ETV Bharat / lifestyle

ଚମକଦାର ଚେହେରା ଚାହୁଁଛନ୍ତି ? କ୍ଷୀରରେ ମିଶାଇ ଲଗାନ୍ତୁ ଏହି ଜିନିଷ - SKINCARE ROUTINE AT HOME

ଚମକଦାର, ଦାଗ, ବ୍ରଣହୀନ ଚେହେରା ଚାହୁଁଛନ୍ତି କି ? ଆପଣ କ୍ଷୀରରେ କିଛି ସାଧାରଣ ଘରୋଇ ସାମଗ୍ରୀ ମିଶାଇ ଫେସ୍‌ ପ୍ୟାକ୍ ତିଆରି କରିପାରିବେ । ପଢନ୍ତୁ ପୁରା ଖବର

ଚମକଦାର ଚେହେରା ଚାହୁଁଛନ୍ତି ? କ୍ଷୀରରେ ମିଶାଇ ଲଗାନ୍ତୁ ଏହି ଜିନିଷ
ଚମକଦାର ଚେହେରା ଚାହୁଁଛନ୍ତି ? କ୍ଷୀରରେ ମିଶାଇ ଲଗାନ୍ତୁ ଏହି ଜିନିଷ (ETV Bharat)
author img

By ETV Bharat Lifestyle Team

Published : Dec 19, 2024, 1:02 PM IST

ଚମକଦାର, ଦାଗ, ବ୍ରଣହୀନ ତ୍ବଚା କାହାକୁ ବା ଲୋଡା ନାହିଁ । ନିଜ ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲୋକେ ନାନା ମହଙ୍ଗା ପ୍ରଡକ୍ଟ ବ୍ୟବହାର କରୁଛନ୍ତି, ପାର୍ଲରରେ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାସତ୍ତ୍ବେ ଆଶାନୁରୂପ ଚମକପ୍ରଦ ତ୍ବଚା ପାଇପାରୁ ନାହାନ୍ତି । ଯଦି ଆପଣ ବି ଏକ ମୁଲାୟମ ଓ ଚମକଦାର ଚେହେରା ଚାହୁଁଛନ୍ତି, ତେବେ ଚିନ୍ତା କରିବା ଦରକାର ନାହିଁ । ଘରେ କଞ୍ଚା କ୍ଷୀରରୁ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ମୁହଁରେ ଲଗାଇଲେ ଫାଇଦା ମିଳିଥାଏ । ବିଶେଷଜ୍ଞଙ୍କ ଅନୁସାରେ, କଞ୍ଚା କ୍ଷୀର ସ୍କିନ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଲାକ୍ଟିକ ଏସିଡ ଆପଣଙ୍କ ତ୍ବଚାରେ ପ୍ରାକୃତିକ ଭାବେ ଚମକ ଆଣେ ଏବଂ ଦାଗ ବ୍ରଣ କମ୍ କରିବାରେ ସାହାଯ୍ୟ କରେ ।

ଜାଣନ୍ତୁ ନିଜ ରୋଷେଇ ଘରେ ଥିବା କିଛି ସାଧାରଣ ଜିନିଷ ଦ୍ବାରା ନିଜ ଚେହେରାକୁ କେମିତି ଚମକଦାର ବନାଇପାରିବେ ।

ଚମକଦାର ଚେହେରା ଚାହୁଁଛନ୍ତି ? କ୍ଷୀରରେ ମିଶାଇ ଲଗାନ୍ତୁ ଏହି ଜିନିଷ
ଚମକଦାର ଚେହେରା ଚାହୁଁଛନ୍ତି ? କ୍ଷୀରରେ ମିଶାଇ ଲଗାନ୍ତୁ ଏହି ଜିନିଷ (ETV Bharat)

କ୍ଷୀର ଓ ମହୁ:

ମହୁରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ବାକ୍ଟେରିଆଲ ଗୁଣ ରହିଛି । ଏହା ତ୍ବଚାକୁ ମୁଲାୟମ ଓ ଚମକପ୍ରଦ କରିଥାଏ । କ୍ଷୀର ଓ ମହୁକୁ ମିଶାଇ ମୁହଁରେ ଲଗାଇଲେ କ୍ଲିନଜର ଭଳି କାମ କରେ । ଏହା ସ୍କିନକୁ ଭିତରୁ ସଫା କରେ ଓ ଡେଡ୍ ସ୍କିନ ସେଲ୍ (ମୃତ କୋଶିକା) ହଟାଇଥାଏ । ଏଥିସହ ବ୍ରଣ ଓ ପିଗ୍‌ମେଣ୍ଟସନ ସମସ୍ୟା କମ୍ କରିବାରେ ମଧ୍ୟ ସାହାଯ୍ୟ କରେ ।

କେମିତି ଲଗାଇବେ ?

ଏକ ଚାମଚ କ୍ଷୀରରେ ଅଧା ଚାମଚ ମହୁ ମିଶାଇ ମୁହଁରେ ଲଗାନ୍ତୁ । 15-20 ମିନିଟ୍ ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

କ୍ଷୀର ଓ ହଳଦୀ:

ହଳଦୀରେ ଆଣ୍ଟି-ଇନଫ୍ଲାମେଟୋରୀ ଓ ଆଣ୍ଟିସେପ୍ଟିକ ଗୁଣ ରହିଛି । ଏହା ତ୍ବଚାରେ ପ୍ରଦାହ ଓ ବ୍ରଣ ସମସ୍ୟା କମ୍ କରିଥାଏ । କ୍ଷୀରରେ ହଳଦୀ ପେଷ୍ଟ ମିଶାଇ ଲଗାଇଲେ ଗ୍ଲୋ ଆସିଥାଏ ଓ ଦାଗ ବ୍ରଣ କମିଯାଏ । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ ଅନୁସାରେ, ହଳଦୀ ତ୍ବଚା ପାଇଁ ବିଶେଷ ଲାଭଦାୟକ ।

କ୍ଷୀର ଓ ବେସନ:

ବେସନ ନାଚୁରାଲ ଏକ୍ସଫୋଲିଏଟିଂ ତତ୍ତ୍ବ ଭରପୂର ଅଟେ । ଏହା ସ୍କିନକୁ ଏକ୍ସଫୋଲିଏଟ କରିବା ସହ ଡେଡ୍ ସ୍କିନ ସେଲ୍ ହଟାଇବାରେ ସାହାଯ୍ୟ କରେ । କ୍ଷୀର ଓ ବେସନ ତ୍ବଚାକୁ କୋମଳ ଓ ଉଜ୍ଜ୍ବଳ କରିଥାଏ ।

କେମିତି ଲଗାଇବେ ?

ଦୁଇ ଚାମଚ ବେସନକୁ କ୍ଷୀରରେ ମିଶାଇ ପେଷ୍ଟ ବନାନ୍ତୁ । ଏହାକୁ ମୁହଁରେ ଲଗାଇ ଶୁଖିବାକୁ ଛାଡନ୍ତୁ । ଶୁଖିଯିବା ପରେ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ ।

କ୍ଷୀର ଓ ଓଟ୍ସ:

ଓଟ୍ସରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ମିଳେ । ଏହା ତ୍ବଚାକୁ ଆରାମ ଦିଏ ଏବଂ ପ୍ରଦାହ କମ୍ କରିଥାଏ । କ୍ଷୀର ଓ ଓଟ୍ସ ପେଷ୍ଟ ଚେହେରାକୁ ଏକ୍ସଫୋଲିଏଟ କରି ମୁଲାୟମ ବନାଇଥାଏ ।

କେମିତି ଲଗାଇବେ ?

ଅଳ୍ପ କ୍ଷୀରରେ ଏକ ଚାମଚ ଓଟ୍ସ ମିଶାଇ ପେଷ୍ଟ ବନାନ୍ତୁ ଏବଂ ମୁହଁରେ ଲଗାନ୍ତୁ । ଶୁଖିଯିବା ପରେ ହାଲ୍‌କା ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ ।

ଏହି ବିଷୟ ପ୍ରତି ଧ୍ୟାନ ଦେବେ:

  • ଏହି ପ୍ୟାକ୍ ଲଗାଇବା ପୂର୍ବରୁ ପ୍ୟାଚ୍ ଟେଷ୍ଟ କରନ୍ତୁ । (ଗଳାରେ କିମ୍ବା ହାତରେ ଲଗାଇ ପାର୍ଶ୍ବପ୍ରତିକ୍ରିୟା ଦେଖିବା)
  • ଯଦି ଉପରୋକ୍ତ କୌଣସି ଜିନିଷରେ ଆପଣଙ୍କୁ ଆଲର୍ଜି ଅଛି ତେବେ ବ୍ୟବହାର କରନ୍ତୁ ନାହିଁ ।
  • ସପ୍ତାହକୁ 2-3 ଥର ଏହି ଘରୋଇ ଫେସ୍ ପ୍ୟାକ୍ ବ୍ୟବହାର କରିପାରିବେ ।
  • ନିୟମିତ ରୂପରେ ଏହି ପ୍ୟାକ୍ ବ୍ୟବହାର କରିବା ଦ୍ବାରା କିଛି ଦିନ ପରେ ଆପଣଙ୍କ ଚେହେରାରେ ଚମକ ଦେଖାଯିବ । ଏନଆଇଏଚ୍ ଅନୁସାରେ, କଞ୍ଚା କ୍ଷୀର ସୁସ୍ଥ ତ୍ବଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: 50 ବର୍ଷରେ ବି ରଚନାଙ୍କ ଗ୍ଲାମରସ୍ ଲୁକ୍, ETV Bharatକୁ କହିଲେ ରାଜ୍‌ - RACHANA BANERJEE FITNESS SECRETS

ଏହା ମଧ୍ୟ ପଢନ୍ତୁ: ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ ଏହି 2 ଜିନିଷ, ତ୍ବଚା ରହିବ ନରମ ଓ ଚମକଦାର - NIGHT TIME SKINCARE TIPS

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.