ETV Bharat / entertainment

ପରଦାରେ 'ଅକ୍ସିଜେନ', ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛି ଫିଲ୍ମ - ODIA FILM OXYGEN RELEASE

ପରିବେଶ ସୁରକ୍ଷା ଉପରେ ଆଧାରିତ ଓଡିଆ ଫିଲ୍ମ 'ଅକ୍ସିଜେନ' ରିଲିଜ । ନିଆରା ବାର୍ତ୍ତା ସହ ସୁନ୍ଦର ପ୍ରେମ କାହାଣୀ ଦେଖିବେ ଦର୍ଶକ ।

odia film oxygen release
odia film oxygen release (ETV Bharat Odisha)
author img

By ETV Bharat Entertainment Team

Published : Dec 21, 2024, 4:30 PM IST

ଭୁବନେଶ୍ୱର: ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ମୁକ୍ତିଲାଭ କରିଛି ଓଡ଼ିଆ ଫିଲ୍ମ 'ଅକ୍ସିଜେନ' । ବୃକ୍ଷ ହିଁ ଜୀବନ ଗଛ ବଞ୍ଚିଲେ ମଣିଷ ସମାଜ ବଞ୍ଚିବ । ଏହି ନିଆରା ବାର୍ତ୍ତା ସହ ଭିନ୍ନ ଏକ କାହାଣୀ ନେଇ ପ୍ରସ୍ତୁତ ହୋଇଛି 'ଅକ୍ସିଜେନ' । କାହାଣୀର ପ୍ରତିଟି ଚରିତ୍ର ବେଶ ଜୀବନ୍ତ ହୋଇଛି । ପରିବେଶ ସୁରକ୍ଷାର କାହାଣୀ ସହ କଳାକାର ମାନଙ୍କର ଦମଦାର ଅଭିନୟ ସାଙ୍ଗକୁ, ଫିଲ୍ମର ଗୀତସବୁ ବହୁତ ମଧୁର ଏବଂ ଉଚ୍ଚକୋଟିର ହୋଇଛି । ସବୁଗୀତ ଓଡିଆ ଲୋକଙ୍କ ହୃଦୟକୁ ଛୁଇଁବ ବୋଲି ପ୍ରଯୋଜକ ପ୍ରସାଦ ପଣ୍ଡା ଆଶା ରଖିଛନ୍ତି ।

odia film oxygen release (ETV Bharat Odisha)

'ଅକ୍ସିଜେନ' ଷ୍ଟାରକାଷ୍ଟ

ଅପ୍ରୀ ପ୍ରଡକ୍ସନ ବୟାନରରେ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଥିବା ବେଳେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସମ୍ବିତ, ତମନ୍ନା ଏବଂ ବବି ମିଶ୍ର । ଅନ୍ୟ ଭୂମିକାର ବାବୁ ପ୍ରଧାନ, ଡିସ୍କୋ ରେଡି, କୃଷ୍ଣ, ଶ୍ରାବଣୀ, ତାନିଆ, ଉମାକାନ୍ତ, ନିହାରିକା ଘୋଷ ପ୍ରମୁଖ ରହିଛନ୍ତି । କାହାଣୀ ଏବଂ ସଂଳାପ ରଶ୍ମି ରଞ୍ଜନ ପଣ୍ଡା ଲେଖିଥିବା ବେଳେ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପିନୁ ନାୟକ । ଗୀତିକାର ନିର୍ମଳ ନାୟକ ଗୀତକୁ ଶବ୍ଦରେ ସଜେଇ ଥିବା ବେଳେ ହୁମାନସାଗର, ଅଭିଜିତ ମଜୁମଦାର, ସତ୍ୟଜିତ ପ୍ରଧାନ, ତାରିକ ଅଜିଜ, ନେହା ନିହାରିକା ।

ଫିଲ୍ମର ଥିମ୍

ବର୍ତ୍ତମାନ ମଣିଷ ନିଜର ନିଜର ସୁବିଧାକୁ ଚରିତାର୍ଥ କରିବାକୁ ଯାଇ ଅଧିକରୁ ଅଧିକ ଗଛ କାଟୁଛି । ଫଳରେ ବାୟୁ ମଣ୍ଡଳ ପ୍ରଦୂଷିତ ହେଉଥିବା ବେଳେ ଅଙ୍ଗାରକାମ୍ଳ ବଢୁଛି ଅମ୍ଳଜାନ କମୁଛି । ଫଳରେ ଲୋକମାନେ ଆକାଶରୁ ବର୍ଷା ବୁନ୍ଦା ପାଇଁ ଇଚ୍ଛା କରିବେ କିନ୍ତୁ ଆକାଶରେ ବର୍ଷା ହେଉ ନାହିଁ ଏବଂ ବର୍ଷା ଅଭାବରୁ କୃଷି ନଷ୍ଟ ହେଉଛି । ଖାଲି ସେତିକି ନୁହେଁ ମାନବ ଶରୀର ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଅମ୍ଳଜାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଆମେ ନିଶ୍ୱାସ ନେଉଥିବା ବାୟୁରୁ ଶରୀର ଅମ୍ଳଜାନ ପାଇଥାଏ, ଯାହା ଫୁସଫୁସ ଦ୍ୱାରା ଶୋଷିତ ହୁଏ ଏବଂ ପରେ ରକ୍ତ ପ୍ରବାହରେ ପ୍ରବେଶ କରେ । ମଣିଷ ଅମ୍ଲଜାନ ସହ ବଞ୍ଚିକି ରୁହେ ।

ଏହା ମଧ୍ୟ ପଢନ୍ତୁ: ପରଦାରେ 'ପରବ': ପ୍ରଥମ ଦିନ ହାଉସଫୁଲ୍, ସମାଜସେବାରେ ଲାଗିବ ଲାଭ ରାଶି

'ଅକ୍ସିଜେନ' କାହାଣୀ

ଅକ୍ସିଜେନ ଜୀବନ ଧାରଣାର ମୁଖ୍ୟ ଉତ୍ସ ହୋଇଥିବା ବେଳେ ତା ବିନା ଜୀବନ ଯିବା ଅସମ୍ଭବ । ତେଣୁ ଜଙ୍ଗଲ ସୃଷ୍ଟି କରିବା ଓ ପରିବେଶକୁ ରକ୍ଷା କରିବା ଏଥିପାଇଁ ଆବଶ୍ୟକ ହୋଇଥିବା ବେଳେ ଏହିପରି ଏକ ଧାରଣାକୁ ନେଇ ତିଆରି ହୋଇଛି ଓଡିଆ ଫିଲ୍ମ ‘ଅକ୍ସିଜେନ’ । କାହାଣୀ ଅନୁଯାୟୀ ଜଣେ ଫରେଷ୍ଟ ଅଫିସର ବହୁତ କଷ୍ଟରେ ଜଙ୍ଗଲର ରକ୍ଷଣାବେକ୍ଷଣ କରନ୍ତି । ତାଙ୍କ ଝିଅ ଜଣେ ଇଟା ଇଞ୍ଜିନିୟର ଯିଏକି ଜଣେ ପରିବେଶବିତ ମଧ୍ୟ । କିଛି ଖଳ ଲୋକଙ୍କ କୁଚକ୍ରାନ୍ତ ଯୋଗୁଁ ଫରେଷ୍ଟ ଅଧିକାରୀଙ୍କ ହଠାତ ମୃତ୍ୟୁ ହୁଏ । ସମୟ କ୍ରମେ ତାଙ୍କ ଉଚ୍ଛଶିକ୍ଷିତ ଝିଅ ନିଜ ବାପାର କଥା ରଖିବା ପାଇଁ ନିଜକୁ ଏବଂ ତାର ଫାର୍ମାସିଷ୍ଟ ପ୍ରେମୀକୁ କିପରି ପ୍ରକୃତି କୁ ସଜାଡିବାକୁ ଚେଷ୍ଟା କରେ ହେଉଛି କାହାଣୀର ମୂଳ ବସ୍ତୁ। ସମ୍ପୂର୍ଣ ମନୋରଞ୍ଜନ ଭିତ୍ତିକ ନୂଆ କାହାଣୀ ର ଫିଲ୍ମ ଟିଏ ତିଆରି ହୋଇଛି ଏହା ଦର୍ଶକଙ୍କ ମନୋରଞ୍ଜନ କରିବା ବୋଲି ପ୍ରଯୋଜକ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.