ଓଡିଶା

odisha

ETV Bharat / lifestyle

ପଞ୍ଚୁକ ସ୍ପେଶାଲ; ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ହବିଷ ଡାଲମା - HABISA DALMA

ଏହି ପଞ୍ଚୁକରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ହବିଷ ଡାଲମା । ପାଟିକୁ ଯେମିତି ସୁଆଦିଆ, ହେତକୁ ସେମିତି ହିତ ।

ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ହବିଷ ଡାଲମା
ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ହବିଷ ଡାଲମା (ETV Bharat)

By ETV Bharat Lifestyle Team

Published : Nov 11, 2024, 7:32 AM IST

Habisa Dalma: ଆଜିଠୁ ଆରମ୍ଭ ହୋଇଯାଇଛି ପଞ୍ଚୁକ । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ତ୍ୟାଗ କରି ସାତ୍ତ୍ବିକ ଭୋଜନ ଆହାର କରିଥାନ୍ତି । ପଞ୍ଚୁକ ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ଅରୁଆ ଅନ୍ନ ସହ ହବିଷ ଡାଲମା । ଏହି ଡାଲମା ପାଟିକୁ ଯେତିକି ସୁଆଦିଆ, ଦେହକୁ ସେତିକି ହିତକର । ଏହାକୁ ପ୍ରସ୍ତୁତ କରିବା ମଧ୍ୟ ଭାରି ସହଜ । ଚାଲନ୍ତୁ ଆଜି ଜାଣିବା କେମିତି ପ୍ରସ୍ତୁତ କରିବେ ପଞ୍ଚୁକ ସ୍ପେଶାଲ ଅଣବଘରା ହବିଷ ଡାଲମା

ଆବଶ୍ୟକୀୟ ସାମଗ୍ରୀ:

ଚୋପା ଛଡା କଞ୍ଚାମୁଗ ଡାଲି

ସାରୁ

ଦେଶୀଆଳୁ

ଓଉ

କନ୍ଦମୂଳ

ନଡିଆ

କଦଳୀ

ଲୁଣ

ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ହବିଷ ଡାଲମା (ETV Bharat)

ପ୍ରସ୍ତୁତ ପ୍ରଣାଳୀ:

  • ଡାଲମା ପ୍ରସ୍ତୁତ କରିବା ପୂର୍ବରୁ କଞ୍ଚା ମୁଗ ଡାଲିକୁ ଅଧା ଘଣ୍ଟା ପାଣିରେ ବତୁରାଇ ରଖନ୍ତୁ ।
  • ପ୍ରଥମେ ଗ୍ୟାସ୍ ଲଗାଇ ଏକ ହାଣ୍ଡିରେ ବତୁରା ମୁଗଡାଲି ପକାଇ ସିଝାନ୍ତୁ । କିଛି ସମୟ ଡାଲି ଫୁଟିଲା ପରେ ଏଥିରେ ଦେଶୀଆଳୁ ଓ ସାରୁ ପକାନ୍ତୁ । କାରଣ ଏହା କଦଳୀ ଓ କନ୍ଦମୂଳଠାରୁ ସିଝିବାକୁ ଅଧିକ ସମୟ ନିଏ ।
  • ଏସବୁ ଅଧା ସିଝିଗଲା ପରେ କଞ୍ଚା କଦଳୀ, କନ୍ଦମୂଳ, କଟା ଓଉ, ଅଦା ଛେଚା ଓ ସ୍ବାଦ ଅନୁସାରେ ଲୁଣ ପକାଇ ଘୋଡାଇ ଦିଅନ୍ତୁ ।
  • ପରିବା ଓ ଡାଲି ସିଝିବା ଭିତରେ ଜିରାଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏଥିପାଇଁ ଜିରା, ଗୋଲମରିଚ ଓ ଶୁଖିଲା ଲଙ୍କାକୁ ଭାଜନ୍ତୁ । ଏଗୁଡିକ ଥଣ୍ଡା ହେଲା ପରେ ଏହାକୁ ଛେଚି ଗୁଣ୍ଡ କରନ୍ତୁ ।
  • ସେପଟେ ଡାଲମା ଭଲ ଭାବେ ସିଝିଗଲା ପରେ ଏହା ଉପରେ କୋରା ନଡିଆ ପକାଇ ଗୋଳାଇ ଦିଅନ୍ତୁ । ଦୁଇ ମିନିଟ୍ ଫୁଟିବା ପରେ ଦେଶୀ ଗୁଆ ଘିଅ ଗୋଟେ ଚାମଚ ପକନ୍ତୁ । ଶେଷରେ ଜିରାଗୁଣ୍ଡ ପକାଇ ଘୋଡାଇ ଦିଅନ୍ତୁ ଓ ଗ୍ୟାସ୍ ବନ୍ଦ କରନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ପଞ୍ଚୁକ ସ୍ପେଶାଲ ହବିଷ ଡଲାମା ।
  • ଏହି ଡାଲମା ଅଣବଘରା ହୋଇଥାଏ । ଏଥିରେ ହଳଦୀ କିମ୍ବା ଅନ୍ୟ କୌଣସି ମସାଲା ଗୁଣ୍ଡ ପଡେ ନାହିଁ ।

ଏହା ମଧ୍ୟ ପଢନ୍ତୁ:ଏମିତି ଘରେ ସହଜରେ ବନାନ୍ତୁ ମଲାଇ ପନିର

ଏହା ମଧ୍ୟ ପଢନ୍ତୁ:ଛୁଟିଦିନରେ ଘରେ ବନାନ୍ତୁ ହାଇଦ୍ରାବାଦି ଚିକେନ ଦମ ବିରିୟାନୀ

ABOUT THE AUTHOR

...view details