ETV Bharat / lifestyle

କଳାଦାଗ ଦୂର କରେ, ଚେହେରାର ଚମକ ବଢାଏ ଘିଅ; ଜାଣନ୍ତୁ କେମିତି ଲଗାଇବେ - GHEE BENEFITS FOR SKIN

ଶୀତ ଦିନେ ଡ୍ରାଏ ସ୍କିନକୁ ନେଇ ଚିନ୍ତିତ କି ? ପ୍ରତିଦିନ ଚେହେରାରେ ଲଗାନ୍ତୁ ଘିଅ । ଡ୍ରାଏନେସ୍ ସମସ୍ୟା ଦୂର ହେବା ସହିତ ଚେହେରା ଚମକଦାର, ମୁଲାୟମ ହୋଇଯିବ ।

ମୁହଁରେ ଘିଅ ଲଗାଇବାର 8 ଜବରଦସ୍ତ ଫାଇଦା
ମୁହଁରେ ଘିଅ ଲଗାଇବାର 8 ଜବରଦସ୍ତ ଫାଇଦା (ETV Bharat)
author img

By ETV Bharat Lifestyle Team

Published : Dec 20, 2024, 3:17 PM IST

ଗୁଆ ଘିଅ ଶରୀର ପାଇଁ କେତେ ଲାଭଦାୟକ ସମସ୍ତଙ୍କୁ ଅଳ୍ପ ବହୁତ ଜଣା । ହେଲେ ତ୍ବଚା ପ୍ରତି ଏହାର ଫାଇଦା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ଘିଅରେ ଓମେଗା-3 ଫାଟି ଏସିଡ, ଭିଟାମିନ ଏ, ଭିଟାମିନ ବି12, ଭିଟାମିନ ଡି, ଭିଟାମିନ ଇ, ଭିଟାମିନ କେ, ବ୍ୟୁଟିରିକ ଏସିଡ ଭଳି ପୋଷକ ତତ୍ତ୍ବ ଭରି ରହିଛି । ଘିଅ ଆପଣଙ୍କ ତ୍ବଚା, କେଶ ଓ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ । ଖାସ୍ କରି ଶୀତ ଦିନେ ତ୍ବଚାରେ ଘିଅ ଲଗାଇଲେ ଚର୍ମର ଶୁଷ୍କତା ବା ଡ୍ରାଏନେସ୍ ସମସ୍ୟା ଦୂର ହୁଏ । ତ୍ବଚା କୋମଳ ହୁଏ । ନାଚୁରାଲ ଗ୍ଲୋ ଆସେ । ଏଭଳି ଅନେକ ପ୍ରକାର ସ୍କିନ ସହ ଜଡିତ ସମସ୍ୟାରୁ ମୁକ୍ତି ମିଳିପାରେ ।

ଏହି ଖବରରେ ବିସ୍ତୃତରେ ଜାଣନ୍ତୁ ତ୍ବଚାରେ ଘିଅ ଲଗାଇବାର ଫାଇଦା ବିଷୟରେ

ମୁହଁରେ ଘିଅ ଲଗାଇବାର 8 ଜବରଦସ୍ତ ଫାଇଦା
ମୁହଁରେ ଘିଅ ଲଗାଇବାର 8 ଜବରଦସ୍ତ ଫାଇଦା (ETV Bharat)

ଡ୍ରାଏ ସ୍କିନ ଦୂର କରେ: ଗୁଆ ଘିଅ ତ୍ବଚାକୁ ଭିତରୁ ମଇଶ୍ଚରାଇଜ କରେ । ଏହାଦ୍ବାରା ତ୍ବଚା ହାଇଡ୍ରେଟ ରହିଥାଏ । ଚର୍ମର ଶୁଷ୍କତା ବା ଡ୍ରାଏ ସ୍କିନ ସମସ୍ୟା ଦୂର ହୋଇଯାଏ । ତେଣୁ ଶୀତ ଦିନେ ଘିଅ ଲଗାଇବା ଅଧିକ ଲାଭଦାୟକ ହୋଇଥାଏ ।

ଚର୍ମ କୁଞ୍ଚନ ହଟାଏ: ଘିଅରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା ବୟସ ବୃଦ୍ଧିର ଲକ୍ଷଣ ଯେପରି, ଚର୍ମ କୁଞ୍ଚନ, ଫାଇନ ଲାଇନ୍ସ କମ୍ କରିବାରେ ସାହାଯ୍ୟ କରେ । ନିୟମିତ ଘିଅ ଲଗାଇଲେ ଚେହେରା ଯୁବା ଦେଖାଯାଇଥାଏ ।

ତ୍ବଚାରେ ଚମକ ବଢାଏ: ଦେଶୀ ଘିଅ ତ୍ବଚାକୁ ଭିତରୁ ପୋଷଣ ପ୍ରଦାନ କରିଥାଏ । ଫଳରେ ତ୍ବଚାରେ ଚମକ ବଢିଥାଏ । ପ୍ରତିଦିନ ଚେହେରାରେ ଘିଅ ଲଗାଇଲେ ସ୍କିନ ହେଲ୍‌ଦି ଓ ଗ୍ଲୋଇଂ ନଜର ଆସିଥାଏ ।

ମୁହଁରୁ ଦାଗ ଦୂର କରେ: ଆପଣ ନିୟମିତ ଭାବେ ମୁହଁରେ ଘିଅ ଲଗାଇଲେ କଳା ଦାଗ, ଚିହ୍ନ ଦୂର କରିବାରେ ସାହାଯ୍ୟ କରେ । କାରଣ ଘିଅରେ ଫ୍ୟାଟି ଏସିଡ ରହିଛି । ଏହା ଚେହେରାର ଦାଗ କମାଇଥାଏ ଓ ରଙ୍ଗ ଉଜ୍ଜ୍ବଳ କରିଥାଏ ।

ଡାର୍କ ସର୍କଲ କମାଏ: ଆଖି ତଳ କଳା ଦାଗ କମ୍ କରିବାକୁ ଚାହୁଁଥିଲେ ଘିଅ ବ୍ୟବହାର କରିପାରିବେ । ଏହା ସ୍କିନ ଟୋନ ହାଲୁକା କରିବାରେ କରି ଡାର୍କ ସର୍କଲ ଦୂର କରିଥାଏ ।

ସନବର୍ନ ଓ ରାସେସ୍‌ରୁ ମୁକ୍ତି: ଘିଅରେ ଥିବା ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ସନବର୍ନ ଓ ରାସେସ୍ ସମସ୍ୟାରୁ ଆରାମ ଦିଏ । ନିୟମିତ ଘିଅ ଖାଇବା ଦ୍ବାରା ଓ ଲଗାଇବା ଦ୍ବାରା ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ ।

ଫଟା ଓଠ ସମସ୍ୟା: ଶୀତ ଦିନେ ଓଠ ଫାଟିବା ଏକ ସାଧାରଣ ସମସ୍ୟା । ଯଦି ଆପଣଙ୍କ ଓଠ ଫାଟୁଛି ତେବେ ପ୍ରତିଦିନ ଓଠରେ ଘିଅ ଲଗାଇବା ଭଳ । ଘିଅ ଏକ ନାଚୁରାଲ ଲିପ୍ ବାମ୍ ଭଳି କାମ କରେ ।

ତ୍ବଚାକୁ ମୁଲାୟମ କରେ: ଘିଅ ଫ୍ୟାଟି ଏସିଡରେ ଭରପୂର ହୋଇଥାଏ । ଏହା ତ୍ବଚାକୁ କୋମଳ ଓ ମୁଲାୟମ କରିବାରେ ସାହାଯ୍ୟ କରେ ।

କିପରି ଘିଅ ବ୍ୟବହାର କରିବେ ?

ଆପଣ ଘିଅକୁ ସାମାନ୍ୟ ଉଷୁମ କରି ମୁହଁରେ ମାଲିସ କରିପାରିବେ । ଡାର୍କ ସର୍କଲ ସମସ୍ୟା ଥିଲେ ଶୋଇବା ପୂର୍ବରୁ ଘି୍ଅ ଆଖି ତଳେ ଲଗାଇପାରିବେ । ଘିଅରେ ମହୁ ମିଶାଇ ମୁହଁରେ ଲଗାଇଲେ ନ୍ୟାଚୁରାଲ ଗ୍ଲୋ ଆସିଥାଏ ଏବଂ କଳା ଦାଗ କମ୍ ହୋଇଥାଏ । ଘିଅରେ ନଡିଆ ତେଲ କିମ୍ବା ଆଲମଣ୍ଡ ଅଏଲ ମିଶାଇ ହାତଗୋଡରେ ଲଗାଇପାରିବେ । ଏହା ଚର୍ମକୁ କୋମଳ ହୋଇଥାଏ । ଫଟା ଓଠ ସମସ୍ୟା ପାଇଁ ଘିଅକୁ ସିଧାସଳଖ ଓଠରେ ଲଗାଇପାରିବେ ।

Ref- https://shop.kosmoderma.com/blogs/nutritional-benefits-of-ghee-for-skin-hair/?srsltid=AfmBOoq6dMadbc4ogA9EcYkAHyR65ct21d-tCoPusCgxHOwLd9eMqPx8

ଏହା ମଧ୍ୟ ପଢନ୍ତୁ: ପ୍ରସବ ପରର ଅବସାଦ କ'ଣ ? କିପରି ମୁକୁଳିବେ ମହିଳା, ପରାମର୍ଶ ଦେଲେ ଡାକ୍ତର - POSTPARTUM DEPRESSION

ଏହା ମଧ୍ୟ ପଢନ୍ତୁ: ରାତିରେ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ, ଶରୀରରେ ବଢିବ ଇମ୍ୟୁନିଟି - WINTER HEALTH CARE TIPS

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.