ଓଡିଶା

odisha

ETV Bharat / international

ବିରଳ ଡେଲିଭରି: ଏକାଥରେ 6 ସନ୍ତାନଙ୍କୁ ଜନ୍ମ ଦେଲେ ପାକିସ୍ତାନୀ ମହିଳା - MULTIPLE CHILD BIRTH - MULTIPLE CHILD BIRTH

Pakistani woman gives birth to 6 babies: ପାକିସ୍ତାନରେ ଏକାଥରେ 6 ସନ୍ତାନଙ୍କୁ ଜନ୍ମ ଦେଲେ 27 ବର୍ଷୀୟ ମହିଳା । କିପରି ଏକାଧିକ ସନ୍ତାନ ପ୍ରସବ ସମ୍ଭବ ସେ ବିଷୟରେ ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର

MULTIPLE CHILD BIRTH
MULTIPLE CHILD BIRTH

By ETV Bharat Odisha Team

Published : Apr 21, 2024, 4:02 PM IST

ଇସଲାମବାଦ:ସାଧାରଣତଃ ମହିଳାଟିଏ ଗର୍ଭବତୀ ହେଲେ ଗୋଟିଏ କି ବେଳେ ବେଳେ ଟ୍ବିନ୍ସ ବେବିଙ୍କୁ ଜନ୍ମ ଦେଇଥାଏ । ମାତ୍ର ପାକିସ୍ତାନରେ ଘଟିଛି ବିରଳ ଘଟଣା । ପଡ଼ୋଶୀ ଦେଶ ପାକିସ୍ତାନର ରାୱଲପିଣ୍ଡିରେ ଏକାଥରେ 6 ସନ୍ତାନଙ୍କୁ ଜନ୍ମ ଦେଲେ 27 ବର୍ଷୀୟ ମହିଳା ଜିନତ ୱାହିଦ । ଘଣ୍ଟାଏ ମଧ୍ୟରେ ଗୋଟିଏ ପରେ ଗୋଟିଏ ଛୁଆ ଜନ୍ମ କରିଚାଲିଥିଲେ ମହିଳା । 6 ଶିଶୁଙ୍କ ମଧ୍ୟରୁ 4 ଜଣ ପୁଅ ଥିବା ବେଳେ 2 ଜଣ ଝିଅ ବୋଲି ଜଣାପଡ଼ିଛି । ଏମାନଙ୍କ ଓଜନ 2 ପାଉଣ୍ଡ ବୋଲି ଜଣାପଡ଼ିଛି ।

1 ଘଣ୍ଟାରେ 6 ସନ୍ତାନ ପ୍ରସବ:ରାୱଲପିଣ୍ଡି ବାସିନ୍ଦା ମହମ୍ମଦ ୱାହିଦଙ୍କ ପତ୍ନୀ ହେଉଛନ୍ତି ଜିନତ ୱାହିଦ । ଗୁରୁବାର ରାତିରେ ତାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିବା ବେଳେ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ସେ ଗୋଟିଏ ପରେ ଗୋଟିଏ ଶିଶୁକୁ 1 ଘଣ୍ଟା ମଧ୍ୟରେ ଜନ୍ମ ଦେଇଥିଲେ । ଏନେଇ ଡାକ୍ତର ଫର୍ଜାନା କହିଛନ୍ତି, "6 ଶିଶୁଙ୍କ ସମେତ ମାଆ ମଧ୍ୟ ସୁସ୍ଥ ଅଛନ୍ତି । ଏହି ସମସ୍ତ ଶିଶୁଙ୍କୁ ଏକ ଇନକ୍ୟୁବେଟର ମଧ୍ୟରେ ରଖାଯାଇଛି । ଏତେ ସଂଖ୍ୟକ ଶିଶୁକୁ ଜନ୍ମ ଦେବା ପରେ ଜିନତଙ୍କୁ ସାମାନ୍ୟ ଜଟିଳତା ରହିଛି, ଯାହାକି କିଛି ଦିନ ମଧ୍ୟରେ ସ୍ବାଭାବିକ ହୋଇଯିବ ।" ଡାକ୍ତର ଆହୁରି କହିଛନ୍ତି, "ଏହି ପ୍ରସବ ପ୍ରକ୍ରିୟାରେ ପ୍ରଥମ 2ଟି ଛୁଆ ପୁଅ ଥିଲେ । ଏହା ସାଧାରଣ ଡେଲିଭରି ନଥିଲା । 2ଟି ଶିଶୁପୁତ୍ରଙ୍କ ପରେ ତୃତୀୟ ଶିଶୁ ଥିଲା ଝିଅ ।" ଅନ୍ୟପଟେ ଜିନତଙ୍କ ପରିବାର ଶିଶୁଙ୍କୁ ନେଇ ବେଶ ଖୁସିବ୍ୟକ୍ତ କରିଛନ୍ତି ।

ଏକାଧିକ ଗର୍ଭଧାରଣ କିପରି ସମ୍ଭବ:-ଏକାଧିକ ଶିଶୁଙ୍କୁ ଜନ୍ମ ଦେବା ପ୍ରାୟତଃ ବିରଳ । ଏଭଳି ଘଟଣା 4.5 ମିଲିୟନ ବା ସାଢେ 4 ଲକ୍ଷ ମହିଳାଙ୍କ ମଧ୍ୟରେ ଜଣଙ୍କ ଠାରେ ଦେଖିବାକୁ ମିଳେ । ସେତେବେଳେ ଜଣେ ମହିଳା ଏକ ସମୟରେ ଦୁଇ କିମ୍ବା ଅଧିକ ଶିଶୁକୁ ଗର୍ଭରେ ଧାରଣ କରନ୍ତି, ଯେତେବେଳେ ଏକ ଫର୍ଟିଲାଇଜଡ୍ ଅଣ୍ଡା ଗର୍ଭାଶୟରେ ବଢିବା ପୂର୍ବରୁ ବିଭାଜିତ ହୁଏ (ଯାଆଁଳା ଶିଶୁ ସ୍ଥିତିରେ ଯେପରି ହୁଏ) କିମ୍ବା ଯେତେବେଳେ ଅଲଗା ଅଣ୍ଡା ବିଭିନ୍ନ ଶୁକ୍ରାଣୁ ଦ୍ବାରା ଫର୍ଟିଲାଇଜ ହୋଇଯାଏ, ଏହି ସ୍ଥିତିକୁ ଫ୍ରାଟର୍ଣ୍ଣାଲ ଟ୍ବିନ୍ସ ବୋଲି କୁହାଯାଏ ।

ଏହା ବି ପଢନ୍ତୁ- ଆଶ୍ଚର୍ଯ୍ୟ ! ଏକାଥରେ ୭ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ଏହା ବି ପଢନ୍ତୁ- କରଞ୍ଜିଆରେ ଏକକାଳୀନ 3ଟି ଶିଶୁ ଜନ୍ମ ଦେଲେ ମହିଳା

ଗତ କିଛି ବର୍ଷ ମଧ୍ୟରେ ପ୍ରଜନନ କ୍ଷମତା ବୃଦ୍ଧି ପାଇବା ଲାଗି ବିଭିନ୍ନ ମେଡିକାଲ ଟେକ୍ନୋଲୋଜି ସାମ୍ନାକୁ ଆସିଛି । ଏହା ମଧ୍ୟରେ ରହିଛି ଓଭ୍ୟୁଲେସନ ଷ୍ଟିମୁଲେଟିଂ ମେଡିସିନ ଓ ଅନ୍ୟଟି ହେଉଛି ଇନ-ଭିଟ୍ରୋ ଫର୍ଟିଲାଇଜେସନ (IVF) । ଏହାଦ୍ବାରା ଏକାଧିକ ଗର୍ଭଧାରଣ ସମ୍ଭବ ହୋଇଥାଏ । ଓଭ୍ୟୁଲେସନ ଷ୍ଟିମୁଲେଟିଂ ମେଡିସିନ ଖାଇବା ଦ୍ବାରା ଏକାଧିକ ଅଣ୍ଡା ମହିଳାଙ୍କଠାରେ ଉତ୍ପନ୍ନ ହୁଏ । ଏହା ଶୁକ୍ରାଣୁ ସହିତ ଫର୍ଟିଲାଇଜ ହେବା ପରେ ଏକାଧିକ ଶିଶୁଙ୍କ ଜନ୍ମ ହେବା ସମ୍ଭାବନା ବଢିଥାଏ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details