ମେଷ: କିଛି ନିଷ୍ପତ୍ତି ନେବା କଠିନ ହୋଇପଡ଼ିବ । କିନ୍ତୁ ଦୃଢ଼ ସଂକଳ୍ପ କାର୍ଯ୍ୟରେ ବ୍ରତୀ ହେବା ପାଇଁ ସହଯୋଗ କରିବ । ଭାବପ୍ରବଣତା କାର୍ଯ୍ୟକୁ ପ୍ରଭାବିତ କରିପାରେ । କିନ୍ତୁ ଥରେ ନିଷ୍ପତ୍ତି ନେଇଗଲା ପରେ ଆପଣ ସେଥିରେ ଲାଗି ରହିବାକୁ ହେବ । ଆହୁରି ମଧ୍ୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ସ୍ଥିର ଚିତ୍ତରେ ଅଗ୍ରସର ହେବାକୁ ପଡ଼ିବ । ପ୍ରେମ ସମ୍ପର୍କ ପୂର୍ବାପେକ୍ଷା ଆହୁରି ଦୃଢ ହେବ । ଆପଣଙ୍କର ଖରାପ ହୋଇଥିବା କାମକୁ ସଂପୂର୍ଣ୍ଣ କରିବେ । ବୈବାହିକ ଜୀବନରେ ମଧୁରତା ଦେଖିବାକୁ ମିଳିବ ।
ବୃଷ: ଆପଣ ସତର୍କତା ଏବଂ ସଞ୍ଜମ ରକ୍ଷା କରିବାକୁ ପରାମର୍ଶ ଦିଆହେଉଛି । ଦିନସାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନ ରହିଛି । ଏହା ଆପଣ ଚେଷ୍ଟା କଲେ ସଂପୂର୍ଣ୍ଣ ଭାବରେ ଏଡାଇ ପାରିବେ । ତେଣୁ ସତର୍କତାର ସହିତ ଅଗ୍ରସର ହୁଅନ୍ତୁ, ଆପଣଙ୍କ ଆଖି ଏବଂ କାନ ଖୋଲା ରଖନ୍ତୁ,ଏବଂ ସେଗୁଡିକ ଏଡାନ୍ତୁ । ଆପଣ ଏବଂ ଆପଣଙ୍କ ପ୍ରିୟଜନମାନଙ୍କ ସହ ମତଭେଦ ସୃଷ୍ଟି ହେବ, ଯାହାକି ଆପଣଙ୍କର ପରିବାରର ପରିବେଶ ଅସନ୍ତୁଳନ ରଖିପାରେ । ଆଜି ଆପଣଙ୍କର କାମ ସଂପୂର୍ଣ୍ଣ କରିପାରିବେ ନାହିଁ ।
ମିଥୁନ: ଆଜି ଆପଣଙ୍କର ଅନେକ ପ୍ରକାର ଲାଭ ଆପଣଙ୍କ ଖୁସିକୁ ଦ୍ୱିଗୁଣା କରିପାରେ । ଆପଣ ଆପଣଙ୍କର ସ୍ତ୍ରୀ ଏବଂ ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରିପାରନ୍ତି । ଆପଣ ବନ୍ଧୁମାନଙ୍କ ସହ ମିଶି ଏକ ଖୁସିର ଭଣ୍ଡାର ଅନୁଭବ କରିବେ । ବିବାହ ହେବାକୁ ଥିବା ବ୍ୟକ୍ତିମାନେ ସେମାନେ ସେମାନଙ୍କର ଭଲ ଜୀବନସାଥୀ ପାଇପାରିବେ । ଆପଣଙ୍କ ଉପରେ ଥିବା ଆଶୀର୍ବାଦକୁ ଦେଖନ୍ତୁ ଏବଂ ସେଗୁଡିକର ଅନୁକୂଳ ବ୍ୟବହାର ପାଇଁ ତତ୍ପର ହୋଇପଡନ୍ତୁ ।
କର୍କଟ: ପେଶାଦାର ମାନଙ୍କ ପାଇଁ ଏହି ଦିନଟି ଫଳପ୍ରଦ ହେବ । ପଦୋନ୍ନତି ହେବାର ସମ୍ଭାବନା ଅଛି । ଆପଣ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରିପାରନ୍ତି । ଆପଣ ସମ୍ମାନ ଏବଂ ଟଙ୍କା ଅର୍ଜନ କରିବେ । ଆପଣ ଆପଣଙ୍କ ଘରର ଡେକୋରେସନ କରି ସୌନ୍ଦର୍ଯ୍ୟ ବଢାଇ ପାରନ୍ତି । ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଆପଣ ଥକି ପଡିପାରନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ସପ୍ତାହରେ ମିଶ୍ରିତ ଫଳ ମିଳିବ ।
ସିଂହ: ଆଜି ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ବନ୍ଧୁ ଏବଂ ପରିବାର ସହ ତୀର୍ଥ ସ୍ଥାନ ବୁଲିଯିବା ପାଇଁ ଆଜି ହେଉଛି ଏକ ବଢିଆ ଦିନ । ଆପଣ ଯଦି କୌଣସି କାର୍ଯ୍ୟ କରିବା ପାଇଁ ସିଦ୍ଧାନ୍ତ ନେଲେ, ଆପଣ ଯେ କୌଣସି ମତେ ତାହା ସଂପୂର୍ଣ୍ଣ କରି ରହିବେ । ଆପଣଙ୍କ ମନ୍ତବ୍ୟରୁ ଆପଣ ଅଲଗା ରହିବେ । ଆପଣଙ୍କର ବିରକ୍ତି ଭାବ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣ ଆପଣଙ୍କ ପେଶା ଉପରେ ଅଳ୍ପ ହଇରାଣର ସମ୍ମୁଖିନ ହୋଇପାରନ୍ତି ।
କନ୍ୟା: ଲୋକମାନଙ୍କ ସହ କଥାବାର୍ତ୍ତା କରିବାବେଳେ ଆପଣଙ୍କର ରାଗକୁ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନଟି ଭଲ ନାହିଁ । ଆପଣ ହତାଶ ଏବଂ ରାଗ ଅନୁଭବ କରିପାରନ୍ତି । ସାବଧାନ ରୁହନ୍ତୁ । ପରିବାର ଭିତରେ କଳହ ଆପଣଙ୍କ ଦୁଃଖ ଦେଇପାରେ । ଯଦି ସମ୍ଭବ, ଯାତ୍ରା କରନ୍ତୁ ନାହିଁ । ଆପଣଙ୍କୁ ଆଘାତ ଦେବାକୁ ଚାହୁଁଥିବା ଲୋକମାନଙ୍କଠାରୁ ଦୁରରେ ରୁହନ୍ତୁ ।
ତୁଳା: ଆପଣଙ୍କ ପ୍ରିୟଜନ ଏବଂ ବନ୍ଧୁମାନଙ୍କ ସହ ଆମୋଦପ୍ରମୋଦରେ ମଜ୍ଜି ରହି ଅତ୍ୟଧିକ ଖୁସି ହେବେ । ଯାତ୍ରା କରିବା ପାଇଁ ଆଜି ଦିନଟି ହେଉଛି ଅତି ଉତ୍ତମ । ଆପଣ ପୋଷାକ ପତ୍ର ଏବଂ ଆମୋଦପ୍ରମୋଦ କରିବା ପରି ଜିନିଷ କ୍ରୟ କରିବେ । ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ କରିପାରନ୍ତି । ଆପଣଙ୍କ ମର୍ଯ୍ୟାଦା ବଢିବ । ଗ୍ରହମାନଙ୍କ ସୁପ୍ରଭାବରୁ ଅବିବାହିତ ଯୁବକ ଯୁବତୀ ମାନେ ବିବାହ ସୁତ୍ରରେ ଆବଦ୍ଧ ହୋଇପାରନ୍ତି । ସୁଖାଦ୍ୟ ଖାଇବାର ମଜ୍ଜାନେବେ ଏବଂ ସୁଖନିଦ୍ରା ଯିବେ ।
ବିଛା: ଆପଣଙ୍କ ପରିବାରର ପରିବେଶ ସାରାଦିନ ଅନୁକୂଳମୟ ରହିବ । ଆପଣ ଶାରୀରିକ ଏବଂ ମାନସିକ ଭାବରେ ଶକ୍ତି ସମ୍ପନ୍ନ ଅନୁଭବ କରିବେ । ଆପଣଙ୍କ ଶତୃମାନେ ଆପଣଙ୍କଠାରୁ ପରାସ୍ତ ହେବେ । ଆପଣ ଆପଣ ସହକର୍ମୀମାନଙ୍କଠାରୁ ସାହାଯ୍ୟ ପାଇବାରେ ସକ୍ଷମ ହେବେ । ଆଉ ମଧ୍ୟ ଆର୍ଥିକ ଲାଭ ହୋଇପାରେ । ଆପଣ ଆପଣଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନେ ଟିକିଏ ଯନ୍ତ୍ରଣାରୁ ଉପଶମ ପାଇପାରିବେ ।
ଧନୁ: ଗ୍ରହ ଜନିତ ଜଟିଳତାରୁ ନକ୍ଷତ୍ର ଗଣ ସଂପୂର୍ଣ୍ଣ ଭାବରେ ମୁକ୍ତି ପାଇପାରିନାହାନ୍ତି । ଫଳରେ ଆପଣ ମାନସିକ ଭାବରେ ଟିକିଏ ଅବ୍ୟବସ୍ଥିତ ରହିବେ । ହଜମ ସଂକ୍ରାନ୍ତିୟ ଅସୁସ୍ଥତା ପାଇଁ ଆପଣ ଗ୍ରହଣ କରୁଥିବା ଜିନିଷ ଉପରେ ନଜର ରଖନ୍ତୁ । ବିଗତ ଦୁଇଦିନ ହେଲା ଆପଣ ନେଉଥିବା ଚିନ୍ତା ହେତୁ ଏସିଡିଟି ହେବାର ସମ୍ଭାବନା ଅଛି । ସପ୍ତାହର ପରବର୍ତ୍ତୀ ଭାଗରେ ଆପଣ ଗୋଟିଏ ଧାର୍ମିକ ସ୍ଥଳକୁ ଭ୍ରମଣରେ ଯିବା ପାଇଁ ସକ୍ଷମ ହେବାର ସମ୍ଭାବନା ଅଛି । ପ୍ରେମ ସମ୍ପର୍କରେ ପରସ୍ପର ପ୍ରତି ତୀବ୍ର ଆକର୍ଷଣ ବୃଦ୍ଧି ପାଇବ, ଏହା ସହିତ ପ୍ରେମିକ/ପ୍ରେମିକା ସହଯୋଗ ମଧ୍ୟ କରିବେ ।
ମକର: ଆତ୍ମବିଶ୍ୱାସ ହିଁ ସଫଳତାର ଦ୍ଵାର ଉନ୍ମୁକ୍ତ କରିଵ । ନିଜର ସକରାତ୍ମକ ଚିନ୍ତାଧାରା ଓ ଵ୍ୟଵହାରଦ୍ଵାରା ସଫଳତାର ନିକଟଵର୍ତ୍ତୀ ହୋଇପାରିବେ । ଆପଣ ଚିନ୍ତାଶୂନ୍ୟ ବ୍ୟକ୍ତି ନୁହଁନ୍ତି। ନିଜର ସମସ୍ତ ନିଷ୍ପତ୍ତିକୁ ଭାବିଚିନ୍ତି ନିଅନ୍ତି । ବ୍ୟବସାୟରେ ମାନ୍ଦା ଅବସ୍ଥା ପାଇଁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ପ୍ରତିଯୋଗୀ ଏବଂ ନିଜ ସମକକ୍ଷ ବ୍ୟକ୍ତିମାନଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ । କୌଣସି ଉତ୍ସବର ଆୟୋଜନ କରିବା ପୂର୍ବରୁ ସାବଧାନ ରୁହନ୍ତୁ ।
କୁମ୍ଭ: ଏକ ବିଶେଷ ଆୟୋଜନ ପାଇଁ ଆପଣଙ୍କୁ କୌଣସି ପ୍ରକାରର କାରଣ ଦେବାକୁ ଦରକାର ପଡ଼ିବନି । କାରଣ କିଛି ବି ହୋଇପାରେ । ଯଦି ଆପଣ ବ୍ୟବସାୟୀ ଅଟନ୍ତି ଆପଣ ସଫଳତାର ନିକଟବର୍ତ୍ତୀ ହେବେ । ଠିକ ସମୟରେ କାର୍ଯ୍ୟ୍ୟକୁ ସମ୍ପୂର୍ଣ୍ଣ କରିବାର ପ୍ରୟାସ ଜାରି ରଖିବେ । ଘର ପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୂଆ ଗାଡି କିଣିପାରିବେ । ବନ୍ଧୁମାନଙ୍କ ଗହଣରେ ସହର ବାହାରକୁ ପରିଭ୍ରମଣରେ ଯିବେ । ଏପରି ଆମୋଦ ଦାୟକ ଭ୍ରମଣ ଅନୁଭୂତି ଆପଣଙ୍କ ସ୍ମୃତିରେ ଅଭୁଲା ହୋଇ ରହିପାରେ ।
ମୀନ: ଅନିଶ୍ଚିତତା ଏବଂ ଦ୍ଵନ୍ଦ୍ୱ ଭିତରେ ସାରାଦିନ ବୁଡ଼ି ରହିବେ । ସମସ୍ୟାପାଇଁ ସ୍ଥାୟୀ ପ୍ରତିକାର ପାଇବେ ନାହିଁ । କଳହଠାରୁ ଦୂରେଇବାକୁ ଚେଷ୍ଟା କରନ୍ତୁ ଏବଂ ନିଜ କାର୍ଯ୍ୟକୁ ସୁଚାରୁରୂପେ କରନ୍ତୁ । କୌଣସି ସମସ୍ୟାର ସମାଧାନ କରିବାକୁ ପଡିଲେ କ୍ରୋଧ ପ୍ରକାଶ ନକରି କୋମଳ କଥାରେ ଅନାୟସରେ ସାମାଧାନ କରିବା ଶ୍ରେୟସ୍କର ଅଟେ । ମାଆଙ୍କଠାରୁ ବହୁ ଦିନରୁ ପ୍ରତିକ୍ଷିତ ଶୁଭସମ୍ୱାଦ ପାଇପାରନ୍ତି । ବୃତ୍ତିରେ ସହକର୍ମୀଗଣ ଆପଣଙ୍କୁ ସାହାଯ୍ୟ ପ୍ରଦାନ କରିବେ ।