତରୁ ଆସିଛି । ସୌମ୍ୟାର ଅର୍ଥ ଭଦ୍ର, ନମ୍ର, ଦୟାଳୁ ଓ କୋମଳ । ଏହି ନାମ ଚନ୍ଦ୍ର ସହିତ ମଧ୍ୟ ଜଡିତ ଯାହାକି ଶାନ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ । ତେଣୁ ସୌମ୍ୟା ଏକ ସୁନ୍ଦର ଏବଂ ଅର୍ଥପୂର୍ଣ୍ଣ ନାମ ଅଟେ । ଆପଣ ଚାହିଁଲେ ନିଜ ଝିଅ ନାମ ସୌମ୍ୟା ରଖିପାରିବେ ।

ସିତିକା- ସିତିକା ନାମର ଅର୍ଥ ଶୀତଳତା । ଏହା ମଧ୍ୟ ଏକ ସଂସ୍କୃତ ଶବ୍ଦ । ସିତିକା ଶବ୍ଦର ଅନେକ ଅର୍ଥ ରହିଛି । ସେଥିମଧ୍ୟରୁ ଶୀତଳତା ଅନ୍ୟତମ ।

ସମିଶା- ସମିଶା ନାମ ଆରବିକ ଭାଷାରୁ ଆସିଛି । ଏହାର ଅର୍ଥ ହେଲା 'ସୁନ୍ଦର ବା 'ଆକର୍ଷଣୀୟ' । ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀ ନିଜ ଝିଅର ନାମ ସମିଶା ରଖିଛନ୍ତି । ଯାହାପରେ ଏହି ନାମ ଭାରତୀୟ ମାତାପିତାଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ରହିଛି ।

ଶ୍ରଦ୍ଧା- ଶ୍ରଦ୍ଧା ନାମର ଅର୍ଥ ଉପାସନା, ବିଶ୍ବାସ, ସମ୍ମାନ, ଆସ୍ଥା । ବଲିଉଡର ଜଣାଶୁଣା ହିରୋଇନ ତଥା ଶକ୍ତି କପୁରଙ୍କ ଝିଅ ନାମ ଶ୍ରଦ୍ଧା । 'S'ରେ ଏକ ଶୁଭ ଓ ଆଧୁନିକ ନାମ ଖୋଜୁଥିଲେ ଶ୍ରଦ୍ଧା ଉପଯୁକ୍ତ ଅଟେ ।

ଶନାୟା- ଶନାୟା ନାମର ଅନେକ ଭିନ୍ନ ଭିନ୍ନ ଅର୍ଥ ରହିଛି ଯାହା ଏହାର ମୂଳ (origin) ଉପରେ ନିର୍ଭର କରେ । ହିବ୍ରୁରେ ଶନାୟା ଅର୍ଥ ଆଲୋକର କିରଣ (rays of light) । ହିନ୍ଦୀରେ ଏହାର ଅର୍ଥ ପ୍ରତିଷ୍ଠିତ ଏବଂ ଶନିବାରରେ ଜନ୍ମିତ । ଶନାୟା ଶୁଣିବାକୁ ଯେମିତି ଷ୍ଟାଇଲିସ୍, ସେହିପରି ଅର୍ଥପୂର୍ଣ୍ଣ ମଧ୍ୟ ।

ଶିବାଂଶୀ: ଶିବାଂଶୀର ଅର୍ଥ ଶିବଙ୍କ ଅଂଶ । ଏହି ନାମ ସଂସ୍କୃତର ଦୁଇଟି ଶବ୍ଦ ଶିବ ଓ ବଂଶୀରୁ ଉଦ୍ଧୃତ । ଶିବାଂଶୀ ନାମଟି ଅତ୍ୟନ୍ତ ଶୁଭ ଅଟେ ।

ସୁହାନି- ଆପଣ ନିଜ ଝିଅର ନାମ 'S'ରେ ସୁହାନି ରଖିପାରିବେ । ସୁହାନିର ଅର୍ଥ ସୁନ୍ଦର, ପ୍ରିୟ ।

ସିୟା- ହିନ୍ଦୁ ଧର୍ମରେ ସିଆ/ସିୟା ନାମର ଅର୍ଥ ଦେବୀ ସୀତା । ଚନ୍ଦ୍ରର ଶୁଭ୍ର ଜୋସ୍ନାକୁ ବି ସିୟା କୁହାଯାଏ । ପ୍ରାଚୀନ ଇଜିପ୍ଟରେ ସିୟା ବୁଦ୍ଧି ଓ ଜ୍ଞାନର ଦେବତା ଭାବେ ଜଣାଯାଆନ୍ତି ।

ସାନ୍‌ଭି- ସାନ୍‌ଭି ନାମର ଅର୍ଥ ସୁନ୍ଦର, ଦିବ୍ୟ ଓ ଜ୍ଞାନୀ ଅଟେ । ଏହା ସଂସ୍କୃତ ଶବ୍ଦ ସାନଭିରୁ ଆସିଛି । ସାନ୍‌ଭି ନାମଧାରୀ ପିଲା ବୁଦ୍ଧିମାନ, ରଚନାତ୍ମକ ଓ ଦୟାଳୁ ସ୍ବଭାବର ହୋଇଥାନ୍ତି ।

'S'ରୁ ଆରମ୍ଭ କିଛି ଷ୍ଟାଇଲିସ୍ ନାମ ଓ ଏହାର ଅର୍ଥ
'S'ରୁ ଆରମ୍ଭ କିଛି ଷ୍ଟାଇଲିସ୍ ନାମ ଓ ଏହାର ଅର୍ଥ (ETV Bharat)

'S'ରୁ ଆରମ୍ଭ ହେଉଥିବା ପୁଅଙ୍କ ନାମ:

ସାତ୍ତ୍ବିକ- ଏହି ନାମର ଅର୍ଥ ପୂଣ୍ୟବାନ, ଶୁଦ୍ଧ, ଉତ୍ତମ, ଯୋଗ୍ୟ, ପବିତ୍ର ଓ ଶାନ୍ତ । ସାତ୍ତ୍ବିକ ଏକ ସଂସ୍କୃତ ଶବ୍ଦ ଏବଂ ହିନ୍ଦୁ ଦର୍ଶନର ତିନି ଗୁଣ ମଧ୍ୟରୁ ଗୋଟିଏ । ଅନେକ ବାପାମାଆ ନିଜ ପୁଅର ନାମ ସାତ୍ତ୍ବିକ ରଖୁଥିବା ଦେଖାଯାଉଛି ।

ସାଗ୍ନିକ- ଏହା ଶବ୍ଦର ଅର୍ଥ ଯିଏ ଅଗ୍ନିକୁ ଜିତେ, ଉଗ୍ର, ଉତ୍ସାହୀ ।

ସାର୍ଥକ- ଏହି ନାମର ଅର୍ଥ 'ସଫଳ' । ସାର୍ଥକ ଭାରତରେ ଅତ୍ୟନ୍ତ ଲୋକପ୍ରିୟ ନାମ ଅଟେ । ଅନେକ ବାପାମାଆ ନିଜ ପୁଅର ନାମ ସାର୍ଥକ ରଖୁଛନ୍ତି ।

ସଞ୍ଚିତ- ଏହି ନାମର ଅର୍ଥ ସଞ୍ଚୟ ବା ଏକତ୍ର କରିବା । ଶାସ୍ତ୍ରରେ ସଞ୍ଚିତ ନାମକୁ ଅତ୍ୟନ୍ତ ଶୁଭ ମନେକରାଯାଏ ।

ସୟମ- ଶାରିରୀକ ଓ ମାନସିକ ଭାବେ ନିଜ ଉପରେ ନିୟନ୍ତ୍ରଣ ରଖିବାକୁ ସୟମ କୁହାଯାଏ । ଅର୍ଥାତ୍ 'ନିଜ ଉପରେ ନିୟନ୍ତ୍ରଣ' । ନିଜ ପୁଅ ନାମ ସ ଅକ୍ଷରରୁ ରଖିବାକୁ ଚାହୁଁଥିଲେ ସୟମ ଏକ ଭଲ ବିକଳ୍ପ ହୋଇପାରିବ ।

ସମ୍ୟକ୍- ସମ୍ୟକ୍ ଏକ ସଂସ୍କୃତ ନାମ । ଏହି ନାମର ଅନେକ ଅର୍ଥ ରହିଛି ଯେପରିକି- ଉପଯୁକ୍ତ, ଠିକ୍ ଓ ସମ୍ପୂର୍ଣ୍ଣ ।

ଏହା ମଧ୍ୟ ପଢନ୍ତୁ: 50 ବର୍ଷରେ ବି ରଚନାଙ୍କ ଗ୍ଲାମରସ୍ ଲୁକ୍, ETV Bharatକୁ କହିଲେ ରାଜ୍‌ - RACHANA BANERJEE FITNESS SECRETS

ଏହା ମଧ୍ୟ ପଢନ୍ତୁ: କୋରାପୁଟ ଯାଉଥିଲେ ନିଶ୍ଚୟ ବୁଲନ୍ତୁ ଏହି 6 ପର୍ଯ୍ୟଟନସ୍ଥଳୀ - TOURIST PLACE IN KORAPUT

(Disclaimer- ଏଠାରେ ଦିଆଯାଇଥିବା ବିବରଣୀ ସାଧାରଣ ସୂଚନା ଆଧାରିତ । ଏନେଇ ଇଟିଭି ଭାରତ କୌଣସି ସ୍ପଷ୍ଟୀକରଣଦିଏ ନାହିଁ ।)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.