ETV Bharat / state

ରାସ୍ତାକଡ଼କୁ ଓଲଟିଲା OSRTC ବସ୍ : ୨ ମୃତ, ୧୫ରୁ ଅଧିକ ଆହତ - BUS ACCIDENT

ଅନୁଗୋଳ ଜିଲ୍ଲା ସମଲ ଥାନା କ୍ଷେତ୍ରରେ ଦୁର୍ଘଟଣା । ଡ୍ରାଇଭର ଫେରାର, କାରଣ ଅସ୍ପଷ୍ଟ । ଜଣେ ମୃତକ ଝାଡଖଣ୍ଡ ବାସିନ୍ଦା । ଅନ୍ୟ ଜଣକ ପରିଚୟ ଅସ୍ପଷ୍ଟ ।

OSRTC Bus Overturned
OSRTC Bus Overturned (ETV Bharat Odisha)
author img

By ETV Bharat Odisha Team

Published : Jan 26, 2025, 6:49 PM IST

Updated : Jan 26, 2025, 9:56 PM IST

ଅନୁଗୋଳ: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା OSRTC ବସ୍ । ଅନୁଗୋଳ ଜିଲ୍ଲା ସମଲ ଥାନା ଗହମ ଗ୍ରାମ ନିକଟରେ ଆଜି ବିଳମ୍ବିତ ସଂଧ୍ୟାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସ୍‌ରେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 15ରୁ ଅଧିକ ଆହତ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ପୋଲିସ ଓ ଅନ୍ୟ ଜରୁରୀ ସେବାର ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

  • ଭାରସାମ୍ୟ ହରାଇ ଦୁର୍ଘଟଣା ସନ୍ଦେହ

ମିଳିଥିବା ସୂଚନା ଅନୁସାରେ, ବସ୍‌ଟି ପ୍ରାୟ 40 ଯାତ୍ରୀଙ୍କୁ ଧରି ରାଇରଙ୍ଗପୁରରୁ ଅନୁଗୋଳ ଅଭିମୁଖେ ଆସୁଥିଲା । ସମଲ ଥାନା ଗହମ ଗ୍ରାମ ନିକଟରେ କୌଣସି କାରଣରୁ ଭାରସମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପ୍ରଶାସନକୁ ଖବର ଦେଇଥିଲେ । ୨ଟି ଆମ୍ବୁଲାନ୍ସରେ ଗୁରୁତର ଆହତଙ୍କୁ ଗୋଡିବନ୍ଧ ଓ ମଣ୍ତାପାଳ ମେଡିକାଲକୁ ସ୍ଥାନାନ୍ତରଣ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁଙ୍କ ପରିଚୟ ମିଳିପାରି ନାହିଁ ।

OSRTC Bus Overturned
OSRTC Bus Overturned (ETV Bharat Odisha)
  • ରାଇରଙ୍ଗପୁରରୁ ଅନୁଗୋଳ ଆସୁଥିଲା ବସ

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ବସଟି ସକାଳ ପ୍ରାୟ ୯ଟାରେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଅନୁଗୋଳ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବସ୍‌ଟିରେ ପ୍ରାୟ 50ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ । ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବା ପରେ 31 ଜଣ ଆହତ ଯାତ୍ରାଙ୍କୁ ଗୋଡ଼ିବନ୍ଧ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିପରି 9ଜଣ ଗୁରୁତରଙ୍କୁ ଅନୁଗୋଳ ହସ୍ପିଟାଲରେ ଓ ଅନ୍ୟ 6 ଜଣଙ୍କୁ ତାଳଚେର ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ଏବେ ସେମାନଙ୍କର ଚିକିତ୍ସା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ :-

ଭୋର ସମୟରେ ଅଧିକ ସତର୍କତା, ଆହୁରି ୨ ଦିନ ଘନକୁହୁଡିରୁ ମିଳିବନି ନିସ୍ତାର

ବାଙ୍କୀରେ ଭ୍ୟାନ ଓଲଟି ସ୍କୁଲ ଛାତ୍ର ମୃତ, 20ରୁ ଊର୍ଦ୍ଧ୍ବ ଆହତ

  • ତାଳଚେର ହସ୍ପିଟାଲରେ 2 ମୃତଦେହ

ସେହିପରି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମୃତଦେହ ତାଳଚେର ହସ୍ପିଟାଲରେରେ ଥିବା ସୂଚନା ରହିଛି । ହସ୍ପିଟାଲରେ ଅନୁଗୋଳ ଜିଲାପାଳ ଅବଦୁଲ ଏମ.ଅଖତର ପହଞ୍ଚି ଆହତଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ତାକୁ ଗିରଫ କରିବା ପାଇଁ ତଲାସ ଜାରି ରହିଛି । କିଭଳି ଦୁର୍ଘଟଣା ହେଲା ତାର ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାନ୍ୟ ଆହତଙ୍କୁ ୫ ହଜାର ଓ ଗୁରୁତରମାନଙ୍କୁ ୧୦ରୁ ୨୦ ହଜାର ଓ ସରକାରଙ୍କ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଜିଲ୍ଲାପାଳ କହିଛନ୍ତି । ସେହିପରି SP ରାହୁଲ ଜୈନ ଅନୁଗୋଳ ହସ୍ପିଟାଲରେ ପହଁଞ୍ଚିଛନ୍ତି । ମୃତକମାନଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ । ଜଣେ ମୃତକ ହେଲେ ରାଧାନାଥ ମୁଣ୍ଡା, ତାଙ୍କ ଘର ଝାଡ଼ଖଣ୍ଡର ସିଂହଭୂମି ଅଞ୍ଚଳରେ ବୋଲି ଜଣାପଡିଛି । ଅନ୍ୟଜଣକ ପରିଚୟ ସ୍ପଷ୍ଟ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

ଖବର ଅପଡେଟ ଜାରି ରହିଛି...

Last Updated : Jan 26, 2025, 9:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.