ହାଇଦ୍ରାବାଦ: ଆଜି ପ୍ରେମ ସପ୍ତାହର ଶେଷ ଦିନ । ଆଜି ହେଉଛି 'ଭାଲେଣ୍ଟାଇନ୍ସ ଡେ' ବା 'ପ୍ରେମ ଦିବସ' । ପ୍ରେମୀ ଯୁଗଳଙ୍କ ପାଇଁ ଏହା ଏକ ସ୍ବତନ୍ତ୍ର ଦିନ । ଏହି ସମୟ ପ୍ରେମିକ/ପ୍ରେମିକାଙ୍କୁ ନିଜ ପ୍ରେମ ପ୍ରକାଶ କରିବାର ସୁଯୋଗ ମିଳିଥାଏ । ତେବେ ଭଲ ପାଇବାକୁ ଅଧିକ ନିବିଡ଼ କରିବା ପାଇଁ ପ୍ରେମୀଯୁଗଳ ପରସ୍ପରକୁ କିଛି ଉପହାର ଦେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ? ବାସ୍ତୁଶାସ୍ତ୍ରରେ ଏପରି କିଛି ଉପହାର ବିଷୟରେ କୁହାଯାଇଛି । ଯାହା ଆପଣଙ୍କୁ ଭୁଲରେ ମଧ୍ୟ ଆପଣଙ୍କ ସାଥୀଙ୍କୁ ଦେବା ଉଚିତ୍ ନୁହେଁ । ଯାହା ଆପଣଙ୍କ ସମ୍ପର୍କ ଉପରେ ନକରାତ୍ମକ ପ୍ରଭାବ ବା ସମସ୍ୟା ସୃଷ୍ଟି କରେ ।
ଅନେକ ସମୟରେ ଆମେ ଆମର ସାଥୀଙ୍କୁ ଧାରୁଆ ଜିନିଷ ଉପହାର ଦେଇଥାଉ । ଯାହା ବାସ୍ତୁ ଅନୁସାରେ ଆଦୌ ଠିକ୍ ନୁହେଁ । ଏହା ସହିତ ଆପଣ କେବେବି ଆପଣଙ୍କ ସାଥୀଙ୍କୁ ରୁମାଲ, କଲମ କିମ୍ବା ଘଣ୍ଟା ଉପହାର ଦେବା ଉଚିତ୍ ନୁହେଁ । ନଚେତ୍ ଏହା ଆପଣଙ୍କ ସମ୍ପର୍କରେ ନକରାତ୍ମକ ପ୍ରଭାବ ପକାଇପାରେ ।
କେଉଁ ଜିନିଷ ଗୁଡ଼ିକ ସମସ୍ୟା ବଢ଼ାଇପାରେ:
ଭାଲେଣ୍ଟାଇନ୍ସ ସପ୍ତାହରେ ଲୋକମାନେ ସେମାନଙ୍କ ସାଥୀଙ୍କୁ ପୋଷାକ ଇତ୍ୟାଦି ଉପହାର ଦିଅନ୍ତି । ହେଲେ ମନେ ରଖନ୍ତୁ ଆପଣଙ୍କ ସାଥୀଙ୍କୁ କେବେ ବି କଳା ପୋଷାକ ଉପହାର ଦିଅନ୍ତୁ ନାହିଁ । ଏହାସହ ବାସ୍ତୁଶାସ୍ତ୍ରରେ ଜୋତା କିମ୍ବା ଚପଲ ଉପହାର ଦେବା ଅଶୁଭ ସଙ୍କେତ ବୋଲି ଧରାଯାଏ ।
ଭୁଲରେ ମଧ୍ୟ ଏହି ଉପହାର ଦିଅନ୍ତୁ ନାହିଁ:
ଗଛ ଉପହାର ଦେବା ଭଲ ବୋଲି ବିବେଚନା କରାଯାଏ । କିନ୍ତୁ ଯଦି ଆପଣ ଆପଣଙ୍କ ସାଥୀଙ୍କୁ ଏକ କ୍ୟାକ୍ଟସ୍ କିମ୍ବା କୌଣସି କଣ୍ଟାଯୁକ୍ତ ଗଛ ଉପହାର ଦିଅନ୍ତି । ତେବେ ଏହାର ପ୍ରଭାବ ଆପଣଙ୍କ ସମ୍ପର୍କରେ ପଡ଼ିପାରେ । ଅନେକ ସମୟରେ ଆମେ ସାଜସଜ୍ଜା ସାମଗ୍ରୀ ଭାବରେ ଆମର ଆବଶ୍ୟକତାର ଜିନିଷ ଯେପରିକି ଦର୍ପଣ ଇତ୍ୟାଦି ଦେଇଥାଉ । ଯାହା ପରିବେଶ ଦୃଷ୍ଟି କୋଣରୁ ଠିକ୍ ନୁହେଁ ।
ଘଣ୍ଟା:
'ଭାଲେଣ୍ଟାଇନ୍ସ ଡେ'ରେ ଆପଣ କେବେବି ଆପଣଙ୍କ ସାଥୀଙ୍କୁ ଘଣ୍ଟା ଉପହାର ସ୍ବରୂପ ଦିଅନ୍ତୁ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ଏହା ତାଙ୍କ ଭାଗ୍ୟକୁ ଦୁର୍ବଳ କରିପାରେ ।
କେଉଁ ଉପହାର ଦେବା ଉଚିତ ?
ସାରା ବିଶ୍ବରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଉଛି । ଏହି ଦିନ ନୂତନ ଭାବରେ ପ୍ରେମରେ ପଡ଼ିଥିବା ଲୋକଙ୍କ ପାଇଁ ବିଶେଷ । ଏହି ଦିନ ଲୋକମାନେ ପରସ୍ପର ପ୍ରତି ନିଜର ପ୍ରେମ ପ୍ରକାଶ କରନ୍ତି । ଆପଣଙ୍କ ପ୍ରେମ ପ୍ରକାଶ କରିବା ସହିତ ଏହି ଉପହାର ଦେଇ ଆପଣଙ୍କ ସାଥୀଙ୍କୁ ମଧ୍ୟ ଖୁସି କରିପାରିବେ ।
LED ହାର୍ଟ ଶୋ ପିସ୍ କିମ୍ବା 3D ଶୋ ପିସ୍:
ଯଦି ଆପଣ ଭାଲେଣ୍ଟାଇନ୍ସ ଡେରେ ଆପଣଙ୍କ ସାଥୀଙ୍କୁ ଏକ ପ୍ରେମପୂର୍ଣ୍ଣ ଉପହାର ଦେବାକୁ ଚାହାଁନ୍ତି । ତେବେ ଆପଣ LED ହାର୍ଟ ଶୋ ପିସ୍ ଦେଇପାରିବେ । ବଜାରରେ ଆପଣଙ୍କ ବଜେଟ୍ ଅନୁସାରେ ଆପଣଙ୍କୁ ଏକ ଉପହାର ମିଳିବ । ଏହାକୁ ଅଧିକ ରୋମାଣ୍ଟିକ ବା ଆକର୍ଷଣୀୟ କରିବା ପାଇଁ ଆପଣ ଏଥିରେ ନିଜର ଏବଂ ଆପଣଙ୍କ ସାଥୀଙ୍କ ନାମ ମଧ୍ୟ ଲେଖିପାରିବେ ।
ଫଟୋ ଫ୍ରେମ୍:
ଭାଲେଣ୍ଟାଇନ୍ସ ସପ୍ତାହରେ ଆପଣଙ୍କ ସାଥୀଙ୍କୁ ଫଟୋ ଫ୍ରେମ୍ କିମ୍ବା ମାଟିର ମୂର୍ତ୍ତି ଉପହାର ସ୍ବରୂପ ଦେଇପାରିବେ । ଏହାସହ ନଦୀ, ପର୍ବତ ଇତ୍ୟାଦି ପ୍ରକୃତି ସହିତ ଜଡିତ ଚିତ୍ର ମଧ୍ୟ ଉପହାର ଦେଇପାରିବେ । ବାସ୍ତୁଶାସ୍ତ୍ରରେ ଏପରି ଉପହାରକୁ ବହୁତ ଶୁଭ ବୋଲି ଧରାଯାଏ । ଯାହା ଆପଣଙ୍କ ସମ୍ପର୍କକୁ ମଧ୍ୟ ମଜବୁତ କରିବା ସହ ନିବିଡ଼ କରିଥାଏ ।
Disclaimer:( ଏହି ଖବରରେ ଦିଆଯାଇଥିବା ସୂଚନା ଜ୍ୟୋତିଷଙ୍କ ଦ୍ବାରା ଦିଆଯାଇଥିବା ସୂଚନା ଉପରେ ଆଧାରିତ । ETV ଭାରତ ଏଥିପାଇଁ କୌଣସି ପ୍ରକାରେ ଦାୟୀ ନୁହେଁ । ଯେକୌଣସି ପ୍ରଶ୍ନ ପାଇଁ ଦୟାକରି ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।)