ETV Bharat / entertainment

ଜନ୍ମଦିନରେ ଫ୍ୟାନ୍ସଙ୍କୁ ସମ୍ୱିତଙ୍କ ଭେଟି, ନୂଆ ଫିଲ୍ମ 'ଚୋରାବାଲି' ଘୋଷଣା - SAMBEET ACHARYA NEW FILM

ସମ୍ୱିତ ଆଚାର୍ଯ୍ୟଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି । ଅଭିନେତାଙ୍କ ନୂଆ ଫିଲ୍ମ 'ଚୋରାବାଲି' ଘୋଷଣା ହୋଇଛି ।

Sambeet Acharya new odia film chorabali
Sambeet Acharya new odia film chorabali (@SambeetAcharya/ film poster)
author img

By ETV Bharat Entertainment Team

Published : Jan 27, 2025, 11:36 AM IST

ହାଇଦ୍ରାବାଦ: ଓଡ଼ିଆ ଅଭିନେତା ସମ୍ୱିତ ଆଚାର୍ଯ୍ୟ ଜାନୁଆରୀ 26 ତାରିଖରେ 39ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ଫ୍ୟାନ୍ସଙ୍କୁ ଭେଟି ମିଳିଛି । ସମ୍ୱିତ ଆଚାର୍ଯ୍ୟଙ୍କ ନୂଆ ଫିଲ୍ମ ଘୋଷଣା ହୋଇଛି । ଅଭିନେତାଙ୍କ ଫିଲ୍ମ 'ଚୋରାବାଲି' ଘୋଷଣା ହୋଇଛି । ସୋସିଆଲ ମିଡିଆରେ ଏହି ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି ନିର୍ମାତା । ଯାହା ଶୁଣି ଫ୍ୟାନ୍ସ ଉତ୍ସାହିତ ହେବା ସହ ଶୁଭକାମନା ଜଣାଇଛନ୍ତି ।

ନୂଆ ଓଡ଼ିଆ ଫିଲ୍ମ 'ଚୋରାବାଲି'

ନିର୍ମାତା ଅମର ମ୍ୟୁଜିକ ଓ ଭିଦିଶା କାପ୍ଟ ନିଜ ଇନଷ୍ଟାଗ୍ରାମରେ ଟାଇଟଲ ଟିଜର ରିଲିଜ କରି ନୂଆ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି । ଟାଇଟଲ ଟିଜରରେ ବନ୍ଧୁକ, ଛୁରୀ ଭଳି ହତିଆର ଦେଖାଯାଉଥିବା ବେଳେ କିଛି କ୍ରାଇମସିନର ଦୃଶ୍ୟ ଦେଖିବାକୁ ମିଳିଛି । ଏହା ସେୟାର କରି କ୍ୟାପସନରେ ସେ ଲେଖିଛନ୍ତି, ରହସ୍ୟ ଉନ୍ମୋଚନ ହେବ । ଆମର ଆଗାମୀ ଓଡ଼ିଆ ଚଳଚ୍ଚିତ୍ରର ନାମ ଘୋଷଣା କରି ଆମେ ଗର୍ବିତ... "ଚୋରାବାଲି" । ଏକ ଆକର୍ଷଣୀୟ ସସପେନ୍ସ ଥ୍ରୀଲର୍ ଯାହା ଆପଣଙ୍କୁ ଏକ ରୋମାଞ୍ଚକର ଯାତ୍ରାରେ ନେଇଯିବ ।

ମୁଖ୍ୟ ଭୂମିକାରେ ନଜର ଆସିବେ ସମ୍ୱିତ

ଭିଦିଶା କାପ୍ଟ ଓ ଅମର ମ୍ୟୁଜିକ ଦ୍ୱାରା ନିର୍ମିତ ଏହି ଫିଲ୍ମର ଡାଏଲଗ, ଷ୍ଟୋରୀ ସ୍କ୍ରିନପ୍ଲେ ମାନସ ପଡିହାରି କରିଥିବା ବେଳେ ବିଜୟ କାଣ୍ଡୋଇ ପ୍ରଯୋଜକ ରହିଛନ୍ତି । ସ୍ମୃତି ଆର ଫିଲ୍ମର ନିର୍ଦ୍ଦେଶନା ଦେବେ । ଏହି ଫିଲ୍ମରେ ସମ୍ୱିତ ଆଚାର୍ଯ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଅଭିନେତାଙ୍କ ଜନ୍ମଦିନରେ ଏହା ଘୋଷଣା କରି ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି । ଫିଲ୍ମର ବାକି ଷ୍ଟାରକାଷ୍ଟ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ । ତେବେ ଖୁବଶୀଘ୍ର ଏହା ଘୋଷଣା କରାଯାଇପାରେ ।

ଏହା ମଧ୍ୟ ପଢନ୍ତୁ: ପରଦାରେ ଧମାକା କରିବାକୁ ପ୍ରସ୍ତୁତ ସମ୍ୱିତ, ଭାଲେଣ୍ଟାଇନ ସପ୍ତାହରେ ଆସୁଛି ଓଡିଆ ଫିଲ୍ମ 'ସନାତନୀ'

ଏହି ଫିଲ୍ମରେ ଖୁବଶୀଘ୍ର ନଜର ଆସିବେ ସମ୍ୱିତ

କହିରଖୁଛୁ କି, ଭାଲେଣ୍ଟାଇନ ସପ୍ତାହରେ ପରଦାକୁ ଫେରୁଛନ୍ତି ସମ୍ୱିତ ଆଚାର୍ଯ୍ୟ । ସେ ଫିଲ୍ମ 'ସନାତନୀ' ସହ ପରଦାରେ ନଜର ଆସିବେ । ଏହି ଫିଲ୍ମ ଫେବୃଆରୀ 7ରେ ରିଲିଜ ହେବ । ଧର୍ମ ଶିକ୍ଷା ଓ ସଚେତନତା ସହ ସତ୍ୟ ଘଟଣାକୁ ନେଇ କାହାଣୀ ଗତିଶୀଳ ହୋଇଛି । ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ବାସୁଦେବ ବରାଡ଼। ଫିଲ୍ମର ସଂଳାପ ମାନସ ରଞ୍ଜନ ସାମଲ ଏବଂ ଦୀପ୍ତି ପଟ୍ଟନାୟକ ଲେଖିଛନ୍ତି । ଏଥିରେ ସମ୍ବିତଙ୍କ ବ୍ୟତୀତ ଆର୍ଲିନ୍‌ ଅଙ୍କିତା, ପପି ସନ୍ତୁକା, ଗୁଡ଼ୁ, ଜଗନ୍ନାଥ ସେଠ୍, ଗୋପାଳ ପ୍ରକାଶ ମହାନ୍ତି ଓ ବବ୍‌ଲୁ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.