ETV Bharat / state

ଭୋର ସମୟରେ ଅଧିକ ସତର୍କତା, ଆହୁରି ୨ ଦିନ ଘନକୁହୁଡିରୁ ମିଳିବନି ନିସ୍ତାର - IMD ODISHA WEATHER FORECAST

ଆହୁରି ୨ ଦିନ ଯାଏଁ ଲାଗି ରକହିବ ଘନକୁହୁଡ଼ି । ୧୪ ଜିଲ୍ଲାକୁ ସତର୍କତା ଜାରି । ଭୋର ସମୟରେ ଅଧିକ ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ ।

Odisha Weather Latest Update
Odisha Weather Latest Update (ETV Bharat Odisha)
author img

By ETV Bharat Odisha Team

Published : Jan 26, 2025, 6:53 PM IST

ଭୁବନେଶ୍ବର: ଘନକୁହୁଡିରୁ ଏବେ ନିସ୍ତାର ମିଳିବନି । ଆହୁରି ୨ ଦିନ ପର୍ଯ୍ୟନ୍ତ ପୁଣି ଅସ୍ତବ୍ୟସ୍ତ କରିବ କୁହୁଡି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୨୪ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିପରି କିଛିଦିନ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ପାଣିପାଗି ବିଭାଗ ।

  • ଘନକୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ:

ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନକୁହୁଡ଼ି ପାଇଁ ୧୪ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପିର ୨୭ରୁ ୨୮ ତାରିଖ ପାଇଁ ୧୧ ଜିଲ୍ଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର ଓ ଅନୁଗୋଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଦୃଶ୍ୟମାନର ଦୂରତା ୫୦ ମିଟରରୁ କମ୍ ରହିବ । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି ।

Odisha Weather Latest Update (ETV Bharat Odisha)
  • ସର୍ବନିମ୍ନ ତାପମାତ୍ରା ପୂର୍ବାନୁମାନ:

ଘନକୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ସତର୍କତାର ସହ କରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ କୁହୁଡି ମାତ୍ରା ବୃଦ୍ଧି ପାଉଛି । ମୁଖ୍ୟତଃ ଭୋର ସମୟରେ ଅଧିକ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା କରାଯାଇଛି । ସେପଟେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଆହୁରି ୩ ଦିନ ଅସ୍ତବ୍ୟସ୍ତ କରିବ ଘନକୁହୁଡ଼ି, ଆଲର୍ଟ ଭିତରେ ୧୫ ଜିଲ୍ଲା

ଏହା ମଧ୍ୟ ପଢ଼ନ୍ତୁ...ଘନ କୁହୁଡିରେ ଲୁଚିଗଲା ରାଜଧାନୀ ! ଦିଶୁନି ମୁହଁକୁ ମୁହଁ

  • କେଉଁଠି କେତେ ତାପମାତ୍ରା:

ସେପଟେ ଗତ ୨୪ ଘଣ୍ଟାରେ ବାଲେଶ୍ବର, କଟକ, ପରାଦୀପ, ଗୋପାଳପୁର, ଅନୁଗୋଳ, କେନ୍ଦୁଝର, ଛତ୍ରପୁର, ଢେଙ୍କାନାଳ ଏବଂ ଖୋର୍ଦ୍ଧାରେ ଘନକୁହୁଡି ଦୃଶ୍ୟମାନ ହୋଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ଭିଜିବିଲିଟି ରହିଥିଲା । ସେହିପରି ଜି ଉଦୟଗିରିରେ ସର୍ବନିମ୍ନ ୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ୧୧.୦ ଡିଗ୍ରୀ ତାପମାତ୍ରା ରହିଥିଲା । ସେହିପରି ବଲାଙ୍ଗୀର ଓ ପାରଳାଖେମୁଣ୍ଡିରେ ସର୍ବାଧିକ ୩୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.