ହାଇଦ୍ରାବାଦ: ରେଟ୍ରୋ-ମଡର୍ଣ୍ଣ ମୋଟରସାଇକେଲ ନିର୍ମାତା କମ୍ପାନୀ ରୟାଲ ଏନଫିଲ୍ଡ ଏହାର Royal Enfield Scram 411 ବାଇକ୍ର ବିକ୍ରିକୁ ଭାରତରେ ବନ୍ଦ କରିଛି । କମ୍ପାନୀ ଏହାର ଅଫିସିଆଲ ୱେବସାଇଟ୍ରେ ଏହି ମୋଟରସାଇକେଲକୁ ହଟାଇ ଦେବା ପରେ ଏହାର ବିକ୍ରି ବନ୍ଦ ହୋଇଛି ବୋଲି ସଙ୍କେତ ମିଳିଛି । ଏହି ବାଇକ୍କୁ ପ୍ରଥମ ଥର ଲାଗି 2022 ମାର୍ଚ୍ଚ ମାସରେ ଲଞ୍ଚ କରାଯାଇଥିଲା । ଏହି ବାଇକ୍ ବନ୍ଦ କରିବା ପଛର କାରଣ ହେଉଛି ନିକଟରେ ଲଞ୍ଚ ହୋଇଥିବା Scram 440 ବାଇକ୍ । ଏହି ବାଇକ୍ଟି ଉନ୍ନତମାନର ଫିଚର ଓ ଇଞ୍ଜିନ ସହିତ ବଜାରରେ ସ୍କ୍ରାମ 411ର ଜାଗା ନେବାକୁ ଯାଉଛି ।
- କେମିତି ଥିଲା Scram 411 ବାଇକ୍ ?
ରୟାଲ ଏନଫିଲ୍ଡ ସ୍କ୍ରାମ 411 ବାଇକ୍କୁ କମ୍ପାନୀ Himalayan 411 ବେସ୍ ଉପରେ ତିଆରି କରିଥିଲା, ଯେଉଁଥିରେ କମ୍ ବଡିୱାର୍କ ଓ ହାଲୁକା ଡିଜାଇନ ଥିଲା । ଏହି ବାଇକରେ 19 ଇଞ୍ଚର ଫ୍ରଣ୍ଟ ଓ 17 ଇଞ୍ଚର ରିଅର ୱେୟାର-ସ୍ପୋକ ହ୍ବିଲର ବ୍ୟବହାର କରାଯାଇଥିଲା । ଏହାର ସସ୍ପେନ୍ସସନ ଡ୍ୟୁଟିକୁ ଟେଲିସ୍କୋପିକ୍ ଫ୍ରଣ୍ଟ ଫୋର୍କସ୍ ଜରିଆରେ ଉନ୍ନତ କରାଯାଇଥିଲା । ଏହି ବାଇକ୍ଟି ହାଲୁକା ଥିଲା, ଯେଉଁଥିରେ ଅଫ୍-ରେଡିଂ ଭଲ ଥିଲା । ଭାରତରେ ଏହି ବାଇକ୍ର ଏକ୍ସ-ଶୋ'ରୁମ ଦାମ 2.06 ଲକ୍ଷ ଟଙ୍କା ଥିଲା ।
- କିପରି ଥିଲା ଇଞ୍ଜିନ ?
ଏଥିରେ 411cc ସିଙ୍ଗଲ ସିଲିଣ୍ଡର, ଏଯାର କୁଲ୍ଡ ଇଞ୍ଜିନ ମିଳୁଥିଲ, ଯାହାକି 24.3bhp ପାୱାର ଓ 32Nm ଟର୍କ ଉତ୍ପନ୍ନ କରିଥାଏ । ଇଞ୍ଜିନରେ 5-ସ୍ପିଡ ଗିଅରବକ୍ସ ସହିତ ଯୋଡ଼ା ଯାଇଥିଲା, ୟେଉଁଥିରେ ବାଇକ୍ର ରାଇଡିଂ ଏକ୍ସିପରିଏନ୍ସରେ ସୁଧାର ଆସୁଥିଲା । ବାଇକରେ ଡିଜିଟାଲ ରୋଲଆଉଟ୍ ସହିତ ଏନାଲଗ୍ ଇନଷ୍ଟ୍ରୁମେଣ୍ଟ କନ୍ସୋଲ ଥିଲା ଓ ଟ୍ରିପର ନାଭିଗେସନ ସ୍କ୍ରିନକୁ ଏକ ବିକଳ୍ପ ଭାବେ ପ୍ରକାଶ କରାଯାଇଥିଲା ।
- ନୂଆ Royal Enfield Scram 440ର ଏଣ୍ଟ୍ରି
Scram 411 ବାଇକ୍ ବଦଳରେ କମ୍ପାନୀ Scram 440 ବାଇକ୍କୁ ଲଞ୍ଚ କରିଛି । ସ୍କ୍ରାମ 440ରେ ଏୟାର/ଅଏଲ-କୁଲ୍ଡ, 433cc ସିଙ୍ଗଲ ସିଲିଣ୍ଡର ଇଞ୍ଜିନର ବ୍ୟବହାର କରାଯାଇଛି । ଯାହାକି 25bhp ପାୱାର ଓ 34nmରୁ ଅଧିକ ଟର୍କ ପ୍ରଦାନ କରିଥାଏ । ଏହି ବଡ଼ ଇଞ୍ଜିନର ଆଇଡିଆ କମ୍ପାନୀର 411cc ଇଞ୍ଜିନରୁ ନିଆଯାଇଥିବା ବେଳେ ଏହାର ବୋର୍କୁ 3mm ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
- Scram 440ର ଫିଚର
ଏହି ବାଇକରେ ୱେୟାର ସ୍ପୋକ୍ ହ୍ବିଲ୍ସ ଓ ଆଲଏ ହ୍ବିଲ୍ସ ଦୁଇଟି ଅପସନ ମିଳିଯିବ । ଏଥିରେ 4ଟି କଲର ଅପସନ ଯେପରିକି ନୀଳ, ସବୁଜ, ଗ୍ରେ ଓ ତିଲ୍ ରଙ୍ଗ ସାମିଲ । ନୂଆ ଫିଚରରେ ଏଲଇଡି ହେଡଲାଇଟ୍ସ, ନୂଆ ଇନଷ୍ଟ୍ରୁମେଣ୍ଟ କନ୍ସୋଲ, ନୂଆ ସିଙ୍ଗଲ-ପିସ୍ ସିଟ, USB ଚାର୍ଜିଂ ପୋର୍ଟ, ଟ୍ରିପର ନାଭିଗେସନ ପଡ୍ ଓ ଗୋଲ୍ ରିଅର ଭ୍ୟୁ ମିରର ରହିଛି । ଏହି ସମସ୍ତ ଅପଡେଟ ସ୍କ୍ରାମ 440କୁ ଏକ ଅତ୍ୟାଧୁନିକ ଓ ପ୍ରାକ୍ଟିକାଲ ବାଇକ ବନାଇଛି, ଯେଉଁଥିରେ ଭଲ ରାଇଡିଂ ଅଭିଜ୍ଞତା ମିଳିଥାଏ ।