ETV Bharat / technology

ଚଳିତ ମାସ ବିଶ୍ବ ବଜାରରେ ଲଞ୍ଚ ହେବ Huaweiର ଟ୍ରାଇ-ଫୋଲ୍ଡ ଫୋନ; ଟିଜର ଜାରି - WORLD FIRST TRI FOLDABLE SMARTPHONE

ଚଳିତ ମାସ ଫେବୃଆରୀରେ ଚାଇନିଜ ବ୍ରାଣ୍ଡ Huawei ବିଶ୍ବର ପ୍ରଥମ ଟ୍ରାଇଫୋଲ୍ଡ ସ୍ମାର୍ଟଫୋନକୁ ଲଞ୍ଚ କରିବାକୁ ଯାଉଛି । ଏ ନେଇ କମ୍ପାନୀ ପକ୍ଷରୁ ଜାରି ହୋଇଛି ଟିଜର ।

Huawei Mate XT
Huawei Mate XT (Image: Huawei)
author img

By ETV Bharat Tech Team

Published : Feb 5, 2025, 2:42 PM IST

ହାଇଦ୍ରାବାଦ: ଚାଇନିଜ କମ୍ପାନୀ ହୁୱାଇ (Huawei) ଖୁବଶୀଘ୍ର ଆଣିବାକୁ ଯାଉଛି ବିଶ୍ବର ପ୍ରଥମ ଟ୍ରାଇ-ଫୋଲ୍ଡେବଲ ମୋବାଇଲ । କମ୍ପାନୀ ପକ୍ଷରୁ ଜାରି ହୋଇଥିବା ଏକ X ପୋଷ୍ଟ ଅନୁଯାୟୀ ହୁୱାଇର ଟ୍ରାଇଫୋଲ୍ଡ ସ୍ମାର୍ଟଫୋନ 'Huawei Mate XT'କୁ ଚଳିତ ମାସ ବା ଫେବୃଆରୀ 18 ତାରିଖରେ ବିଶ୍ବ ବଜାରରେ ଲଞ୍ଚ କରାଯିବ । ଯାହାକି ବିଶ୍ବ ଗ୍ରାହକଙ୍କ ଲାଗି ନିଆରା ପ୍ରଡକ୍ଟ ହେବାକୁ ଯାଉଛି । କମ୍ପାନୀ ଏକ ଗ୍ରାଣ୍ଡ କନଫରେନ୍ସରେ ଏହାକୁ ଲଞ୍ଚ କରିବାକୁ ଯୋଜନା କରିଛି ।

ଆଜି ସକାଳେ ହୁୱାଇ ପକ୍ଷରୁ X ସାଇଟ୍‌ରେ ଏକ ପୋଷ୍ଟ କରି ଏନେଇ ଟିଜର ଜାରି କରିଛି । ଫେବୃଆରୀ 18ରେ ମାଲେସିଆର କ୍ୟାପିଟାଲ ସିଟି କ୍ବାଲା ଲୁମ୍ପୁର (Kuala Lumpur)ଠାରେ ହୁୱାଇ ପକ୍ଷରୁ ଏକ ଗ୍ରାଣ୍ଡ ଇଭେଣ୍ଟରେ ଆୟୋଜିତ କରାଯିବ ବୋଲି ଉଲ୍ଲେଖ ରହିଛି । କିନ୍ତୁ ଇଭେଣ୍ଟରେ କେଉଁ ଡିଭାଇସ ଲଞ୍ଚ ହେବ ସେ ସମ୍ପର୍କରେ କମ୍ପାନୀ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ଟିଜରରେ ଟ୍ରାଇଫୋଲ୍ଡ ପରି ଏକ ଗ୍ଲୋଇଙ୍ଗ 'Z' ପ୍ୟାଟର୍ଣ୍ଣ ଦୃଶ୍ୟମାନ ହେଉଛି । ଏହାସହ ଏହି ଟିଜରରେ 'ଅନଫୋଲ୍ଡ ଦ କ୍ଲାସିକ୍‌' ଭଳି ଶବ୍ଦର ବ୍ୟବହାର କରାଯାଇଛି ।

Huawei Mate XT: ଗ୍ଲୋବାଲ ଲଞ୍ଚ

ବିଶ୍ବର ପ୍ରଥମ ଟ୍ରାଇଫୋଲ୍ଡ ଫୋନକୁ କମ୍ପାନୀ ନିଜର ହୋମଗ୍ରାଉଣ୍ଡ ଚୀନରେ 2024 ସେପ୍ଟେମ୍ବରରେ ଲଞ୍ଚ କରିଥିଲା । ଏବେ ଏହାକୁ ବିଶ୍ବ ବଜାରରେ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛି କମ୍ପାନୀ । ଏହାକୁ ପ୍ରଥମେ ମାଲେସିଆରେ ଲଞ୍ଚ କରାଯିବ, ଏହାପରେ କମ୍ପାନୀ ଧିରେ ଧିରେ ଏହାକୁ ଅନ୍ୟ ବଜାରରେ ମଧ୍ୟ ଉପଲବ୍ଧ କରାଇବ । କିନ୍ତୁ ଗ୍ଲୋବାଲ ଭାରିଏଣ୍ଟରେ ଚୀନ ଭାରିଏଣ୍ଟଠାରୁ ଭିନ୍ନ ରହିବ କି ସମାନ ରହିବ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Huawei Mate XT
Huawei Mate XT (Image: Huawei)

Huawei Mate XT: କଣ ଖାସ ?

  • ଡିସପ୍ଲେ: ପୂର୍ବରୁ ଆମେ ଅନେକ ଫୋଲ୍ଡେବଲ ସ୍ମାର୍ଟଫୋନ ଦେଖିଛୁ, କିନ୍ତୁ ଏହା ଗୋଟିଏ ଭାଙ୍ଗ ପରିବର୍ତ୍ତେ ଦୁଇଟି ଭାଙ୍ଗ ରହିବ । ଏହି ଡିଜାଇନର ଲାଭ ସମ୍ପର୍କରେ କହିଲେ, ୟୁଜର ନିଜ ଆବଶ୍ୟକ ମୁତାବକ ସ୍କ୍ରିନ ସାଇଜ୍‌କୁ ସ୍ବିଚ କରିପାରିବେ । କାରଣ ଏଥିରେ ଭିନ୍ନ ଭିନ୍ନ ସ୍କ୍ରିନ ଆକାର ରହିଛି ।
  1. ସିଙ୍ଗଲ ସ୍କ୍ରିନ 6.4 ଇଞ୍ଚ (2232 x 1008 ପିକ୍ସେଲ): 73.5ମିମି ଚଉଡ଼ା, ମୋଟେଇ 12.8 ମିମି
  2. ଡବଲ ସ୍କ୍ରିନ 7.9 ଇଞ୍ଚ (2232 x 2048 ପିକ୍ସେଲ): 143.0ମିମି ଚଉଡ଼ା, ମୋଟେଇ 7.45ମିମି/4.75ମିମି
  3. ଥ୍ରି-ସ୍କ୍ରିନ 10.2 ଇଞ୍ଚ (2232 x 3184 ପିକ୍ସେଲ): 219.0ମିମି ଚଉଡ଼ା, ମୋଟେଇ 3.6/3.6/4.75ମିମି
  • ପ୍ରୋସେସର: ଚୀନରେ ଲଞ୍ଚ ହୋଇଥିବା ଭାରିଏଣ୍ଟ ଅନୁଯାୟୀ, Huawei Mate XT ସ୍ମାର୍ଟଫୋନ ହୁୱାଇର Kirin 9010 5G ପ୍ରୋସେସର ଆସିବ ଯାହାକି HarmonyOS 4.2 ଦ୍ବାରା ଚାଲିବ ।
  • ବ୍ୟାଟେରୀ ଓ ଚାର୍ଜିଂ: ଏଥିରେ 5,600mAh ବ୍ୟାଟେରୀ ମିଳିପାରେ, ଯାହାକି 66W ୱେୟାର୍ଡ ଚାର୍ଜିଂ ଓ 50W ୱେୟାରଲେସ୍‌ ଚାର୍ଜିଂକୁ ସପୋର୍ଟ କରିବ ।
  • କ୍ୟାମେରା: ଏହା ଟ୍ରିପଲ କ୍ୟାମେରା ସେଟଅପ୍‌ ସହ ଆସିପାରେ । ଯେଉଁଥିରେ 50MP ମୁଖ୍ୟ କ୍ୟାମେରା, 12MP ଅଲଟ୍ରା ୱାଇଡ କ୍ୟାମେରା, 12MP ଟେଲିଫଟୋ କ୍ୟାମେରା ରହିବ । ସେଲ୍ଫି ଓ ଭିଡିଓ କଲ୍‌ ଲାଗି 8MP ଫ୍ରଣ୍ଟ କ୍ୟାମେରା ମିଳିବ ।
Huawei Mate XT
Huawei Mate XT (Image: Huawei)

ଭାରତରେ ଲଞ୍ଚ ହେବ କି ?

ଦୁର୍ଭାଗ୍ୟବଶତଃ, ହୁୱାଇ ଭାରତରେ ଏହାର କୌଣସି ସ୍ମାର୍ଟଫୋନର ବିକ୍ରି କରୁନାହିଁ । ଏଥିଲାଗି ବିଶ୍ବର ପ୍ରଥମ ଟ୍ରାଇଫୋଲ୍ଡ ଫୋନ Huawei Mate XT ମଧ୍ୟ ଭାରତରେ ଲଞ୍ଚ ହେବ ନାହିଁ । କିନ୍ତୁ ଏହା ବିଶ୍ବ ବଜାର ଯେପରିକି ୟୁରୋପ ଓ ମଧ୍ୟ ପୂର୍ବରେ ଲଞ୍ଚ ହେବ ।

ଦାମ କେତେ ରହିବ ?

ଯଦି କେହି ଏହାର ଦାମ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି, ତେବେ କହି ରଖୁଛୁ କି ଚୀନରେ Mate XTର ବେସ୍‌ ଭାରିଏଣ୍ଟ CNY 19,999 (ପାଖାପାଖି 2.43 ଲକ୍ଷ ଟଙ୍କା)ରେ ଲଞ୍ଚ ହୋଇଥିବାବେଳେ ଏହାର ଟପ୍‌ ଭାରିଏଣ୍ଟର ଦାମ CNY 23,999 (ପାଖାପାଖି 2.93 ଲକ୍ଷ ଟଙ୍କା) ରହିଛି । ଯଦି ହୁୱାଇ ସମାନ ପ୍ରାଇସ ଷ୍ଟ୍ରାଟେଜିକୁ ଅନୁସରଣ କରେ, ତେବେ ବିଶ୍ବ ବଜାରରେ ମଧ୍ୟ ଏହି ଫୋନ ସମାନ ଦାମରେ ମିଳିପାରେ ।

ଏହା ବି ପଢନ୍ତୁ
  1. Tri Foldable smartphone: 3 ଫୋଲ୍ଡେବଲ ଫୋନ ଆଣୁଛି ଏହି କମ୍ପାନୀ, ବିଶ୍ବରେ ପ୍ରଥମ
  2. 2026ରେ ଆସିପାରେ Samsungର ପ୍ରଥମ ଟ୍ରାଇ-ଫୋଲ୍ଡ ଫୋନ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.