ଓଡିଶା

odisha

ETV Bharat / international

‘ଇଦ’ ସମ୍ବୋଧନରେ ଇରାନ ମୁଖ୍ୟଙ୍କ ଖୋଲା ଚେତାବନୀ, ‘ଇସ୍ରାଏଲ ଦଣ୍ଡ ପାଇବା ଉଚିତ ଓ ନିଶ୍ଚିତ ପାଇବ’ - Iran threatens to Israel

Israel must be punished, Iran's Supreme Leader Promise: ‘ଇଦ’ ସମ୍ବୋଧନରେ ଇରାନ ମୁଖ୍ୟଙ୍କ ଖୋଲା ଚେତାବନୀ । ସିରିୟାରେ ଇରାନୀୟ ଦୂତବାସ ଆକ୍ରମଣ ପାଇଁ ଇସ୍ରାଏଲ ନିଶ୍ଚିତ ଦଣ୍ଡ ପାଇବ । ଅଧିକ ପଢନ୍ତୁ

By ETV Bharat Odisha Team

Published : Apr 10, 2024, 8:52 PM IST

‘ଇଦ’ ସମ୍ବୋଧନରେ ଇରାନ ମୁଖ୍ୟଙ୍କ ଖୋଲା ଚେତାବନୀ, ‘ଇସ୍ରାଏଲ ଦଣ୍ଡ ପାଇବା ଉଚିତ ଓ ନିଶ୍ଚିତ ପାଇବ’
‘ଇଦ’ ସମ୍ବୋଧନରେ ଇରାନ ମୁଖ୍ୟଙ୍କ ଖୋଲା ଚେତାବନୀ, ‘ଇସ୍ରାଏଲ ଦଣ୍ଡ ପାଇବା ଉଚିତ ଓ ନିଶ୍ଚିତ ପାଇବ’

ହାଇଦ୍ରାବାଦ:ଚରମ ତିକ୍ତତା ଆଡକୁ ଗତି କରୁଛି ଇସ୍ରାଏଲ ଓ ଇରାନ ମଧ୍ୟରେ ଦେଖାଯାଇଥିବା ବିବାଦ । ସିରିୟାରେ ଇରାନର ଦୂତାବାସ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିବା ପରେ ପ୍ରତିଶୋଧ ମୁଖା ହୋଇଉଠିଛି ଇରାନ । ଏହି ଆକ୍ରମଣରେ ଏକାଧିକ ଇରାନୀୟ ସାମରିକ ଅଧିକାରୀଙ୍କ ସମେତ ଅଧିକାରୀଙ୍କ ପ୍ରାଣହାନୀ ଘଟିଛି । ଇସ୍ରାଏଲକୁ ଏଥିପାଇଁ ଦଣ୍ଡ ମିଳିବ ଉଚିତ ଓ ଏହା ଖୁବଶୀଘ୍ର ମିଳିବ ମଧ୍ୟ କହିଛନ୍ତି ଇରାନର ସର୍ବୋଚ୍ଚ ଶାସକ ଅଜାତୁଲ୍ଲା ଅଲି ଖାମେନେଇ (Ayatollah Ali Khamenei) । ‘ଇଦ’ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ସେ ଏହି ପ୍ରସଙ୍ଗରେ ଇସ୍ରାଏଲକୁ କଡା ଚେତାବନୀ ସହ ଆକ୍ରମଣ ଧମକ ମଧ୍ୟ ଦେଇଛନ୍ତି ।

ଇସଲାମର ପବିତ୍ରମାସ ରମାଜନର ଏକ ପ୍ରାର୍ଥନା କାର୍ଯ୍ୟକ୍ରମରେ ଯୋଗଦେଇ ଖାମେନେଇ କହିଛନ୍ତି, ଚଳିତମାସ ପ୍ରାରମ୍ଭରେ ଇସ୍ରାଏଲ ସିରିୟାରେ ଥିବା ଇରାନ ଦୂତାବାସ ଉପରେ ଆକ୍ରମଣ କରିଛି । ଏଥିରେ ଏକାଧିକ ଇରାନୀୟ କମାଣ୍ଡର ଶହୀଦ ହୋଇଛନ୍ତି । ସେ କହିଛନ୍ତି, ଦୂତାବାସ ଉପରେ ଆକ୍ରମଣ କରିବାର ଅର୍ଥ ହେଉଛି, ଇରାନର ଅଞ୍ଚଳରେ ଆକ୍ରମଣ କରିବା । ଏହା ଇସ୍ରାଏଲର ଏକ ବଡ ଭୁଲ । ସେଥିପାଇଁ ଇସ୍ରାଏଲକୁ ନିଶ୍ଚିତ ଦଣ୍ଡ ମିଳିବା କଥା ଓ ଅବଶ୍ୟ ଦିଆଯିବ ମଧ୍ୟ ।

ତେବେ ଚଳିତମାସ ପ୍ରାରମ୍ଭରେ ଇସ୍ରାଏଲ ଇରାନ ଦୂତାବାସ ଉପରେ କରିଥିବା ଏୟାର ଷ୍ଟ୍ରାଇକରେ ପ୍ରାୟ 12ଜଣଙ୍କର ପ୍ରାଣହାନୀ ହୋଇଥିଲା । ଏଥିମଧ୍ୟରେ ଇରାନ ରିଭୋଲୁସନାରୀ ଗାର୍ଡର 7ଜଣ ଯବାନ ଓ ସେନାଧିକାରୀ ମଧ୍ୟ ଥିଲେ । ତେବେ ଏହି ଅଭିଯୋଗକୁ ଇସ୍ରାଏଲ ସ୍ବୀକାର କରିନି । କିନ୍ତୁ ପୂର୍ବରୁ ଗାଜା ଆକ୍ରମଣ ପରଠାରୁ ଇସ୍ରାଏଲ ଓ ଇରାନ ମଧ୍ୟରେ ସମ୍ପର୍କ ତିକ୍ତତାପୂର୍ଣ୍ଣ ଥିବା ବେଳେ ଏବେ ଏହା ଆହୁରି ଜଟିଳ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ :- ରାମଦେବଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କଲେନି ସୁପ୍ରିମକୋର୍ଟ, କହିଲେ ଅଦାଲତ ଅନ୍ଧ ନୁହଁ - SC Refuses Apology By Ramdev

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇସ୍ରାଏଲ ପାଲେଷ୍ଟାଇନ ଅଧିକୃତ ଗାଜାରେ ଆକ୍ରମଣ କରିବା ପରେ ତମାମ ଆରବ ତଥା ଇସଲାମୀୟ ଦେଶ ଏହାକୁ ବିରୋଧ କରିଆସିଛନ୍ତି । ତୁର୍କୀ ଓ ଇରାନ ଇସ୍ରାଏଲକୁ ଧମକ ମଧ୍ୟ ଦେଇଛନ୍ତି । ମାତ୍ର ତମାମ ଚେତାବନୀକୁ ବେଖାତିର କରି ଇସ୍ରାଏଲ ଏବେ ମଧ୍ୟ ଗାଜାରେ ଗ୍ରାଉଣ୍ଡ ଅପରେସନ ଜାରି ରଖିଛି । ପ୍ରାୟ 30 ହଜାରରୁ ଅଧିକ ଗାଜାବାସୀଙ୍କ ପ୍ରାଣ ଯାଇସାରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details