ହାଇଦ୍ରାବାଦ:ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପରିବର୍ତ୍ତନ ବା ଗୋଚର କରନ୍ତି । ଏହି ଚଳନ କେତେକ ରାଶି ଉପରେ ସକରାତ୍ମକ ତ, ଆଉ କେତେକ ରାଶି ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ । ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ତୁଳା ରାଶିକୁ ଗୋଚର କରିଛନ୍ତି । ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ବିଶେଷ କରି ଧନ ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ତେବେ ସୂର୍ଯ୍ୟ ତୁଳା ରାଶିକୁ ଗୋଚର କରିବା ଫଳରେ କେଉଁ ରାଶିଙ୍କ ପାଇଁ ଶୁଭ ଓ କେଉଁମାନଙ୍କୁ ସତର୍କ ରହିବାକୁ ପଡ଼ିବ ଜାଣନ୍ତୁ...
ମେଷ: ତୁଳା ରାଶିକୁ ସୂର୍ଯ୍ୟଙ୍କ ପ୍ରବେଶ ମେଷ ରାଶି ଉପରେ ମିଶ୍ରିତ ପ୍ରଭାବ ପକାଇବ । ସୂର୍ଯ୍ୟଙ୍କ ଗୋଚର ପ୍ରଭାବରେ ଏକ ମାସ ପାଇଁ ପାରସ୍ପରିକ ପାର୍ଥକ୍ୟ ବଢ଼ିପାରେ । ଏପରି ପରିସ୍ଥିତିରେ, ଜୀବନସାଥୀ ସହିତ ଶାନ୍ତିପୂର୍ଣ୍ଣ ଭାବରେ କଥା ହେବାକୁ ପଡିବ । ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱାଭାବିକ ହେବ, କିନ୍ତୁ ଖର୍ଚ୍ଚ ଅଧିକ ହେବ । ଆପଣ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏହି ସମୟ ମଧ୍ୟରେ ଆପଣ କୌଣସି ଦୂରସ୍ଥାନକୁ ଯାତ୍ରା ମଧ୍ୟ କରିପାରିପାରନ୍ତି ।
ପ୍ରତିକାର:ପାଣିରେ ସିନ୍ଦୁର ମିଶାଇ ପ୍ରଭୁ ସୂର୍ଯ୍ୟଙ୍କୁ ପାଣି ଦିଅନ୍ତୁ ।
ବୃଷ: ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ରହିବ । ସୂର୍ଯ୍ୟଙ୍କ ଗୋଚର ପ୍ରଭାବରେ, ଆପଣଙ୍କ ବିରୋଧୀ ଓ ଶତ୍ରୁଙ୍କ ସଂଖ୍ୟା ହ୍ରାସ ପାଇବ । ବିଦେଶ ସହ ଜଡିତ କାର୍ଯ୍ୟରେ ଆପଣ ଉପକୃତ ହେବେ । ଏହି ସମୟ ମଧ୍ୟରେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । କୌଣସି ପ୍ରମୁଖ ସମସ୍ୟା ଥିବା ପରି ମନେ ହେଉନାହିଁ । ଯଦି ଆପଣଙ୍କର କୌଣସି ପୂରୁଣା ରୋଗ ଅଛି, ତେବେ ଆପଣ ଏହି ସମୟରୁ ଏଥିରୁ ମୁକ୍ତି ପାଇପାରିବେ ।
ପ୍ରତିକାର: ପ୍ରତିଦିନ ଗାୟତ୍ରୀ ଚଳିସା ପାଠ କରନ୍ତୁ ।
ମିଥୁନ: ସୂର୍ଯ୍ୟ ତୁଳା ରାଶିକୁ ଗୋଚର କରିଥିବାରୁ ମିଥୁନ ରାଶି ପାଇଁ ଶିଭ ରହିବ । ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଭଲ ହେବ । ସେମାନେ ଉଚ୍ଚଶିକ୍ଷାରେ ସଫଳତା ପାଇବେ । ଏହି ସମୟ ମଧ୍ୟରେ ଆପଣ ଯାନବାହନ କିଣିବେ କିମ୍ବା ଘର ପାଇଁ ସାଜସଜ୍ଜା ସାମଗ୍ରୀ କିଣି ପରନ୍ତି । ଏହି ସମୟ ମଧ୍ୟରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ ।
ପ୍ରତିକାର: ଆଦିତ୍ୟ ହୃଦୟ ମନ୍ତ୍ର ପାଠ କରିବା ଲାଭଦାୟକ ହେବ ।
କର୍କଟ: କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ତୁଳାରେ ସୂର୍ଯ୍ୟଙ୍କ ପ୍ରବେଶ ଟିକେ ଅସୁବିଧାଜନକ ହୋଇପାରେ । ଚାକିରିରେ ସ୍ଥାନାନ୍ତର ମଧ୍ୟ ହୋଇପାରନ୍ତି । ଏହି ସମୟ ମଧ୍ୟରେ, ଆପଣଙ୍କ ମା’ଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବାକୁ ପଡ଼ିବ । ତଥାପି, ଏହି ସମୟ ମଧ୍ୟରେ ଆପଣଙ୍କ ଜୀବନ ସ୍ୱାଭାବିକ ରହିବ । ଆପଣ ଆକଷ୍ମିକ ଧନ ପାଇପାରନ୍ତି, ଯାହା ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବ ।
ପ୍ରତିକାର: ସୂର୍ଯ୍ୟାଷ୍ଟକ ପାଠ କରିବା ଶୁଭ ହେବ ।
ସିଂହ: ତୁଳାରେ ସୂର୍ଯ୍ୟଙ୍କ ପ୍ରବେଶ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ଭାଗ୍ୟ ଆପଣଙ୍କ ପକ୍ଷରେ ରହିବ । ସିଂହ ରାଶିର ପ୍ରଭୁ ହେଉଛନ୍ତି ସୂର୍ଯ୍ୟ । ଏପରି ପରିସ୍ଥିତିରେ, ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ଶିଖରରେ ରହିବ । ଆପଣ ପରିବାର ସଦସ୍ୟଙ୍କଠାରୁ ସମର୍ଥନ ପାଇବେ । ଆପଣ ଏକ ଭ୍ରମଣରେ ଯାଇପାରନ୍ତି । କିନ୍ତୁ ଆପଣଙ୍କୁ ଏହି ସମୟରେ ସତର୍କ ରହିବାକୁ ପଡିବ । ଆପଣଙ୍କ ସାହସ ଏବଂ ପରାକ୍ରମ ବୃଦ୍ଧି ପାଇବ । କାର୍ଯ୍ୟରେ ପ୍ରଦର୍ଶନ ଭଲ ହେବ ଏବଂ ବ୍ୟବସାୟରେ ମଧ୍ୟ ଅଗ୍ରଗତି ହେବ ।
ପ୍ରତିକାର: ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ ।
କନ୍ୟା: ସୂର୍ଯ୍ୟ ତୁଳା ରାଶିକୁ ଯିବା ଆପଣଙ୍କ ପାଇଁ ସ୍ୱାଭାବିକ ହେବ । ଏହି ସମୟ ମଧ୍ୟରେ, ଆପଣ ପରିବାର ସଦସ୍ୟଙ୍କ ସହିତ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିରିବେ । ଏହି ସମୟରେ, ଦୀର୍ଘ ବିଚାରାଧୀନ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇପାରେ । ମୋଟ ଉପରେ, ସୂର୍ଯ୍ୟଙ୍କ ଏହି ଚଳନ ସାଧାରଣତଃ ଆପଣଙ୍କ ପାଇଁ ଫଳପ୍ରଦ ହେବ ।